ସବ୍ୟସାଚୀଙ୍କ ସହାୟତା, ସୁରୁଖୁରୁରେ ଘରେ ପହଂଚିଲେ ଫୁଟବଲ ଖେଳାଳି

ଭୁବନେଶ୍ୱର:  କାହାର ଜୀବନ ନେଇଛି ତ ଆଉ କାହାର ସ୍ୱପ୍ନ ଭାଙ୍ଗି ଦେଇଛି  ବିଂଶ ଶତାଦ୍ୱୀର ଏହି କୋରନା ଭୂତାଣୁ ମହାମାରୀ । ଜାତୀୟ ସ୍ତରରେ ଖେଳିବା ପାଇଁ ଆଖିରେ ଆଖିଏ ସ୍ୱପ୍ନ ନେଇ ସୁଦୂର କୋରାପୁଟରୁ ଭୁବନେଶ୍ୱର ଆସିଥିଲେ ଫୁଟବଲ ଖେଳାଳି ରାଜୁ ହରିଜନ, ସୁଜିତ ସେଠିଆ ଏବଂ ସନ୍ତୋଷ ଫିଲିପ୍ସ । କିନ୍ତୁ  ନିଷ୍ଠୁର ମହାମାରୀ କୋରନା ସେମାନଙ୍କୁ ରାସ୍ତା କଡ଼କୁ ନେଇ ଆସିଲା । ଯାହାପରେ ବାଧ୍ୟ ହୋଇ ଭୁବନେଶ୍ୱର ସ୍ଥିତ ରସୁଲଗଡ଼ରେ ଥିବା ଏକ ଆପାର୍ଟମେଂଟରେ ସିକ୍ୟୁରିଟି ଗାର୍ଡ଼ ଭାବରେ ତିନିଜଣ କାମ କରିବାକୁ ଲାଗିଲେ , କିନ୍ତୁ ଦରମା ନମିଳିବାରୁ ବାଧ୍ୟ ହୋଇ ସେହି ଚାକିରିକୁ ଛାଡ଼ିଦେଲେ । ଏହି ମଧ୍ୟରେ ସମାନଙ୍କ ପାଇଁ ଦେବଦୂତ୍ତ ସାଜି ଆସିଲେ  ପୋଲିସ କନେଷ୍ଟବଲ ଚିତ୍ତରଞ୍ଜନ ମିଶ୍ର (ଓ.ଏସ.ଏପି.୭ମ ବାଟାଲିୟନ)। ପେଟ ପାଇଁ ଭୋକ ସହିତ ଲଢୁଥିବା ତିନି ଖେଳାଳିଙ୍କୁ ଜୟଦେବ ବିହାରରେ କୋଭିଡ ଲକଡାଉନ ଡ୍ୟୁଟି କରୁଥିବା ସମୟରେ ଚିତ୍ତରଞ୍ଜନ ମିଶ୍ର ରାସ୍ତା କଡ଼ରେ ଭେଟିଲେ ।

ଯଦିଓ ଚାକିରି ତାଙ୍କର ଜଣେ କୋରନା ଯୋଦ୍ଧାର, କିନ୍ତୁ ମାନବିକତା ଦେଖେଇବାକୁ ଭୁଲିଲେନି ପୋଲିସ କନଷ୍ଟେବଲ ଚିତ୍ତରଞ୍ଜନ ମିଶ୍ର । ନିଜ ଘରୁ ପ୍ରତିଦିନ ଖାଦ୍ୟ ଆଣି ଏମାନଙ୍କୁ ଦେଲେ । ଏହାପରେ ଏହି ଦୟାଳୁ ପୋଲିସ୍‌ ଜଣକ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ସୋସିଆଲ ମିଡିଆରେ ଯୋଗାଯୋଗ କରି ତାଙ୍କ ସହାୟତାରେ ସେମାନଙ୍କୁ କୋରାପୁଟରେ ପହଂଚାଇଲେ ।

ତେବେ ଏହି ବିଶ୍ୱବ୍ୟାପି ସମସ୍ୟା ଶେଷ ହେବା ପରେ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ସହାୟ ହେବେ ବୋଲି କଥା ଦେଇଛନ୍ତି ସବ୍ୟସାଚୀ ।

Leave a Reply