କୋଭିଡ୍ କଟକଣା ଭିତରେ କଟକ ସହରର ହୁଗୁଳା ଆଇନ ବ୍ୟବସ୍ଥା, ପୋଲିସର ଅବହେଳା…

କଟକ ସହରରେ କୋଭିଡ୍ କଟକଣା ହୁଗୁଳା ହୋଇ ପଡିଛି । ପୋଲିସ ଦାୟିତ୍ୱସମ୍ପୂର୍ଣ୍ଣ ନହେବା ହେତୁ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ପୋଲିସର ଚରମ ଅବହେଳା ସାମ୍ନାକୁ ଆସିଛି । ସହରର ୭୫ରୁ ଅଧିକ ସ୍ଥାନରେ ଚେକିଂ ପଏଣ୍ଟ କରାଯାଇଥିଲା  । କିଛି ପଏଣ୍ଟରେ ପୋଲିସ ନଥିବାବେଳେ ଆଉ କିଛି ପଏଣ୍ଟରେ ଦୁଇ ତିନି ଘଣ୍ଟା ଚେକିଂ କରି ମୋବାଇଲ କିମ୍ବା ପରସ୍ପର ମଧ୍ୟରେ ଆଳାପରେ ମଜ୍ଜି ଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ହାଇକୋର୍ଟ ଛକରେ ପୋଲିସ ସ୍ୱାସ୍ଥ୍ୟ କର୍ମୀ ବିନା କାରଣରେ ହଇରାଣ ମଧ୍ୟ କରିବାର ଚିତ୍ର ସାମ୍ନାକୁ ଆସିଛି ।

ଚିଠା ଓ ଗାଡି କାଗଜ ପତ୍ର ଠିକ ଥାଇ ମଧ୍ୟ ଲାଞ୍ଚ ନେବା ପରେ ଯିବାକୁ ଅନୁମତି ଦେଉଛି ପୋଲିସ  ।  ଏହାବ୍ୟତୀତ ସହରର ପେଟ୍ରୋଲିଂ ବରିଷ୍ଠ ଅଧିକାରୀମାନଙ୍କୁ ଦେଖିବାକୁ ମିଳୁନି । ଯାହା ଫଳରେ ଅନେକ ପୋଲିସ କର୍ମଚାରୀ ଛକ ଛକରେ ବସି ଖଟି କରୁଛନ୍ତି । ଅଳ୍ପ ସମୟ ଡ୍ୟୁଟି କରି ବାର୍ତ୍ତାଳାପରେ ମାତୁଛନ୍ତି । ଏହାବ୍ୟତୀତ କଟକ ସହରର ଅନେକ ସ୍ଥାନରେ ବେଆଇନ ଚାଲାଣ ମଧ୍ୟ କଟା ଯାଉଛି ।

ଅପରପାର୍ଶ୍ୱରେ ପୋଲିସ ଭ୍ୟାନ୍ ଓ ପିସିଆର୍ କର୍ମଚାରୀମାନେ ବିନା ସିଟ୍ ବେଲ୍ଟରେ ବୁଲୁଥିବା ବେଳେ ସେମାନଙ୍କ ଉପରେ ଫାଇନ ଲାଗୁ ହୋଇନାହିଁ । ଏଭଳି ପକ୍ଷପାତକୁ ନେଇ ବିରୋଧ କରିଛନ୍ତି କଟକ ସହର ବାସିନ୍ଦା । ପୋଲିସ ଓ ସାଧାରଣ ଲୋକଙ୍କ ପାଇଁ ଆଇନ କଣ ପୃଥକ ବୋଲି ପ୍ରଶ୍ନ କରିଛନ୍ତି ।

Leave a Reply