ଅଗଷ୍ଟ ମାସର ତୃତୀୟ ସପ୍ତାହରେ ପ୍ରକାଶ ପାଇପାରେ ଯୁକ୍ତ ୨ ପରୀକ୍ଷା ଫଳ

ଭୁବନେଶ୍ୱର: ଖୁବ ଶୀଘ୍ର ପ୍ରକାଶ ପାଇବ +୨ ପରୀକ୍ଷା ଫଳ। ସରିଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଖାତା ଦେଖା । ବର୍ତ୍ତମାନ ଟାବୁଲେସନ ଚାଳିଛି। ଅଗଷ୍ଟ ତୃତୀୟ ସପ୍ତାହ ପୂର୍ବରୁ ଫଳାଫଳ ଦୁଇ ଷ୍ଟ୍ରିମର ଫଳ ବାହାରିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ତେବେ ଚଳିତ ବର୍ଷ କରୋନା ପାଇଁ ପରୀକ୍ଷା ଫଳ ବାହାରିବାରେ ବହୁତ ବିଳମ୍ବ ହୋଇଛି । ପୂର୍ବରୁ କରୋନା ପାଇଁ ଖାତା ଦେଖା ବାରମ୍ବାର ବାତିଲ ମଧ୍ୟ ହୋଇଥିଲା ।

ସିବିଏସଇ ଓ ଆଇସିଏସଇର ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇ ସାରିଥିବାରୁ ଓଡିଶା ସିଏଚସିଇ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାକୁ ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ  । ପରୀକ୍ଷା ଫଳ ବାହାରିବାରେ ଅହେତୁକ ବିଳମ୍ବ ହେଉଥିବାରୁ ଛାତ୍ରଛାତ୍ରୀ ମାନେ ବହୁତ ବ୍ୟସ୍ତ ହୋଇପଡ଼ୁଛନ୍ତି । ତେବେ ଶେଷ ସପ୍ତାହରେ କଳା ପରୀକ୍ଷା ଫଳ ବାହାରିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେପଟେ ପ୍ଲସ୨ ପ୍ରଥମ ବର୍ଷ ଆଡମିଶନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସଚିବ ସ୍ତରୀୟ ଆଲୋଚନା ପରେ ବିଜ୍ଞପ୍ତି ପ୍ରକାଶ ପାଇବ ।

Leave a Reply