ସୁଶାନ୍ତ ମୃତ୍ୟୁ ମାମଲା: ୧୫ କୋଟିର ବ୍ୟାଙ୍କ ଟ୍ରାଞ୍ଜାକସନ ଉପରେ ଯାଞ୍ଚ ଏଜେନ୍ସିର ନଜର, ସେପଟେ ଟ୍ରେନର କଲେ ବଡ଼ ଖୁଲାସା

1 min read

ନୂଆଦିଲ୍ଲୀ: ଦିନକୁ ଦିନ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ଅଧିକ ରହସ୍ୟମୟ ହେବାରେ ଲାଗିଛି । ସୁଶାନ୍ତଙ୍କ ବାପା କେକେ ସିଂହ ରିଆଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବା ପରେ ମାମଲା ଏବେ ନୂଆ ମୋଡ ନେଇଛି  । ଅଭିଯୋଗ ଆଧାରରେ ରିୟାଙ୍କ ନାଁରେ ଲାଗିଛି ପ୍ରାୟ ୬ଟି ଦଫା ।  ସୁଶାନ୍ତଙ୍କ ବାପା ଆଣିଥିବା ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ରିୟା । ସେ ଏବେ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୁଶାନ୍ତଙ୍କ ସହ ପ୍ରାୟ ବର୍ଷେ ଧରି ଲିଭ୍ ଇନରେ ରହୁଥିଲେ ରିୟା । ଜୁନ ୮ରେ ସେ ସୁଶାନ୍ତଙ୍କୁ ଛାଡ଼ି ତାଙ୍କ ଘରକୁ ପଳାଇଥିବା ରିୟା କହିଛନ୍ତି । ରିୟା ଯିବାର ୬ଦିନ ପରେ ଅର୍ଥାତ୍ ଜୁନ୍ ୧୪ରେ ବାନ୍ଦ୍ରାସ୍ଥିତ ବାସଭବନରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେଲା । ଏ ପ୍ରସଙ୍ଗରେ ସୁଶାନ୍ତଙ୍କ ବାପା କହିଛନ୍ତି ସୁଶାନ୍ତଙ୍କ ଦେହ ଅସୁସ୍ଥ ହେବାରୁ ରିୟା ସୁଶାନ୍ତଙ୍କୁ ଛାଡ଼ି ଚାଲିଯାଇଥିଲା , ତେଣୁ ରିୟା ହିଁ ସୁଶାନ୍ତ ମୃତ୍ୟୁର କାରଣ ।

ସେପଟେ ସୁଶାନ୍ତଙ୍କ ବାପା ଦେଇଥିବା ଏଫଆଇଆରରେ ଥିବା ୧୫ କୋଟି ଟଙ୍କାର ହେରେଫେର ଘଟଣାର ଯାଞ୍ଚ କରୁଛି ଇଡି । ଏପଟେ ସୁଶାନ୍ତଙ୍କ ଆକାଉଣ୍ଟାଣ୍ଟ ଖୋଲିଛନ୍ତି ସୁଶାନ୍ତ ଖର୍ଚ୍ଚସୂଚୀ । ବହୁଦିନ ଧରି ସୁଶାନ୍ତଙ୍କ ଆକାଉଣ୍ଟ ସମ୍ଭାଳୁଥିବା ସନ୍ଦିପ କହିଛନ୍ତି, ସେଲିବ୍ରିଟି ହୋଇଥିବାରୁ ସୁଶାନ୍ତ ତାଙ୍କ ଲାଇଫଷ୍ଟାଇଲକୁ ମେଣ୍ଟେନ କରୁଥିଲେ । ବିଗତ ବର୍ଷେ ଧରି ସୁଶାନ୍ତଙ୍କ ଇନକମ୍ କମ ଥିଲା । ଅଧିକାଂଶ ସମୟ ରିୟା ଓ ସୁଶାନ୍ତ ଏକାଠି ଯାତ୍ରା କରନ୍ତି । ହେଲେ ସୁଶାନ୍ତ ରିୟାଙ୍କ ପରିବାରକୁ କୌଣସି ଟଙ୍କା ଦେବା ନେଇ ତଥ୍ୟ ନାହିଁ । ଯଦି ଅନଲାଇନ ଟ୍ରାଞ୍ଜାକ୍ସନ ହୋଇଥିବ , ତେବେ ତାର ତଥ୍ୟ ନାହିଁ ବୋଲି ସେ କହିଛନ୍ତି ।

ସୁଶାନ୍ତଙ୍କ ଆକାଉଣ୍ଟରେ ଏତେ ଟଙ୍କା ନଥିଲା ଯେତେ ତାଙ୍କ ବାପା ଏଫଆଇଆରରେ ଲେଖିଛନ୍ତି । ମୋଟ୍ ୨.୭୮କୋଟି ଟଙ୍କା ଜାନୁଆରୀ ୨୦୧୯ରୁ ଜୁନ୍ ୨୦୨୦ମଧ୍ୟରେ  ଖର୍ଚ୍ଚ କରିଛନ୍ତି ସୁଶାନ୍ତ । ସେଥିରୁ ୬୧ ଲକ୍ଷ ଟଙ୍କା kwaକୁ ଦିଆଯାଇଛି । ୨କୋଟି ଟଙ୍କା କୋଟକ ମହିନ୍ଦ୍ରାରେ ଟର୍ମ ଡିପୋଜିଟ ହୋଇଛି । ୩.୮୭ ଲକ୍ଷ ଘର ଭଡା ଦିଆଯାଇଛି । ଏହାଛଡ଼ା ୨୬.୪୦ଲକ୍ଷ ଟଙ୍କା ସୁଶାନ୍ତଙ୍କ ଫାର୍ମ ହାଉସ ଭଡ଼ା ଦିଆଯାଇଛି । ୪.୮୭ ଲକ୍ଷ ଟଙ୍କା ବିଭିନ୍ନ ସ୍ଥାନକୁ ଯାତ୍ରାରେ ଖର୍ଚ୍ଚ ହୋଇଛି । ୫୦ ଲକ୍ଷ ଟଙ୍କା ଫରେନ ଟୁରରେ ଖର୍ଚ୍ଚ ହେବା ସହ ୨.୫ କୋଟି ଟଙ୍କାରେ ଆସାମରୁ କେରଳ ଯାତ୍ରା ପାଇଁ ଖର୍ଚ୍ଚ ହୋଇଛି । ଆଉ ୯ଲକ୍ଷ ଟଙ୍କା ମିଲାପକୁ ଡୋନେସନରେ ଦିଆଯାଇଛି ।

ସେପଟେ ସୁଶାନ୍ତଙ୍କ ଟ୍ରେନର ଖୁଲାସା କରିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ପୂର୍ବର କିଛି ଅଜଣା ବ୍ୟବହାର  । ଡିସେମ୍ବର ୨୦୧୯ରୁ ସୁଶାନ୍ତ ଅଜଣା ମେଡିସିନ ଖାଉଥିବା ତାଙ୍କ ଟ୍ରେନର କହିଛନ୍ତି । ଯାହା ତାଙ୍କ ଶରୀର ସହ ମସ୍ତିସ୍କରେ ମଧ୍ୟ ବେଶ ପ୍ରଭାବ ପକାଉଥିଲା ।

Leave a Reply