spot_img
Home Blog Page 6691

ଆଜି ପୁଣି ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ… ମୋଟ ସଂଖ୍ୟା ୧୨ ହଜାର ୫ ଶହ ଟପିଲା

ଭୁବନେଶ୍ୱର: ରାଜ୍ୟରେ ଥମୁନି କରୋନା ଆତଙ୍କ । ଦିନକୁ ଦିନ ପଜିଟିଭ୍ କେସ୍ ର ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ଆଉ ୫୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରରୁ ୩୮୪ ଜଣ ଚିହ୍ନଟ ହେବା ସହ ଓ ଲୋକାଲ୍ କେସ୍ ୧୮୬ଟି ରହିଛି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୬କୁ ବୃଦ୍ଧି ହୋଇଛି । ୧୯ ଜିଲ୍ଲାରୁ ୫୭୦ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ସର୍ବାଧିକ ୨୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ଗଞ୍ଜାମରୁ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି ମଧ୍ୟ ଗଞ୍ଜାମରୁ ସବୁଠୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ଆଜି ସୁନ୍ଦରଗଡ଼ରୁ ୪୪, ଯାଜପୁରରୁ ୪୦, ଅନୁଗୁଳରୁ ୧୧, ବାଲେଶ୍ୱର ଓ ବୌଦ୍ଧରୁ ୩ ଲେଖାଏଁ, ଭଦ୍ରକରୁ ୨, କଟକରୁ ୪୬, ଗଜପତି ୨୫, ଜଗତସିଂହପୁରରୁ ୧୬, ଝାରସୁଗୁଡାରୁ ୩୧, କେନ୍ଦ୍ରାପଡାରୁ ୬, କେନ୍ଦୁଝର ୧୪, ଖୋର୍ଦ୍ଧାରୁ ୩୭, କୋରାପୁଟରୁ ୧୧, ମୟୁରଭଞ୍ଜ ୧୦, ନୟାଗଡ଼ରୁ ୩୭, ପୁରୀରୁ ୧୫, ସମ୍ବଲପୁରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ନୂଆ ଆରୋଗ୍ୟ ସଂଖ୍ୟା ୫୬୫ ଥିବାବେଳେ ଆକ୍ଟିଭ କେସ୍ ୪୪୭୫ ରହିଛି ।

ଆଜିଠୁ ଭୁବନେଶ୍ୱର ପୋଲିସ୍ ସେବା ଭବନ ବନ୍ଦ… କର୍ମଚାରୀ ଓ ଭିଜିଟର୍ସଙ୍କୁ ଅଫିସ ମନା…

ଭୁବନେଶ୍ୱର: ଚିନ୍ତା ବଢାଉଛି କରୋନା । ଦିନ ଗଡ଼ିବା ସହ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ କରୋନା ସଂକ୍ରୟମିତଙ୍କ ସଂଖ୍ୟା ୧୨ହଜାର ପାର ହେଲାଣି । ରାଜ୍ୟରେ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଥିବା ବେଳେ ଖୋର୍ଦ୍ଧା ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ଭୁବନେଶ୍ୱରରେ ସ୍ଥିତି ଅନିୟନ୍ତ୍ରିତ ହେଉଛି । ଭୁବନେଶ୍ୱରରେ କ୍ୱାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ମାମଲା ପ୍ରଶାସନର ଚିନ୍ତା ବଢାଇଛି । ଏଭଳି ପରିସ୍ଥିତି ସଚେତନ ହିଁ ଏକମାତ୍ର ପନ୍ଥା ହୋଇପଡ଼ିଛି ।

କରୋନା ସ୍ଥିତିକୁ ଦେଖି ଆଜିଠାରୁ ଭୁବନେଶ୍ୱର ପୋଲିସ ସେବା ଭବନକୁ ବନ୍ଦ ରଖାଯାଇଛି । ଆଜି ଏହାକୁ ଦୃଷ୍ଟିରେ ରଖି ପୋଲିସ ସେବା ଭବନ ସାନିଟାଇଜ କରାଯାଉଛି । ଏହାସହ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୧୩ ଜୁଲାଇ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପୂରା ବିଲ୍ଡିଂକୁ ସାନିଟାଇଜ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅନ୍ୟପଟେ ୧୩ ତାରିଖ ଯାଏଁ ବନ୍ଦ ଘୋଷଣା ପରେ କର୍ମଚାରୀ ଓ ଭିଜିଟର୍ସଙ୍କୁ ଅଫିସ୍ ଯିବାକୁ ବାରଣ କରାଯାଇଛି ।

ତେବେ ଆଜିଠାରୁ ଅନଲକ ୨.୦ରେ ଲକଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନ । ରାସ୍ତାଘାଟ ଖାଁ ଖାଁ, ଦୋକାନ ବଜାର ସବୁ ବନ୍ଦ ରହିଛି । କରୋନା ସ୍ଥିତିକୁ ଦେଖି ରାଜ୍ୟର ୧୬ରୁ ଅଧିକ ଜିଲ୍ଲାରେ ଏହି ସଟଡାଉନ୍ ଜାରି ହୋଇଛି । କେବଳ ଔଷଧ ଦୋକାନକୁ ଛାଡିଦେଲେ ବାକି ସବୁ ଦୋକାନ ବନ୍ଦ ରହିଛି । ଏବଂ ବିଭିନ୍ନ ସ୍ଥାନରେ ପୋଲିସର ଚେକିଂ ଓ ବ୍ଲକିଂ ଚାଲିଛି । ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନଙ୍କ ପାସ୍ କିମ୍ବା କାର୍ଡ ଦେଖି ପୋଲିସ୍ ସେମାନଙ୍କୁ ଯିବାକୁ ସୁଯୋଗ ଦେଉଛି ।

ଅନଲକ ୨.୦ରେ  ଲକଡାଉନ ପ୍ରଥମ ସପ୍ତାହର ସଟଡାଉନ ସମୟରେ ନିୟମ କଡାକଡି ଥିଲା । ଏକାଠି ହୋଇ ଖଟି କରିବା କିଛି ଜଣଙ୍କୁ ମହଙ୍ଗା ପଡିଲା। ଜୟଦେବ ଭବନ ନିକଟରେ ଥିବା ଓମଫେଡ୍ ବୁଥ ସମ୍ମୁଖରେ ସଟଡାଉନ କଟକଣା ମାନିନଥିବା ଅଭିଯୋଗରେ ୯ ଜଣଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରିଥିଲା କ୍ୟାପିଟାଲ ଥାନା ପୋଲିସ । ସେପଟେ ରାଜଧାନୀରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ଜାରିରହିଛି ବିଶୋଧନ ପ୍ରକ୍ରିୟା ।

ବିକାଶ ଦୁବେର ଏନକାଉଣ୍ଟର ଘଟଣାରେ ନୂଆ ମୋଡ଼

କାନପୁର: କାନପୁର ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଅପରାଧୀ ବିକାଶ ଦୁବେକୁ ଏନକାଉଣ୍ଟର କରାଯାଇଛି । ଗତ ୩୦ ବର୍ଷ ଧରି ଆତଙ୍କବାଦ କରୁଥିବା ଏହି ଗ୍ୟାଙ୍ଗଷ୍ଟରକୁ ଶୁକ୍ରବାର ଦିନ ପୋଲିସ ଏନକାଉଣ୍ଟର କରିଛି । ନିଜ ନିଜ ରାଜ୍ୟରେ ଅପରାଧ ମାମଲା ବଢୁଥିବା ବେଳେ ଲୋକମାନେ ବିକାଶ ଦୁବେ ଏନକାଉଣ୍ଟରରେ ସନ୍ତୁଷ୍ଟ ହୋଇଛଅଥଇ ।

କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ପୋଲିସର ଏନକାଉଣ୍ଟର ଉପରେ ପ୍ରଶ୍ନ କରୁଛନ୍ତି । ତେଣୁ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ, ଆଗାମୀ ଦିନରେ ପୋଲିସ ଉପରେ ହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯିବ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ପୋଲିସ ପ୍ରକୃତରେ ଆତ୍ମରକ୍ଷା ପାଇଁଲ ହିଁ ଗୁଳି ଚଳାଇଛି ତ ? ପୋଲିସକୁ ବର୍ତ୍ତମାନ କୋର୍ଟରେ ପ୍ରମାଣ କରିବାକୁ ପଡିବ ଯେ ଯଦି ସେମାନେ ଗୁଳି ନ ଚଳାଇ ଥାନ୍ତେ ତେବେ ସେମାନଙ୍କଠାରେ ଗୁଳି ବାଜିଥାନ୍ତା । ଆସନ୍ତୁ ପୁରା ପୋଲିସର ସୂଚନା ଅନୁସାରେ ପୂରା ଘଟଣାକୁ ଜାଣିବା ।

କେମିତ ହେଲା ଏନକାଉଣ୍ଟର ? କଣ କହୁଛି ପୋଲିସ ?

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ବିକାଶ ଦୁବେଙ୍କୁ ଏସଟିଏଫ୍ ଉତ୍ତରପ୍ରଦେଶ ଲକ୍ଷ୍ନୌ ଦଳ ଦ୍ୱାରା ପୋଲିସ୍ ଅଧୀକ୍ଷକ ତେଜ ବାହାଦୂର ସିଂଙ୍କ ନେତୃତ୍ୱରେ ସରକାରୀ ଗାଡ଼ି ମାଧ୍ୟମରେ ନିଆଯାଉଥିଲା । ଏହି ସମୟରେ କାନପୁରର ସଚେଣ୍ଡି ପୋଲିସ୍ ଷ୍ଟେସନ ଅଞ୍ଚଳର କହ୍ନେଇ ଲାଲ ହସ୍ପିଟାଲ ସେମାନଙ୍କ ସାମ୍ନାରେ ପହଞ୍ଚିବା ସମୟରେ ହଠାତ୍ ଏକ ଗାଈ ପଲ ରାସ୍ତାକୁ ପଳାଇ ଆସିଥିଲେ । ଦୀର୍ଘ ସମୟର ଯାତ୍ରାରେ କ୍ଳାନ୍ତ ଡ୍ରାଇଭର ଏହି ପଶୁମାନଙ୍କଠାରୁ ଦୁର୍ଘଟଣାକୁ ବଞ୍ଚିବା ପାଇଁ ହଠାତ୍ ତାଙ୍କ ଗାଡ଼ିକୁ ଅନ୍ୟଆଡେ ବୁଲାଇ ଦେଇଥିଲେ । ଯାହା ପରେ ଏହି ଗାଡି ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିଲା ​ । ଏହି ଗାଡ଼ିରେ ବସିଥିବା ପୋଲିସ କର୍ମଚାରୀମାନେ ଗୁରୁତର ଆହତ ହୋଇଥିଲେ । ଏହି ସମୟରେ ବିକାଶ ଦୁବେ ହଠାତ୍ ପରିସ୍ଥିତିର ସୁଯୋଗ ନେଇ ଆହତ ଇନ୍ସପେକ୍ଟର ରାମକାନ୍ତ ପାଚୈରୀଙ୍କ ପିସ୍ତଲକୁ ଟାଣି ନେଇ ଦୁର୍ଘଟଣାଗ୍ରସ୍ତ ସରକାରୀ ଗାଡିରୁ ବାହାରି ଦୌଡ଼ିବାକୁ ଲାଗିଲେ । ଏହା ପରେ ପୋଲିସ ବିକାଶକୁ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା ।

ଚାଇନାଠୁ ମୁକ୍ତ ହେବାକୁ ଟିକ୍ ଟକ୍ କରୁଛି ଉଦ୍ୟମ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ପରେ ଭାରତ ଦ୍ୱାରା ୫୯ ଟି ଚାଇନିଜ୍ ଆପ୍ ବ୍ୟାନ୍ କରାଯାଇଛି । ସେଥିପାଇଁ ଚାଇନିଜ୍ କମ୍ପାନିଗୁଡିକ ବହୁ କ୍ଷତି ସହୁଛନ୍ତି। କ୍ଷତି ହେତୁ ଟିକ୍ ଟକ୍ ର ପ୍ୟାରେଣ୍ଟ୍ କମ୍ପାନୀ ବାଇଟ୍ ଡାନ୍ସ ନିଜ ହେଡ୍ କ୍ୟାର୍ଟରକୁ ଚୀନ୍ ବାହାରେ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି। ତେବେ ବିଶ୍ୱରେ ଟିକ୍ ଟକ୍ ର ତିରିଶ ପ୍ରତିଶତ ୟୁଜର୍ସ ଭାରତରେ ଅଛନ୍ତି । ଏହି ଆପକୁ ଭାରତରେ ୬୦ କୋଟିରୁ ଅଧିକ ଲୋକେ ଡାଉନଲୋଡ୍ କରିଥିଲେ । ଗତ ବର୍ଷ ବାଇଟ୍ ଡାନ୍ସ କମ୍ପାନୀ ଭାରତରେ ବ୍ୟାପକ ବିସ୍ତାର ଯୋଜନା ନେଇ ଅନେକ ବରିଷ୍ଠ ପଦବୀ ନିଯୁକ୍ତ କରିଥିଲା। କିନ୍ତୁ ଆପ୍ ବ୍ୟାନ୍ ହେବା ପରେ ବାଇଟ୍ ଡାନ୍ସ ଏହି କ୍ଷତି ପୂରଣ ପାଇଁ କମ୍ପାନୀକୁ ପୁନଃନିର୍ମାଣ କରିବାକୁ ଚିନ୍ତା କରୁଛି।

ଭାରତରେ ଟିକ୍ ଟକ୍ ବ୍ୟାନ ହେବା ପରେ ଏବେ ଆମେରିକାରେ ଏହି ଆପ୍ କୁ ବ୍ୟାନ୍ କରିବାକୁ ସଂକେତ ଦିଆଯାଇଛି । ବାଇଟ୍ ଡାନ୍ସ ଟିକ୍ ଟକ୍ ବ୍ୟବସାୟର କର୍ପୋରେଟ୍ ଢାଞ୍ଚାରେ ପରିବର୍ତ୍ତନ ଗୁଡିକର ଯୋଜନା ଚଲାଇଛି ଏବଂ ସମାନ ପର୍ଯ୍ୟାୟକୁ ଫେରିବା ପାଇଁ କମ୍ପାନୀ ଏକ ଭଲ ବିକଳ୍ପର ଚିନ୍ତା କରୁଛି ।

ଭାରତ ନିଜ ସୁରକ୍ଷା ଯୋଗୁଁ ଚୀନ୍‌ର ୫୯ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି। ଭାରତ ଚାଇନାର ୫୯ ଟି ଆପ୍ ବ୍ୟାନ୍ କରିବା ପରେ ଚାଇନାର ଗୋଟେ କମ୍ପାନୀ ୪୫ ହଜାର କୋଟି କ୍ଷତି ସହିଛନ୍ତି । ଏହି କମ୍ପାନୀ ହେଉଛି ଟିକ୍ ଟକ୍ ଏବଂ ହେଲୋ ର ମଦର କମ୍ପାନୀ । ଚାଇନାରେ ଥିବା ସମସ୍ତ ଆପ୍ ମଧ୍ୟରୁ ଟିକଟକ୍ ସବୁଠାରୁ ଲୋକପ୍ରିୟ ଥିଲା । ଅନେକ ସେଲିବ୍ରିଟି, ଟ୍ୱିଟର ୟୁଜର୍ସ ଟିକ୍ ଟକ୍ ବ୍ୟବହାର କରୁଥିଲେ । ସୂଚନାଯୋଗ୍ୟ ଯେ, ଏଥିପାଇଁ ବାଇଟ୍ ଡାନ୍ସକୁ ୬ ବିଲିୟନ ଡଲାରର କ୍ଷତି ହୋଇଛି ।

ରିପୋର୍ଟ ଅନୁସାରେ ଚୀନ୍ ବାହାରେ ଏହାର ନୂଆ ହେଡକ୍ୱାର୍ଟର ଗଠନ ପାଇଁ କମ୍ପାନୀର ବରିଷ୍ଠ ଅଧିକାରୀମାନେ କର୍ପୋରେଟରଙ୍କୁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ୟୁଜର୍ସମାନଙ୍କ ସୁରକ୍ଷା ବିଷୟରେ ସେମାନେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ । ସେମାନେ  ଉପଭୋକ୍ତା, ଶ୍ରମିକ, କଳାକାରଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିବାର ଯୋଜନା ଚଳାଇଛନ୍ତି ।

WHO କହିଲା ଉଦାହରଣ ସୃଷ୍ଟି କଲା ଭାରତର ଏହି ସ୍ଥାନ । ଜାଣନ୍ତୁ…

ମୁମ୍ବାଇ: ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା । କରୋନା ପରିସ୍ଥିତିରେ ଭାରତ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି WHO । ବିଶେଷକରି ମୁମ୍ବାଇ ଧାରାବୀରେ ଥିବା ବସ୍ତିରେ କରୋନା ସ୍ଥିତି ସୁଧୁରିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ଏସବୁ ସମ୍ଭବ ହୋଇପାରିଛି କଣ୍ଟାକ୍ଟ ଟେର୍ସିଂ, ଆଇସୋଲେସନ ଓ ଟେଷ୍ଟିଂ ଦ୍ୱାରା  । ଧାରାୱୀରେ କରୋନା ନିୟନ୍ତ୍ରଣକୁ ଆସିପାରିଥିବା WHO କହିଛି । ଏଭଳି ପଦକ୍ଷେପ କରୋନା ସଂକ୍ରମଣ ରୋକିବାରେ ସକ୍ଷମ ହୋଇଛି  ବୋଲି କୁହାଯାଇଛି ।

ଏପ୍ରିଲ ଏବଂ ମେ ମାସରେ କୁହାଯାଇଥିଲା ଯେ ଏସିଆର ସବୁଠୁ ବଡ ବସ୍ତିରେ ‘କରୋନା ବିସ୍ଫୋରଣ’ ହୋଇପାରେ ଏବଂ କେବଳ ସେଠାରୁ ହିଁ ଲକ୍ଷଲକ୍ଷ ଲୋକ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି । ଏଭଳି ପରିସ୍ଥିତି ପାଇଁ ଚିନ୍ତାରେ ଥିଲେ ସରକାର । ଏବଂ ପରିସ୍ଥିତିରେ ଭୟଭୀତ ହୋଇଯାଇଥିଲା ପ୍ରଶାସନ । କିନ୍ତୁ ଏହି ସମୟରେ ପ୍ରାୟ ୫ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ କଠିନ ପରିଶ୍ରମ ପରିସ୍ଥିତିକୁ ବଦଳାଇ ଦେଲା । ଜୁନ୍ ମାସରେ, ଧରାବୀରେ ନୂତନ ମାମଲା ସଂଖ୍ୟା ବହୁ ପରିମାଣରେ ନିୟନ୍ତ୍ରିତ ହେବାକୁ ଲାଗିଲା ।

ବସ୍ତି ପାଇଁ ବଢୁଥିଲା ସଂକ୍ରମଣ

ଧରାବୀରେ ସଂକ୍ରମଣର ବୃଦ୍ଧି ପାଇବାର ସବୁଠାରୁ ବଡ କାରଣ ଘନି ବସ୍ତି ଥିଲା। ପାଖାପାଖି ୨.୫ ଲକ୍ଷ ବର୍ଗ କିଲୋମିଟର ମଧ୍ୟରେ ପ୍ରାୟ ୭ ରୁ ୮ ଲକ୍ଷ ଲୋକ ରୁହନ୍ତି । ଏବଂ ଏଠାରେ ବାସ କରୁଥିବା ଅଧିକାଂଶ ଲୋକ ଶ୍ରମିକ ଅଟନ୍ତି ।

4T ସୂତ୍ରରେ କାର୍ଯ୍ୟ କରାଯାଇଥିଲା

ଧରାବୀର ବିଧାୟକ ତଥା ରାଜ୍ୟ ଶିକ୍ଷା ମନ୍ତ୍ରୀ ବର୍ଶା ଗାୟକବାଡଙ୍କ ଅନୁଯାୟୀ, ଧରାବୀରେ ଏହି ସଂକ୍ରମଣକୁ ରୋକିବା ତାଙ୍କ ପାଇଁ ଏକ ବଡ ଆହ୍ୱାନ ଥିଲା। ଧରାବୀରେ ଯେପରି ସଂକ୍ରମଣ କମିଛି ତାହା ପୂରା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି । ଧରାବୀରେ ସଂକ୍ରମଣକୁ ରୋକିବା ପାଇଁ BMC 4T ଫର୍ମୁଲା ଲାଗୁ କରିଥିଲା । 4T ର ଅର୍ଥ ହେଉଛି ଟ୍ରେସିଂ, ଟ୍ରାକିଂ, ଟେଷ୍ଟିଂ ଏବଂ ଟ୍ରିଟିଂ । ଆଜି ଏହି 4T ରେ ସୂତ୍ର ପାଇଁ ହିଁ ଧରାବୀରେ ମାମଲା ସଂଖ୍ୟା ହ୍ରାସ ପାଇଛି, ପ୍ରତିଦିନ ଧରାବୀରେ କରୋନା ମାମଲା ଏକକ ସଂଖ୍ୟାରେ ଆସିଛି ।

ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା…..ମୁମ୍ବାଇର ଧାରାବୀରେ କରୋନା ସ୍ଥିତି ନିୟନ୍ତ୍ରଣ ନେଇ ଜଣାଇଲା ସାଧୁବାଦ….କହିଲା କାମରେ ଆସିଲା କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେସନ୍ ସୁବିଧା

ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା…..ମୁମ୍ବାଇର ଧାରାବୀରେ କରୋନା ସ୍ଥିତି ନିୟନ୍ତ୍ରଣ ନେଇ ଜଣାଇଲା ସାଧୁବାଦ….କହିଲା କାମରେ ଆସିଲା କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେସନ୍ ସୁବିଧା

ଏହି ୬ଟି ଜିନିଷ ସାମିଲ କରନ୍ତୁ ନିଜ ଡାଏଟ୍ ରେ… କିଡନୀ ଓ ରକ୍ତ ଚାପରୁ ହେବେ ମୁକ୍ତ

ଆଜିକାଲି ଲୋକେ ଜଙ୍କ ଫୁଡ୍ ଖାଇବା ଅଧିକ ପସନ୍ଦ କରନ୍ତି । ପାଟିର ସ୍ୱାଦ ପାଇଁ ସମସ୍ତେ ଜଙ୍କ ଫୁଡ ଖାଇବାକୁ ପସନ୍ଦ କରନ୍ତି ସତ, କିନ୍ତୁ ଏହା ଶରୀରକୁ ଆବଶ୍ୟକ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ଯୋଗାଇ ନଥାଏ । ଏହା ଶରୀରରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଜଙ୍କ ଫୁଡ୍ ଯୋଗୁଁ ଫୁସଫୁସ ସମ୍ବନ୍ଧୀୟ ଅନେକ ଅସୁବିଧା ହୋଇଥାଏ ।

ଏଥିପାଇଁ ଫୁସଫୁସ ରୋଗର ଅନେକ ଲକ୍ଷଣ ଦେଖାଯାଏ, ଯେଉଁଥିପାଇଁ ପ୍ରବଳ କାଶ, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା, ମୁଣ୍ଡ ବିନ୍ଧା, ଛାତି ଯନ୍ତ୍ରଣା ଭଳି ସମସ୍ୟା ଦେଖାଦିଏ । ଏହା ବ୍ୟତୀତ ଆଜିକାଲି କରୋନାରେ ମୃତ୍ୟୁ ହେଉଥିବା ଅଧିକାଂଶ ଲୋକେ ମଧୁମେହ ବା ଉଚ୍ଚରକ୍ତଚାପ ପୀଡିତ ଥାନ୍ତି । ଦେଶରେ ତଥା ବିଶ୍ୱରେ କରୋନା ଜୀବାଣୁ ମହାମାରୀକୁ ଦୃଷ୍ଟିରେ ରଖି ଶରୀରର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହୋଇଯାଇଛି । ସେଥିପାଇଁ ନିତିଦିନିଆ ଡାଏଟ ରେ କିଛିଟା ଆଇଟମ୍ ସାମିଲ କରିବା ଆବଶ୍ୟକ ।

ରସୁଣ

ପ୍ରତିଦିନ ନିଜ ଖାଇବା ମେନୁରେ ରସୁଣ ସାମିଲ କରିବା ଜରୁରୀ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରକୁ ଅନ୍ୟ ରୋଗ ସହ ଲଢିବା ପାଇଁ ସହଯୋଗ କରେ । ରସୁଣ ଖାଇଲେ ଥଣ୍ଡା ଜ୍ୱର ହୁଏ ନାହିଁ । ତେଣୁ, ଖାଦ୍ୟ ଖାଇବା ପରେ ରସୁଣ ଖାଇଲେ , ଶରୀରରେ କଫ ଜମେ ନାହିଁ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଗୋଟେ ଗ୍ଲାସ ପାଣିରେ ଅଧା ଚାମଚ ହଳଦୀ ପାଉଡର ମିଶାଇ ପିଇଲେ ଶରୀର ସୁସ୍ଥ ରୁହେ । ଶିଶୁମାନଙ୍କୁ ମଧ୍ୟ ଏହା ପ୍ରତିଦିନ ପିଆଇବା ଉଚିତ୍ । କାରଣ ଏହା ତାଙ୍କ ଫୁସଫୁସକୁ ସୁରକ୍ଷିତ ରଖିବାରେ ସହଯୋଗ କରେ ।

ଗାଜର

ଗାଜରରେ ବିଭିନ୍ନ ପ୍ରକାରର ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଗାଜର କୈରୋଟିନୋଏଡ ପାଇଁ ସର୍ବୋତ୍ତମ ବୋଲି କୁହାଯାଏ । ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ କର୍କଟ ରୋଗ ହ୍ରାସ ହେବାର କାରଣ ସହିତ କୈରୋଟିନୋଏଡ ଜଡିତ। ଗାଜରକୁ କଞ୍ଚା ଖାଇବା ସହ ସିଝାଇ ବା ରାନ୍ଧି ଖାଇଲେ ଏହା ଶରୀପର ପାଇଁ ଲାଭଦାୟକ ହୋଇଥାଏ ।

ପିଜୁଳି
ପିଜୁଳି ରସ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ଶ୍ୱାସ ନଳିରେ ହେଉଥିବା ସଂକ୍ରମଣକୁ ହ୍ରାସ କରିଥାଏ  । ଏହାର ଆଣ୍ଟିଭାଇରସ୍ ଗୁଣ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ  । ପିଜୁଳିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ମଧ୍ୟ ରହିଛି ଯାହା ପ୍ରତିଦିନ ଖାଇବା ଜରୁରୀ ।

ସେଓ

ସେଉରେ ମଧ୍ୟ ପ୍ରଚୁର ପରିମାଣର ଭିଟାମିନ ସି ରହିଛି । ଏଥିପାଇଁ ପ୍ରତିଦିନ ସକାଳେ ସେଓ ଖାଇଲେ ଏହା ଶରୀରକୁ ରୋଗମୁକ୍ତ କରେ । ଏଥିରେ ଭରପୁର ଫାଇବର ମଧ୍ୟ ଅଛି ।

କଖାରୁ

କଖାରୁ ଫୁସଫୁସ ପାଇଁ ଭଲ ହେବା ସହ ମଧୁମେହ ଓ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସହଯୋଗ କରେ । କଖାରୁରେ ପୋଟାସିୟମ୍, ଭିଟାମିନ୍ ସି, ମ୍ୟାଗ୍ନେସିୟମ୍ ଏବଂ ବିଭିନ୍ନ ସର୍ବୋତ୍ତମ ତତ୍ତ୍ୱ ରହିଛି ।

ଅଦା

ଅଦା ଖାଇବା ଦ୍ୱାରା ଶରୀରରେ ବିଷାକ୍ତ ପଦାର୍ଥ ପ୍ରବେଶ କରିନଥାଏ । ବିଶେଷ କଥା ହେଉଛି ଅଦାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି କର୍କଟ ଗୁଣ ଶରୀରକୁ ସୁରକ୍ଷିତ ରଖେ।

ମୁଖ୍ୟମନ୍ତ୍ରୀ ଭବନରେ ଏକାଥରେ ୮୦ଜଣ କରୋନା ପଜିଟିଭ୍

ପାଟନା: ବିହାରରେ କରୋନା ସଂକ୍ରମଣରେ ଅନେକ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ସେହି କ୍ରମରେ ରାଜ୍ୟର ସବୁଠୁ ବଡ଼ ଡାକ୍ତରଖାନା ପାଟନା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ତିନିଜଣ ଡାକ୍ତରଙ୍କ ପଜିଟିଭ୍ ଥିବା ଜଣାପଡିଥିଲା । ଏବଂ ସେଠାରେ ହିଁ ୨ ନର୍ସ ମଧ୍ୟ କରୋନା ପଜିଟିଭ୍ ବୋଲି ସ୍ପଷ୍ଟ ହୋଇଛି । ଏହା ସହିତ PMCHରେ କୋଭିଡ୍ ପଜିଟିଭ୍ କର୍ମଚାରୀଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ ପାଟନା AIIMSରେ ମଧ୍ୟ ଜଣେ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩ଜଣ ଡାକ୍ତର ପଜିଟିଭ୍ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ଏହାକୁ ମିଶାଇ AIIMSରେ ୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ଭବନରେ ସଂକ୍ରମଣ

ବିହାରର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଭବନରେ ଭାଇରସର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ଏଠାରେ ୮୦ରୁ ଅଧିକ ଲୋକ କରୋନା  ସଂକ୍ରମିତ ହୋଇଛନ୍ତି । ସୂଚନାନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବାସଭବନର କ୍ୟାଣ୍ଟିନରେ ନିୟୋଜିତ ଥିବା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସଚିବଙ୍କ ଡ୍ରାଇଭର ପର୍ଯ୍ୟନ୍ତ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ବହୁ ସଂଖ୍ୟକ ସୁରକ୍ଷା କର୍ମୀ ମଧ୍ୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟର କର୍ମଚାରୀଙ୍କ ମଧ୍ୟ ନମୁନା ମଧ୍ୟ ପରୀକ୍ଷା ପାଇଁ ନିଆଯାଇଛି।

ପାଟନାରେ ବଢିଚାଲିଛି ସଂକ୍ରମଣ

ଆପଣଙ୍କୁ କହି ରଖୁଛୁ ଯେ, ଗୁରୁବାରରୁ ଶୁକ୍ରବାର ମଧ୍ୟରେ ପାଟନାରେ ୨୪ ଘଣ୍ଟାରେ ସର୍ବାଧିକ ୩୮୫ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ପିଏମସିର ମେଡିକାଲ୍ ଅଫିସର ୨୮କର୍ମୀ ଏବଂ ୨୩ ଅଗ୍ନିଶମ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ପାଟନାରେ ସଂକ୍ରମିତ କରୋନା ସଂଖ୍ୟା ବର୍ତ୍ତମାନ ୧୮୮୮ରେ ପହଞ୍ଚିଛି । ସେଥିମଧ୍ୟରୁ ୧୧୮୦ ଜଣଙ୍କୁ ବିଭିନ୍ନ ଆଇସୋଲେସନରେ ଭର୍ତ୍ତି କରାଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ୧୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।

ବିହାରରେ ସଂକ୍ରମିତ ସଂଖ୍ୟା ୧୪୩୩୦

ସୂଚନା ଅନୁସାରେ, ଶୁକ୍ରବାର ଦିନ ବିହାରରେ ୩୫୨ଟି ନୂଆ କରୋନାଭାଇରସ୍ ମାମଲା ରୁଜୁ ହୋଇଥିଲା । ଏହା ସହିତ କରୋନାଭାଇରସ୍ ସଂଖ୍ୟା ୧୪୩୩୦କୁ ବୃଦ୍ଧି ପାଇଛି  । ଭାଗଲପୁରରେ ସର୍ବାଧିକ ୮୪ ରୋଗୀ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସଂଖ୍ୟା ହେଉଛି ରାଜଧାନୀ ପାଟନା, ଯେଉଁଠାରେ ୭୩ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଶୁକ୍ରବାର ପର୍ଯ୍ୟନ୍ତ ବିହାରରେ ୧୦୨୫୧ ରୋଗୀ ସୁସ୍ଥ ହୋଇଯାଇଛନ୍ତି ।

ରାଉରକେଲା ସହରରେ ଦୁଇ ଦିନିଆ ସଟଡାଉନ୍

ରାଉରକେଲା: ରାଉରକେଲା ସହରରେ ଆଜି ଓ ଆସନ୍ତା କାଲି ଦୁଇ ଦିନିଆ ସଟଡାଉନ୍ । ସହରରେ ସାପ୍ତାହିକ ସଟଡାଉନ୍ ଆରମ୍ଭ ହୋଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଟ ଡାଉନ ଘୋଷଣା କରାଯାଇଛି। ରାଉରକେଲା ମହାନଗର ନିଗମ ଅଞ୍ଚଳ, ରାଉରକେଲା ଷ୍ଟିଲ ଟାଉନସିପ ଓ କଲୁଙ୍ଗା ଶିଳ୍ପାଞ୍ଚଳ ସଟଡାଉନ୍ ।

ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ସଟଡାଉନ୍। ସଟଡାଉନ୍ ପାଇଁ ରାଉରକେଲା ସହରର ଵିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ । ଯାଞ୍ଚ ବ୍ୟବସ୍ଥା କଡାକଡି ହୋଇଛି। ଵିରମିତ୍ରପୁର ପୌରପରିଷଦ ଅଞ୍ଚଳ ତିନି ଦିନିଆ ସଟଡାଉନ୍ ହୋଇଛି । ପୂର୍ବରୁ ମଧ୍ୟ ରାଉରକେଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ତତ୍ପର ହୋଇଥିଲା । କୋଭିଡ୍ ସଂକ୍ରମିତ ବାହାରୁଥିବା ଅଞ୍ଚଳଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା ।

ଏବେ କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ସାପ୍ତାହିକ ସଟଡାଉନ୍ ର ନିଷ୍ପତ୍ତି ନେଇଛି । ସୁନ୍ଦରଗଡ଼ ପୌରପରିଷଦ ଅଞ୍ଚଳରେ ଆଜି ଠାରୁ ଦୁଇ ଦିନିଆ ସଟ ଡାଉନ ହୋଇଛି । ସଟଡାଉନ୍ ସମୟରେ ମେଡିକାଲ, ଔଷଧ ଦୋକାନ ଖୋଲା ରହିଛି । ସମସ୍ତ ଜରୁରୀକାଳୀନ ସେବା ଖୋଲା ରହିଛି । ରାସନ ଦୋକାନ ଓ ମିଲ୍କ ବୁଥ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଘୋଷଣା ହୋଇଛି ।

କଂଗ୍ରେସ ସାଂସଦଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ଆର୍ଥିକ ସ୍ଥିତିକୁ ନେଇ ବିଭିନ୍ନ ରାଜନୈତି ଦଳର ଚିନ୍ତା ବଢୁଛି । କରୋନାର ମୁକାବିଲା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ ସଟଡାଉନ ଲାଗି ରହିଛି । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହେଉଛି ଦେଶର ଆର୍ଥିକ ସ୍ଥତି । କରୋନା ତା ବିସ୍ତାରର ଯେତିକି ସମୟ ନେଉଛି ସେତିକି ଦୁର୍ବଳ ହେବାରେ ଲାଗିଛି ଦେଶରେ ଆର୍ଥିକ ସ୍ଥିତି ।

ଏନେଇ ଆଜି ଦଳର ସମସ୍ତ ସାଂସଦଙ୍କ ସହ ବୈଠକ ଡାକିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହେବା ନେଇ ସୂଚନା ମିଳିଛି । କରୋନା ଯୋଗୁଁ ଦେଶର ଆର୍ଥିକ ସ୍ଥିତି ନେଇ ଏଥିରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । କରୋନା ଲକଡାଉନ ଯୋଗୁଁ ଦେଶର ଆର୍ଥୀକ ସ୍ଥିତି ଓ ଚୀନ ସୀମା ବିବାଦକୁ ନେଇ ଲଗାତାର ମୋଦୀଙ୍କୁ ଟାର୍ଗେଟ୍ କରି ଆସୁଛି କଂଗ୍ରେସ । ଏହାସହ ଲଗାତାର ପେଟ୍ରୋଲିୟମ ଦର ବୃଦ୍ଧି ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରି ପାରନ୍ତି କଂଗ୍ରେସ ଅଧ୍ୟକ୍ଷା ।

କେବଳ ସେତିକୁନୁହେଁ ପୂର୍ବରୁ ଏସବୁ ବିଷୟ ଉପରେ ସରକାର କୌଣସି ଆଲୋଚନା ନକରି କିପରି ନୀତିଗତ ନିଷ୍ପତ୍ତି ନେଉଛନ୍ତି ବୋଲି ସୋନିଆ ବାରମ୍ବାର ଅଭିଯୋଗ ଆଣୁଛନ୍ତି । କୁହାଯାଉଛି ସୋନିଆ ଡକାଇଥିବା ଏହି ବୈଠକରେ ଏସମସ୍ତ ବିଷୟ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ତେଣୁ ଆଜିର ବୈଠକ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏହାସହ ୧୦ ଅଗଷ୍ଟରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର କାର୍ଯ୍ୟକାଳ ସରିବାକୁ ଯାଉଛି । ଏହାକୁ ବଢାଇବାକୁ କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକ ହେବ । ବୈଠକ ପରେ ନିର୍ବାଚନ ଅଧିକାରୀଙ୍କୁ କାର୍ଯ୍ୟକାଳ ବଢାଇବା ନେଇ ଅବଗତ କରାଇବା ସମ୍ଭାବନା ରହିଛି ।