spot_img
Home Blog Page 6708

ବଡ଼ ଧରଣର ସ୍ଥାନୀୟ ସଂକ୍ରମଣ ନହେଲେ ସେପ୍ଟେମ୍ୱର ସୁଦ୍ଧା ସକ୍ରିୟ ମାମଲା ସଂଖ୍ୟା ୧୦୦୦କୁ ଖସିବ

ନୂଆଦିଲ୍ଲୀ: ଦିଲ୍ଲୀ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି । କିନ୍ତୁ ଏହି ଲଢ଼େଇ ଏଯାଏଁ ଶେଷ ହୋଇନାହିଁ । ଯଦି ଲୋକେ ସାମାଜିକ ଦୂରତ୍ୱ ବଜାୟ ରଖିବେ, ମାସ୍କର ବ୍ୟବହାର କରନ୍ତି ଏବଂ କୌଣସି ବଡ଼ ଧରଣ ସ୍ଥାନୀୟ ସଂକ୍ରମଣ ହୁଏନାହିଁ ତେବେ ସେପ୍ଟେମ୍ୱର ସମସ୍ତଙ୍କ ପାଇଁ ଖୁସି ଓ ଆଶ୍ୱସ୍ତି ଆଣିପାରେ । ସେପ୍ଟମ୍ୱେର ମାସ ବେଳକୁ ରାଜ୍ୟରେ କେବଳ ୧୦୦୦ ଆକ୍ଟିଭ୍ କେସ୍ ବା ସକ୍ରିୟ ମାମଲା ରହିବ ।

Delhi Corona News: सितंबर तक बचेंगे सिर्फ हजार ऐक्टिव केस? दिल्ली पर 3 गुड न्यूज

            ଶନିବାର ଦିଲ୍ଲୀରେ ୧୧୯୮ ରୋଗୀ ଚିହ୍ନଟ ହୋଇଥିଲେ ଏବଂ ୧୨୦୧ ଜଣ ସୁସ୍ଥ ହୋଇଥିଲେ । ଦିଲ୍ଲୀରେ ସୁସ୍ଥତା ହାର ୯୦ ପ୍ରତିଶତ ରହିଛି । ବର୍ତ୍ତମାନ ଦିଲ୍ଲୀରେ ୧୦୭୦୫ କରୋନା ଆକ୍ଟିଭ୍ ମାମଲା ରହିଛି । ଆଶା କରାଯାଉଛି ଯେ, ଯେଉଁ ପ୍ରକାରେ ସଂକ୍ରମିତଙ୍କ ସଂଖ୍ୟା କମୁଛି ଏବଂ ସୁସ୍ଥତା ସଂଖ୍ୟା ବଢ଼ୁଛି ସେହିଅନୁଯାୟୀ ଅକ୍ୱୋବର ବେଳକୁ କେବଳ ୧ ହଜାର ଆକ୍ଟିଭ୍ କେସ୍ ରହିବ । ଦିଲ୍ଲୀରେ ଏଯାଏଁ ୯୦ ପ୍ରତିଶତ ଅର୍ଥାତ ୧ ଲକ୍ଷ ୨୨ ହଜାର ୧୩୧ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି  ।

ରାଜ୍ୟରେ ୧୪୩୪ କରୋନା ସଂକ୍ରମିତ ଚିହ୍ନଟ, ପୁଣି ସଂକ୍ରମଣର ଶୀର୍ଷରେ ଗଞ୍ଜାମ

ସିଲ୍‌ ଅଞ୍ଚଳ ଅର୍ଥାତ କଣ୍ଟେନମେଣ୍ଟ ଜୋନ୍ ମଧ୍ୟ ୪୯୬କୁ ଖସି ଆସିଛି । ସୋମବାର ଏହି ସଂଖ୍ୟା ୭୧୫ ଥିଲା ଏବଂ ଶେଷ କେସ୍ ଆସିବାର ୧୪ ଦିନ ପରେ  ସମ୍ପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ହଟାଇଦିଆଯାଉଛି । ପ୍ରଥମେ ଏହାର ଅବଧି ୨୮ ଦିନ ରଖାଯାଇଥିଲା । ଯଦି କେଉଁ ଗଳିରେ ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ସେହି ଅଞ୍ଚଳ ଏବଂ ଆଖପାଖ ଅଞ୍ଚଳକୁ ସିଲ୍ କରିଦିଆଯାଉଛି ।  ଏବଂ ଏହାର ଫଳ ସ୍ୱରୂପ ଦିଲ୍ଲୀରେ ଏବେ ୪୯୬ ଅଞ୍ଚଳ ସିଲ୍ ହୋଇରହିଛି । ଏବଂ ଏହି ଅଞ୍ଚଳରେ ୧ଲକ୍ଷ ୬ହଜାର ୨୧୧ ଲୋକ ରହୁଛନ୍ତି । ପ୍ରଥମ କଣ୍ଟେନମେଣ୍ଟ ଅଞ୍ଚଳରେ ରହୁଥିବା ଲୋକଙ୍କ ସଂଖ୍ୟା ୩.୫ ଲକ୍ଷ ଥିଲା ।

ରାଜ୍ୟରେ ଆହୁରି ୧୦ କରୋନାଜନିତ ମୃତ୍ୟୁ, ୧୯୭ରେ ପହଞ୍ଚିଲା ମୋଟ୍ ସଂଖ୍ୟା

ଆଜି ରାଜ୍ୟରେ ୧୦ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୪ ଜଣ ରହିଥିବା ବେଳେ ଖୋର୍ଦ୍ଧାର ୩, ସୁନ୍ଦରଗଡ, ଯାଜପୁର ଓ କଳାହାଣ୍ଡିରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତେବେ ସୁନ୍ଦରଗଡର ମୃତ ଘୋଷିତ ହୋଇଥିବା ବୟସଙ୍କ ବ୍ୟକ୍ତି ୭୩ ବର୍ଷ । ସେ ଡାଇବେଟିସ, ହାଇପରଟେନସନ୍ ଓ ହୃତଘାତଜନିତ ସମସ୍ୟାରେ ପିଡୀତ ଥିଲେ । ସେହିଭଳି ଖୋର୍ଦ୍ଧାର ୫୮ ବର୍ଷୀୟ ବ୍ୟକ୍ତି, ଭୁବନେଶ୍ୱର ୭୮ ବର୍ଷୀୟ ବୃଦ୍ଧା, ଖୋର୍ଦ୍ଧାର ୬୦ ବର୍ଷୀୟ ମହିଳା, ଯାଜପୁରର ୮୦ ବର୍ଷୀୟ ବୃଦ୍ଧ ଓ ଯାଜପୁରର ୫୭ ବର୍ଷୀୟ ମହିଳା ସମାନ ଅସୁସ୍ଥତା କାରଣ ଯୋଗୁଁ ଜୀବନ ହରାଇଛନ୍ତି ।

ଏମାନଙ୍କ ବ୍ୟତିରେକ ଗଞ୍ଜାମ ଜଣେ ୯୪ ବର୍ଷୀୟ ବୃଦ୍ଧା ଓ ୪୫ ବର୍ଷୀୟ ମହିଳା କରୋନା ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଛନ୍ତି । ସେହିଭଳି କଳାହାଣ୍ଡିର ଜଣେ ୬୨ ବର୍ଷର ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୭ରେ ପହଞ୍ଚିଛି । ସେହିଭଳି ଏବେର ମୃତକଙ୍କୁ ମିଶାଇବା ପରେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା ୧୦୩ରେ ପହଞ୍ଚିସାରିଛି । ଖୋର୍ଦ୍ଧା ଜିଲ୍ଲାରେ ୨୮ ଜଣ ଲୋକ ଏଯାବତ୍ ପ୍ରାଣ ହରାଇଲେଣି ।

 

ଚଳିତ ମାସରେ ଭ୍ୟାକ୍ସିନ୍‌କୁ ମିଳିବ ମଞ୍ଜୁରୀ, ୨ ମାସ ପରେ ଲୋକଙ୍କୁ ଦିଆଯିବ

ମସ୍କୋ: ଅକ୍ଟୋବରରୁ ଋଷ କରୋନା ଭୂତାଣୁ ବିରୋଧରେ ଏକ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଋଷର  ସ୍ୱାସ୍ଥ୍ୟମନ୍ତ୍ରୀ ମୁଖେଲ ମୁରାସ୍କୋ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶର ସ୍ୱାସ୍ଥ୍ୟ ଅଧିକାରୀମାନେ ଟିକାକରଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରଥମେ ଦେଶର ଡାକ୍ତର ଏବଂ ଶିକ୍ଷକମାନଙ୍କୁ ଟିକା ଦିଆଯିବ । ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ ଋଷର ରେଗୁଲେଟିଂ ଅଧିକାରୀମାନେ ଚଳିତ ମାସରେ ଦେଶର ପ୍ରଥମ କରୋନା ଭୂତାଣୁ ଟିକାକୁ ଅନୁମୋଦନ ଦେଇପାରନ୍ତି । ତେବେ ଟିକା ଶୀଘ୍ର ପ୍ରସ୍ତୁତ ହେବାକୁ ନେଇ କିଛି ବିଶେଷଜ୍ଞ ଉଦବେଗ୍ ପ୍ରକାଶ କରିଛନ୍ତି । ଏହାପୂର୍ବରୁ ଆମେରିକାର ମୁଖ୍ୟ ଭୂତାଣୁ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫାଉଚି କହିଥିଲେ ଯେ, ଋଷ ଏବଂ ଚୀନ୍ ପ୍ରକୃତରେ ଟିକାର ପରୀକ୍ଷଣ କରୁଛନ୍ତି ।

इसी माह वैक्सीन को मंजूरी, 2 महीने बाद लोगों को मिलेगी खुराक: रूस

ସେ ବିଶ୍ୱାସ କରନ୍ତି ନାହିଁ ଯେ, ଆମେରିକା ପୂର୍ବରୁ ସେମାନେ ଟିକା ପ୍ରସ୍ତୁତ କରିପାରିବେ ଏବଂ ଆମେରିକାକୁ ସେମାନଙ୍କ ଉପରେ ନିର୍ଭର ହେବାକୁ ପଡ଼ିବ । ସାରା ବିଶ୍ୱରେ କରୋନା ଭୂତାଣୁର ୨୦ରୁ ଅଧିକ ପ୍ରକାର ଟିକା ଉପରେ କାମ କରାଯାଉଛି । ଏଥି ସହିତ ଋଷର ସ୍ୱାସ୍ଥ୍ୟମନ୍ତ୍ରୀ ମୁଖେଲ ମୁରାସ୍କୋ କହିଛନ୍ତି ଯେ, ମସ୍କୋରେ ଅବସ୍ଥିତ ଗାମାଲା ଇନ୍‌ଷ୍ଟିଚ୍ୟୁଟ୍ ଟିକାର କ୍ଲିନିକାଲ ଟେଷ୍ଟିଂ ଶେଷ କରିଛି ଏବଂ ବର୍ତ୍ତମାନ କାଗଜପତ୍ର କାର୍ଯ୍ୟ କରାଯାଉଛି ।

ରାଜ୍ୟରେ ୧୪୩୪ କରୋନା ସଂକ୍ରମିତ ଚିହ୍ନଟ, ପୁଣି ସଂକ୍ରମଣର ଶୀର୍ଷରେ ଗଞ୍ଜାମ

ବର୍ତ୍ତମାନ ପର୍ଯ୍ୟନ୍ତ ଋଷରେ 845,443 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ 14,058 ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ, ବିଶ୍ୱରେ କରୋନା ଭୂତାଣୁ ପଜିଟିଭ ଲୋକଙ୍କ ସଂଖ୍ୟା ୧୮ ମିଲିୟନରୁ ଅଧିକ ରହିଛି ।

ରାଜ୍ୟରେ ୧୪୩୪ କରୋନା ସଂକ୍ରମିତ ଚିହ୍ନଟ, ପୁଣି ସଂକ୍ରମଣର ଶୀର୍ଷରେ ଗଞ୍ଜାମ

ଶନିବାର ରାଜ୍ୟରେ ୧୪୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟାଇନରେ ଥିଲେ ।  ବାକି ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୫୪୫ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କରୋନା ସଂକ୍ରମିତଙ୍କ ଜିଲ୍ଲାଓ୍ୱାରୀ ତାଲିକା ଅନୁଯାୟୀ, ଗଞ୍ଜାମରୁ ୩୨୦, କଟକରୁ ୧୨୩, ଖୋର୍ଦ୍ଧାରୁ ୨୧୮, ରାୟଗଡାରୁ ୧୯୭, ସୁନ୍ଦରଗଡ଼ରୁ ୭୬, ପୁରୀରୁ ୬୫, ସମ୍ୱଲପୁରରୁ ୫୧, ଯାଜପୁରରୁ ୫୭, କନ୍ଧମାଳରୁ ୪୪ଜଣ, ଗଜପତିରୁ ୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ଅନ୍ୟ ଜିଲ୍ଲାରେ ଅପେକ୍ଷାକୃତ ଭାବେ କମ୍ ସଂଖ୍ୟକ ସଂକ୍ରମିତ ରହିଛନ୍ତି । ଅନୁଗୁଳରେ ୯ , ବାଲେଶ୍ୱରରେ ୧୨, ବରଗଡରେ ୫, ଭଦ୍ରକରେ ୨୫, ବୌଦ୍ଧରେ ୫, ଦେଓଗଡ଼ରେ ୨, ଢେଙ୍କାନାଳରେ ୨, ଜଗତସିଂହପୁରରେ ୧୩, ଝାରସୁଗୁଡ଼ା ୬, କଳାହାଣ୍ଡିରେ ୧୮, କେନ୍ଦୁଝରରେ ୨, କୋରାପୁଟରେ ୧୨, ମାଲକାନଗିରିରେ ୨୪, ମୟୁରଭଞ୍ଜରେ ଜଣେ, ନବରଙ୍ଗପୁରରେ ୨, ନୟାଗଡ଼ରେ ୮, ନୂଆପଡ଼ାରେ ୭ ଓ ସୋନପୁରରେ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟର କରୋନା ଆକ୍ଟିଭ୍ ପଜେଟିଭ୍ ସଂଖ୍ୟା ସୋମବାର ସୁଦ୍ଧା ୧୩୪୦୪ ରହିଛି । ଏମାନଙ୍କ ଚିକିତ୍ସା ଚାଲୁ ରହିଛି ।

ୟୁପି କ୍ୟାବିନେଟ୍ ମନ୍ତ୍ରୀଙ୍କ ଦେହାନ୍ତ: ୨ ସପ୍ତାହ ପୂର୍ବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ

ଲକ୍ଷ୍ମୌ: ଉତ୍ତରପ୍ରଦେଶରେ କ୍ୟାବିନେଟ୍ ମନ୍ତ୍ରୀ ଥିବା କମଳ ବରୁଣଙ୍କ ନିଧନ ହୋଇଛି । ତାଙ୍କ ପୂରା ନାମ ହେଉଛି କମଳ ରାଣୀ ବରୁଣ । ସେ ୟୁପି ବିଧାନସଭାର ସଦସ୍ୟ ନିର୍ବାଚିତ ହେବା ପୂର୍ବରୁ ସାଂସଦ ମଧ୍ୟ ରହିଥିଲେ । କମଳ ରାଣୀ ୟୁପି ସରକାରଙ୍କ  ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଥିଲେ । କମଳ ବରୁଣ କରୋନା ସଂକ୍ରମିତ ହୋଇ ଲକ୍ଷ୍ମୌ ପିଜିଆଇରେ ଭର୍ତ୍ତି ହୋଇଥିଲା ଏବଂ ତାଙ୍କ ଚିକିତ୍ସା ଚାଲିଥିଲା  ।

କମଳ ରାଣୀ ବରୁଣ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ସେ ଗତ ୧୮ ଜୁଲାଇରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ମୌ ପିଜିଆରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ରବିବାର ତାଙ୍କର ନିଧନ ହୋଇଛି । ସେ ୩ ମଇ ୧୯୫୮ରେ ଜନ୍ମଗ୍ରହଣ କରିଥିଲେ ।  ତାଙ୍କ ବିୟୋଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶ ସରକାରରେ ତାଙ୍କ ସହଯୋଗୀ ଥିବା କ୍ୟାବିନେଟ୍ ମନ୍ତ୍ରୀ କମଳ ରାଣୀ ବରୁଣୀଙ୍କ ଏଭଳି ଅକାଳ ବିୟୋଗ ତାଙ୍କୁ ବ୍ୟଥିତ କରିଛି ।

କୋଭିଡ୍ କଟକଣା ଭିତରେ କଟକ ସହରର ହୁଗୁଳା ଆଇନ ବ୍ୟବସ୍ଥା, ପୋଲିସର ଅବହେଳା…

0

କଟକ ସହରରେ କୋଭିଡ୍ କଟକଣା ହୁଗୁଳା ହୋଇ ପଡିଛି । ପୋଲିସ ଦାୟିତ୍ୱସମ୍ପୂର୍ଣ୍ଣ ନହେବା ହେତୁ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ପୋଲିସର ଚରମ ଅବହେଳା ସାମ୍ନାକୁ ଆସିଛି । ସହରର ୭୫ରୁ ଅଧିକ ସ୍ଥାନରେ ଚେକିଂ ପଏଣ୍ଟ କରାଯାଇଥିଲା  । କିଛି ପଏଣ୍ଟରେ ପୋଲିସ ନଥିବାବେଳେ ଆଉ କିଛି ପଏଣ୍ଟରେ ଦୁଇ ତିନି ଘଣ୍ଟା ଚେକିଂ କରି ମୋବାଇଲ କିମ୍ବା ପରସ୍ପର ମଧ୍ୟରେ ଆଳାପରେ ମଜ୍ଜି ଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ହାଇକୋର୍ଟ ଛକରେ ପୋଲିସ ସ୍ୱାସ୍ଥ୍ୟ କର୍ମୀ ବିନା କାରଣରେ ହଇରାଣ ମଧ୍ୟ କରିବାର ଚିତ୍ର ସାମ୍ନାକୁ ଆସିଛି ।

ଚିଠା ଓ ଗାଡି କାଗଜ ପତ୍ର ଠିକ ଥାଇ ମଧ୍ୟ ଲାଞ୍ଚ ନେବା ପରେ ଯିବାକୁ ଅନୁମତି ଦେଉଛି ପୋଲିସ  ।  ଏହାବ୍ୟତୀତ ସହରର ପେଟ୍ରୋଲିଂ ବରିଷ୍ଠ ଅଧିକାରୀମାନଙ୍କୁ ଦେଖିବାକୁ ମିଳୁନି । ଯାହା ଫଳରେ ଅନେକ ପୋଲିସ କର୍ମଚାରୀ ଛକ ଛକରେ ବସି ଖଟି କରୁଛନ୍ତି । ଅଳ୍ପ ସମୟ ଡ୍ୟୁଟି କରି ବାର୍ତ୍ତାଳାପରେ ମାତୁଛନ୍ତି । ଏହାବ୍ୟତୀତ କଟକ ସହରର ଅନେକ ସ୍ଥାନରେ ବେଆଇନ ଚାଲାଣ ମଧ୍ୟ କଟା ଯାଉଛି ।

ଅପରପାର୍ଶ୍ୱରେ ପୋଲିସ ଭ୍ୟାନ୍ ଓ ପିସିଆର୍ କର୍ମଚାରୀମାନେ ବିନା ସିଟ୍ ବେଲ୍ଟରେ ବୁଲୁଥିବା ବେଳେ ସେମାନଙ୍କ ଉପରେ ଫାଇନ ଲାଗୁ ହୋଇନାହିଁ । ଏଭଳି ପକ୍ଷପାତକୁ ନେଇ ବିରୋଧ କରିଛନ୍ତି କଟକ ସହର ବାସିନ୍ଦା । ପୋଲିସ ଓ ସାଧାରଣ ଲୋକଙ୍କ ପାଇଁ ଆଇନ କଣ ପୃଥକ ବୋଲି ପ୍ରଶ୍ନ କରିଛନ୍ତି ।

ଦେଶରେ ଆଉ ୫୪ ହଜାର ୭୩୬ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୫୪ହଜାର ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୮୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଲିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ଲକ୍ଷ ଟପିଛି । ଆକ୍ଟିଭ୍ କେସ୍ ରହିଛି ୫ଲକ୍ଷ ୬୭ହଜାର ୭୩୦ । ସୁସ୍ଥ ହେଲେଣି ୧୧ଲକ୍ଷ ୪୫ହଜାର ୬୩୦ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୩୭ହଜାର ୩୬୪କୁ ବୃଦ୍ଧି ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୪ଲକ୍ଷ ୩୧ହଜାର ୭୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୫ହଜାର ୩୧୬କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ ୨ଲକ୍ଷ ୫୧ହଜାର ୭୩୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେ ୪ହଜାର ୩୪ଜଣହ୍କ ମୃତ୍ୟୁ ହୋଲାଣି । ଆନ୍ଧ୍ରପ୍ରଦେଶରେ ଲକ୍ଷେ ୫୦ହଜାର ୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋିଥିବା ବେଳେ ୧୪ଶହ ୭ଜଣଙ୍କ ମୃତ୍ୟୁ ହୋଲଣି । ଦିଲ୍ଲୀରେ ଲକ୍ଷେ୩୬ହଜାର ୭୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୮୯ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ଲକ୍ଷେ ୨୯ହଜାର ୨୮୭ଜଣ ଚିହ୍ନଟ ହୋଇଥିବା ବେଳେ୨୪ଶହ ୧୨ଜଣଙ୍କ ମୃତ୍ୟୁ ହୋଇଛି । ୟୁପିରେ କରୋନା ଗ୍ରାଫ୍ ବଢ଼ିବାରେ ଲାଗିଛି । ଲକ୍ଷେ ପାଖାପାଖି ହେଲାଣି କ୍ରନା୍ତ ଆକ୍ରାନ୍ତଙ୍କ ସଂଖ୍ୟା ମୃତ୍ୟୁସଂଖ୍ୟା ୧୬ଶହ ୭୭ ।

ବିରାଟ କୋହଲୀ ଓ ତମନ୍ନା ଭାଟିଆଙ୍କ ନାଁରେ ମକଦ୍ଦମା ଚଳାଇବାକୁ ଆବେଦନ

ଆଜିଠୁ ରାଜଧାନୀରେ ମଲ୍ ଖୋଲିଲା, ସାମାଜିକ ଦୂରତ୍ୱକୁ ଧ୍ୟାନରେ ରଖି ହେବ କିଣାବିକା….

କଟକଣା ଭିତରେ ରାଜଧାନୀରେ ଖୋଲିଲା ସପିଂମଲ । ତେବେ ମଲ ମଧ୍ୟରେ ଥିବା ଫୁଡ୍ କୋର୍ଟ ଖୋଲିବାକୁ ମନାକରାଯାଇଛି । ସିନେମା ହଲ, ପିଲାଙ୍କ ପାଇଁ ଖେଳିବା ଜୋନ୍ ବନ୍ଦ ରହିବ । ମଲ ପରିସରରେ କୌଣସି ଏକତ୍ରୀକରଣକୁ ବାରଣ କରାଯାଇଛି । ମଲ ଭିତରେ ସୋସିଆଲ ଡିଷ୍ଟାନ୍ସକୁ ବାଧ୍ୟତାମୂଳକ କରାଯାଇଛି । ପରସ୍ପର ମଧ୍ୟରେ ୬ ଫୁଟର ଦୂରତା ରଖିବା ବାଧ୍ୟତାମୂଳକ । ଦୋକାନୀ ଓ ଗ୍ରାହକଙ୍କ ପାଇଁ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ ରହିବ ।

ଆରୋଗ୍ୟ ସେତୁ ଆପ ଡାଉନଲୋଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୟସ୍କ, ଗର୍ଭବତୀ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଘରେ ରହି କାମ କରିବେ । ସପିଂ ମଲ ମଧ୍ୟରେ ଛେପ ପକାଇବା ଦଣ୍ଡନୀୟ ଅପରାଧ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।କରୋନା କଟକଣା ମଧ୍ୟରେ ଜୀବନ ଜୀବିକା ଠପ୍ ହୋଇଯାଇଥିବା ବେଳେ ଆର୍ଥିକ ଗତିବିଧିକୁ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ।

କରୋନା କଟକଣା ମଧ୍ୟରେ ଜୀବକ ଉପାର୍ଜନର ପନ୍ଥାକୁ ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କରୋନା କଟକଣା ଯୋଗୁଁ ଲୋକଙ୍କ ଜୀବିକା ଠପ୍ ହୋଇଯାଇଥିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ କଟକଣା ମଧ୍ୟରେ ଆର୍ଥିକ କାରବାରକୁ ସ୍ୱାଭାବିକ କରାଯାଉଛି । ଏହି କ୍ରମରେ ସପିଂ ମଲ୍‌ ଖୋଲାଯିବା ନେଇ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ବଲିଉଡ୍ ମାଫିଆଙ୍କ ଚାପରେ ସୁଶାନ୍ତଙ୍କ ଦୋଷୀଙ୍କୁ ବଞ୍ଚାଉଛନ୍ତି ଠାକ୍‌ରେ: ସୁଶୀଲ ମୋଦି

ପାଟଣା: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସୁଶୀଲ ମୋଦିଙ୍କ ଗୁରୁତର ଅଭିଯୋଗ । ବଲିଉଡ୍ ମାଫିଆଙ୍କ ଚାପରେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ସେ ଆହୁରୀ କହିଛନ୍ତି ଯେ, ରାଜପୁତଙ୍କ ଲିଭ୍‌-ଇନ୍-ପାର୍ଟନର ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ମଧ୍ୟ ମୁମ୍ୱାଇ ପୋଲିସ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ସୁଶୀଲ ମୋଦି ।

            କଂଗ୍ରେସ ପୃଷ୍ଠପୋଷକତାରେ ଥିବା ବଲିଉଡ୍ ମାଫିଆଙ୍କ ଯୋଗୁଁ ଉଦ୍ଧବ ଠାକ୍‌ରେ ଚାପରେ ଅଛନ୍ତି । ତେଣୁ ସେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଦାୟୀ ସମସ୍ତଙ୍କୁ ଉଦ୍ଧାର କରିବାକୁ ଆଗ୍ରହୀ ଅଟନ୍ତି । ଏଥିସହିତ ବିହାର କଂଗ୍ରେସ କିପରି ଲୋକଙ୍କୁ ମୁହଁ ଦେଖାଇବ ବୋଲି ଟ୍ୱିଟ୍ କରି ପ୍ରଶ୍ନ ପଚାରିଛନ୍ତି ମୋଦି । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ ହେବାର ଅଛି । ବିହାରରେ କଂଗ୍ରେସ ଦଳ ବିରୋଧୀ ଦଳର ଏକ ଅଂଶ ହୋଇଥିବାରୁ ମୋଦୀଙ୍କ ମନ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

Uddhav Thackeray - Coronavirus pandemic: Leaders don face-covering ...

ଅପରପକ୍ଷରେ ସୁଶୀଲ ମୋଦିଙ୍କ ଅଭିଯୋଗର ଜବାବ ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ସେ ମୁମ୍ୱାଇ ପୋଲିସର କାର୍ଯ୍ୟକଳାପକୁ ଠିକ୍ ଦର୍ଶାଇବା ସହ ସୁଶାନ୍ତ ମୃତ୍ୟୁ  ମାମଲାରେ କାହା ପାଖରେ କୌଣସି ପ୍ରକାର ପ୍ରମାଣ ଥିଲେ ଆଗକୁ ଆସି ପ୍ରଦାନ କରିବାକୁ କହିଛନ୍ତି ଠାକ୍‌ରେ  ।  ଏଥିସହିତ ଏହି ମାମଲାକୁ ବିହାର ଓ ମହାରାଷ୍ଟ୍ରମଧ୍ୟରେ ବିବାଦର କାରଣ ନ କରିବାକୁ  ଦାବି କରିଛନ୍ତି ।

ବିରାଟ କୋହଲୀ ଓ ତମନ୍ନା ଭାଟିଆଙ୍କ ନାଁରେ ମକଦ୍ଦମା ଚଳାଇବାକୁ ଆବେଦନ

ସଂକ୍ରମଣ ଥମୁନି, ରୋକିବା ପାଇଁ ଅଗଷ୍ଟ ୧୪ ଯାଏଁ କୋରାପୁଟ ଜିଲ୍ଲା ଲକଡାଉନ୍

କୋରାପୁଟ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଠାରୁ ଅଗଷ୍ଟ ୧୪ ଯାଏଁ ଲକଡାଉନ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଚେନ୍ ବ୍ରେକ୍ ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଲୋକେ ପ୍ରଶାସନର ନିୟମ ମାନି ଜରୁରୀ କାମ ଥିଲେ ଘରୁ ବାହାରନ୍ତୁ, କାମ ନଥିଲେ ଘରୁ ନାବାହାରିବାକୁ କୁହାଯାଇଛି ।

ଜିଲ୍ଲାରେ ୧୫ହଜାର ୫୫୩ ଜଣଙ୍କ ସ୍ୱାବ ଟେଷ୍ଟ  କରାଯାଇଥିବା ବେଳେ ସେଥିରୁ ୮୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ୩୮୧ ଜଣ ସୁସ୍ଥ ହୋଇ ଫେରିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଏବେ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ଏଥିପାଇଁ ସକାଳ ୬ଟା ରୁ ଦିନ ୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସାଧାରଣ ଲୋକେ ଘରୁ ବାହାରି ପାରିବେ । ଅନ୍ୟ ସମୟରେ ବିନା ଜରୁରୀକାଳୀନ କାର୍ଯ୍ୟରେ ବାହାରକୁ ଆସିପାରିବେ ନାହିଁ ।