spot_img
Home Blog Page 6695

WHO ର ଭାରତକୁ ଚେତାବନୀ, ସତର୍କ ରୁହ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ସୋମବାର ଭାରତକୁ ଚେତାବନୀ ଦେଇଛି । ଟୀକାକରଣର ଦାବି ସତ୍ତ୍ୱେ କରୋନା ଭୂତାଣୁର ପ୍ରଭାବଶାଳୀ ଚିକିତ୍ସା ପଥ ବହୁତ ଦୂରରେ । WHO ମୁଖ୍ୟ ଟେଡ୍ରୋସ୍ ଆଡାନମ୍ ଗେବ୍ରେଏସ୍ କହିଛନ୍ତି ଯେ ପରିସ୍ଥିତି ସ୍ୱାଭାବିକ ହେବା ପାଇଁ ବହୁତ ସମୟ ଲାଗିବ। ବିଶ୍ୱରେ କରୋନା ସ୍ଥିତି ସ୍ୱାଭାବିକ ହେବାକୁ ଅଧିକ ପରିଶ୍ରମ କରିବାକୁ ପଡିବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଚେତନ କରାଇଛି । ସେ କହିଛନ୍ତି ଯେ, କରୋନା ଜୀବାଣୁ ବିରୁଦ୍ଧରେ କିଛି ଟିକା ଫଳାଫଳ ସଫଳତା ଆଡକୁ ଗତିକରୁଛି । କିନ୍ତୁ ଏହା ପ୍ରଭାବଶାଳୀ ଚିକିତ୍ସାର ସ୍ଥିତିରେ ପହଞ୍ଚିପାରି ନାହିଁ ।

ଏଥିପାଇଁ କିଛି କଠୋର ପଦକ୍ଷେପ ନେବାକୁ ପଡିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା, ହାତ ଧୋଇବା ଏବଂ ଆବଶ୍ୟକ ସମୟରେ ପରୀକ୍ଷା କରିବା ପାଇଁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଜେନେଭାରେ WHO ମୁଖ୍ୟାଳୟରୁ ଏକ ଭର୍ଚୁଆଲରେ ସେ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଅନେକ ଟିକା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣରେ ଅଛି । ତେବେ ବ୍ରାଜିଲ ଏବଂ ଭାରତ ପରି ଦେଶରେ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଉଚିତ୍ । WHO ଆହୁରି ସ୍ପଷ୍ଟ କରିଛି ଯେ, ଚୀନ୍ ଏବଂ ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଏକ ବୃହତ ଦଳ ଉହାନ୍ ଯାଇ ସେଠାରେ ଜୀବାଣୁଙ୍କ ଉତ୍ପତ୍ତି ବିଷୟରେ ଅନୁସନ୍ଧାନ କରିବେ । ଜୁଲାଇ ୧୦ତାରିଖରେ ଚୀନ୍ ଗସ୍ତରେ ଆସିଥିବା WHO ଦଳ ଏହାର କାର୍ଯ୍ୟ ଶେଷ କରିଛି । ଯାହା କରୋନା ଜୀବାଣୁ ମାନବଙ୍କ ନିକଟରେ ପହଞ୍ଚିବା ବିଷୟରେ ଗବେଷଣାକୁ ଆଗକୁ ବାରେ ସାହାଯ୍ୟ କରିବ ।

 

IAS ପରୀକ୍ଷା ପାଇଁ ଘଣ୍ଟା ହିସାବରେ ନୁହେଁ ନିଜ ଆତ୍ମତୃପ୍ତି ଅନୁଯାୟୀ ପାଠ ପଢ଼ିବା ଆବଶ୍ୟକ

ରାଉରକେଲା: ପ୍ରକାଶ ପାଇଛି ୟୁପିଏସିର ସିଭିଲ ସର୍ଭିସ ପରୀକ୍ଷା ଫଳ । ଏଥିରେ ମୋଟ ୮୨୯ ଜଣ ପରୀକ୍ଷାର୍ଥି ପାସ କରିଛନ୍ତି । ୧୮୦ ଜଣ ଭାରତୀୟ ପ୍ରଶାସନିକ ସେବାରେ ଏବଂ ଭାରତୀୟ ବୈଦେଶିକ ସେବାରେ ୨୪ ଜଣ, ଭାରତୀୟ ପୋଲିସ ସେବାରେ ୧୫୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ରାଉରକେଲା ତହସିଲଦାର ମାନସ ରଂଜନ ସାହୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ୫୬୭ ରାଙ୍କ ରଖି ପାସ କରିଛନ୍ତି ରାଉରକେଲା ତହସିଲଦାର ମାନସ । ଏହି ପରୀକ୍ଷାରେ ପାସ କରିବା ପାଇଁ ତାଙ୍କୁ କଣ କଣ କରିବାକୁ ପଡ଼ିଛି କେତେ ପରିଶ୍ରମ କରିଛନ୍ତି ସେ ସବୁକଥା ନନ୍ଦିଘୋଷ ଟିଭି ଆଗରେ ପ୍ରକାଶ କରିଛନ୍ତି । ତହସିଲଦାର ପୋଷ୍ଟରେ ତାଙ୍କର ଟ୍ରେନିଂ ଚାଲିଥିବାବେଳେ ଆଇଏଏସ୍‌ ପରୀକ୍ଷା ପାଇଁ ସେ ଲିଖିତ ପରୀକ୍ଷା ଦେଇଥିଲେ । ସେଥିପାଇଁ ତାଙ୍କୁ ତାଙ୍କର କର୍ମକ୍ଷେତ୍ରରେ ଥିବା ବନ୍ଧୁ ଅନେକ ସାହାଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି ।

ନିଜ କର୍ମକ୍ଷେତ୍ରରେ କାର୍ଯ୍ୟ କରୁଥିବା ବନ୍ଧୁ ଯଦି ଆପଣଙ୍କୁ ସାହାଯ୍ୟ କରନ୍ତି ତେବେ ଆପଣ ଏହି ପରୀକ୍ଷା ପାଇଁ ସମୟ ଦେଇପାରିବେ ବୋଲି ସେ କହିଛନ୍ତି । ତେବେ ଆଇଏଏସ ପାଇବାକୁ ହେଲେ ଏଥିରେ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । ତେଣୁ ଯେଉଁମାନେ ଏହି ପରୀକ୍ଷା ଦେଉଛନ୍ତି ସେମାନେ ଅଧିକ ପରିଶ୍ରମ କରିବା ପାଇଁ ସତର୍କ ରହିବା ଦରକାର । କାରଣ ଏହି  ଯାତ୍ରା ହେଉଛି ବହୁତ ଲମ୍ବା ଏବଂ ଏଥିପାଇଁ ଅନେକ ଅପେକ୍ଷା କରିବାକୁ ପଡ଼ିଥାଏ । ମାନସ ଆହୁରି ମଧ୍ୟ କହିଛନ୍ତି ଆଇଏଏସ୍‌ ପରୀକ୍ଷା ଦେବା ଭିତରେ ଅନ୍ୟ କୌଣସି ମାର୍ଗ ମଧ୍ୟ ଦେଖିବା ନିଆହାତି ଆବଶ୍ୟକ ।

ପରିଶ୍ରମ ସହିତ ଆପଣଙ୍କର ଲକ ଏବଂ ଭଗବାନଙ୍କର ଆଶିର୍ବାଦ ନିହାତି ରହିବା ଦରକାର । ମାନସ କହିଛନ୍ତି ପରୀକ୍ଷା ପାଇଁ କେତେ ଘଣ୍ଟା ପାଠ ପଢ଼ିବା ତାହାର ଆବଶ୍ୟକତା ନାହିଁ । ଆପଣ ଆପଣଙ୍କର ପଢ଼ା ପ୍ରତି ସନ୍ତୁଷ୍ଟି ହେବା ପର୍ଯ୍ୟନ୍ତ ପଢ଼ିବା ଆବଶ୍ୟକତା ରହିଛି । ଆପଣଙ୍କର ସିଲାବସ ଅନୁଯାୟୀ   ଆପଣଙ୍କୁ ପଢ଼ିବା ଆବଶ୍ୟକ । ଏହି ପରୀକ୍ଷା ପାଇଁ କେବଳ ସବଜେକ୍ଟର ଆବଶ୍ୟକତା ପଡ଼େନାହିଁ । ଏଥିପାଇଁ ଜେନେରାଲ ନଲେଜ ଆପଣ କେତେ ମାତ୍ରାରେ ପେପର ପଢ଼ୁଛନ୍ତି, ଆପଣଙ୍କର ଆଟିଟ୍ୟୁଡ଼ ,ଆପଣ କେତେ ଜାଣିଛନ୍ତି. ଏହି ସବୁ ଦିଗରେ ଅଧିକ ଧ୍ୟାନ ଦେବାକୁ ବଡ଼ିଥାଏ ବୋଲି ସେ କହିଛନ୍ତି ।

ଦିନକରେ ସିଭିଲ ସର୍ଭିସ କ୍ରାକ୍ କରିହୁଏନା : ସଂଜିତା

ଆଜି ୟୁପିଏସସିର ସିଭିଲ ସର୍ଭିସ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଟପ୍ ୧୦ମଧ୍ୟରେ ଓଡିଶାର ଝିଅ ସଞ୍ଜିତା ମହାପାତ୍ର ଅଛନ୍ତି । ଦଶମ ସ୍ଥାନରେ ଓଡ଼ିଶାର ସଞ୍ଜିତା ମହାପାତ୍ର ଅଛନ୍ତି । ତେବେ ୨୦୧୭ରେ OAS ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ସଞ୍ଜିତା । ୨୦୧୭ର OAS ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ଥିଲେ ସଞ୍ଜିତା । OPSCରେ ସଫଳ ହେବା ପରେ ସେ UPSC ପାଇଁ ମଧ୍ୟ ଲାଗିପଡିଥିଲେ । ଆଜି ୟୁପିଏସସିର ଫଳାଫଳ ବାହାରିବା ପରେ ସେ ବହୁତ ଖୁସି । ତାଙ୍କର ଦୃଢ ବିଶ୍ୱାସ ଓ ପରିଶ୍ରମ ଯୋଗୁଁ ସେ ଆଜି ଏହି ସଫଳତା ଅର୍ଜନ କରିଛନ୍ତି ।

ସଞ୍ଜିତାଙ୍କ ଅନୁସାରେ ପରିଶ୍ରମ ହିଁ ମଣିଷର ସଫଳତାକୁ ପରିଚୟ ଦେଇଥାଏ । ପରିଶ୍ରମ ସାମ୍ନାରେ ବିଫଳତା ମଧ୍ୟ ହାରିଯାଏ ।  ସେ ତାଙ୍କ ପ୍ରୟାସ ଓ ପ୍ରସ୍ତୁତିରେ କୌଣସି ଅବହେଳା କରିନଥିଲେ । କଠିନ ପରିଶ୍ରମ କରି ସେ OAS ପରୀକ୍ଷାରେ ସଫଳତା ହାସଲ କରିଥିଲେ । କିନ୍ତୁ ଫଳାଫଳ ବାହାରିବା ପରେ ବି ସଞ୍ଜିତା ବିଶ୍ୱାସ କରିନଥିଲେ ଯେ, ସେ ଦ୍ୱିତୀୟ ସ୍ଥାନରେ ଥିଲେ । ସିଭିଲ ସର୍ଭିସ୍ କେବେ ବି ଗୋଟେ ଦିନରେ ହାସଲ କରି ହୁଏ ନାହିଁ । ଏଥିପାଇଁ ପ୍ରଥମ ଦିନରୁ ହିଁ ଲାଗିବାକୁ ପଡିଥାଏ ବୋଲି କହିଥିଲେ ସଞ୍ଜିତା । ପ୍ରତିଦିନ ସକାଳେ ଉଠି ସେ ଭାବୁଥିଲେ ଯେ, ତାଙ୍କୁ ଗୋଟେ ଦିନରେ କେତେ କୋର୍ସ ସାରିବାକୁ ଅଛି । ପାଠ ପଢା ନେଇ ତାଙ୍କ ଘର ଲୋକଙ୍କ ସହଯୋଗ ସବୁବେଳେ ତାଙ୍କ ପାଖରେ ଥିଲା । ହେଲେ ସମସ୍ତଙ୍କ ସହଯୋଗରୁ ଅଧିକ ଜରୁରୀ ହେଉଛି ନିଜ ଉପରେ ବିଶ୍ୱାସ ।

 

ପିଲା ଦିନୁ ତାଙ୍କର ଇଚ୍ଛା ଥିଲା ଯେ, ବଡ ହୋଇ ସେ ଦେଶରେ ଅନେକ ପରିବର୍ତ୍ତନ ଆଣିବେ । ସେଥିପାଇଁ ସେ ଚାକିରି ଛାଡି ପଢାପଢି ଉପରେ ବିଶେଷ ଧ୍ୟାନ ଦେଇଥିଲେ । ବିବାହ ପରେ ମଧ୍ୟ ତାଙ୍କର ପାଠ ପଢାରେ କୌଣସି ଅସୁବିଧା ହୋଇନଥିଲା । ସିଭିଲ ସର୍ଭିସ୍ ପାଇଁ ମଣିଷର ଧର୍ଯ୍ୟ ଓ ଆତ୍ମ ବିଶ୍ୱାସ ରହିବା ନିହାତି ଜରୁରୀ ବୋଲି କହିଛନ୍ତି ସଞ୍ଜିତା । ନିଜ ଲକ୍ଷରେ ପହଞ୍ଚିବା ପାଇଁ ବାରମ୍ବାର ଚେଷ୍ଟା କରିବା ଆବଶ୍ୟକ । ଆଜି UPSCରେ ସଫଳତା ତାଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର । କରୋନା ଯୋଗୁଁ ଏହି ୩-୪ ମାସ ତାଙ୍କ ପାଇଁ କୌଣସି ଚାପରୁ କମ ନଥିଲା । କାରଣ ଏପ୍ରିଲ ୧୦ ତାରିଖ ସୁଦ୍ଧା ରେଜଲ୍ଟ ବାହାରିବାର ଥିଲା ।

ଆଜି ରେଜଲ୍ଟ ବାହାରିବା ପରେ ସେ ବହୁତ ଖୁସି ଅଛନ୍ତି । UPSC ପାଇଁ ସେ ୨-୩ ବର୍ଷରୁ ଚେଷ୍ଟା କରୁଥିଲେ । ସେ କେତେ ଘଣ୍ଟା ପାଠ ପଢୁଥିଲେ ସେ ନେଇ କେବେ ଗୁରୁତ୍ୱ ଦେଉନଥିଲେ । କିନ୍ତୁ ଯେତିକି ସମୟ ପଢୁଥିଲେ ଓ କଣ ପଢୁଥିଲେ ସେନେଇ ଗୁରୁତ୍ୱ ଦେଉଥିଲେ । ସଫଳତାର ମନ୍ତ୍ର ହେଉଛି ଧର୍ଯ୍ୟ ଓ ଆତ୍ମବିଶ୍ୱାସ । ଲକ୍ଷକୁ ସୁଦୃଢ କରି ସେ ଆଜି ଏହି ସ୍ଥରରେ ପହଞ୍ଚିଛନ୍ତି ।

ଅଗଷ୍ଟ ମାସର ତୃତୀୟ ସପ୍ତାହରେ ପ୍ରକାଶ ପାଇପାରେ ଯୁକ୍ତ ୨ ପରୀକ୍ଷା ଫଳ

ଭୁବନେଶ୍ୱର: ଖୁବ ଶୀଘ୍ର ପ୍ରକାଶ ପାଇବ +୨ ପରୀକ୍ଷା ଫଳ। ସରିଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖା । ବର୍ତ୍ତମାନ ଟାବୁଲେସନ ଚାଳିଛି। ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ଫଳାଫଳ ଦୁଇ ଷ୍ଟ୍ରିମର ଫଳ ବାହାରିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ତେବେ ଚଳିତ ବର୍ଷ କରୋନା ପାଇଁ ପରୀକ୍ଷା ଫଳ ବାହାରିବାରେ ବହୁତ ବିଳମ୍ବ ହୋଇଛି । ପୂର୍ବରୁ କରୋନା ପାଇଁ ଖାତା ଦେଖା ବାରମ୍ବାର ବାତିଲ ମଧ୍ୟ ହୋଇଥିଲା ।

ସିବିଏସଇ ଓ ଆଇସିଏସଇର ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇ ସାରିଥିବାରୁ ଓଡିଶା ସିଏଚସିଇ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାକୁ ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ  । ପରୀକ୍ଷା ଫଳ ବାହାରିବାରେ ଅହେତୁକ ବିଳମ୍ବ ହେଉଥିବାରୁ ଛାତ୍ରଛାତ୍ରୀ ମାନେ ବହୁତ ବ୍ୟସ୍ତ ହୋଇପଡ଼ୁଛନ୍ତି । ତେବେ ଶେଷ ସପ୍ତାହରେ କଳା ପରୀକ୍ଷା ଫଳ ବାହାରିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେପଟେ ପ୍ଲସ୨ ପ୍ରଥମ ବର୍ଷ ଆଡମିଶନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସଚିବ ସ୍ତରୀୟ ଆଲୋଚନା ପରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସମ୍ପୃକ୍ତ ଅଛନ୍ତି ଆଦିତ୍ୟ ଠାକରେ!

ସାରା ଦେଶରେ ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁକୁ ସର୍ବାଧିକ ଚର୍ଚ୍ଚା ଜାରି ରହିଛି । ରାଜପୁତଙ୍କ ଆତ୍ମହତ୍ୟା ମାମଲାକୁ ନେଇ ବିଭିନ୍ନ ମହଲରୁ ସିବିଆଇ ତଦନ୍ତ ଦାବି ହେଲାଣି । ଏହି ମାମଲାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ କିଛି କମ ହୋଇନାହିଁ । କେତେକ ଏହି ଘଟଣାରେ ମହାରାଷ୍ଟ୍ର ସରକାର ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ପ୍ରଶ୍ନ ଉଠାଇଲେଣି । ଘଟଣାକ୍ରମରେ ଜୁନିୟର ଠାକରେ ତଥା ବାଲାସାହେବଙ୍କ ନାତି ଆଦିତ୍ୟ ଏହି ବିବାଦକୁ ଟାଣି ହୋଇ ଆସିଲେଣି ।ସୁଶାନ୍ତଙ୍କ ଜଣେ ପ୍ରଶଂସକ ରୋହିତ ସର୍ଦାନା ଫେସବୁକ୍ ପୋଷ୍ଟକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ସର୍ଦାନା ସିମି ଶର୍ମାଙ୍କ ପୋଷ୍ଟକୁ ନଜର ଅନ୍ଦାଜ କରୁଥିଲେ । ହେଲେ ଜଣାଶୁଣା ସାମ୍ବାଦିକ ଅର୍ନବ ସ୍ୱାମୀଙ୍କ ପ୍ରାଇମ୍ ଟାଇମ୍ ଡିବେଟ୍ ଶୋ ପରେ ବ୍ୟକ୍ତି ଜଣକ ସିମି ଶର୍ମାଙ୍କ ପୋଷ୍ଟ ଉପରେ ନଜର ପକାଇଲେ । କିଭଳି ଭାବରେ ସବୁ ଖବର ପରିପୂରକଭାବେ ଯୋଡ଼ି ହୋଇ ରହିଛି ତାହାକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଲା । ତେବେ କ’ଣ ସେହି ପୋଷ୍ଟ? କାହିଁକି ଏହାକୁ ନେଇ ଏତେ ଆଲୋଚନା ? କିଏ ଏହି ଘଟଣାରେ ସଂପୃକ୍ତ ରହିଛି ?ନଜର ପକାନ୍ତୁ ଶିମି ଶର୍ମାଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ।

ଏହି ପୋଷ୍ଟରେ କେତେ ସତ୍ୟତା ରହିଛି, ତାହା ତଦନ୍ତ ପରିସରଭୁକ୍ତ । ଯଦି ଏହି ମିଥ୍ୟା, ତେବେ ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯିବାର ଆବଶ୍ୟକତା ରହିଛି । ହେଲେ ଯଦି ସୁଶାନ୍ତଙ୍କ ମୃତ୍ୟୁ ସହ ଏହି ପୋଷ୍ଟର ପ୍ରକୃତରେ କିଛି ସମ୍ପର୍କ ରହିଛି, ତେବେ ତଦନ୍ତ କରୁଥିବା ସଂସ୍ଥା ଏହାକୁ ଗୁରୁତର ସହ ବିଚାର କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ଉଠିଛି । ତେଣୁ ଏହାର ତଦନ୍ତ ବିହାର ଏବଂ ମହାରାଷ୍ଟ୍ର ପୋଲିସ ମଧ୍ୟରେ ରହୁଛି, ନା ସିବିଆଇକୁ ଦିଆଯାଉଛି । ତାହା ଉପରେ ସମସ୍ତଙ୍କ ନଜର ରହିବ ।

ପ୍ରକାଶ ପାଇଲା ୟୁପିଏସସି ୨୦୧୯ର ରେଜଲ୍ଟ… ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ଦୁଇ

ପ୍ରକାଶ ପାଇଲା ୟୁପିଏସସି ୨୦୧୯ର ରେଜଲ୍ଟ… ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ଦୁଇ

କଟକଣା ଭିତରେ ଆଜିଠୁ ଖୋଲିଲା ହୋଟେଲ ଓ ରେଷ୍ଟୁରାଣ୍ଟ… ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି

କଟକଣା ଭିତରେ ଆଜିଠୁ ଖୋଲିଲା ହୋଟେଲ ଓ ରେଷ୍ଟୁରାଣ୍ଟ… ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି

ଭଦ୍ରକ ବାଉଁଶବାଗରେ ଯୁବକଙ୍କୁ ତାଲିବାନୀ ଦଣ୍ଡ, ପରକୀୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼… ପାଣି ମାଗିବାରୁ ପିଆଇଲେ ପରିସ୍ରା

ଭଦ୍ରକ ବାଉଁଶବାଗରେ ଯୁବକଙ୍କୁ ତାଲିବାନୀ ଦଣ୍ଡ, ପରକୀୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼… ପାଣି ମାଗିବାରୁ ପିଆଇଲେ ପରିସ୍ରା

ରାଜ୍ୟର ୨୮ ଜିଲ୍ଲାରୁ ଆଉ ୧୩୮୪ କରୋନା ଆକ୍ରାନ୍ତ ଚିହ୍ନଟ…କ୍ୱାରେଣ୍ଟାଇନରୁ ୮୮୯, ଲୋକାଲ୍ କେସ୍ ୪୯୫

ରାଜ୍ୟର ୨୮ ଜିଲ୍ଲାରୁ ଆଉ ୧୩୮୪ କରୋନା ଆକ୍ରାନ୍ତ ଚିହ୍ନଟ… କ୍ୱାରେଣ୍ଟାଇନରୁ ୮୮୯, ଲୋକାଲ୍ କେସ୍ ୪୯୫

ରାମ ମନ୍ଦିର ଭୂମିପୂଜା ଶୁଭ ମୂହୁର୍ତ୍ତ ସ୍ଥିର କରିଥିବା ପଣ୍ଡିତଙ୍କୁ ମିଳୁଛି ଧମକ

ଅଯୋଧ୍ୟା: ରାମ ମନ୍ଦିର ଭୁମିପୂଜା ପାଇଁ ଶୁଭ ମୂହୁର୍ତ୍ତ ବାହାର କରିଥିବା ପୂଜକଙ୍କୁ ଧମକ ମିଳୁଛି । ଭୁମିପୂଜା ପୂର୍ବରୁ ଆରମ୍ଭ ହୋଇଥିବା ବିବାଦ ଭିତରେ ମନ୍ଦିର ନିର୍ମାଣ ପାଇଁ ବ୍ରାହ୍ମ ମୂହୁର୍ତ୍ତ ସ୍ଥିର କରିଥିବା ପୂଜକ ଏଭଳି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ତାଙ୍କୁ ଫୋନ୍ ଯୋଗେ ଧମକ ମିଳୁଛି । ସୂଚନାଯୋଗ୍ୟ ଯେ, ଭୂମିପୂଜାର ତାରିଖକୁ ନେଇ ବିବାଦ ସୃଷ୍ଟି ହୋଇଛି । ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସରସ୍ୱତୀ ନିର୍ଧାରିତ ସମୟକୁ ଅଶୁଭ ବୋଲି କହିଛନ୍ତି ।  ସେ କହିଛନ୍ତି ଯେ, ଅଗଷ୍ଟ ୫ ତାରିଖରେ ଦକ୍ଷୀଣାୟନ ଭାଦ୍ରପଦ ମାସ କୃଷ୍ଣ ପକ୍ଷର ଦ୍ୱିତୀୟ ତିଥି । ଶାସ୍ତ୍ର ଅନୁସାରେ ଏହି ମାସରେ ଗୃହ ପ୍ରବେଶ,ମନ୍ଦିର କାର୍ଯ୍ୟ ଆରମ୍ଭ ମନା । ଏଥିପାଇଁ ସେ ବିଷ୍ଣୁ ଧର୍ମଶାସ୍ତ୍ର ଓ ନୈବେଜ ବଲ୍ଲଭ ଗ୍ରନ୍ଥର ଉଦାହରଣ ଦେଇଥିଲେ । ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟ ତାରିଖ ଓ ମୂହୁର୍ତ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ram mandir

ପୂଜାରୀଙ୍କୁ ଫୋନରେ ଧମକ

ଅନ୍ୟପକ୍ଷରେ ଶୁଭ ମୂହୁର୍ତ୍ତ ସ୍ଥିର କରିଥିବା କର୍ଣ୍ଣାଟକର ବେଲଗାବିରେ ରହୁଥିବା ପଣ୍ଡିତଙ୍କୁ ଫୋନରେ ଧମକ ମିଳୁଛି । ଏନେଇ ପୂଜକ ଜଣକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ,ତାଙ୍କୁ ଦେଶର ବିଭିନ୍ନ ଭାଗରୁ ଧମକ ମିଳୁଛି । ସ୍ଥାନୀୟ ପୋଲିସ ତାଙ୍କୁ  ସୁରକ୍ଷା ଯୋଗାଇ ଦେଇଛି । ଜଣେ କନେଷ୍ଟବଲଙ୍କୁ ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ତେବେ ଆଧିକାରିକ ଭାବେ ସେ କୌଣସି ଅଭିଯୋଗ କରି ନାହାନ୍ତି ।

କାଶୀର ସନ୍ଥମାନେ ମଧ୍ୟ କରୁଛନ୍ତି ବିରୋଧ

କାଶୀର ସନ୍ଥ ସମାଜ ମଧ୍ୟ ଭୂମିପୂଜା ମୂହୁର୍ତ୍ତକୁ ବିରୋଧ କରୁଛନ୍ତି । ସେମାନଙ୍କ କହିବା ହେଉଛି ଯେଉଁ ସମୟକୁ ବଛା ଯାଇଛି ତାହା ସେହି ଦିନର ସବୁଠାରୁ ଅଶୁଭ ସମୟ ।