spot_img
Home Blog Page 6707

ଟିକେ ବର୍ଷାର ଲୋଭ ଦେଖାଇ ବର୍ଷା ଗାଏବ, ଏବେ ଧାନ ରୋଇ ଚିନ୍ତାରେ ଚାଷୀ

ନବରଙ୍ଗପୁର: ଆଷାଢ ଯାଇ ଶ୍ରାବଣ ଶେଷ ହେବାକୁ ବସିଲାଣି, ହେଲେ ବର୍ଷାର ଦେଖାନାହିଁ  । ଚଳିତ ବର୍ଷ ପ୍ରଥମରୁ ବର୍ଷା ଦେଖି ଭଲ ଅମଳର ଆଶା ରଖିଥିଲେ ଚାଷୀ । ହେଲେ ଏବେ ଜୁନ୍ ଜୁଲାଇରେ ବର୍ଷା ଉଭେଇ ଯାଇଛି । ଆଉ ଚାଷ ଆରମ୍ଭ କରିଥିବା ଚାଷୀ ପାଣି ନପାଇ ବର୍ଷାକୁ ଚାତକ ଭଳି ଅନାଇ ରହିଛନ୍ତି  । ମୌସୁମୀ ଆସିଲା ସତ, ହେଲେ ଉଭେଇ ଯାଇଛି ବର୍ଷା  । ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ହାତବାନ୍ଧି ବସିଛି ଚାଷୀ ।

ଶ୍ରାବଣ ମାସରେ ବର୍ଷାର ଦେଖାନାହିଁ  । ଯିଏ ଯେମିତି ପାଣି ମଡ଼ାଇ ଚାଷ କରିଥିବା ବେଳେ ଏବେ ଜଳସେଚନ ଅଭାବରୁ ଧାନତଳି ପୋଡ଼ି ଗଲାଣି । ନବରଙ୍ଗପୁର ଅଞ୍ଚଳରେ ହେକ୍ଟ ହେକ୍ଟର ଜମିରେ ରୁଆ କାମ ଶେଷ ହୋଇଥିବା ବେଳେ ପାଣି ଅଭାବରୁ ତଳି ଶୁଖି ଗଲାଣି । ଏଭଳି ସ୍ଥିତି ଆଗକୁ ଲାଗିରହିଲେ ମରୁଡି ଆଶଙ୍କା ରହିଛି । ଏନେଇ ଆମେ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିବା ବେଳେ, ଆଗାମୀ କିଛି ଦିନ ସମାନ ସମସ୍ୟା ରହିଲେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ସରକାରଙ୍କୁ ଦିଆଯିବ ବୋଲି ଜଣାଇଛନ୍ତି  ।

ସେପଟେ ଯାଜପୁର ବଡ଼ଚଣା ବ୍ଲକ ଅଣକା ପଞ୍ଚାୟତରେ ବି ସମାନ ସମସ୍ୟା ଦେଖାଦାଇଛି । ବର୍ଷା ଅଭାବ ଯୋଗୁ ଚାଷ ଜମି ଫାଟି ଆଁ କରିଥିବା ବେଳେ ପାଣି ନପାଇ ତଳି ନଷ୍ଟ ହେଲାଣି । ଚାଷ କାମ ଅଧାରେ ରହିବା ଯୋଗୁ ଚାଷୀଙ୍କ ଚିନ୍ତା ବଢିଛି । ଧାର କରଜ କରି ଚାଷ ଆରମ୍ଭ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି  । ଆଉ କିଛି ଦିନ ବର୍ଷା ନହେଲେ ଆଗକୁ ମରୁଡି ଡର ରହିଛି । ଏଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

କଟକରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ:.. ଅଧିକ ଟେଷ୍ଟିଂ ଉପରେ ଦିଆଯାଇଛି ଗୁରୁତ୍ୱ

କଟକ: କଟକରେ କରୋନା ନେଇ ରାଜ୍ୟ ସରକାରଙ୍କ ସୂଚନା । ଜିଲ୍ଲାରେ ମୋଟ୍ ୨୨୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ଅଞ୍ଚଳରୁ ୧୦୦୦ ଜଣ ଚିହ୍ନଟ ହୋଇଛନ୍ତି  । ତେବେ ବର୍ତ୍ତମାନ ଅଧିକରୁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଥିବା ସୂଚନା ରହିଛି । ଏବେ ସୁଦ୍ଧା କଟକରେ ୩୬ ହଜାର ଟେଷ୍ଟ କରାଯାଇଛି  । ଟେଷ୍ଟିଂ ପାଇଁ ଘରୋଇ ଲ୍ୟାବକୁ ଅନୁମତି ମିଳିଛି  । ଅନଲକ ୩.୦ ଘୋଷଣା ହୋଇଥିବାରୁ ସମସ୍ତଙ୍କ ଦାୟିତ୍ୱ ବଢ଼ିଥିବା ବେଳେ ଘରୁ ଯଥାସମ୍ଭବ କମ୍ ବାହାରିବାକୁ ପରାମର୍ଶ ଦିଆଯାଇଛି  ।

କଟକରେ ମୋଟ ୧୩ଟି ବ୍ଲକ ଲେଭସ ଟେଷ୍ଟି ହେଉଛି । କଟକ ମ୍ୟୁନିସିପାଲ ଅଞ୍ଚଳରେ ମୋବାଇଲ ସ୍ୱାବ କନେକ୍ସସନ କରାଯାଉଛି । ୧୫ ଟି ରାପିଡ ରେସପନ୍ସ କଟେଲଟର ଟିମ ରହିଛି । ଏପରିକି ପ୍ରାଇଭେଟ ଲାବୋରେଟୋରୀ ଗୁଡ଼ିକରେ ମଧ୍ୟ ସାମ୍ପେଲ ଟେଷ୍ଟ କରାଯିବ । କଟକରେ ବିଭିନ୍ନ କୋଭିଡ ହସ୍ପିଟାଲ ଗୁଡ଼ିକରେ ୨୧୦୦ଟି ବେଡ଼ ଥିବାବେଳେ ବେଡ ସଂଖ୍ୟା ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ କଟକରେ ମୋଟ ୧୫୦ଟି କୋଭିଡ ହସ୍ପିଟାଲ ରହିଛି ।

କଟକରେ ଅନଲକ ୩.୦ର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା କମର୍ସିଆଲ ଆକଟିଭିଟିଜ୍ କୁ ଅଧିକ ଗୁରୁତ୍ୱ ଦିଆଯିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା, ହାତ ଧୋଇବାକୁ ଲୋକମାନଙ୍କୁ କୁହାଯାଉଛି ।

ସେପଟେ ପୁରୁଣା ରାଉସାପାଟଣାରୁ କଣ୍ଟେନମେଣ୍ଟ ଉଠାଇ ନିଆଯିବା ବେଳେ କେବଳ ଅଳ୍ପକିଛି ଜାଗାରେ କଣ୍ଟେନମେଣ୍ଟ କଟକଣା ରହିବ । ବେହେରା ସାହିରେ ଅଧିକ ଲୋକ ପଜିଟିଭ ରହିଥିବାରୁ , ସେଥିପାଇଁ ସ୍ୱତନ୍ତ୍ର ନଜର ରହିଛି  । କରୋନା କାହାକୁ ବି ହୋଇପାରେ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ  । କରୋନା ରୋଗୀଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦିଆଯାଇଛି  ।

କରୋନା କବଳରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା କାୟାରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଫିଲ୍ମ ଷ୍ଟାର ମଧ୍ୟ ଏହାର କବଳରେ ଆସିଛନ୍ତି  । ତେବେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  । ଅମିତ ଶାହା ନିଜେ ଟ୍ୱିଟ୍‌ କରି ଏହା ଜଣାଇଛନ୍ତି  ।

 

ସେ କହିଛନ୍ତି ତାଙ୍କର ପ୍ରଥମେ ଥଣ୍ଡା କାଶ ହୋଇଥିଲା ଭଳି କିଛି କରୋନା ଲକ୍ଷଣ ସେ ଅନୁଭବ କରିଥିଲେ । ପରେ ସେ ତାଙ୍କର କୋଭିଡ ଟେଷ୍ଟ କରାଇଥିଲେ । ଟେଷ୍ଟରେ ଅମିତ ଶାହା କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ ।  ସେ ଆହୁରି ମଧ୍ୟ ସଚେତନ କରାଇବା ପାଇଁ କହିଛନ୍ତି ଯେ ତାଙ୍କ ସହ ଏହି କିଛି ଦିନ ମଧ୍ୟରେ କେହି ଯଦି ସଂସ୍ପର୍ଶରେ ଆସିଛନ୍ତି ତେବେ ସେହି ବ୍ୟକ୍ତି ମାନେ ନିଜକୁ ଆଇସୋଲେସନରେ ରଖିବା ଜରୁରୀ ।

ଅମିତ ଶାହା ଏବେ ସୁସ୍ଥ ଅଛନ୍ତି ବୋଲି ସେ ଟ୍ୱିଟ କରି କହିଛନ୍ତି । ତାଙ୍କର ଦେହ ଏବେ ଭଲ ଅଛି ସେ ଏବେ ହସ୍ପିଟାଲରେ ଅଛନ୍ତି । ତେବେ ଏଠାରେ ଏବେ ବଡ଼ ପ୍ରଶ୍ନ ଉଠୁଛି ଯେତେବେଳେ କେନ୍ଦ୍ରରେ କରୋନା ସଂକ୍ରମଣ ପହଞ୍ଚିଲାଣି  । ଆଗକୁ ଆଉ କେଉଁ କେଉଁ କେନ୍ଦ୍ର ମନ୍ତ୍ରୀ କରୋନା ପଜିଟିଭ ବାହାରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ ।

ଅମିତ ଶାହାଙ୍କୁ କରୋନା ହୋଇଥିବା ଖବର ଆସିବା ପରେ ବଡ଼ ବଡ଼ ରାଜନେତା ଠାରୁ ଆରମ୍ଭ କରି ସାଧାରଣ ଜନତା ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟ ମଧ୍ୟ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶାହାଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି ।

ସବ୍ୟସାଚୀଙ୍କ ସହାୟତା, ସୁରୁଖୁରୁରେ ଘରେ ପହଂଚିଲେ ଫୁଟବଲ ଖେଳାଳି

ଭୁବନେଶ୍ୱର:  କାହାର ଜୀବନ ନେଇଛି ତ ଆଉ କାହାର ସ୍ୱପ୍ନ ଭାଙ୍ଗି ଦେଇଛି  ବିଂଶ ଶତାଦ୍ୱୀର ଏହି କୋରନା ଭୂତାଣୁ ମହାମାରୀ । ଜାତୀୟ ସ୍ତରରେ ଖେଳିବା ପାଇଁ ଆଖିରେ ଆଖିଏ ସ୍ୱପ୍ନ ନେଇ ସୁଦୂର କୋରାପୁଟରୁ ଭୁବନେଶ୍ୱର ଆସିଥିଲେ ଫୁଟବଲ ଖେଳାଳି ରାଜୁ ହରିଜନ, ସୁଜିତ ସେଠିଆ ଏବଂ ସନ୍ତୋଷ ଫିଲିପ୍ସ । କିନ୍ତୁ  ନିଷ୍ଠୁର ମହାମାରୀ କୋରନା ସେମାନଙ୍କୁ ରାସ୍ତା କଡ଼କୁ ନେଇ ଆସିଲା । ଯାହାପରେ ବାଧ୍ୟ ହୋଇ ଭୁବନେଶ୍ୱର ସ୍ଥିତ ରସୁଲଗଡ଼ରେ ଥିବା ଏକ ଆପାର୍ଟମେଂଟରେ ସିକ୍ୟୁରିଟି ଗାର୍ଡ଼ ଭାବରେ ତିନିଜଣ କାମ କରିବାକୁ ଲାଗିଲେ , କିନ୍ତୁ ଦରମା ନମିଳିବାରୁ ବାଧ୍ୟ ହୋଇ ସେହି ଚାକିରିକୁ ଛାଡ଼ିଦେଲେ । ଏହି ମଧ୍ୟରେ ସମାନଙ୍କ ପାଇଁ ଦେବଦୂତ୍ତ ସାଜି ଆସିଲେ  ପୋଲିସ କନେଷ୍ଟବଲ ଚିତ୍ତରଞ୍ଜନ ମିଶ୍ର (ଓ.ଏସ.ଏପି.୭ମ ବାଟାଲିୟନ)। ପେଟ ପାଇଁ ଭୋକ ସହିତ ଲଢୁଥିବା ତିନି ଖେଳାଳିଙ୍କୁ ଜୟଦେବ ବିହାରରେ କୋଭିଡ ଲକଡାଉନ ଡ୍ୟୁଟି କରୁଥିବା ସମୟରେ ଚିତ୍ତରଞ୍ଜନ ମିଶ୍ର ରାସ୍ତା କଡ଼ରେ ଭେଟିଲେ ।

ଯଦିଓ ଚାକିରି ତାଙ୍କର ଜଣେ କୋରନା ଯୋଦ୍ଧାର, କିନ୍ତୁ ମାନବିକତା ଦେଖେଇବାକୁ ଭୁଲିଲେନି ପୋଲିସ କନଷ୍ଟେବଲ ଚିତ୍ତରଞ୍ଜନ ମିଶ୍ର । ନିଜ ଘରୁ ପ୍ରତିଦିନ ଖାଦ୍ୟ ଆଣି ଏମାନଙ୍କୁ ଦେଲେ । ଏହାପରେ ଏହି ଦୟାଳୁ ପୋଲିସ୍‌ ଜଣକ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ସୋସିଆଲ ମିଡିଆରେ ଯୋଗାଯୋଗ କରି ତାଙ୍କ ସହାୟତାରେ ସେମାନଙ୍କୁ କୋରାପୁଟରେ ପହଂଚାଇଲେ ।

ତେବେ ଏହି ବିଶ୍ୱବ୍ୟାପି ସମସ୍ୟା ଶେଷ ହେବା ପରେ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ସହାୟ ହେବେ ବୋଲି କଥା ଦେଇଛନ୍ତି ସବ୍ୟସାଚୀ ।

କଡ଼ା କଟକଣା ପରେ ମଧ୍ୟ ଚେତୁନି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ରାସ୍ତା କଡ଼ରୁ ମିଳୁଛି ପିପିଇ କିଟ୍‌

ବାଲିଗୁଡ଼ା: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏନେଇ ରାଜ୍ୟରେ କୋଭିଡ ନିୟମକୁ କଡ଼ାକଡ଼ି କରାଯାଇଛି । କିନ୍ତୁ ଏଭଳି ସମୟରେ କୋଭିଡ ନିୟମକୁ ଖୋଦ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଭାଙ୍ଗିବାରେ ବ୍ୟସ୍ତ । କେତେବେଳେ ଡାକ୍ତର ବାବୁ ଗଣମାଧ୍ୟ ଉପରକୁ ହାତ ଉଠାଇଲେଣି ତ ପୁଣି କେତେବେଳେ ରାସ୍ତା କଡ଼ରେ ପଡ଼ିଲାଣି ପିପିଇ କିଟ । ପିପିଇ କିଟ୍‌କୁ ବ୍ୟବହାର ପରେ ନଷ୍ଟ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହାକୁ ନଷ୍ଟ ନକରି ରାସ୍ତା କଡ଼ରେ ଫୋପାଡ଼ି ନିଜର କାମକୁ ସାରି ଦେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ମର୍ମଚାରୀ । ଯାହା ରାଜ୍ୟରେ ବାରମ୍ବାର ଦେଖିବାକୁ ମିଳିଛି ।

ବାଲିଗୁଡ଼ାରେ ରାସ୍ତା କଡ଼ରେ ପଡ଼ିଛି ପିପିଇ କିଟ୍ । କନ୍ଧମାଳ ଜିଲ୍ଲା କୋଟଗଡ଼ ନିକଟ ଏକ ରାସ୍ତା କଡ଼ରେ ପିପିଇ କିଟ୍ ପଡ଼ିଥିବା ଦେଖିବାକୁ ମିଳିଛି । ରାସ୍ତା କଡ଼ରେ  ପଡ଼ିଥିବା ପିପିଇ କିଟ୍ ଦେଖି ଅଞ୍ଚଳରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫୭୨କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କେବଳ କୋଟଗଡ଼ ଅଞ୍ଚଳରୁ ୨୦ ଜଣ ସଂକ୍ରମିତ ଥିବା ଜଣାପଡ଼ିଛି । କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାରା ଜିଲ୍ଲାକୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି ।

ସେପଟେ ରାଜ୍ୟରେ କୋରୋନା ମୁକାବିଲା ନେଇ ବିଭିନ୍ନ ପଦକ୍ଷେପ ନିଆୟାଉଥିବା ବେଳେ ସର୍ବସାଧାରଣ ସ୍ଥାନରେ ପିପିଇ କିଟ୍ ଫିଙ୍ଗା ଯାଉଥିବା ଘଟଣା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିଭଳି ଶଙ୍କରାକଖୋଲ ନକିଟସ୍ଥ ଗୁଡୁରି ଗାଁ ନକିଟକରେ ଏବଂ ଖଜୁରିପଡ଼ା ନକିଟସ୍ଥ ଏକ ପରିତ୍ୟକ୍ତ କୂଅ ପାଖରୁ କୀଟ୍ ମିଳିଥିବା ବେଳେ ।

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ କାହିଁକି ସାମିଲ ହେଲେନି ଅଙ୍କିତା… ଜାଣନ୍ତୁ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସୁଶାନ୍ତ ସିଂହଙ୍କ ବାପା କେକେ ସିଂହ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ଏତଲା ଦାଖଲ କରିଛନ୍ତି ଏବଂ ଅନେକ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ସୁଶାନ୍ତଙ୍କ ବାପାଙ୍କ ଏହି ଏଫଆଇଆର ମୁତାବକ, ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇଥିଲେ । ଏହି ଏଫଆଇଆର ପରେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ ସତ୍ୟର ବିଜୟ ହୋଇଥାଏ ।

ଅଙ୍କିତା ନିକଟରେ ଏକ ସାକ୍ଷାତକାରରେ ସୁଶାନ୍ତ ସହ ଜଡ଼ିତ ଅନେକ କଥା ସେୟାର କରିଛନ୍ତି । ଅଙ୍କିତା ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ସା କାହିଁକି ସାମିଲ ହୋଇନଥିଲେ । ଅଙ୍କିତା କହିଛନ୍ତି ଯେ, ସେ ସୁଶାନ୍ତଙ୍କୁ ସେପରି ଅବସ୍ଥାର ଦେଖିପାରିନଥାନ୍ତେ । ଜଣେ ରିପୋର୍ଟର ଅଙ୍କିତାଙ୍କୁ ଫୋନ କରି ସୁଶାନ୍ତ ଆତ୍ମହତ୍ୟା କରିଥିବା କଥା ଜଣାଇଥିଲେ । ସୁଶାନ୍ତଙ୍କ ଆତ୍ମହତ୍ୟା କଥା ଶୁଣିବା ପରେ ଅଙ୍କିତା ହତବାକ ହୋଇଯାଇଥିବା କହିଛନ୍ତି । ସେ କହିଛନ୍ତି ଯେ, ମତେ ଏମିତି ଲାଗିଲା ଯେମିତି ମୁଁ ଧ୍ୱଂସ ହୋଇଗଲି । ମୁଁ ନିଷ୍ପତ୍ତି ନେଇଥିଲି ଯେ, ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବି ନାହିଁ । କାରଣ ମୁଁ ସେ ଦୃଶ୍ୟକୁ କେବେ ଭୁଲିପାରିନଥାନ୍ତି ।

ଟଙ୍କା ପ୍ରତି ସୁଶାନ୍ତଙ୍କ ଲୋଭ ନଥିଲା: ଅଙ୍କିତା

ଅଙ୍କିତା ଏହା ମଧ୍ୟ କହିଥିଲେ ଯେ, ସୁଶାନ୍ତ କାହିଁକି ନିଜ ଫ୍ୟାନ୍ସ ସହିତ କନେକ୍ଟେଡ୍ ରହୁଥିଲେ । ଏହାର ଉତ୍ତରରେ ଅଙ୍କିତା କହିଥିଲେ ଯେ, ସୁଶାନ୍ତ କହୁଥିଲେ ଯେ, ମତେ ମୋ ଫ୍ୟାନ୍ସ ମାନହ୍କୁ ସମୟ ଦେବା ପସନ୍ଦ । ମୋର କେହି ଗଡଫାଦର ନାହାନ୍ତି । ମୋ ଫ୍ୟାନ୍ସ ମାନେ ହିଁ ମତେ ଆଗକୁ ବଢ଼ାଇବେ । ଯଦି ମୁଁ ଥରେ ଅସଫଳ ରହିବି ତେବେ ମୋ ପାଖରେ ଆଉ ଚାନ୍ସ ନାହିଁ ଉପରକୁ ଉଠିବା ପାଇଁ । କାରଣ ଆମ ପାଇଁ ଏଠି କାହି ନାହାନ୍ତି ।

ଆଙ୍କିତା ଆଉ ମଧ୍ୟ କହିଛନ୍ତି ଯେ, ଆଟିଷ୍ଟ ମାନେ ତାଳି ନ ଶୁଣିଲେ ସେମାନେ ଅସମ୍ପୂର୍ଣ୍ଣ ଅନୁଭବ କରନ୍ତି । ସୁଶାନ୍ତ ସେହି ଆଟିଷ୍ଟ ମଧ୍ୟରୁ ଜଣେ ଥିଲା । ସେ ଜଣିବାକୁ ଚାହୁଥିଲେ ଯେ ଯଦି ସେ କିଛି କାମ କରୁଛନ୍ତି ତେବେ ଦର୍ଶକ ତାଙ୍କ ସହ ସଂଯୋଗ କରିପାରୁଛନ୍ତି ନା ନାହିଁ । ତା ପାଇଁ ଏସବୁ ମହତ୍ତୱ ରଖୁଥିଲା । ସୁଶାନ୍ତଙ୍କୁ ଟଙ୍କାରେ ଲୋଭ ନଥିଲା, ସେ ତା କଳାକୁ ଭଲ ପାଉଥିଲା ।

 

କଟକଣା ସତ୍ତ୍ୱେ ଜୁଲାଇ ମାସରେ ରାଜ୍ୟର ଜିଏସଟି ଆୟ ୧୩.୦୪ ପ୍ରତିଶତ ବଢିଲା, ମିଳିଛି ୭୯୪କୋଟି

0

ସଟଡାଉନ ଓ ଲକଡାଉନ ସତ୍ତ୍ୱେ ଜୁଲାଇ ମାସରେ ରାଜ୍ୟର ଜିଏସଟି ଆୟ ବଢିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇ ମାସରେ ଜିଏସଟି ଆୟ ୧୩.୦୪ ପ୍ରତିଶତ ବୃଦ୍ଧି ଘଟିଛି । ଗତବର୍ଷ ଜୁଲାଇ ମାସରେ ଜିଏସଟି ବାବଦରେ ୭୦୨.୪୪ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତବର୍ଷ ୭୯୪.୦୨ କୋଟି ଟଙ୍କା ଆଦାୟ ହୋଇଛି । ସେହିପରି ପେଟ୍ରୋଲିୟମ ଦ୍ରବ୍ୟ ଉପରେ ଅଣ ଜିଏସଟି ଆୟ ମଧ୍ୟ ୨.୫ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଜୁଲାଇ ମାସରେ ଏହି ସାମଗ୍ରୀରେ ଟିକସ ସଂଗ୍ରହ ରାଶି ୫୦୯.୦୩ କୋଟି ଟଙ୍କାଥିବାବେଳେ ଚଳିତବର୍ଷ ୫୨୧.୪୭ କୋଟି ଟଙ୍କା ସଂଗ୍ରହ ହୋଇଛି । ସିଟି ଆଣ୍ଡ ଜିଏସଟି କମିଶନରେଟ ପକ୍ଷରୁ ଏନେଇ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁସାରେ, କରୋନା ମହାମାରୀ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାଟରରେ ଜିଏସଟି ଆଦାୟ ନୈରାଶ୍ୟଜନକ ଥିଲା । ଲକଡାଉନ ପ୍ରଭାବରେ ୨୦୧୯ ତୁଳନାରେ ଚଳିତ ବର୍ଷ ଏପ୍ରିଲ ମାସରେ ୬୧.୧୫ ପ୍ରତିଶତ କମ ଜିଏସଟି ଆଦାୟ ହୋଇଥିଲା । ସେହିପରି ମେ ଓ ଜୁନ ମାସରେ ଯଥାକ୍ରମେ ୨୫.୨୨ ଓ  ୫.୮୩ ପ୍ରତିଶତ ଜିଏସଟି କମ ଆଦାୟ ହୋଇଥିଲା ।

ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଜୁଲାଇ ମାସରେ ଜିଏସଟି ସଂଗ୍ରହର ଚିତ୍ର ବଦଳିଛି । କିନ୍ତୁ ଗତବର୍ଷ ତୁଳନାରେ ଚଳିତବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ଜିଏସଟି ଆୟ ଏବେ ବି ୨୨ ପ୍ରତିଶତ କମ ରହିଛି । ଓଜିଏସଟି, ଆଇଜିଏସଟି, ଡିଜିଏସଟି ଓ ସେସ ବାବଦକୁ ମାତ୍ର ୭ ହଜାର ୫ଶହ ୪୦ କୋଟି ଟଙ୍କା ସଂଗ୍ରହ ହୋଇଛି । ଗତବର୍ଷ ଏହି ସମୟରେ ୯ ହଜାର ୬ଶହ ୫୧ କୋଟି ସଂଗ୍ରହ ହୋଇଥିଲା ।

ମହାକାଶରେ ତାରା ମାନଙ୍କ ମଝିରେ ଦେଖିବାକୁ ମିଳିଲା ଏହି ଅଦ୍ଭୁତ ଜିନିଷ…

ମହାକାଶରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଜିନିଷ ଉଡ଼ିଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ତାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋଟି ଦେଖିଲା ପରେ ଏହା ଏକ ପ୍ରଜାପତି ଭଳି ମନେ ହେଉଥିବା ଲୋକମାନେ କହିଥିଲେ । ଜଣାଇ ରଖୁଛୁ ଯେ ୟୁରୋପିଅନ ସଦର୍ନ ଅଭସରବେଟୋରୀ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଅଦ୍ଭୁତ ଜିନିଷର ଫଟୋ ସୟାର କରିଛନ୍ତି । ଏହା ଦେଖିବା ପାଇଁ ଏକ ପ୍ରଜାପତି ସଦୃଶ ।

ଗ୍ୟାସରେ ପ୍ରସ୍ତୁତ ଏହି ପ୍ରଜାପତିର ସୌନ୍ଦର୍ଯ୍ୟ ଏବଂ ରଙ୍ଗ ଦେଖି ସୋସିଆଲ ମିଡିଆ ୟୁଜର୍ସ ନିଜ ନିଜ ମତ ପ୍ରକାଶ କରିଛନ୍ତି । ଏହାକୁ NGC 2899 ମଧ୍ୟ କୁହାଯାଏ । ସୁନ୍ଦର ଆକାର, ରଙ୍ଗ ଏବଂ ଜଟିଳ ପାର୍ଟନ ସହିତ ଏହା ସଂପୂର୍ଣ୍ଣ ଭାବେ ଏକ ପ୍ରଜାପତି ଭଳି ଦେଖାଯାଉଛି । ଗ୍ୟାସରେ ଭରପୁର ଏହି ବୁଲବିଲା, NGC 2899 VLT   ଚିତ୍ର ଆକାଶରେ ପହଁରୁଥିବା ଚିତ୍ର ଦେଖାଯାଏ ।

ଭେଲା ଦକ୍ଷିଣର ନକ୍ଷତ୍ରରେ ୩୦୦୦ ଏବଂ ୬୫୦୦ ଆଲୋକ ବର୍ଷ ଦୂରରେ ଅବସ୍ଥିତ ଏହି ନବକଳେବରରେ ଦୁଇଟି କେନ୍ଦ୍ରୀୟ ତାରକା ଅଛନ୍ତି ଯାହା ଏହାକୁ ପ୍ରାୟ କମାଇ ଦେଇଥିବାର ଅନୁମାନ କରାଯାଏ ବୋଲି ESO ଟେଲିସ୍କୋପ ଅଫିସିଆଲ୍ EST ୱେବସାଇଟ୍ ରିପୋର୍ଟ ଅନୁଯାୟୀ ରିପୋର୍ଟ କରିଛି ।

ଏପରି କୌଣସି ବସ୍ତୁ ପୂର୍ବରୁ ଦେଖାଯାଇ ନାହିଁ । NGC 2899 ସହାୟତାରେ ଜ୍ୟୋତିର୍ବିଜ୍ଞାନୀମାନେ ସ୍ୱତନ୍ତ୍ର ଟେକ୍ନୋଲୋଜି କ୍ୟାମେରା ସହିତ ଏହି ଚିତ୍ର ଉଠାଇବାକୁ ସକ୍ଷମ ହୋଇଛନ୍ତି | ରିପୋର୍ଟ ଅନୁଯାୟୀ, ESO ର VLT ନାମରେ ଜଣାଶୁଣା ୮.୨ ମିଟର ଟେଲିସ୍କୋପ ମାଧ୍ୟମରେ ଫୋର୍ସ ଉପକରଣ ବ୍ୟବହାର କରି ଫଟୋ କଏଦ ହୋଇଛି |

 

ନନ୍ଦିଘୋଷ ଟିଭିର ପ୍ରଭାବ : ଗଞ୍ଜାମରେ ମଦ ଭାଟି ଉପରେ ଚଢାଉ କରୁଛି ଜିଲ୍ଲା ପ୍ରଶାସନ….

0

ଗଞ୍ଜାମ ଜିଲ୍ଲାରେ ନିଶା ମାଫିଆଙ୍କ ପ୍ରାଦୂର୍ଭାବ ବଢି ଚାଲିଛି । ଏହା ଭିତରେ ନନ୍ଦିଘୋଷ ଟିଭି ଏନେଇ ଏକ ଖବର ପ୍ରସାରଣ କରିଥିଲା । ପ୍ରଶାସନର ଅବହେଳା ହେତୁ କିଭଳି ଭାବେ ସାଧାରଣ ଲୋକେ ନିଶା ମାଫିଆଙ୍କ ଦ୍ୱାରା ପ୍ରଭାବିତ ହେଉଥିଲେ ସେନେଇ ସବିଶେଷ ରିପୋର୍ଟ ଦିଆଯାଇଥିଲା । ଅନ୍ୟପକ୍ଷରେ ନିଶା କାରବାରର ଆଡ୍ଡାକୁ ଦେଖାଇ ଦିଆଯାଇଥିଲା । ଏବେ ନନ୍ଦିଘୋଷ ଟିଭିର ଉଦ୍ୟମ ପରେ ସଚେତନ ହୋଇଛି ।

ଜିଲ୍ଲାର ଅନେକ ବେଆଇନ ମଦ ଭାଟି ଉପରେ ଚଢାଉ ଆରମ୍ଭ କରିଛି ଅବକାରୀ ବିଭାଗ । ବିପୁଳ ପରିମାଣର ମଦ ସହ ମଦ ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରାଯାଇଛି । ଆଗକୁ ଆହୁରି ଏଭଳି ମଦଭାଟି ଉପରେ ଚଢାଉ ହେବ ବୋଲି ଜିଲ୍ଲା ପ୍ରଶାସନ ଜଣାଇଛି । ଖବର ପ୍ରସାରଣ ପରେ ଶହଶହ ମହିଳା ରାଜରାସ୍ତା ଉପରକୁ ଓହ୍ଲାଇ ଆସି ଚୋରା ମଦ କାରବାର ଓ ରନ୍ଧା ମଦ ବନ୍ଧ କାରବାର ବନ୍ଦ କରିବା ପାଇଁ ଆନ୍ଦୋଳନ କରିଥିଲେ । ଫାଣ୍ଡି ଘେରାଉ କରିବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ଅନେକ ଜିଲ୍ଲାରେ ଲକଡାଉନ୍ ଓ ସଟଡାଉନ୍ ଭିତରେ ଚୋରା ଓ ନକଲି ମଦ କାରବାର ମୁଣ୍ଡ ଟେକିଛି ।

କରୋନା ବେଳେ ଡ୍ରପ୍ ବକ୍ସ ବ୍ୟବସ୍ଥା ଆରମ୍ଭ କରିବ ହାଇକୋର୍ଟ…..

0

କରୋନା ପାଇଁ  ସାମାଜିକ ଦୂରତାକୁ ଧ୍ୟାନରେ ରଖି ହାଇକୋର୍ଟରେ ଡ୍ରପ ବକ୍ସ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନୂଆ ମାମଲା ରୁଜୁ, ଅନ୍ତରୀଣ ଆବେଦନ ଓ ବିଭିନ୍ନ କାଗଜପତ୍ର ଦାଖଲ ପାଇଁ ଏହି ଡ୍ରପ ବକ୍ସର ବ୍ୟବସ୍ଥା କରାଯାଇଛି ।

ସେହିପରି ଇ-ଫାଇଲିଙ୍ଗ୍ ଓ ମେଲ ମାଧ୍ୟମରେ ମାମଲା ରୁଜୁ କରାଯିବାର ସୁବିଧା ଉପଲବ୍ଧ ହେବ । ଆସନ୍ତାକାଲିଠାରୁ ହାଇକୋର୍ଟ ପରିସରରେ ଏହି ବକ୍ସ ବସିବ। ଦିନ ୧୦ଟାରୁ  ଦିନ ୧ଟା ମଧ୍ୟରେ ବକ୍ସରେ ଆବେଦନକାରୀ କାଗଜପତ୍ର ଦେଇ ପାରିବେ। ତେବେ ଆବେଦନରର ଆବଶ୍ୟକତା ନେଇ ଏକ ମେମୋ ଦେବାକୁ ପଡିବ ବୋଲି ସୂଚନା ମିଳିଛି ।