ସାରୁଅ ଜମି କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ: ଓଟିଭି ସିଏଫ୍‌ଓଙ୍କୁ ପଚରାଉଚରା

ଖୋର୍ଦ୍ଧା: ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲା  । ଓଟିଭି ସିଏଫଓଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍  । ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଜମି କେଳେଙ୍କାରୀ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ । ପୂର୍ବରୁ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ ମନୋରଞ୍ଜନ । ଗଲା ୨୯ତାରିଖରେ ଖୋର୍ଦ୍ଧା ସାରୁଅରେ ସରଜମିନ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍  । ଜମି କେଳେଙ୍କାରୀ ନେଇ ଲୋକଙ୍କ ମତାମତ ବି ନେଇଥିଲା ।

ସୂଚନା ଯୋଗ୍ୟ, ଗତ ୧୪ ତାରିଖରେ ବହୁ ଚର୍ଚ୍ଚିତ ଖୋର୍ଦ୍ଧା ଜିଲା ସାରୁଅ ଜମି କେଳେଙ୍କାରୀ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ଏହି ଠକେଇ ଏବଂ ଚଞ୍ଚକତା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ସାରୁଅରେ ଅନୁସୂଚିତଜାତି(ଏସସି)ଙ୍କ ଜମି ହଡପ ନେଇ  ମୋଟ ୩ଟି ମାମଲା ରୁଜୁ ହୋଇଥିଲା । ତନ୍ମଧ୍ୟରୁ  ଗୋଟିଏ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ  ହାତକୁ ଯାଇଛି। ରବୀନ୍ଦ୍ର ସେଠୀଙ୍କ ଅଭିଯୋଗ ଆଧାରରେ ହୋଇଥିବା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ଅପରପକ୍ଷରେ ଓଟିଭି ଗ୍ରୁପ ଧମକ ଚମକ ଦେଇ ଠିକା କର୍ମଚାରୀଙ୍କୁ ବହାର କରିଦେଇଥିବା ଅଭିଯୋଗ ଆସିଛି । ସଂସ୍ଥାର ଏଭଳି କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରତିବାଦ ଦେଖିବାକୁ ମିଳିଥିଲା । ସାରୁଅ ଓଟିଭି ଷ୍ଟୁଡିଓ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା ଦେଇଛନ୍ତି । କର୍ମଚାରୀଙ୍କୁ କାର୍ଯ୍ୟରୁ ବାରଣ କରିବା ଅଭିଯୋଗରେ ଧାରଣା ଦେଇଛନ୍ତି କର୍ମଚାରୀ ।

ପଦାରେ ପଡିଲା ଓଟିଭି ଗ୍ରୁପର ଅସଲ ଚେହେରା, ଠିକା କର୍ମଚାରୀଙ୍କୁ ଧମକ ଚମକ ଦେଇ କାମରୁ ବିଦା କରିଥିବା ଅଭିଯୋଗ

Leave a Reply