spot_img
Home Blog Page 6713

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୩ହଜାର ପାର୍

ଭୁବନେଶ୍ୱର: କରୋନା ସଂକ୍ରମଣ ଭୟ ଏବେ ନିଦ ଉଡ଼ାଇଛି । ଦିନକରେ ନୂଆ ନୂଆ ରେକର୍ଡ କରୁଛି କରୋନା । ଦିନ ଯେତେ ବଢୁଛି ସେତେ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଶନିବାରରେ ୧୬୦୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଶତାଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏବେ ଦିନକରୋ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୬୦୨ଜଣ ସଂକ୍ରମିତ । ଏଥିମଧ୍ୟରୁ ୯୯୩ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୬୦୯ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

୨୯ଟି ଜିଲ୍ଲାରୁ ୧୬୦୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାର ଦିନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ସଂକ୍ରମିତ । ଗଞ୍ଜାମରେ ସର୍ବାଧିକ ୩୦୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ  ୨୮୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୫, ବାଲେଶ୍ୱରରୁ ୨୯, ବରଗଡ଼ରୁ ୧୩ ଭଦ୍ରକରୁ ୨୦, ବଲାଙ୍ଗୀରରୁ ୩୮, ବୌଦ୍ଧରୁ ୯ , କଟକରୁ ୫୪, ଢଙ୍କାନାଳରୁ ୪୯, ଗଜପତିରୁ ୧୦୮, ଜଗତସିଂହପୁରରୁ ୧୯, ଯାଜପୁରରୁ ୪୪, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୩୦ , କନ୍ଧମାଳରୁ ୪୫, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୩୧, କୋରାପୁଟ ୪୬, ମାଲକାନଗିରିରୁ ୩୦, ମୟୁରଭଞ୍ଜରୁ ୩୯, ନବରଙ୍ଗପୁରରୁ ୯, ନୟାଗଡ଼ରୁ ୩୩, ନୂଆପଡ଼ାରୁ ୫, ପୁରୀରୁ ୫୦, ରାୟଗଡ଼ାରୁ ୧୬୪, ସମ୍ବଲପୁରରୁ ୩୯, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୬୨  ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୩୩ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । । ମୋଟ୍ ସଂକ୍ରମିତ ସଂଖ୍ୟା ୩୩ହଜାର ୪୭୯କୁ ବୃଦ୍ଧି ହୋଇଛି । ରାଜ୍ୟରେ ଆଜି କରୋନାରେ ମୃତକଙ୍କ ସଂଖ୍ୟା ୧୭୭କୁ ବୃଦ୍ଧି ହୋଇଛି । ଏହାସହ ୨୦ହଜାର ୫୧୭ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି । ଏବଂ ରାଜ୍ୟରେ ସମୁଦାୟ ୧୨ହଜାର ୭୩୭ଜଣ ସଂକ୍ରମିତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଦେଶରେ ୨୪ ଘଣ୍ଟାରେ ୫୭ ହଜାର ୧୧୭ ଆକ୍ରାନ୍ତ ଚିହନ୍ଟ…. ୭୬୪ ଜଣଙ୍କ ମୃତ୍ୟ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୫୭ ହଜାର ୧୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୭୬୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହିତ ମୋଟ ଆକ୍ରାନ୍ତ ସଂଖ୍ୟା ୧୬ ଲକ୍ଷ ୯୫ ହଜାର ୯୮୮କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ କେସ ରହିଛି ୫ଲକ୍ଷ ୬୫ ହଜାର ୧୦୩ । ଏପର୍ଯ୍ୟନ୍ତ ୧୦ଲକ୍ଷ ୯୪ ହଜାର ୩୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କରୋନା ନେଲାଣି ୩୬ ହଜାର ୫୧୧ଜଣଙ୍କ ମୁଣ୍ଡ ।

ପ୍ରତ୍ୟେକ ଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି | କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ଅଧିକ ପ୍ରଭାବିତ ହୋଇଛି । ତେବେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବହୁତ ଭଲ ରହିଛି ।

ଏବେ ଦେଶରେ ୫ଲକ୍ଷ ୬୫ ହଜାର ୧୦୩  କରୋନା ସକ୍ରିୟ ମାମଲା ରହିଛି । ସବୁଠାରୁ ଅଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ଅଛି । ମହାରାଷ୍ଟ୍ରରେ ୯୩ ହଜାରରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ଦିଲ୍ଲୀ ରହିଥିବା ବେଳେ ଚତୁର୍ଥ ସ୍ଥାନରେ ଗୁଜୁରାଟ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି। ଦେଶର ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ଅର୍ଥାତ୍ ଭାରତ ହେଉଛି ଚତୁର୍ଥ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

କରୋନା ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଆମେରିକା ଶୀର୍ଷରେ ରହିଛି। ଏଠାରେ ସଂକ୍ରମଣ ମାମଲା ୫୦ ଲକ୍ଷ ଆଡକୁ ଗତି କରୁଛି । ଆମେରିକାରେ ଏକ ଲକ୍ଷ ୫୬ ହଜାରରୁ ଅଧିକ ଲୋକେ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ସର୍ବାଧିକ ୭୦ ହଜାର ନୂତନ ମାମଲା ଆସିଥିବାବେଳେ ୧,୪୬୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ, କରୋନା ବ୍ରାଜିଲରେ ମଧ୍ୟ ହଇଚଇ ସୃଷ୍ଟି କରିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ବ୍ରାଜିଲରେ ୧୧୯୧ ଜଣଙ୍କର ମୃତ୍ୟୁ ହୋଇଛି ।

ଘରେ ରହି ନିଆରା ଢଙ୍ଗରେ ସମ୍ବଲପୁରୀ ଦିନ ପାଳୁଛନ୍ତି ପରିବାର

ସମ୍ବଲପୁର: ଆଜି ସମ୍ବଲପୁରୀ ଦିନ । ପଶ୍ଚିମ ଓଡ଼ିଶାର ଚର୍ଚ୍ଚିତ ସ୍ଥାନ ହେଉଛି ସମ୍ବଲପୁର । ଏଠାରେ ସଂସ୍କୃତିଠୁ ଆରମ୍ଭ କରି ସଂସ୍କର ପର୍ଯ୍ୟନ୍ତ ସବୁଠି ଅଛି ସମ୍ବଲପୁରୀର ମିଠା ସ୍ପର୍ଶ । ଆଜି ଦିନରେ ସମ୍ୱଲପୁରୀ ଦିନ ଭାବେ ପାଳନ କରାଯାଉଛି । ସମ୍ବଲପୁରୀ ଭାଷା ସାହିତ୍ୟ ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ଜନ୍ମଦିନ ଅଗଷ୍ଟ ୧ ତାରିଖକୁ  ସମ୍ବଲପୁରୀ ଦିନ୍ ଭାବରେ  ପାଳନ କରାଯାଇଥାଏ ।

ଏହି ଅବସରରେ ଚଲିତ ବର୍ଷ ପାଇଁ ସମ୍ବଲପୁରୀ ଅଭିନେତା ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଜାତୀୟ  ସମ୍ମାନ ଦିଆଯିବା ପାଇଁ  ସ୍ଥିର କରାଯାଇଛି । ଚଳିତ ବର୍ଷ କରୋନା ମହାମାରୀରେ ସମସ୍ତଙ୍କୁ ଚିନ୍ତାରେ ପକାଇଥିବା ବେଳେ ଏଭଳି ପରିସ୍ଥିତିରେ ସମ୍ବଲପୁରୀ ଦିନକୁ ଘରେ ରହି ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାସହ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ମଂଚରେ  ଆୟୋଜିତ  ହୋଇପାରୁନାହିଁ । ତଥାପି  ଘରେ ରହି ପରିବାର  ନିଆରା ଢଙ୍ଗରେ  ସମ୍ବଲପୁରୀ ଦିନ ପାଳନ କରାଯାଉଛି । ଅନେକ ସାଂସ୍କୃତିକ ଅନୁଷ୍ଠାନ ନିଜ ଢଂଗରେ ସମ୍ବଲପୁରୀ କାର୍ଯ୍ୟକ୍ରମ ଆୟୋଜନ କରି ସାମାଜିକ ଗଣମାଧ୍ୟମ ରେ ଛାଡିବା ପାଇଁ ବ୍ୟବସ୍ଥା କରିଛନ୍ତି ।

ତଦନ୍ତ କରିବାକୁ ଆସିଥିବା ବେଳେ ଆକ୍ରମଣର ଶିକାର ହେଲେ

କେନ୍ଦ୍ରାପଡ଼ା: ସୁରକ୍ଷା ଦେବାକୁ ଯାଇ ଆକ୍ରମଣର ଶୀକାର ହେଲା ପୋଲିସ । କିଛି ନଶୁଣି ଆକ୍ରମଣ କରିବାକୁ ମାଡ଼ିଆସିଲେ ଡାକ୍ତରଙ୍କ ସହ ୬ ସହଯୋଗୀ । ତଦନ୍ତ କରିବାକୁ ଯାଇଥିବା ବେଳେ ଆକ୍ରମଣ କଲେ ଡାକ୍ତର । କେନ୍ଦ୍ରପଡ଼ାରେ ପୋଲିସକୁ ଆକ୍ରମଣ କରି ଗିରଫ ହୋଇଛନ୍ତି ଦୁଇ ଡାକ୍ତର । ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାର ତଦନ୍ତ ବେଳେ ଏମିତି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି ।

ଦୁଇ ଡାକ୍ତରଙ୍କ ସହିତ ତାଙ୍କ ୬ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ  । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଗିରଫ ଦୁଇ ଡାକ୍ତର ହେଲେ ଦେବାଶିସ୍ ସାହୁ ଓ ଶିବାଶିସ୍ ସାହୁ । ଶୁକ୍ରବାର ସନ୍ଧ୍ୟାରେ ଜଣେ ୱେବ୍ ମିଡିଆର ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ କୌଣସି ଘଟଣାକୁ ନେଇ ସାମ୍ବାଦିକ ଓ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା  ।

ଏହା ପରେ ସାମ୍ବାଦିକ ସେଠାରୁ ଆସି ଘଟଣା ସମ୍ପର୍କରେ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଟାଉନ୍ ଥାନା ପୁଲିସ ନର୍ସିଂହୋମରେ ତଦନ୍ତ ପାଇଁ ପହଁଞ୍ଚିଥିଲେ ।  ଦୁଇ ଡ଼ାକ୍ତର ଏବଂ ତାଙ୍କର ସହଯୋଗୀ  ପୁଲିସ ସହିତ ଧସ୍ତାଧସ୍ତି କରିଥିଲେ  । ଏହି ଘଟଣାରେ ଦୁଇଜଣ ପୁଲିସ ଓ ସାମ୍ବାଦିକ ଆହତ ହୋଇଥିବା ଜଣାପଡିଛି  ।

ଭାରତର ରାଫେଲକୁ ନେଇ ଏମିତି ତଥ୍ୟ ଦେଲା ଚୀନ, ଜାଣନ୍ତୁ କଣ କହିଲା…?

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ରାଫାଲଙ୍କ ସାମିଲ ହେବା ପରେ ଚୀନ୍ ଗଣମାଧ୍ୟମରେ ଅନେକ ଆଲୋଚନା ହେଉଛି । ଯେଉଁଠି ଭାରତକୁ ରାଫେଲ ଆସିବା ପରେ ପାକିସ୍ତାନ ବିଶ୍ୱ ସମୁଦାୟକୁ ଗୁହାରି କରିଛି ସେଇଠି ଚୀନ୍ ମିଡିଆ ତାହାର ଯୁଦ୍ଧ ବିମାନ ସହିତ ରାଫେଲର ତୁଳନା କରିବାରେ ବ୍ୟସ୍ତ ଅଛି। ଫ୍ରାନ୍ସରେ ନିର୍ମିତ ଏହି ଯୁଦ୍ଧ ବିମାନ ରାଫେଲ ଚୀନ୍‌ର ଜେ -୨୦ ଯୁଦ୍ଧ ବିମାନ ଅପେକ୍ଷା ଅନେକ ଗୁଣରେ ଭଲ। ଯଦିଓ ଚାଇନାର ଗଣମାଧ୍ୟମରେ ରାଫେଲକୁ ସେମାନଙ୍କ ଯୁଦ୍ଧ ବିମାନଠାରୁ କମ୍ ବୋଲି କହିବାର ପ୍ରୟାସ ଚଳାଇଛି।

ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖଇଥିଲା ଯେ, ଭାରତ ନିକଟରେ ପାଞ୍ଚଟି ରାଫାଲ୍ ଯୁଦ୍ଧ ବିମାନ ଆଣିଛି ଏବଂ ଭାରତ ପୂର୍ବତନ ବାୟୁସେନା ମୁଖ୍ୟ ଧାନୋଆ ଏହାକୁ ଚୀନ୍‌ର ଜେ -୨୦ଠାରରୁ ବହିତ ଭଲ ଯୁଦ୍ଧ ବିମାନ ବୋଲି ବର୍ଣ୍ଣନା କରିଛନ୍ତି। ଚାଇନାର ବିଶେଷଜ୍ଞଙ୍କ ଉଦ୍ଧେଶ୍ୟରେ ଖବରକାଗଜ ଲେଖିଛି ଯେ ରାଫେଲ ହେଉଛି ତୃତୀୟ ପିଢିର ଯୁଦ୍ଧ ବିମାନ ଏବଂ ସେ ଚତୁର୍ଥ ପିଢିର ଯୁଦ୍ଧ ବିମାନ J-୨୦ ସାମ୍ନାରେ ଶକ୍ତି ହୀନ ।

ଚୀନ ସାମରିକ ବିଶେଷଜ୍ଞ ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି ଯେ, ରାଫେଲ ସୁଖୋଇ -30 MKI ଅପେକ୍ଷା ଭଲ, ଏବଂ ଯେଉଁଟା ଭାରତୀୟ ବାୟୁସେନାରେ ବହୁ ସଂଖ୍ୟାରେ ଉପସ୍ଥିତ ରହିଛି । କିନ୍ତୁ ରାଫେଲରେ ବହୁତ ଉନ୍ନତି ହୋଇନାହିଁ ଏବଂ ଏହାର ଗୁଣରେ ମଧ୍ୟ ଅଧିକ ପରିବର୍ତ୍ତନ ହୋଇନାହିଁ । ଚୀନ୍ ସାମରିକ ବିଶେଷଜ୍ଞ କହିଛନ୍ତି ଯେ AESA ରାଡାର, ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସୀମିତ ପ୍ରଯୁକ୍ତିବିଦ୍ୟା ହେତୁ ରାଫେଲକୁ ତୃତୀୟ ପିଢିର ଯୁଦ୍ଧ ବିମାନ ସହିତ ତୁଳନା କରାଯାଇପାରିବ ।ଚୀନର ବିଶେଷଜ୍ଞ ଲେଖିଛନ୍ତି ଯେ, ଯୁଦ୍ଧ ବିମାନରେ ପିଢିର ପାର୍ଥକ୍ୟ ବହୁତ ବଡ ଏବଂ ଚୀନର ଜେ -୨୦ ଯୁଦ୍ଧ ବିମାନ ୪ର୍ଥ ପିଢିର ତେଣୁ ଏହା ରାଫେଲ ଅପେକ୍ଷା ବହୁତ ଭଲ। ”

ଭାରତର ପୂର୍ବତନ ବାୟୁସେନା ମୁଖ୍ୟ ବି. ଧାନୋଆ ୪.୫ ଜେନେରେସନ୍ ର ରାଫେଲକୁ ଏକ ଗେମ୍ ଚେଞ୍ଜର ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଚୀନ୍‌ର ଯୁଦ୍ଧ ବିମାନ ଜେ -୨୦ ଏହାର ତୁଳନାରୁ ବହୁତ ତଳେ ରହିଛି ଅର୍ଥାନ ଚୀନ ଯୁଦ୍ଧ ବିମାନ ଠାରୁ ରାଫେଲ ବହୁ ଗୁଣରେ ଭଲ । ଏହି ବୟାନ ପରେ ଚୀନ୍ ବାଧିଗଲା ଏବଂ ରାଫେଲରେ କଣ ସବୁ ତ୍ରୁଟି ଅଛି ତାହାକୁ ବାହାର କରିବାକୁ ଲାଗିଲା। ତେବେ ଧାନୋଆ ପୁଣିଥରେ ଚୀନ୍‌କୁ ଚ୍ୟାଲେଞ୍ଜ କରିଛନ୍ତି । ଧାନୋଆ ଦୁଇଟି ପ୍ରଶ୍ନ ସହ ଚୀନର ଦାବିର ଯବାବ ଦେଇଛନ୍ତି ।

ପୂର୍ବତନ ବାୟୁସେନାର ମୁଖ୍ୟ ମାର୍ସଲ ଇଂରାଜୀ ଖବରକାଗଜ ସହ କଥା ହେବା ସମୟରେ କହିଛନ୍ତି ଯେ, “ମୋତେ ଲାଗୁ ନାହିଁ କି ଯେ, ଜେ -୨୦ ଏତେ ଶକ୍ତିଶାଳି ଯାହାକୁ ପଞ୍ଚମ ଜେନେରେସନ୍ ଫାଇଟର୍ କୁହାଯିବ । କାରଣ କାନାଇରୁ ଯୁଦ୍ଧ ବିମାନର ରଡାର ସିଗ୍ନେଚର ବଢିଯାଏ । ଏଥିରେ ଏକ ଦୂରଗାମୀ ମିଟରରେ କ୍ଷେପଣାସ୍ତ୍ରକୁ ଧରି ନେଇଥାଏ ଯାହା ରାଫାଲରେ ଲାଗିଛି ।

ଧାନୋଆ ଦ୍ୱିତୀୟ ପ୍ରଶ୍ନ ପଚାରିଥିଲେ ଯେ, ଯଦି ଜେ -୨୦ ପ୍ରକୃତରେ ଏକ ପଞ୍ଚମ ପିଢିର ଯୁଦ୍ଧବିମାନ ଅଟେ, ତେବେ ସେଥିରେ କାହିଁ ଚେଙ୍ଗଡୁ ଏରୋସ୍ପେସ୍ ନାହିଁ, ଯାହାକୁ ସୁପରକ୍ରାଇଜ୍ ମଧ୍ୟ କୁହାଯାଏ । ସେହି ସୁପରକ୍ରାଇଜ୍ ହେଉଛି ଏକ କ୍ଷମତା ଯେଉଁଥିରେ ଏକ ଯୁଦ୍ଧ ବିମାନକୁ ୧ ମ୍ୟାକି (ଧ୍ୱନିର ବେଗ) ରେ ବିନା ବର୍ନରରେ ଉଡ଼ାଯାଇପାରିବ ନାହିଁ ।

ଧାନୋଆ କହିଛନ୍ତି ଯେ, ରାଫେଲରେ ସୁପରକ୍ରୁଜାବିଲିଟି ଅଛି ଏବଂ ଏହାର ରାଡାର ବିଶ୍ୱର ସର୍ବୋତ୍ତମ ଯୁଦ୍ଧ ବିମାନ ସହିତ ତୁଳନା କରାଯାଇପାରିବ। ଧାନୋଆ ଏହି ସପ୍ତାହରେ ଚୀନ୍‌ର ପ୍ରଚାରର ଉତ୍ତର ଦେଇ କହିଛନ୍ତି ଯେ ଯଦି ଚୀନ୍‌ର ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ବିମାନ ଏତେ ଭଲ ହୋଇଥାନ୍ତା, ତେବେ ପାକିସ୍ତାନ ଏହି ଆକ୍ରମଣରେ ଚୀନ୍‌ର JF-17 ବ୍ୟବହାର କରିବାର ଥିଲା ଏବଂ ୨୭ ଫେବୃଆରୀ ୨୦୧୯ ରେ F-16 ନୁହେଁ । କିନ୍ତୁ ପାକିସ୍ତାନ ଚୀନ୍‌ର ଯୁଦ୍ଧ ବିମାନ JF-17 ବ୍ୟବହାର କରି କେବଳ ଏହାର ମିରାଜ୍ ୩-୪ ବିସ୍ଫୋରଣକାରୀଙ୍କୁ ସୁରକ୍ଷା ଦେଇଥିଲା।

ଧାନୋଆ ଚୀନ୍‌ର ପ୍ରତିରକ୍ଷା ଉପକରଣର ସାମର୍ଥ୍ୟ ଉପରେ ପ୍ରଶ୍ନ କରିଛନ୍ତି ଏବଂ ଚୀନ୍‌ର ଆଇରନ୍‌ ଭାଇ (ପାକିସ୍ତାନ) ଉତ୍ତରରେ ସ୍ୱିଡିସ ଏୟାର ବର୍ନିଂ କାହିଁକି ବ୍ୟବହାର କରୁଥିଲା ଯେତେବେଳେ କି ଚୀନ୍ AWACS ଦକ୍ଷିଣରେ ରଖିଛି ।

୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗକୁ ଆସୁଛି ବର୍ଷା । କିଛିଦିନର ବିରତି ପରେ ପୁଣି ଭିଜିବି ରାଜ୍ୟ । ଚଳିତ ବର୍ଷ ଯେତିକି ବର୍ଷା ହେବା କଥା ତାଠାରୁ ୧୨ପ୍ରତିଶତ କମ୍ ବର୍ଷା ଚିନ୍ତା ବଢାଇଛି । ଏଭଳି ପରିସ୍ଥିତିରେ ଆଗକୁ ବର୍ଷା ଲୋକଙ୍କୁ କିଛି ପରିମାଣରେ ଆଶ୍ୱସ୍ଥି ଦେବ । ଏନେଇ ଆଞ୍ଚଳିକ ପାଣିପାଗ ବିଭିଗ ପୂର୍ବାନୁମାନ କରିଛି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ , ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଏବଂ ବୌଦ୍ଧ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରାଯାଇଛି ।

ଆସନ୍ତାକାଲିଠାରୁ ଓଡ଼ିଶାରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧିହେବାର ସମ୍ଭାବନା ରହିଛି । ଅଗଷ୍ଟ ୪ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସହ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଏବଂ କନ୍ଧମାଳ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ମତ୍ସ୍ୟଜୀବୀ ମାନଙ୍କୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟକୁ ମାଛ ମାରିବାକୁ ନ ଯିବାକୁ ବାରଣ କରାଯାଇଛି ।

ଆନ୍ତର୍ଜାତୀୟ ବିମାନ ଚଳାଚଳ କଟକଣାକୁ ବୃଦ୍ଧି, ଅଗଷ୍ଟ ୩୧ ତାରିଖ ଯାଏଁ ସମସ୍ତ ବିମାନ ଚଳାଚଳ ବାତିଲ କଲା କେନ୍ଦ୍ର

ଆନ୍ତର୍ଜାତୀୟ ବିମାନ ଚଳାଚଳ କଟକଣାକୁ ବୃଦ୍ଧି, ଅଗଷ୍ଟ ୩୧ ତାରିଖ ଯାଏଁ ସମସ୍ତ ବିମାନ ଚଳାଚଳ ବାତିଲ କଲା କେନ୍ଦ୍ର

ରାଜ୍ୟ ସରକାରଙ୍କ ଅଗଷ୍ଟ ଷ୍ଟ୍ରାଟେଜି, କଟକଣା ଭିତରେ ଖୋଲିବ ଅର୍ଥନୀତି… ଆହୁରି କଡ଼ା ହେବ ମହାମାରୀ ଆଇନ୍

ରାଜ୍ୟ ସରକାରଙ୍କ ଅଗଷ୍ଟ ଷ୍ଟ୍ରାଟେଜି, କଟକଣା ଭିତରେ ଖୋଲିବ ଅର୍ଥନୀତି… ଆହୁରି କଡ଼ା ହେବ ମହାମାରୀ ଆଇନ୍

ବାରମ୍ବାର କରୋନା କଟକଣାକୁ ଭାଙ୍ଗିବାରେ ବ୍ୟସ୍ତ ବିଜେପି ନେତା

କରୋନା କଟକଣାକୁ ବାରମ୍ବାର ବିଜେପି ନେତାଙ୍କ ବେଖାତିର । ଆଜି ପୁଣି ନିୟମ ଭାଙ୍ଗି ଜନସାଧାରଣଙ୍କ ଜୀବନକୁ ବାଜି ଲଗାଇଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି । ଜଣେ ନାବାଳିକାଙ୍କୁ ନିର୍ଯାତନା ମାମଲାର ଅନୁଧ୍ୟାନ ପାଇଁ କିଛି ଦଳୀୟ କର୍ମୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ ପାଇଁ ଯାଇଥିଲେ ରୁଦ୍ର ନାରାୟଣ । ହେଲେ ନାବଳିକାଙ୍କୁ ନ୍ୟାୟ ଦେବେ କଣ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଛନ୍ତି ରୁଦ୍ର ନାରାୟଣ ।

ନାବାଳିକାଙ୍କୁ ନ୍ୟାୟ ଆଳରେ ନିଜେ ଓ କର୍ମୀମାନେ ସାମଜିକ ଦୂରତା ଭାଙ୍ଗିବା ସହ ମୁହଁରେ ମାସ୍କ ନପିନ୍ଧି ସମସ୍ତଙ୍କ ଜୀବନକୁ ବିପଦରେ ପକାଇଛନ୍ତି । ଥାନା ଭିତରେ ବି କୌଣସି କଟକଣା ନମାନି ବେଖାତିର ଭାବେ ବୁଲିଥିଲେ ରୁଦ୍ର ନାରାୟଣ । ଏପରି କି ଏସ୍‌ପିଙ୍କ ସମ୍ମୁଖରେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ବେଳେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି । ଜିଲ୍ଲା କଂଗ୍ରେସ, ଓକିଲ ସଂଘ ଓ ସୂଚନା ଅଧିକାର କର୍ମୀ ଘଟଣାକୁ ନିନ୍ଦା କରିଛନ୍ତି । ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣିଙ୍କଠାରୁ ଜୋରିମାନା ଆଦାୟ ପାଇଁ ଦାବି କରାଯାଇଛି ।

ତେବେ କୋଭିଡ୍‌ ନିୟମକୁ ଭାଙ୍ଗିବା ବିଜେପିର ଏକ ପ୍ରକାର ପାସନ୍ ହୋଇଗଲାଣି ବୋଲି ସାଧରଣରେ ଆଲୋଚନା ହେଉଛି । ପୂର୍ବରୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ବିଧାୟକ ଜୟନାରାୟଣ ମିଶ୍ର, ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ କୋଭିଡ୍ ନିୟମ ଉଲ୍ଲଂଘନ କରି ସମାଲୋଚିତ ହୋଇଥିଲେ ‌ ।

ଓଡ଼ିଶା ଅଗ୍ନିଶମ ସେବା ପୋର୍ଟାଲ ଉନ୍ମୋଚିତ: ଏଣିକି ଅନ୍‌ଲାଇନ୍‌ରେ ମିଳିପାରିବ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର

ଭୁବନେଶ୍ୱର: ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଅଗ୍ନିଶମ ସେବା ବିଭାଗର ଅନଲାଇନ୍ ପୋର୍ଟାଲ୍ ଉନ୍ମୋଚନ କରିଛନ୍ତି । ଅନଲାଇନ୍ ମୋଡ୍ ମାଧ୍ୟମରେ ବିଭିନ୍ନ ବର୍ଗର ଅଟ୍ଟାଳିକାକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ ଦିଗରେ ଏହା ଉପଯୋଗୀ । ଏଥିସହିତ ଅନଲାଇନ୍ ମୋଡ୍‌ରେ ଜନସାଧାରଣଙ୍କ ପାଇଁ ଆଉ ଆଠଟି ସେବା ଉପଲବ୍ଧ ହେବ । ଚଳିତ ବର୍ଷ ଅକ୍ଟୋବର ୨ ସୁଦ୍ଧା ଅନ୍ୟ ସମସ୍ତ ସେବାକୁ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନଲାଇନ୍ ପ୍ରକ୍ରିୟାରେ ବିଭିନ୍ନ ବର୍ଗର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ ପାଇଁ ଓଡିଶା ଅଗ୍ନିଶମ ସେବା ଅନ୍‌ଲାଇନ୍‌ ପୋର୍ଟାଲ୍ ଉନ୍ମୋଚନ କରିଥିବାରୁ, ଏ ନେଇ ଖୁସି ବ୍ୟକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅନ୍‌ଲାଇନ୍ ସେବା ଦ୍ୱାରା ସମ୍ପୃକ୍ତ ବିଭାଗରେ ଦକ୍ଷତା ବୃଦ୍ଧି ହେବ, ଟ୍ରାନ୍ସଫରେନ୍ସି ଆସିବ ଏଥିସହିତ ସଠିକ୍ ସମୟରେ କାର୍ଯ୍ୟ ସମ୍ପାଦିତ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 5-T ଇନିସେଟିଭ୍ ଅଧୀନରେ ଏହି ସେବା କାର୍ଯ୍ୟକରିବ  ।

            ଏହି ପୋର୍ଟାଲ କାର୍ଯ୍ୟକାରୀ ହେବା ଦ୍ୱାରା ବହୁତଳ ଅଟ୍ଟାଳିକା, ମଲ୍ଟିପ୍ଳେକ୍ସ, ସପିଂ ମଲ୍ ଏବଂ କ୍ଲିନିକାଲ୍ ଏଷ୍ଟାବ୍ଳିସ୍‌ମେଣ୍ଟ ଅନ୍‌ଲାଇନ୍ ମାଧ୍ୟମରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇପାରିବେ । ସମ୍ପୃକ୍ତ ବିଭାଗ ସମ୍ପର୍କିତ ଅନ୍ୟ ସବୁ ସେବାକୁ ଆସନ୍ତା ୨ ଅକ୍ଟୋବର ସୁଦ୍ଧା ଅନ୍‌ଲାଇନ୍ ମୋଡରେ ଯୋଗାଇଦିଆଯିବ ।

            ଏଥିସହିତ ଭୂତାଣୁର ଭୟ ମଧ୍ୟରେ ଅମ୍ଫାନ ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗରେ ଅଗ୍ନିଶମ ସେବା କର୍ମଚାରୀଙ୍କ ପକ୍ଷରୁ କରାଯାଇଥିବା ପୁନରୁଦ୍ଧାର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ସୁସ୍ଥ ହୋଇଥିବା ସଂକ୍ରମିତ ରୋଗୀ ପ୍ଳାଜ୍‌ମା ଦାନ ପାଇଁ ଆଗେଇ ଆସି ଅଗ୍ନିଶମ ସେବା କର୍ମଚାରୀଙ୍କ ମାନବିକତାର ପରିଚୟ ଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।      ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା ଅଗ୍ନିଶମ ବିଭାଗ ଟେକ୍ନୋଲଜିକୁ ଆପଣାଇଥିବାରୁ ଲୋକଙ୍କୁ ସେବା ଯୋଗାଇବା କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଉନ୍ମୋଚନ ଅବସରରେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, 5-t ସେକ୍ରେଟାରୀ ଭି.କେ ପାଣ୍ଡିଆନ୍‌, ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ଅଗ୍ନିଶମ ଡିଜି, ଆଇଜି ଫାୟର ସର୍ଭିସ, ଉନ୍ନୟନ କମିଶନର, ଗୃହ ବିଭାଗ ପ୍ରମୁଖ ସଚିବ, ଇଟି ଏବଂ ଆଇଟି ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।