ଭିଜିଲାନ୍ସ ଜାଲରେ ପୁରୀ ଜଙ୍ଗଲ ବିଭାଗର ଏସିଏଫ ପ୍ରଶାନ୍ତ କୁମାର ସ୍ୱାଇଁ

1 min read

ପୁରୀ: ଭିଜିଲାନ୍ସ ଜାଲରେ ଜଙ୍ଗଲ ବିଭାଗ ଅଧିକାରୀ । ପୁରୀ  ସହକାରୀ ବନ ସଂରକ୍ଷକ-ଏସିଏଫ୍ (Assitant Conservator Of Forest) ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଅଫିସ ଓ ବାସଭବନରେ ଚଢ଼ାଉ କରୁଛି ଭିଜିଲାନ୍‌ସ । ଏକକାଳୀନ ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ । ପୁରୀ ଅଫିସ ଓ ଭଡ଼ାଘର ସହ ବାଲିଅନ୍ତା ପୈତୃକ ଗୃହ, ଢେଙ୍କାନାଳ ଶ୍ୱଶୁର ଘରେ ଚଢ଼ାଉ ଚାଲିଛି । ଭୁବନେଶ୍ୱର ମହାଭୋଇ ଶାସନ ବାସଭବନରେ ମଧ୍ୟ ରେଡ୍ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି ଭିଜିଲାନ୍‌ସ । ଚଢ଼ାଉ ବେଳେ ଗୁରୁତ୍ୱପୂର୍ବ କାଗଜପତ୍ର ସହ ସୁନା ଗହଣା ଏବଂ ଟଙ୍କା ଜବତ କରିଛନ୍ତି ।

ସନ୍ଧ୍ୟା ସୁଦ୍ଧା ତାଙ୍କ ବିରୋଧରେ ଆସିଥିବା ଆୟ ବର୍ହିଭୂତ ସମ୍ପତ୍ତିର ଆକଳନ କରାଯିବ । କାର୍ଯ୍ୟରେ ଯୋଗ ଦେବା ସମୟରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସେ କେଉଁ କେଉଁ କାର୍ଯ୍ୟ କରିଛନ୍ତି ଏବଂ କେତେ ପରିମାଣରେ ଟଙ୍କା ସେ ରଖିଛନ୍ତି ତାହା ଆକଳନ କରାଯିବ । ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନର ମଧ୍ୟ ମୂଲ୍ୟ ଆକଳନ କରାଯାଉଛି ।

Leave a Reply