spot_img
Home Blog Page 6663

କୋଭିଡ୍ ଟିକା ‘କୋଭିକ୍ସିନ୍ ’ର ମାନବୀୟ ପରୀକ୍ଷଣ… ଭାରତ ବାୟାଟେକ୍ କମ୍ପାନୀ ଦ୍ୱାରା ୩୭୫ ସ୍ୱେଚ୍ଛାସେବୀଙ୍କୁ ନେଇ ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର ଅନେକ କଟକଣା ଲାଗୁ କରିଛନ୍ତି । ହେଲେ ଏହା ସତ୍ତ୍ୱେ ଦିନକୁ ଦିନ କରୋନା କମିବା ବଦଳରେ ବଢିବାରେ ଲାଗିଛି । କରୋନା କବଳରେ ଏବେ ସାରା ବିଶ୍ୱ । ପ୍ରତିଦିନ କରୋନା ସଂକ୍ରମଣ ଯୁଦ୍ଧର ମୁକାବିଲା ପାଇଁ ମଣିଷ ସଂଘର୍ଷ କରୁଛି । କରୋନା ସଙ୍କଟ ବେଳେ ଏକ ଭଲ ଖବର ଆସିଛି । ସମସ୍ତଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କଲା ଭାରତର ସ୍ୱଦେଶୀ କୋଭିଡ୍ ଟିକା ‘କୋଭିକ୍ସିନ୍ ’ ।

ଏହି ଟିକାର ମାନବୀୟ ପରୀକ୍ଷଣ ହୋଇଛି । ଭାରତ ବାୟାଟେକ୍ କମ୍ପାନୀ ଦ୍ୱାରା ୩୭୫ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଛି  । ଏହି ଟିକାର ପ୍ରଥମ ପର୍ଯ୍ୟାୟ ୨୦୨୦ରେ ଜୁଲାଇ ମାସ ୧୫ ତାରିଖ କରାଯାଇଥିଲା  । ଦୁଇଟି କମ୍ପାନୀର ଟିକାକୁ ମାନବୀୟ ପରିକ୍ଷଣ ପାଇଁ ଅନୁମତି ଦେଇଥିଲା ଡ୍ରଗ କଣ୍ଟ୍ରୋଲ ଜେନେରାଲ୍ ଅଫ୍ ଇଣ୍ଡିଆ  । ଏହି ଦୁଇଟି କମ୍ପାନୀ ହେଲା ଭାରତୀୟ ବାୟାଟେକ୍ ଇଣ୍ଟରନ୍ୟାସନାଲ ଓ ଜଡୁସ୍ କାଡିଲା ହେଲ୍ଥ କେୟାର । ଏହି ଦୁଇ ସଂସ୍ଥା ପ୍ରଥମେ ମୂଷା ଏବଂ ଠେକୁଆଠାରେ ଟିକା ପରୀକ୍ଷଣ କରିଥିଲେ ।

ଦେଶୀ କରୋନା ଭ୍ୟାକ୍ସିନକୁ ନେଇ ଭଲ ଖବର, ନାହିଁ କୌଣସି ସାଇଡ୍ ଇଫେକ୍ଟ

ଏହି ପରୀକ୍ଷଣ ରିପୋର୍ଟକୁ  ଡିସିଜିଆଇ ନିକଟରେ ଦାଖଲ କରିଥିଲେ  । ଏହାପରେ ଏହି ଦୁଇଟି ସଂସ୍ଥାର ଟିକାକୁ ମାନବୀୟ ପରିକ୍ଷଣ ପାଇଁ ଅନୁମତି ମିଳିଥିବା ଆସିଏମଆର ପକ୍ଷରୁ ସୂଚନା ଦିଆଯାଇଛି । ଯଦି ସମସ୍ତ ପରୀକ୍ଷଣ ଠିକ୍ ହୁଏ ତେବେ ଅଗଷ୍ଟ ୧୫ ମଧ୍ୟରେ ଭ୍ୟାକ୍ସିନକୁ ଲଞ୍ଚ କରାଯିବ । ICMR ଏଥିରେ ସାମିଲ ଅଛି । ଯଦି ଭ୍ୟାକ୍ସିନ୍ ପରୀକ୍ଷଣର ପ୍ରତିଟି ପର୍ଯ୍ୟାୟ ସଫଳ ରୁହେ ତେବେ ୧୫ ଅଗଷ୍ଟରେ ମାର୍କେଟରେ ଭ୍ୟାକ୍ସିନ୍ ଉପଲବ୍ଧ ହେବ । ପୂର୍ବରୁ ହାଇଦ୍ରାବାଦ ଫାର୍ମା କମ୍ପାନୀ ଭାରତ ବାୟୋଟେକ ଅନେକ ଭ୍ୟାକ୍ସିନ୍ ମଧ୍ୟ ପ୍ରସ୍ତୁତ କରିଛି ।

ଭ୍ୟାକ୍ସିନ୍ ତିଆରି ଟିମରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ଓଡିଆ ବୈଜ୍ଞାନିକ, ଜାପାନରେ ଚାଲିଛି ଗବେଷଣା

କରୋନା ସଂକ୍ରମଣ ଓ ଏହାର ପ୍ରତିଶେଧକ ନେଇ ଜାପାନରେ ଚାଲିଛି ଗବେଷଣା । ଏହି ଗବେଷଣାରେ ସାମିଲ ହୋଇଛନ୍ତି ଓଡ଼ିଆ ବୈଜ୍ଞାନିକ । କୋଭିଡ-୧୯ର ମୁକାବିଲା ପାଇଁ ସାରା ବିଶ୍ୱରେ ଟିକା ନେଇ ଗବେଷଣା ଚାଲିଥିବାବେଳେ ଜାପାନର ସେଣ୍ଟର ଫର ବାୟୋସିଷ୍ଟମସ ଡାଇନାମିକ୍ସ ରିସର୍ଚ୍ଚ ଏ ଦିଗରେ ମଧ୍ୟ ଏହି ଗବେଷଣାରେ ସାମିଲ ହୋଇଛି । ଅନୁଷ୍ଠାନର ଆଦିତ୍ୟ ଓ ଅନ୍ୟ ଅନୁଷ୍ଠାନର ଦୁଇଜଣ ସଦସ୍ୟ ୟୁମିଫେନଭର ନାମରେ ଏକ ଔଷଧ ନେଇ ଗବେଷଣା ଚଳାଇଛନ୍ତି । ବିଶ୍ୱରେ ଆମେରିକା ଓ ଋଷିଆ ତୁଳନାରେ ଚୀନରେ କରୋନା ମୃତ୍ୟୁ ସଂଖ୍ୟା କମ ରହିଥିଲା । କାରଣ ସେମାନେ ଏହି ଔଷଧର ବ୍ୟବହାର କରିଥିଲେ ବୋଲି କୁହାଯ଼ାଉଛି କିନ୍ତୁ ଏହା ଏପର୍ଯ଼୍ୟନ୍ତ ପ୍ରମାଣିତ ହୋଇନାହିଁ ।

Corona Vaccine

ତେବେ ଏହି ଔଷଧର ରହିଥିବା ରସାୟନ ଏବଂ କରୋନା ଭୂତାଣୁକୁ ରୋକିବାରେ ଏହା କେତେଦୂର ସହାୟକ ହେବ ସେନେଇ ଚଳାଇଛନ୍ତି ଗବେଷଣା । ଗବେଷଣା କରୁଥିବା ଏହି ଟିମରେ ଅଛନ୍ତି ରାୟଗଡ଼ାର ଓଡ଼ିଆ ବୈଜ୍ଞାନିକ ଆଦିତ୍ୟ କୁମାର ପାଢୀ । ଏହି ଟିମରେ ଅନ୍ୟ ଦୁଇ ସଦସ୍ୟ ହେଲେ ଭୁବନେଶ୍ବର ନାଇଜରର ଛାତ୍ର ଅନିରୁଦ୍ଧ ସିଲ ଓ ନର୍ଥ ଇଷ୍ଟର୍ଣ୍ଣ ହିଲ ବିଶ୍ବବିଦ୍ୟାଳୟ ସିଲଂର ଆସିଷ୍ଟାଣ୍ଟ ପ୍ରଫେସର ତିମିର ତ୍ରିପାଠୀ । ତେବେ ମେଡିସିନ ନିର୍ମାଣ ସହିତ ଅନ୍ୟ ଦେଶରେ ନିର୍ମାଣ ହେଉଥିବା ଔଷଧରୁ କେତେ ସୁଫଳ ମିଳୁଛି ସେ ନେଇ ମଧ୍ୟ ଆଦିତ୍ୟଙ୍କ ଟିମ ଗବେଷଣା କରୁଛି । ଏଥିସହିତ କରୋନା ସଂକ୍ରମଣକୁ ନେଇ ମଧ୍ୟ ଚାଲିଛି ଗବେଷଣା ।

ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ: ଗୋଟିଏ ଦିନରେ ଚିହ୍ନଟ ହେଲେ ୩୪ ହଜାରରୁ ଊର୍ଦ୍ଧ୍ୱ

ନୂଆଦିଲ୍ଲୀ: ଦେଶରେ ଆଜି ୩୪ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୭୧ ଜଣଙ୍କ ମୃତ୍ୟୁ ହୋଇଛି  । ଏପିରି ସ୍ଥିତିରେ ପ୍ରଥମ ଥର ପାଇଁ କେରଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ରାଜ୍ୟ ସରକାର ମାନିଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ପୁନେ ପାଲଟିଲାଣି ଦେଶର ନୂଆ କୋଭିଡ୍ ହଟ୍‌ସ୍ପଟ୍ ।

coronavirus quarantine: Caught in corona crossfire: How the ...

ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦରେ ଧୀରେଧୀରେ ସଂକ୍ରମଣ କମୁଥିବା ବେଳେ ୩ ସହରରେ ବଢୁଛି । ବେଙ୍ଗାଳୁରୁରେ ଗତ ୪ ସପ୍ତାହର ତଥ୍ୟ ଅନୁସାରେ ଦିନକୁ ପ୍ରାୟ ୧୨ ପ୍ରତିଶତ କରୋନା ମାମଲା ବଢୁଥିବା ବଢୁଛ । ଦୈନିକ ମୃତ୍ୟୁ ସଂଖ୍ୟା ୮ପ୍ରତିଶତରୁ ଅଧିକ ବଢୁଛି । ଦେଶରେ କରୋନା ସ୍ଥିତି ସଂଗୀନ ହୋଇଥିବାବେଳେ କରୋନାରେ ଦିନକୁ ହଜାର ହଜାର ଆକ୍ରାନ୍ତ ହେଉଛନ୍ତି ।

Corona claims four lives in Karnataka, highest in 24 hours- The ...

ସ୍ଥିତି ଏପରି ହୋଇଛି ଯେ, ଦିନକୁ ଏବେ ୩୦ ହଜାର ପାର କରୁଛି ସଂଖ୍ୟା  । ଏହାକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଚିନ୍ତିତ ଥିବାବେଳେ ଏକ ସର୍ଭେରୁ ଜଣାପଡିଛି, ମଧ୍ୟପ୍ରଦେଶ, ବିହାର ଏବଂ ତେଲଙ୍ଗାନାର କିଛି ଜିଲ୍ଲାରେ କରୋନା ଭୟଙ୍କର ରୂପ ଧାରଣ କରିଛି  ।

COVID-19: India Close on The Heels of Russia, Total Tally Nears ...

ତେବେ ଏଥିରେ ଏବ ପରବର୍ତ୍ତନର ଚିତ୍ର ସାମ୍ନାକୁ ଆସିଛି  । ଗତ ମାସରେ ଦେଶର ୯ ମେଟ୍ରୋ ସିଟିରେ ସଂକ୍ରମଣ ବୃଦ୍ଧି ପାଇଛି  । ବେଙ୍ଗାଳୁରୁ, ହାଇଦ୍ରାବାଦ, ପୁନାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ସର୍ଭେ କହୁଛି  ।

Covid-19 update: India reported over 24,000 fresh coronavirus ...

ସେହିପରି ଦିଲ୍ଲୀ, ଅହମ୍ମଦାବାଦ, ଏବଂ ଚେନ୍ନାଇରେ ସଂକ୍ରମଣ ହ୍ରାସ ପାଉଛି ବୋଲି ସବଚନା ରହିଛି  । ବେଙ୍ଗାଲୁରରେ ଫଅଥଇଧଇ ୧୨.୯ ପ୍ରତିଶତ ହାରରେ ରୋଗୀ ସଂଖ୍ୟା ବଢିବାରେ ଲାଗିଛି  । ପୁନାରେ ପ୍ରତିଦିନ ୪.୫ ପ୍ରକିଶତ ହାରରେ ସଂକ୍ରମଣ ଡେଉଁଛି  । ଯେଉଁଠି ସୁରଟରେ ୪.୫ ପ୍ରତିଶତ, ହାଇଦ୍ରାବାଦରେ ୭.୮ ପ୍ରତିଶତ ହାରରେ ରୋଗୀ ସଂଖ୍ୟା ବଢୁଥିବାରୁ ସେଠାକାର ସରକାର ଚିନ୍ତାରେ ପଡିଯାଇଛନ୍ତି  ।

Coronavirus cases deaths India statewise list lockdown extention ...

କେରଳରେ ଆରମ୍ଭ ହେଲାଣି କରୋନାର ଗୋଷ୍ଠୀ ସଂକ୍ରମଣ । ପ୍ରଥମ ଥର ପାଇଁ କେରଳରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ରାଜ୍ୟ ସରକାର ମାନିଛନ୍ତି । କେରଳର ଥିରୁଅନନ୍ତପୁରମର ଦୁଇଟି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଇଛି । ପୁନ୍‌ଥୁରା ଓ ପୁଲୁଭିଆରେ ଗୋଷ୍ଠୀ ସଂକ୍ରମଣ ହୋଇଛି । ତେଣୁ ଅଧିକ ସତର୍କ ରହିବା ପାଇଁ ଲୋକଙ୍କୁ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ନିବେଦନ କରିଛନ୍ତି ।

Corona Kavach health insurance policy for covid: Premium, benefits ...

ପୁନ୍‌ଥୁରାରେ ୫୦ ଜଣ ଲୋକଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ସେହିପରି ପୁଲୁଭିଆରେ ୫୭ ନମୁନା ମଧ୍ୟରୁ ୨୮ ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି । ଗତକାଲି ରାଜ୍ୟରେ ୭୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏ ମଧ୍ୟରେ ୫୩୨ ଲୋକାଲ୍ କେସ ରହିଥିଲା ।

କରୋନା ନିୟନ୍ତ୍ରଣ ପାଇଁ ନୂଆ ରଣନୀତି, ଭିତ୍ତିଭୂମି ସଂପ୍ରସାରଣ ଉପରେ ଗୁରୁତ୍ୱ

ଏବେ କେରଳରେ ୨୮୫ଟି ହଟସ୍ପଟ୍ ଚିହ୍ନଟ ହୋଇଛି । ସେପଟେ ଦେଶରେ ଗତ ୨୪ଘଣ୍ଟାରେ ୩୪ହଜାର ୮୮୪ଜଣଙ୍କ କରୋନା ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି  । ୬୭୧ ଜଣଙ୍କ ଜୀବନ ନେଇଛି ଏହି କିଲର ଭାଇରସ । ଏଥିସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୩୮ ହଜାର ପାର୍‌ କରିଛି । ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୨୬ହଜାର ଟପିଛି । ଦେଶରେ ଏବେ ୩ଲକ୍ଷ ୫୮ ହଜାର ୬୯୨ ଆକ୍ଟିଭ୍ କେସ ରହିଥିବା ବେଳେ ଚିକିତ୍ସା ପରେ ୬ଲକ୍ଷ ୫୩ ହଜାର ୭୫୧ ଜଣ ସୁସ୍ଥ ହୋଇଛନ୍ତି ।

ନିର୍ମଳ ଯୋଜନାରେ ଟଙ୍କା ବାଟମାରଣା, ଠିକାଦାର ଓ ସୁପରଭାଇଜରଙ୍କ ନାମରେ ଅଭିଯୋଗ

ଢେଙ୍କାନାଳ: ନିର୍ମଳ ଯୋଜନା ନାଁରେ ବାଟମାରଣା ହୋଇଛି କୋଟି କୋଟି ଟଙ୍କା । ସ୍ୱଚ୍ଛତା ନାଁ ରେ ଚାଲିଛି ପ୍ରହସନ । ଲୁଟରେ ସାମିଲ ଅଛନ୍ତି ଠିକାଦାର ଆଉ ସୁପରଭାଇଜର । ସାନିଟାଇଜ ପାଇଁ ଆସୁଥିବା ସାମଗ୍ରୀ ସବୁ ବାହାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି  । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଜିରାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ  । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବାରମ୍ୱାର ଅଭିଯୋଗ କରାଯାଉଛି, ହେଲେ ଠିକାଦାର ଏବଂ ସୁପରଭାଇଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ସେହିଭଳି ପାଇଖାନାଠାରୁ ଆରମ୍ଭ କରି ଡାକ୍ତରଖାନା ପରିସର ସବୁଠି  କୁଢ କୁଢ ଅଳିଆ, ବ୍ୟବହୃତ ଇଂଜେକ୍ସନ, ମଦ ବୋତଲ, ଘାସ ଓ ବର୍ଜ୍ୟବସ୍ତୁ ପଡିରହିଛି । ସଫେଇ କର୍ମଚାରୀଙ୍କୁ ଏନେଇ ପଚରା ଯିବାରୁ ସେ ସିଧାସଳଖ ଭାବେ କାହା ବିରୋଧରେ ମନ୍ତବ୍ୟ ନରଖି ବୁଲେଇ ବଙ୍କେଇ କଥା କହିଛନ୍ତି । ତେବେ ଘଟଣା ଉପରେ ଡାକ୍ତର କହିଛନ୍ତି ଯେ ଏନେଇ ଉଚ୍ଚପଦାଧିକାରୀଙ୍କୁ ଜଣାଇଦିଆଯାଇଛି ।

ଖୁବ୍‌ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ବଚ୍ଚନ ପରିବାର

ମୁମ୍ୱାଇ: ସୁସ୍ଥ ହେଉଛନ୍ତି ବିଗ୍ ବି । ଖୁବଶୀଘ୍ର ହସପିଟାଲରୁ ଡିସଚାର୍ଜ ହୋଇପାରନ୍ତି ବଚ୍ଚନ ପରିବାର । କୋଭିଡ ପଜିଟିଭ ବାହାରିବା ପରେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ, ପୁଅ ଅଭିଷେକ, ବୋହୂ ଐଶ୍ବର୍ଯ୍ୟା ଓ ନାତୁଣୀ ଆରାଧ୍ୟା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସେମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି ଓ ଖୁବଶୀଘ୍ର ସେମାନଙ୍କୁ ହସପିଟାଲରୁ ମୁକ୍ତି ମିଳିବ ବୋଲି ମୁମ୍ବାଇ ଲିଳାବତୀ ହସପିଟାଲର ଡାକ୍ତର କହିଛନ୍ତି ।

Abhishek Bachchan: My family means the world to me, I'll do ...

ବଚ୍ଚନ କୋଭିଡ ପଜିଟିଭ ଆସିବା ନେଇ ଖବର ପ୍ରସାରିତ ହେବାପରେ ଖାଲି ବଲିଉଡ ନୁହେଁ ତାଙ୍କ ଫ୍ୟାନ ମାନେ ମଧ୍ୟ ତାଙ୍କ ଆରୋଗ୍ୟ କାମନା କରିଥିଲେ । ତେବେ ଏକ ସପ୍ତାହ ମଧ୍ୟରେ ସେମାନେ ସୁସ୍ଥ ହୋଇ ଫେରିବେ ବୋଲି ହସପିଟାଲ ସୂତ୍ରରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଗତ ଜୁଲାଇ ୧୧ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ବିଶ୍ୱ ସୁନ୍ଦରୀ ଐଶର୍ଯ୍ୟା ଏବଂ ତାଙ୍କ ଝିଅଙ୍କୁ କରୋନା : ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍

ଏହାର କିଛି ସମୟରେ ଅଭିଷେକ ବଚ୍ଚନ ମଧ୍ୟ ସଂକ୍ରମିତ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଥିଲେ । ତେବେ ପ୍ରଥମେ ନେଗେଟିଭ୍ ଚିହ୍ନଟ ହେବା ପରେ ପୁନଃ ନମୁନା ପରୀକ୍ଷଣ ବେଳେ ବଚ୍ଚନ ପରିବାର ବୋହୂ ଐଶର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ପୁଣି ଚର୍ଚ୍ଚାରେ ଅମିତାଭ-ରେଖା, ଜାଣନ୍ତୁ କାହିଁକି…

କିନ୍ତୁ ସେମାନେ ଘରେ ହୋମ୍ ଆଇସୋଲେସନ୍‌ରେ ରହିଥିଲେ । କିନ୍ତୁ ଗତକାଲି ଉଭୟ ମାଆ ଝିଅ   ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି । ତେବେ ସୌଭାଗ୍ୟ ବସତଃ ଉଭୟ ଜୟା ବଚ୍ଚନ ଏଯାଏଁ ସଂକ୍ରମିତ ହୋଇନାହାନ୍ତି ।

 

ରୋଗୀଙ୍କୁ ଫେରାଇ ପାରିବେନି ଘରୋଇ ଡାକ୍ତରଖାନା, ଟ୍ୱିଇଟ୍ କରି ଚେତାଇ ଦେଲେ ମୁଖ୍ୟ ଶାସନ ସଚିବ

ରୋଗୀଙ୍କୁ ଘରୋଇ ହସ୍‌ପିଟାଲ ଓ କ୍ଲିନିକ୍‌ ଫେରାଇ ଦେବା ଘଟଣାରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ । ରୋଗୀଙ୍କୁ ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଇଟ୍ କରି ଏହି ଚେତାବନୀ ଦେଇଛନ୍ତି । ରୋଗୀଙ୍କୁ ଚିକିତ୍ସା୍ ନକରି ଫେରାଇଦେବା ଅନୈତିକ ଓ ବେଆଇନ । ଅଭିଯୋଗକୁ ସରକାର ଗୁରୁତ୍ୱର ସହ ନେଇଛନ୍ତି । ହଟ୍‌ସ୍ପଟ୍‌ ଜିଲ୍ଲା ରୋଗୀଙ୍କୁ ଘରୋଇ ହସ୍‌ପିଟାଲ ଓ କ୍ଲିନି୍‌କ୍‌ ଫେରାଇ ଦେଉଥିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଅନ୍ୟପକ୍ଷରେ ସେହିପରି କଟକର ବିଭିନ୍ନ ସରକାରୀ ହସ୍‌ପିଟାଲରେ କରୋନା ସଂକ୍ରମଣ ରୋକିବାକୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜ୍ୟର ବା ଏସ୍‌ଓପି ଲାଗୁ ହେବ । ବଡ଼ ମେଡିକାଲ, ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ଓ ଶିଶୁଭବନରେ ଏସ୍‌ଓପି ଲାଗୁ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରୋଗୀ ଓ ଆଟେଣ୍ଡାଣ୍ଟଙ୍କୁ ପରିଚୟ ପତ୍ର ଦିଆଯିବ । ବିନା ପରିଚୟପତ୍ରରେ କାହାରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ରୋଗୀଙ୍କୁ ଆତ୍ମୀୟ ଭେଟିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଦିଆଯିବ । ଆଟେଣ୍ଡାଣ୍ଟଙ୍କ ସଂଖ୍ୟା କମ୍ କରିବା ଉପରେ କର୍ତ୍ତୃପକ୍ଷ ଗୁରୁତ୍ବ ଦେବେ । ରୋଗୀ ଓ ଆଟେଣ୍ଡାଣ୍ଟଙ୍କର ଆଣ୍ଡିଜେନ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଫରଓ୍ୱାର୍ଡ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା: କହିଲେ, ବାହାଦୁର ସୈନିକ ଦେଶର ଗର୍ବ

ଲଦାଖ: ଦୁଇ ଦିନିଆ ଲଦାଖ ଏବଂ ଜାମ୍ମୁ ଓ କାଶ୍ମୀର ଗସ୍ତରେ ଯାଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୁପୱାଡା ନିକଟ ଏଲଓସି ସ୍ଥିତି ସମୀକ୍ଷା କରିବା ସହ ଯବାନଙ୍କୁ ଉତ୍ସାହିତ କରିଛନ୍ତି  । ଏଲଓସିରେ ମୁତୟନ ଯବାନ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ବେଳେ ବାହାଦୁର ସିପାହୀ ଦେଶର ଗର୍ବ ବୋଲି କହିବା ସହିତ ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କ ଦେଶସେବାକୁ ସଲାମ କରିଛନ୍ତି  ।

ଏହାପୂର୍ବରୁ ସେ ଅମରନାଥ ଯାଇ ବାବା ବର୍ଫାନିଙ୍କ ଦର୍ଶନ କରିଥିଲେ  । ଦୁଇ ଦିନିଆ ଲଦାଖ ଏବଂ ଜାମ୍ମୁ ଓ କାଶ୍ମୀର ଗସ୍ତରେପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  । ଆଜି କୁପୱାଡ଼ା ଫରୱାର୍ଡ ପୋଷ୍ଟ ଯାଇ ଏଲଓସି ସ୍ଥିତି ସମୀକ୍ଷା କରିବା ସହ ଯବାନଙ୍କୁ କରିଛନ୍ତି ଉତ୍ସାହିତ  । ସୀମାରେ ମୁତୟନ ବାହାଦୁର ଯବାନଙ୍କ ସହ ଆଲୋଚନା ବେଳେ ଦେଇଛନ୍ତି ସାବାସି  ।

କହିଛନ୍ତି, ଦେଶ ପାଇଁ ଉତ୍ସର୍ଗୀକୃତ ବୀର ଯବନା ଦେଶର ଗର୍ବ  । ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ରହି ମଧ୍ୟ ଦେଶ ରକ୍ଷାରେ ବ୍ରତୀ  । ଦେଶ ସେମାନଙ୍କ ବାହାଦୁରୀକୁ ସଲାମ କରୁଛି  । ଏହା ପୂର୍ବରୁ ରାଜନାଥ ଅମରନାଥ ମନ୍ଦିର ଗସ୍ତ କରି ବାବା ବର୍ଫାନିଙ୍କ ଦର୍ଶନ କରିବା ସହିତ ମନ୍ଦିରରେ ଘଣ୍ଟାଏ କାଳ ଅତିବାହିତ କରିଥିଲେ  । ବାବାଙ୍କ ଦର୍ଶନ କରି ସେ ଆଶୀର୍ବାଦ ଲାଭ କରିଛନ୍ତି ବୋଲି କହିଛନ୍ତି ରାଜନାଥ  ।

ଏହି ଅବସରରେ ତାଙ୍କ ସହ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଓ ସେନା ମୁଖ୍ୟ ଜେନେରାଲ ଏମ ଏମ ନରୱାଣେ ଉପସ୍ଥିତ ଥିଲେ  । ଶୁକ୍ରବାର ରାଜନାଥ ପ୍ରଥମେ ଲଦାଖରେ ପହଞ୍ଚି ଏଲଏସିରେ ସ୍ଥିତି ସମୀକ୍ଷା କରିବା ସହ ଯବାନଙ୍କୁ ସମ୍ବୋଧିତ କରିଥିଲେ  । ଭାରତର ଇଞ୍ଚେ ଜମି କେହି ଛଡାଇ ନେଇପାରିବେ ନାହିଁ ବୋଲି କହିବା ସହ ସବୁ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରାଯିବ ବୋଲି କହିଥିଲେ  । ପ୍ରଧାନମନ୍ତ୍ରୀଙ୍କ ପରେ ପ୍ରଥମ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତ କରିଥିଲେ  ।

https://www.facebook.com/NandighoshaTV/videos/836511276878406/

୨ ବିଧାୟକଙ୍କ ସମର୍ଥନ ପରେ ରାଜ୍ୟପାଳଙ୍କୁ ଭେଟିଲେ ଗେହଲୋଟ୍‌

ଜୟପୁର: ରାଜସ୍ଥାନରେ ସୁଧୁରୁଛି ଗେହଲୋଟଙ୍କ ସ୍ଥିତି । ରାଜ୍ୟପାଳଙ୍କୁ ଭେଟି ୧୦୨ ସମର୍ଥକ ଥିବା ଦର୍ଶାଇବା ପରେ ରାଜସ୍ଥାନ ରାଜନୀତିର ଚିତ୍ର କିଛିଟା ସ୍ପଷ୍ଟ ହୋଇପାରିଛି । ଶନିବାର ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାକ୍ଷାତ କରିବା ସହ ତାଙ୍କ ସରକାରଙ୍କ ପାଖରେ  ୧୦୨ ବିଧାୟକଙ୍କ ସମର୍ଥନ ଥିବା ଦର୍ଶାଇଛନ୍ତି । ତେବେ ଏ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ଦେଇନାହାନ୍ତି ଗେହଲଟ୍ ।

କେବଳ ଏହା ରାଜ୍ୟପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର ଥିବା କହିଛନ୍ତି । ଏହାପୂର୍ବରୁ କଂଗ୍ରେସ ସରକାରଙ୍କୁ ୨ ଜଣ ଭାରତୀୟ ଟ୍ରାଇବଲ ପାର୍ଟି ବିଧାୟକ ସମର୍ଥନ ଘୋଷଣ କରିଥିଲେ । ଏକ ସାମ୍ୱାଦିକ ସମ୍ମିଳନୀରେ ଉଭୟ ଗେହଲୋଟ୍‌ଙ୍କୁ ସମର୍ଥନ କରୁଥିବା ନେଇ ସୂଚିତ କରିଛନ୍ତି । ପୂର୍ବରୁ ଏମାନେ ଗେହଲୋଟ୍ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ । ତେବେ ଗେହଲୋଟଙ୍କ ଠାରେ ସଂଖ୍ୟାଗରିଷ୍ଠତା ଥିବା ଦର୍ଶାଇଥିବା ସତ୍ତ୍ୱେ ସମସ୍ତ ବିଧାୟକ ଜୟପୁରର ଫେୟାରମେଣ୍ଟ ହୋଟେଲରେ ରହିଛନ୍ତି ।

ସୂଚନା ଯୋଗ୍ୟ ଯେ, ରାଜ୍ୟପାଳଙ୍କୁ ଦେଖା କରିବା ସମୟରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ରାଜ୍ୟପାଳଙ୍କୁ ସାନିଟାଇଜର୍‌ ଦେବା ସହ ନିଜେ ମଧ୍ୟ ସାନିଟାଇଜରର ବ୍ୟବହାର କରିଥିଲେ । ଏବଂ ସାକ୍ଷାତବେଳେ ଉଭୟ ମୁହଁରେ ମାସ୍କ ମଧ୍ୟ ପିନ୍ଧିଥିଲେ । ଯାହା ଲୋକଙ୍କୁ କରୋନା ମୁକାବିଲା ନେଇ ଭଲ ସନ୍ଦେଶ ଦେଉଛି ।

ଥମୁନି ରାଜନୈତିକ ଝଡ଼: ବିଧାୟକଙ୍କ ନାଁରେ ରୁଜୁ ହେଲା FIR

ଉପ ନିର୍ବାଚନ ପାଇଁ ରାଜନୀତିକ ଦଳକୁ ମତ ମାଗିଲା ନିର୍ବାଚନ କମିଶନ

କରୋନା ମହାମାରୀ ସମୟରେ କେମିତି ହେବ ଉପନିର୍ବାଚନ ପ୍ରଚାର ଓ ଭୋଟିଂ କିପରି କରାଯିବ, ସେ ନେଇ ବିଭିନ୍ନ ରାଜନୈତିକ ଦଳଙ୍କୁ ମତାମତ ମାଗିଛନ୍ତି ଜାତୀୟ ନିର୍ବାଚନ କମିସନ । ଜୁଲାଇ ୩୧ ସୁଦ୍ଧା ମତାମତ ପଠାଇବାକୁ ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କୁ ଜାତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ ହେବାକୁ ଥିବା ଦୁଇଟି ଉପନର୍ବାଚନକୁ କୋଭିଡ ନିୟମାବଳୀ ଅନୁସାରେ ପରିଚାଳନା କରିବାକୁ ସମସ୍ତଙ୍କ ସହ ଆଲୋଚନା ପାଇଁ ବିରୋଧୀ ମତ ରଖିଛନ୍ତି । ସେପଟେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଠନମୂଳକ ମତ ରଖିବା ନେଇ ସରକାରୀ ଦଳ ଯୁକ୍ତି ବାଢିଛି ।

ଦେଶ ବର୍ତ୍ତମାନ ସ୍ବାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଦେଇ ଗତି କରୁଛି । ଯେଉଁଥିପାଇଁ ନିଷ୍ପତ୍ତି ଓ ନିର୍ବାଚନ ବିଳମ୍ବ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଛତିଶଗଡ଼ରେ ଗୋଟିଏ, ଗୁଜୁରାଟରେ ୧୦ଟି, ହରିୟାଣାରେ ଗୋଟିଏ, ଝାଡ଼ଖଣ୍ଡରେ ଦୁଇଟି, କର୍ଣ୍ଣାଟକରେ ଦୁଇ, ମଧ୍ୟପ୍ରଦେଶରେ ୨୬ଟି, ମଣିପୁରରେ ୪ଟି, ନାଗାଲାଣ୍ଡରେ ଗୋଟିଏ, ଓଡ଼ିଶାରେ ଦୁଇଟି, ଉତ୍ତର ପ୍ରଦେଶରେ ୫ଟି ବିଧାନସଭାକୁ ମିଶାଇ ସବୁଦାୟ ୫୪ ଉପନର୍ବାଚନ ହେବାର ଅଛି । ସେହିପରି ବିହାରରେ ବିଧାନସଭା ନିର୍ବାଚନ ସହ ବାଲମିକି ନଗର ସଂସଦୀୟ କ୍ଷେତ୍ରରେ ଉପ-ନର୍ବାଚନ ହେବ ।

ଭ୍ୟାକ୍ସିନ୍ ତିଆରି ଟିମରେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ଓଡିଆ ବୈଜ୍ଞାନିକ, ଜାପାନରେ ଚାଲିଛି ଗବେଷଣା

କରୋନା ସଂକ୍ରମଣ ଓ ଏହାର ପ୍ରତିଶେଧକ ନେଇ ଜାପାନରେ ଚାଲିଛି ଗବେଷଣା । ଏହି ଗବେଷଣାରେ ସାମିଲ ହୋଇଛନ୍ତି ଓଡ଼ିଆ ବୈଜ୍ଞାନିକ । କୋଭିଡ-୧୯ର ମୁକାବିଲା ପାଇଁ ସାରା ବିଶ୍ୱରେ ଟିକା ନେଇ ଗବେଷଣା ଚାଲିଥିବାବେଳେ ଜାପାନର ସେଣ୍ଟର ଫର ବାୟୋସିଷ୍ଟମସ ଡାଇନାମିକ୍ସ ରିସର୍ଚ୍ଚ ଏ ଦିଗରେ ମଧ୍ୟ ଏହି ଗବେଷଣାରେ ସାମିଲ ହୋଇଛି । ଅନୁଷ୍ଠାନର ଆଦିତ୍ୟ ଓ ଅନ୍ୟ ଅନୁଷ୍ଠାନର ଦୁଇଜଣ ସଦସ୍ୟ ୟୁମିଫେନଭର ନାମରେ ଏକ ଔଷଧ ନେଇ ଗବେଷଣା ଚଳାଇଛନ୍ତି । ବିଶ୍ୱରେ ଆମେରିକା ଓ ଋଷିଆ ତୁଳନାରେ ଚୀନରେ କରୋନା ମୃତ୍ୟୁ ସଂଖ୍ୟା କମ ରହିଥିଲା । କାରଣ ସେମାନେ ଏହି ଔଷଧର ବ୍ୟବହାର କରିଥିଲେ ବୋଲି କୁହାଯ଼ାଉଛି କିନ୍ତୁ ଏହା ଏପର୍ଯ଼୍ୟନ୍ତ ପ୍ରମାଣିତ ହୋଇନାହିଁ ।

Corona Vaccine

ତେବେ ଏହି ଔଷଧର ରହିଥିବା ରସାୟନ ଏବଂ କରୋନା ଭୂତାଣୁକୁ ରୋକିବାରେ ଏହା କେତେଦୂର ସହାୟକ ହେବ ସେନେଇ ଚଳାଇଛନ୍ତି ଗବେଷଣା । ଗବେଷଣା କରୁଥିବା ଏହି ଟିମରେ ଅଛନ୍ତି ରାୟଗଡ଼ାର ଓଡ଼ିଆ ବୈଜ୍ଞାନିକ ଆଦିତ୍ୟ କୁମାର ପାଢୀ । ଏହି ଟିମରେ ଅନ୍ୟ ଦୁଇ ସଦସ୍ୟ ହେଲେ ଭୁବନେଶ୍ବର ନାଇଜରର ଛାତ୍ର ଅନିରୁଦ୍ଧ ସିଲ ଓ ନର୍ଥ ଇଷ୍ଟର୍ଣ୍ଣ ହିଲ ବିଶ୍ବବିଦ୍ୟାଳୟ ସିଲଂର ଆସିଷ୍ଟାଣ୍ଟ ପ୍ରଫେସର ତିମିର ତ୍ରିପାଠୀ । ତେବେ ମେଡିସିନ ନିର୍ମାଣ ସହିତ ଅନ୍ୟ ଦେଶରେ ନିର୍ମାଣ ହେଉଥିବା ଔଷଧରୁ କେତେ ସୁଫଳ ମିଳୁଛି ସେ ନେଇ ମଧ୍ୟ ଆଦିତ୍ୟଙ୍କ ଟିମ ଗବେଷଣା କରୁଛି । ଏଥିସହିତ କରୋନା ସଂକ୍ରମଣକୁ ନେଇ ମଧ୍ୟ ଚାଲିଛି ଗବେଷଣା ।