ୟୁପି କ୍ୟାବିନେଟ୍ ମନ୍ତ୍ରୀଙ୍କ ଦେହାନ୍ତ: ୨ ସପ୍ତାହ ପୂର୍ବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ

1 min read

ଲକ୍ଷ୍ମୌ: ଉତ୍ତରପ୍ରଦେଶରେ କ୍ୟାବିନେଟ୍ ମନ୍ତ୍ରୀ ଥିବା କମଳ ବରୁଣଙ୍କ ନିଧନ ହୋଇଛି । ତାଙ୍କ ପୂରା ନାମ ହେଉଛି କମଳ ରାଣୀ ବରୁଣ । ସେ ୟୁପି ବିଧାନସଭାର ସଦସ୍ୟ ନିର୍ବାଚିତ ହେବା ପୂର୍ବରୁ ସାଂସଦ ମଧ୍ୟ ରହିଥିଲେ । କମଳ ରାଣୀ ୟୁପି ସରକାରଙ୍କ  ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଥିଲେ । କମଳ ବରୁଣ କରୋନା ସଂକ୍ରମିତ ହୋଇ ଲକ୍ଷ୍ମୌ ପିଜିଆଇରେ ଭର୍ତ୍ତି ହୋଇଥିଲା ଏବଂ ତାଙ୍କ ଚିକିତ୍ସା ଚାଲିଥିଲା  ।

କମଳ ରାଣୀ ବରୁଣ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ସେ ଗତ ୧୮ ଜୁଲାଇରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ମୌ ପିଜିଆରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ରବିବାର ତାଙ୍କର ନିଧନ ହୋଇଛି । ସେ ୩ ମଇ ୧୯୫୮ରେ ଜନ୍ମଗ୍ରହଣ କରିଥିଲେ ।  ତାଙ୍କ ବିୟୋଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶ ସରକାରରେ ତାଙ୍କ ସହଯୋଗୀ ଥିବା କ୍ୟାବିନେଟ୍ ମନ୍ତ୍ରୀ କମଳ ରାଣୀ ବରୁଣୀଙ୍କ ଏଭଳି ଅକାଳ ବିୟୋଗ ତାଙ୍କୁ ବ୍ୟଥିତ କରିଛି ।

Leave a Reply