ତଦନ୍ତ କରିବାକୁ ଆସିଥିବା ବେଳେ ଆକ୍ରମଣର ଶିକାର ହେଲେ

କେନ୍ଦ୍ରାପଡ଼ା: ସୁରକ୍ଷା ଦେବାକୁ ଯାଇ ଆକ୍ରମଣର ଶୀକାର ହେଲା ପୋଲିସ । କିଛି ନଶୁଣି ଆକ୍ରମଣ କରିବାକୁ ମାଡ଼ିଆସିଲେ ଡାକ୍ତରଙ୍କ ସହ ୬ ସହଯୋଗୀ । ତଦନ୍ତ କରିବାକୁ ଯାଇଥିବା ବେଳେ ଆକ୍ରମଣ କଲେ ଡାକ୍ତର । କେନ୍ଦ୍ରପଡ଼ାରେ ପୋଲିସକୁ ଆକ୍ରମଣ କରି ଗିରଫ ହୋଇଛନ୍ତି ଦୁଇ ଡାକ୍ତର । ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାର ତଦନ୍ତ ବେଳେ ଏମିତି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି ।

ଦୁଇ ଡାକ୍ତରଙ୍କ ସହିତ ତାଙ୍କ ୬ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି କେନ୍ଦ୍ରାପଡ଼ା ଟାଉନ ଥାନା ପୋଲିସ  । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଗିରଫ ଦୁଇ ଡାକ୍ତର ହେଲେ ଦେବାଶିସ୍ ସାହୁ ଓ ଶିବାଶିସ୍ ସାହୁ । ଶୁକ୍ରବାର ସନ୍ଧ୍ୟାରେ ଜଣେ ୱେବ୍ ମିଡିଆର ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ କୌଣସି ଘଟଣାକୁ ନେଇ ସାମ୍ବାଦିକ ଓ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା  ।

ଏହା ପରେ ସାମ୍ବାଦିକ ସେଠାରୁ ଆସି ଘଟଣା ସମ୍ପର୍କରେ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଟାଉନ୍ ଥାନା ପୁଲିସ ନର୍ସିଂହୋମରେ ତଦନ୍ତ ପାଇଁ ପହଁଞ୍ଚିଥିଲେ ।  ଦୁଇ ଡ଼ାକ୍ତର ଏବଂ ତାଙ୍କର ସହଯୋଗୀ  ପୁଲିସ ସହିତ ଧସ୍ତାଧସ୍ତି କରିଥିଲେ  । ଏହି ଘଟଣାରେ ଦୁଇଜଣ ପୁଲିସ ଓ ସାମ୍ବାଦିକ ଆହତ ହୋଇଥିବା ଜଣାପଡିଛି  ।

Leave a Reply