ମିଥ୍ୟା ଖବର ପ୍ରସାରଣ ମାମଲା : ଥାନାରେ ହାଜର ହେଲେ ସମ୍ପୃକ୍ତ ଚ୍ୟାନେଲର ଜଣେ କର୍ମଚାରୀ, ୬ଦିନ ସମୟ ମାଗିଲେ….

କୋଭିଡ୍‌ ହସ୍ପିଟାଲ ସମ୍ପର୍କରେ ମିଛ ଓ ଆତଙ୍କ ସୃଷ୍ଟିକାରୀ ଖବର ପ୍ରସାରଣ ମାମଲାରେ ଆଜି ବି ଥାନାରେ ହାଜର ହେଲେନି ସଂପୃକ୍ତ ଓଡ଼ିଆ ଘରୋଇ ନ୍ୟୁଜ୍‌ ଚ୍ୟାନେଲ୍‌ର ସମ୍ପାଦକ  । ଗତକାଲି ଏହି ଚ୍ୟାନେଲ ଥାନାରେ ହାଜର ହେବାକୁ  ୭ଦିନ ସମୟ ମାଗିଥିଲା  । ହେଲେ ପୋଲିସ ଏହାକୁ ଅଗ୍ରାହ୍ୟ କରିବା ସହିତ ଆଜି ସଂପାଦକ ଓ ୨ଜଣ କର୍ମଚାରୀ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା ।

ପୋଲିସର ନୋଟିସ ସତ୍ତ୍ୱେ ଆଜି ହାଜର ହୋଇନାହାନ୍ତି ସଂପୃକ୍ତ ନ୍ୟୁଜ୍ ଚ୍ୟାନେଲ୍‌ର ସଂପାଦକ । ତେବେ ଜଣେ କର୍ମକର୍ତ୍ତା ହାଜର ହୋଇଛନ୍ତି । ଚ୍ୟାନେଲ ଆଉ ୬ଦିନ ସମୟ ମାଗିଥିବା ସୂଚନା ମିଳିଛି  ।

ଶୁକ୍ରବାର ସମ୍ପୃକ୍ତ ଚ୍ୟାନେଲ ବିରୋଧରେ ଥାନାରେ ମାମଲା ରୁଜୁ କରିଥିଲା ଭୁବନେଶ୍ୱର ମହାନଗର ନିଗମ । ଏହା ସହ ନ୍ୟୁଜ୍‌ ଚ୍ୟାନେଲକୁ ବିଏମ୍‌ସି କାରଣ ଦର୍ଶାଅ ନୋଟିସ ଜାରି କରିଛି  ।

Leave a Reply