ଦେଶରେ ଦିନକରେ ଆଉ ୪୬ ହଜାର ୯୬୪ ଆକ୍ରାନ୍ତ ଚିହ୍ନଟ… ୪୭୦ ଜୀବନ ନେଲା ମହାମାରୀ

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କମୁଛି କରୋନା ସଂକ୍ରମଣ । ଆଜି ଦିନକରେ ସାରା ଦେଶରେ ଆଉ ୪୬ ହଜାର ୯୬୪ ନୂଆ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେହିପରି ମହାମାରୀରେ ଆଉ ୪୮୦ ଜୀବନ ଯାଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୨ ହଜାର ୧୧୧ ରେ ପହଞ୍ଚିଛି । ଦେଶରେ ଏବେ ସୁଦ୍ଧା ୮୧ ଲକ୍ଷ ୮୪ ହଜାର ୮୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୪ ଲକ୍ଷ ୯୧ ହଜାର ୫୧୩ ଆକ୍ରାନ୍ତ ସୁସ୍ଥ ହେଲେଣି । ଏବେବି ସାରା ଦେଶରେ ୫ ଲକ୍ଷ ୭୦ ହଜାର ୪୫୮ ସକ୍ରିୟ ମାମଲା ରହିଛି । ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ଆଗରେ ରହିଛି । ତେବେ ଦୈନିକ ସଂକ୍ରମଣରେ ମହାରାଷ୍ଟ୍ରକୁ ଟପିଛି କେରଳ ।

୩.୮୬ ଲକ୍ଷ ଅତିକ୍ରମ କଲା ଦିଲ୍ଲୀର କରୋନା ରୋଗୀଙ୍କ ସଂଖ୍ୟା 

ରାଜଧାନୀ ଦିଲ୍ଲୀରେ ଶନିବାର ଦିନ ୫,୦୬୨ଟି ନୂଆ କରୋନା ସଂକ୍ରମଣ ରିପୋର୍ଟ ହେବା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩.୮୬ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଦିଆଯାଇଥିବା ବୁଲେଟିନ୍ ଅନୁଯାୟୀ, ଦିଲ୍ଲୀରେ କରୋନା ରୋଗୀଙ୍କ ସଂକ୍ରମଣ ହାର ୧୧.୪୨ ପ୍ରତିଶତକୁ ବୃଦ୍ଧି ପାଇଛି ।

ସୂଚନା ଅନୁଯାୟୀ କ୍ରମାଗତ ଚତୁର୍ଥ ଦିନ ପାଇଁ ଦିଲ୍ଲୀରେ ଗୋଟିଏ ଦିନରେ ପାଞ୍ଚ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ଦିଲ୍ଲୀରେ ଶୁକ୍ରବାର ଗୋଟିଏ ଦିନରେ ସର୍ବାଧିକ ୫,୮୯୧ଟି ମାମଲା ଥିଲା । ଏଥି ସହିତ, ୨୯ ଅକ୍ଟୋବର ଗୁରୁବାର ଦିନ ଦିଲ୍ଲୀରେ ୫,୭୩୯ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିଲା । ଏହାପୂର୍ବରୁ, ଅକ୍ଟୋବର ୨୮, ବୁଧବାର ଦିନ ୫,୬୭୩ଟି କରୋନା ମାମଲା ରହିଥିଲା ।

ମହାରାଷ୍ଟ୍ରରେ ସୁସ୍ଥତା ହାର ପାଖାପାଖି ୮୦ ପ୍ରତିଶତ 

ଗତ କିଛି ଦିନ ହେବ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହ୍ରାସ ପାଉଛି । ମହାରାଷ୍ଟ୍ରରେ ଶୁକ୍ରବାର ଦିନ ୨୪ ଘଣ୍ଟା ମଧ୍ୟରେ କରୋନାର ୫,୫୪୮ ରୋଗୀ ଆକ୍ରାନ୍ତ ହୋଇଛନ୍ତି । ସୁସ୍ଥ ଥିବା ରୋଗୀଙ୍କ ସଂଖ୍ୟା ୭ ହଜାରରୁ ଅଧିକ ଥିଲା । ମହାରାଷ୍ଟ୍ରରେ କରୋନା ପୁନରୁଦ୍ଧାର ହାର ପ୍ରାୟ ୯୦ ପ୍ରତିଶତରେ ପହଞ୍ଚିଛି । ଏହା ସମୁଦାୟ କରୋନା ମାମଲାର ପ୍ରାୟ ଏକ ଚତୁର୍ଥାଂଶ । ମହାରାଷ୍ଟ୍ରରେ ସଂକ୍ରମଣ ହାର ୧୮.୭୨ ପ୍ରତିଶତ ।

ଏହା ବ୍ୟତୀତ ଦକ୍ଷିଣ ଭାରତରେ କରୋନା ସଂକ୍ରମଣର ଗ୍ରାଫ୍ ମଧ୍ୟ ତଳକୁ ଆସୁଛି । ନଭେମ୍ବର ୨ରୁ ଆନ୍ଧ୍ରପ୍ରଦେଶ ସରକାର ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୯ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ବିଦ୍ୟାଳୟଗୁଡ଼ିକ ଖୋଲାଯିବ ।

Leave a Reply