ବାରମ୍ବାର କରୋନା କଟକଣାକୁ ଭାଙ୍ଗିବାରେ ବ୍ୟସ୍ତ ବିଜେପି ନେତା

କରୋନା କଟକଣାକୁ ବାରମ୍ବାର ବିଜେପି ନେତାଙ୍କ ବେଖାତିର । ଆଜି ପୁଣି ନିୟମ ଭାଙ୍ଗି ଜନସାଧାରଣଙ୍କ ଜୀବନକୁ ବାଜି ଲଗାଇଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି । ଜଣେ ନାବାଳିକାଙ୍କୁ ନିର୍ଯାତନା ମାମଲାର ଅନୁଧ୍ୟାନ ପାଇଁ କିଛି ଦଳୀୟ କର୍ମୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ ପାଇଁ ଯାଇଥିଲେ ରୁଦ୍ର ନାରାୟଣ । ହେଲେ ନାବଳିକାଙ୍କୁ ନ୍ୟାୟ ଦେବେ କଣ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଛନ୍ତି ରୁଦ୍ର ନାରାୟଣ ।

ନାବାଳିକାଙ୍କୁ ନ୍ୟାୟ ଆଳରେ ନିଜେ ଓ କର୍ମୀମାନେ ସାମଜିକ ଦୂରତା ଭାଙ୍ଗିବା ସହ ମୁହଁରେ ମାସ୍କ ନପିନ୍ଧି ସମସ୍ତଙ୍କ ଜୀବନକୁ ବିପଦରେ ପକାଇଛନ୍ତି । ଥାନା ଭିତରେ ବି କୌଣସି କଟକଣା ନମାନି ବେଖାତିର ଭାବେ ବୁଲିଥିଲେ ରୁଦ୍ର ନାରାୟଣ । ଏପରି କି ଏସ୍‌ପିଙ୍କ ସମ୍ମୁଖରେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ବେଳେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି । ଜିଲ୍ଲା କଂଗ୍ରେସ, ଓକିଲ ସଂଘ ଓ ସୂଚନା ଅଧିକାର କର୍ମୀ ଘଟଣାକୁ ନିନ୍ଦା କରିଛନ୍ତି । ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣିଙ୍କଠାରୁ ଜୋରିମାନା ଆଦାୟ ପାଇଁ ଦାବି କରାଯାଇଛି ।

ତେବେ କୋଭିଡ୍‌ ନିୟମକୁ ଭାଙ୍ଗିବା ବିଜେପିର ଏକ ପ୍ରକାର ପାସନ୍ ହୋଇଗଲାଣି ବୋଲି ସାଧରଣରେ ଆଲୋଚନା ହେଉଛି । ପୂର୍ବରୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ବିଧାୟକ ଜୟନାରାୟଣ ମିଶ୍ର, ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ କୋଭିଡ୍ ନିୟମ ଉଲ୍ଲଂଘନ କରି ସମାଲୋଚିତ ହୋଇଥିଲେ ‌ ।

Leave a Reply