କରୋନା କବଳରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

1 min read

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା କାୟାରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଫିଲ୍ମ ଷ୍ଟାର ମଧ୍ୟ ଏହାର କବଳରେ ଆସିଛନ୍ତି  । ତେବେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  । ଅମିତ ଶାହା ନିଜେ ଟ୍ୱିଟ୍‌ କରି ଏହା ଜଣାଇଛନ୍ତି  ।

 

ସେ କହିଛନ୍ତି ତାଙ୍କର ପ୍ରଥମେ ଥଣ୍ଡା କାଶ ହୋଇଥିଲା ଭଳି କିଛି କରୋନା ଲକ୍ଷଣ ସେ ଅନୁଭବ କରିଥିଲେ । ପରେ ସେ ତାଙ୍କର କୋଭିଡ ଟେଷ୍ଟ କରାଇଥିଲେ । ଟେଷ୍ଟରେ ଅମିତ ଶାହା କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ ।  ସେ ଆହୁରି ମଧ୍ୟ ସଚେତନ କରାଇବା ପାଇଁ କହିଛନ୍ତି ଯେ ତାଙ୍କ ସହ ଏହି କିଛି ଦିନ ମଧ୍ୟରେ କେହି ଯଦି ସଂସ୍ପର୍ଶରେ ଆସିଛନ୍ତି ତେବେ ସେହି ବ୍ୟକ୍ତି ମାନେ ନିଜକୁ ଆଇସୋଲେସନରେ ରଖିବା ଜରୁରୀ ।

ଅମିତ ଶାହା ଏବେ ସୁସ୍ଥ ଅଛନ୍ତି ବୋଲି ସେ ଟ୍ୱିଟ କରି କହିଛନ୍ତି । ତାଙ୍କର ଦେହ ଏବେ ଭଲ ଅଛି ସେ ଏବେ ହସ୍ପିଟାଲରେ ଅଛନ୍ତି । ତେବେ ଏଠାରେ ଏବେ ବଡ଼ ପ୍ରଶ୍ନ ଉଠୁଛି ଯେତେବେଳେ କେନ୍ଦ୍ରରେ କରୋନା ସଂକ୍ରମଣ ପହଞ୍ଚିଲାଣି  । ଆଗକୁ ଆଉ କେଉଁ କେଉଁ କେନ୍ଦ୍ର ମନ୍ତ୍ରୀ କରୋନା ପଜିଟିଭ ବାହାରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ ।

ଅମିତ ଶାହାଙ୍କୁ କରୋନା ହୋଇଥିବା ଖବର ଆସିବା ପରେ ବଡ଼ ବଡ଼ ରାଜନେତା ଠାରୁ ଆରମ୍ଭ କରି ସାଧାରଣ ଜନତା ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟ ମଧ୍ୟ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶାହାଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିଛନ୍ତି ।

Leave a Reply