IAS ପରୀକ୍ଷା ପାଇଁ ଘଣ୍ଟା ହିସାବରେ ନୁହେଁ ନିଜ ଆତ୍ମତୃପ୍ତି ଅନୁଯାୟୀ ପାଠ ପଢ଼ିବା ଆବଶ୍ୟକ

ରାଉରକେଲା: ପ୍ରକାଶ ପାଇଛି ୟୁପିଏସିର ସିଭିଲ ସର୍ଭିସ ପରୀକ୍ଷା ଫଳ । ଏଥିରେ ମୋଟ ୮୨୯ ଜଣ ପରୀକ୍ଷାର୍ଥି ପାସ କରିଛନ୍ତି । ୧୮୦ ଜଣ ଭାରତୀୟ ପ୍ରଶାସନିକ ସେବାରେ ଏବଂ ଭାରତୀୟ ବୈଦେଶିକ ସେବାରେ ୨୪ ଜଣ, ଭାରତୀୟ ପୋଲିସ ସେବାରେ ୧୫୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ରାଉରକେଲା ତହସିଲଦାର ମାନସ ରଂଜନ ସାହୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ୫୬୭ ରାଙ୍କ ରଖି ପାସ କରିଛନ୍ତି ରାଉରକେଲା ତହସିଲଦାର ମାନସ । ଏହି ପରୀକ୍ଷାରେ ପାସ କରିବା ପାଇଁ ତାଙ୍କୁ କଣ କଣ କରିବାକୁ ପଡ଼ିଛି କେତେ ପରିଶ୍ରମ କରିଛନ୍ତି ସେ ସବୁକଥା ନନ୍ଦିଘୋଷ ଟିଭି ଆଗରେ ପ୍ରକାଶ କରିଛନ୍ତି । ତହସିଲଦାର ପୋଷ୍ଟରେ ତାଙ୍କର ଟ୍ରେନିଂ ଚାଲିଥିବାବେଳେ ଆଇଏଏସ୍‌ ପରୀକ୍ଷା ପାଇଁ ସେ ଲିଖିତ ପରୀକ୍ଷା ଦେଇଥିଲେ । ସେଥିପାଇଁ ତାଙ୍କୁ ତାଙ୍କର କର୍ମକ୍ଷେତ୍ରରେ ଥିବା ବନ୍ଧୁ ଅନେକ ସାହାଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି ।

ନିଜ କର୍ମକ୍ଷେତ୍ରରେ କାର୍ଯ୍ୟ କରୁଥିବା ବନ୍ଧୁ ଯଦି ଆପଣଙ୍କୁ ସାହାଯ୍ୟ କରନ୍ତି ତେବେ ଆପଣ ଏହି ପରୀକ୍ଷା ପାଇଁ ସମୟ ଦେଇପାରିବେ ବୋଲି ସେ କହିଛନ୍ତି । ତେବେ ଆଇଏଏସ ପାଇବାକୁ ହେଲେ ଏଥିରେ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । ତେଣୁ ଯେଉଁମାନେ ଏହି ପରୀକ୍ଷା ଦେଉଛନ୍ତି ସେମାନେ ଅଧିକ ପରିଶ୍ରମ କରିବା ପାଇଁ ସତର୍କ ରହିବା ଦରକାର । କାରଣ ଏହି  ଯାତ୍ରା ହେଉଛି ବହୁତ ଲମ୍ବା ଏବଂ ଏଥିପାଇଁ ଅନେକ ଅପେକ୍ଷା କରିବାକୁ ପଡ଼ିଥାଏ । ମାନସ ଆହୁରି ମଧ୍ୟ କହିଛନ୍ତି ଆଇଏଏସ୍‌ ପରୀକ୍ଷା ଦେବା ଭିତରେ ଅନ୍ୟ କୌଣସି ମାର୍ଗ ମଧ୍ୟ ଦେଖିବା ନିଆହାତି ଆବଶ୍ୟକ ।

ପରିଶ୍ରମ ସହିତ ଆପଣଙ୍କର ଲକ ଏବଂ ଭଗବାନଙ୍କର ଆଶିର୍ବାଦ ନିହାତି ରହିବା ଦରକାର । ମାନସ କହିଛନ୍ତି ପରୀକ୍ଷା ପାଇଁ କେତେ ଘଣ୍ଟା ପାଠ ପଢ଼ିବା ତାହାର ଆବଶ୍ୟକତା ନାହିଁ । ଆପଣ ଆପଣଙ୍କର ପଢ଼ା ପ୍ରତି ସନ୍ତୁଷ୍ଟି ହେବା ପର୍ଯ୍ୟନ୍ତ ପଢ଼ିବା ଆବଶ୍ୟକତା ରହିଛି । ଆପଣଙ୍କର ସିଲାବସ ଅନୁଯାୟୀ   ଆପଣଙ୍କୁ ପଢ଼ିବା ଆବଶ୍ୟକ । ଏହି ପରୀକ୍ଷା ପାଇଁ କେବଳ ସବଜେକ୍ଟର ଆବଶ୍ୟକତା ପଡ଼େନାହିଁ । ଏଥିପାଇଁ ଜେନେରାଲ ନଲେଜ ଆପଣ କେତେ ମାତ୍ରାରେ ପେପର ପଢ଼ୁଛନ୍ତି, ଆପଣଙ୍କର ଆଟିଟ୍ୟୁଡ଼ ,ଆପଣ କେତେ ଜାଣିଛନ୍ତି. ଏହି ସବୁ ଦିଗରେ ଅଧିକ ଧ୍ୟାନ ଦେବାକୁ ବଡ଼ିଥାଏ ବୋଲି ସେ କହିଛନ୍ତି ।

Leave a Reply