spot_img
Home Blog Page 6632

ଖୋଲା ଆକାଶ ତଳେ ୫ ପରିବାର: ପୋଡ଼ି ଗଲା ଲକ୍ଷାଧିକ ଟଙ୍କା ସହ ଗହଣା ଓ ଗୁରୁତ୍ୱପୂର୍ଣ୍ଣ ସାର୍ଟିଫିକେଟ

ଭଦ୍ରକ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୫ ଟି ପରିବାରର ୬ ବଖରା ଘର । ଳକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡି ପାଉଁଶ । ଭଦ୍ରକ ଗ୍ରାମାଞ୍ଚଳ ଥାନା ବଙ୍ଗାଳି ସାହିରେ ଘଟିଛି ଏଭଳି ଘଟଣା । ସକାଳ ସମୟରେ, ଘରେ ଗ୍ୟାସ ଲିକ ହୋଇ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ଚାହୁଁ ଚାହୁଁ ୬ ବଖରା ଘର ଜଳି ଯାଇଥିଲା । ଘରେ ଥିବା ଟଙ୍କା, ପଇସା, ଧାନ ଓ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଘରେ ଥିବା ନଗଦ ଲକ୍ଷାଧିକ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ ସାର୍ଟିଫିକେଟ ଜଳି ଯାଇଛି । ଭଦ୍ରକରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି ।

ଆଜି ସକାଳେ ଗ୍ୟାସ୍ ଲିକ୍ ହେବା ଫଳରେ ହଠାତ୍ ଗୋଟିଏ ଘରେ ନିଆ ଲାଗିଥିଲା । କିନ୍ତୁ ପରେଆଖି ପିଛୁଳାକେ ନିଆଁ ୬ ବଖରା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ଏହାକୁ ଦେଖି ଭୟଭୀତ ହୋଇ ଘର ଲୋକେ ବାହାରକୁ ଚାଲି ଆସିଥିଲେ । କିନ୍ତୁ ଘରେ ଥିବା କୌଣସି ଜିନିଷକୁ ଆଣିବାକୁ ସଫଳ ହୋଇପାରି ନଥିଲେ । ନିଆଁ ଲିଭାଇବାକୁ ପରିବାର ଲୋକଙ୍କ ସହ ମିଶି ଗାଁ ଲୋକେ ଚେଷ୍ଟା କରିଥିଲେ ହେଁ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ତାହାକୁ ଲିଭାଇବା ଅସମ୍ଭବ ହୋଇଥିଲା । ଏହାର କିଛି ସମୟ ପରେ ଘଟଣା ସ୍ଥଳରେ ଅଗ୍ନଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।

ଏସବୁ ମଧ୍ୟରେ ୫ଟି ପରିବାର ଖୋଲା ଆକାଶ ଅସହାୟ ହୋଇ ପଡ଼ି ରହିଛନ୍ତି । ତେବେ ପ୍ରଶାସନ ତରଫରୁ ସେମାନଙ୍କୁ ସାହାଯ୍ୟ କରିବାକୁ ଆରଆଇ  ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏବଂ ଏହାକୁ ନେଇ ଘଟଣା ସ୍ଥଳରେ ଭଦ୍ରକ ବିଧାୟକ ପହଞ୍ଚି ପରିବାର ଲୋକଙ୍କ ସହ କଥା ହୋଇଛନ୍ତି ।

ଡିଜିଟାଲ ଷ୍ଟ୍ରାଇକ୍ : ପାକ୍ ୱେବସାଇଟ୍ ହ୍ୟାକ୍ କରି କିଏ ଲାହୋରରେ ରାମ ମନ୍ଦିର ନିର୍ମାଣ କଥା କହିଲା ?

ଇସଲାମାବାଦ: ଆଜି ଭାରତ ତାର ସ୍ୱାଧିନତା ଦିବସ ପାଳନ କରୁଛି । ଦିନକ ଆଗରୁ ପାକିସ୍ତାନ ତାର ୭୪ ତମ ସ୍ୱାଧିନତା ଦିବସ ପାଳନ କରିଥିଲା । ତେବେ ଆଜି ପାକିସ୍ତାନ ଉପରେ ହୋଇଛି ଡଜିଟାଲ ଷ୍ଟ୍ରାଇକ୍ । ପାକିସ୍ତାନର ଗୋଟିଏ ୱେବସାଇଟକୁ ହ୍ୟାକ୍ କରି ଏକ ଭାରତୀୟ ହ୍ୟାକର ଗ୍ରୁପ ସ୍ୱାଧିନତା ଦିବସର ଶୁଭକାମନା ଜଣାଇବା ସହ ୱେବସାଇଟର ହୋମ ପେଜରେ ଜୟ ଶ୍ରୀରାମ ଲେଖିଛି ।

ପାକିସ୍ତାନର ଫତିମା ଜିନ୍ନା ମହିଳା ବିଶ୍ୱବିଦ୍ୟାଳୟର ୱେବସାଇଟ୍ ସମେତ ଅନ୍ୟକିଛି ୱେବସାଇଟ୍ ଭାରତୀୟ ହ୍ୟାକରଙ୍କ ଟାର୍ଗେଟରେ ଥିଲା । ଏହି ୱେବସାଇଟ ଗୁଡିକୁ ହ୍ୟାକ୍ କରି ହ୍ୟାକର ହୋମପେଜରେ ଭାରତୀୟ ପତାକା ଲହରାଇଛନ୍ତି । ଭାରତୀୟ ହ୍ୟାକର କେବଳ ଏତିକିରେ ଅଟକି ନାହାନ୍ତି । ସେମାନେ ପାକିସ୍ତାନୀ ୱେବସାଇଟରେ ଜୟଶ୍ରୀରାମ ଲେଖିବା ସହ ରାମ ମନ୍ଦିର ନିର୍ମାଣ ସଂପର୍କରେ ଉଲ୍ଲେଖ କରିଛନ୍ତି ।

ସ୍ୱତନ୍ତ୍ରତା ଦିବସ ଶୁଭକାମନା

ପାକିସ୍ତାନୀ ୱେବସାଇଟ୍ peterco.com.pk ହ୍ୟାକ୍ କରି ନିଆଯାଇଛି । ଏହାର ହୋମପେଜ ଉପରେ ଏହି କାଣ୍ଡ କରିଥିବା ହ୍ୟାକର ଗ୍ରୁପର ନାମ ହେଉଛି ଇଣ୍ଡିଆନ୍ ସାଇବର ଟ୍ରୁପ୍ । ପେଜରେ ସଭା ଉପରେ ସତ୍ୟମେବ ଜୟତେ ଲେଖାଯାଇଛି । ତା’ ତଳେ ତ୍ରିରଙ୍ଗା ସ୍ଥାନ ପାଇଛି । ଦୁଇ ଜଣ ପିଲା ହାତରେ ତ୍ରିରଙ୍ଗା ଧରି ସ୍ୱତନ୍ତ୍ରତା ଦିବସର ଶୁଭକାମନା ଦେଇଛନ୍ତି ।

pak website

ରାମ ମନ୍ଦିରର ଉଲ୍ଲେଖ

ସବୁଠୁ ବଡ କଥା ହେଲା ହୋମ ପେଜରେ ଭଗବାନ ରାମଙ୍କର ବଡ ଚିତ୍ର ରହିଛି । ଯାହା ତଳେ ଲାହୋର ଓ କରାଚୀରେ ରାମ ମନ୍ଦିର ତିଆରି କରିବୁ ବୋଲି ଉଲ୍ଲେଖ ଅଛି ।  ଏହା ପରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କେବଳ ଏହି ଗୋଟିଏ ୱେବସାଇଟ୍ ନୁହେଁ ଫତିମା ଜିନ୍ନା ମହିଳା ବିଶ୍ୱବିଦ୍ୟାଳୟ ୱେବାସାଇଟକୁ ମଧ୍ୟ ହ୍ୟାକ୍ କରାଯାଇଛି । ଏହି ୱେବସାଇଟରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି । ତେବେ ଏବେ ବିଶ୍ୱବିଦ୍ୟାଳୟ ୱେବସାଇଟ ଖୋଲୁନାହିଁ ।

ସ୍ୱାଧୀନତା ଦିବସରେ ଭିଡ଼ିଓ ଶେୟାର କରି ଖାସ ବାର୍ତ୍ତା ଦେଲେ ବଲିଉଡ୍ ତାରକା

ମୁମ୍ବାଇ: ଆଜି ୭୪ ତମ ସ୍ୱାଧୀନତା ଦିବସ । ସାରା ଦେଶ ଉତ୍ସବ ମୁଖର । ଯଦିଓ ଏ ବର୍ଷ ସ୍କୁଲ କଲେଜ ସବୁ ବନ୍ଦ ଥିବାରୁ ସ୍ୱାଧୀନତା ଦିବସ ସାମାନ୍ୟ ଫିକା ପଡ଼ି ଯାଇଛି ତଥାପି ଏକାଧିକ ଅନୁଷ୍ଠାନରେ କଟକଣାର ସହିତ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହାମଧ୍ୟରୁ ବାଦ୍ ପଡ଼ି ନାହାଁନ୍ତି ବଲିଉଡ ସେଲିବ୍ରିଟି । ଏହି ଖାସ ଦିନରେ ସେମାନେ ସୋସିଆଲ ମିଡିଆରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଶେୟାର କରିଛନ୍ତି । ଅନ୍ୟପକ୍ଷରେ ଅତୁଲ ଅଗ୍ନିହୋତ୍ରୀ ସଲମାନ ଖାନଙ୍କ ଏକ କ୍ଲିପ ଶେୟାର କରିଛନ୍ତି, ଯେଉଁଥିରେ ସେ ‘ସାରେ ଜହାଁ ସେ ଅଛା’ ଗାଉ ଥିବାର ନଜର ଆସିଛନ୍ତି ।
କରୋନା ମହାମାରୀ କାରଣରୁ ଘରୁ ବାହାରି ନହେଲେ କ’ଣ ହେଲା ଘରେ ରହି ମଧ୍ୟ ଲୋକ ଆନନ୍ଦିତ ହୋଇ ପାରୁଛନ୍ତି । ଚ୍ୟାନେଲ ମାନଙ୍କରେ ପ୍ରସାରିତ ହେଉଥିବା ଭିଡ଼ିଓକୁ ଦେଖି ପ୍ରତ୍ୟେକଟି କାର୍ଯ୍ୟକ୍ରମ ଉପଭୋଗ କରି ପାରୁଛନ୍ତି । ତେବେ ବଲିଉଡ୍ ସେଲିବ୍ରିଟି ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ବାର୍ତ୍ତା ଶେୟାର କରୁଛନ୍ତି ।

ଖିଲାଡ଼ୀ ବା ଅକ୍ଷୟ କୁମାର ଭିଡ଼ିଓ ଶେୟାର କରି ରାସ୍ତା କଡ଼ରେ ଦୋକାନ ଦେଇଥିବା ଲୋକଙ୍କ ପ୍ରତି ଦୟା ଦେଖାଇବାକୁ ଅନୁରୋଧ କରିଛନ୍ତି ।

View this post on Instagram

 

Sare jahan say acha ?? #HappyIndependenceDay @beingsalmankhan

A post shared by Atul Agnihotri (@atulreellife) on

ସଲମାନ ଭିଡ଼ିଓରେ ‘ସାରେ ଜହାଁସେ ଅଛା’ ଗାଉ ଥିବାର ଦେଖିବାକୁ ମିଳିଛି ।

 

View this post on Instagram

 

History is made when women take strides towards change. ??#Happy74thIndependenceDay ?? #womeninhistory #changemakers

A post shared by Priyanka Chopra Jonas (@priyankachopra) on

ଅନ୍ୟ ପକ୍ଷରେ ବିଦ୍ୟା ବାଲାନା,ସୋନୁ ସୁଦ,ପ୍ରିୟଙ୍କା ଚୋପ୍ରାଙ୍କ ସମେତ କେତେକ ତାରକା ସୋସିଆଲ ମିଡିଆ ଆକାଉଂଟରେ ସ୍ୱାଧୀନତା ଦିବସ ଉପଲକ୍ଷେ ଭିନ୍ନ ଭିନ୍ନ ବାର୍ତ୍ତା ଶେୟାର କରିଛନ୍ତି ।

 

 

 

 

ଆଜିର ଦିନ ଭାରତ ଇତିହାସର ଏଭଳି ଏକ ଦିନ ଯାହା ସେହି ମହାନ୍ ପୁରୁଷ ମାନଙ୍କ ବଳିଦାନକୁ ମନେ ପକାଇଦିଏ, ଯେଉଁମାନେ ଦେଶର ସ୍ୱାଧୀନତା ଫେରାଇ ଆଣିବାକୁ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିଲେ ।

‘LAC ରୁ LOC ପର୍ଯ୍ୟନ୍ତ ଯିଏ ଆଖି ଉଠାଇଛି ତାକୁ ତାରି ଭାଷାରେ ଯବାବ ଦିଆଯାଇଛି’

ନୂଆଦିଲ୍ଲୀ:  ଦେଶର ୭୪ ତମ ସ୍ୱାଧିନତା ଦିବସ ଅବସରରେ ଲାଲକିଲ୍ଲାରୁ  ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଓ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯେଉଁମାନେ ଏଲଏସିରୁ ଏଲଓସି ପର୍ଯ୍ୟନ୍ତ ଆଖି ଦେଖାଇବାର ଦୁଃସାହସ କରିଛନ୍ତି ସେମାନଙ୍କୁ ସେମାନଙ୍କ ଭାଷାରେ ଉତ୍ତର ଦିଆଯାଇଛି । ଅବଶ୍ୟ ସେ ଏହା କହିବା ସମୟରେ କୌଣସି ଦେଶର ନାମ ନେଇ ନାହାନ୍ତି । ସେ କହିଛନ୍ତି ଯେ,ଆମ ଯବାନ  କଣ କରିପାରିବେ ତାହା ଲଦାଖରେ ହୋଇଥିବା ଘଟଣାକ୍ରମ ପରେ ପୁରା ଦୁନିଆ ଦେଖିଛି । ମୋଦି କହିଛନ୍ତି ଯେ, ଯିଏ ଚ୍ୟାଲେଂଜ କରିଛି ଆମେ ତାକୁ ତାରି ଭାଷାରେ ଉତ୍ତର ଦେଇଛୁ ।

 ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତର ସାର୍ବଭୌମତ୍ୱର ସମ୍ମାନ ଆମ ସମସ୍ତଙ୍କ ପାଇଁ ସର୍ବୋଚ୍ଚ । ଏଲଓସିଠାରୁ ଏଲଏସି ପର୍ଯ୍ୟନ୍ତ ଯେତେବଳେ ବି କେହି ଦେଶର ସାର୍ବଭୌମତ୍ୱ ଆଡକୁ କେହି ଆଖି ଦେଖାଇଛି ସେତେବେଳେ ଦେଶର ସାହାସୀ ସୈନିକ ସେମାନଙ୍କୁ ତାଙ୍କରି ଭାଷାରେ ଉତ୍ତର ଦେଇଛନ୍ତି । ଲଦାଖରେ ଯାହା ବି କିଛି ହୋଇଛି ତାକୁ ଦୁନିଆ ଦେଖିଛି । ପ୍ରଧାନମନ୍ତ୍ରୀ କହିଥିଲେ  ଯେ,ମୁଁ ଆଜି ମାତୃଭୂମି ପାଇଁ ବଳିଦାନ ଦେଇଥିବା ସମସ୍ତ ସୈନିକଙ୍କୁ ପ୍ରଣାମ କରୁଛି । ଯେଉଁମାନେ ସବୁବେଳେ ବିସ୍ତାରବାଦ ଓ ଆତଙ୍କବାଦ ବିରୋଧରେ ଛିଡା ହୋଇଛନ୍ତି । ଏବେ ଭାରତ ଉପରେ ଦୁନିଆର ବିଶ୍ୱାସ ବଢିଛି ।

ପିଏମ୍ କହିଛନ୍ତି ଯେ, ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ଅସ୍ଥାୟୀ ସଦସ୍ୟତାକୁ ୧୯୨ ଦେଶ ମଧ୍ୟରୁ ୧୮୪ ଟି ଦେଶ ସମର୍ଥନ କରିଥିଲେ  । ଏହା ଆମ ପାଇଁ ଗର୍ବର କଥା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏସବୁ ସେତେବେଳେ ସମ୍ଭବ ହୁଏ ଯେତେବେଳେ ଭାରତ ଶସକ୍ତ ଓ ସୁରକ୍ଷିତ ହୋଇଥାଏ ।

ରାଜ୍ୟରେ ପ୍ରଥମ ଥର ପାଇଁ ୨ହଜାର ଟପିଲା ଦୈନିକ ସଂକ୍ରମଣ, ସ୍ଥାନୀୟ ସଂକ୍ରମଣ ୯ଶହ ପାର୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏବେ ଦିନକରେ ନୂଆ ନୂଆ ରେକର୍ଡ କରୁଛି କରୋନା । ରାଜ୍ୟରେ ଲଗାତାର ମାସେ ହେବ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁ ଶନିବାରର ସଂକ୍ରମଣ  ପୂର୍ବର ସବୁ ରେକର୍ଡ଼କୁ ଭାଙ୍ଗିଛି । ଗତ ୨୪ଘଣ୍ଟାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ସର୍ବାଧିକ ୨୪୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୪୯୬ ସଂକ୍ରମିତ ରାଜ୍ୟବାସୀଙ୍କୁ ଭୟଭୀତ କରିଛି । ତେବେ ଚିହ୍ନଟ ହୋଇଥିବା ସମୁଦାୟ ସଂକ୍ରମିତଙ୍କମଧ୍ୟରୁ ୧୫୮୧ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୯୦୫ଟି ମାମଲା ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଶନିବାରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ଖୋର୍ଦ୍ଧାରୁ ୩୭୮ ଓ ଗଞ୍ଜାମରୁ ୩୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ଭଳି ଅନୁଗୁଳରୁ ୧୨, ବାଲେଶ୍ୱରରୁ ୧୬୫, ବରଗଡ଼ରୁ ୩୬, ଭଦ୍ରକରୁ ୧୦୨, ବଲାଙ୍ଗୀରରୁ ୯୨, ବୌଦ୍ଧରୁ ୧୧୫, କଟକରୁ ୧୨୮, ଦେଓଗଡ଼ରୁ ୧୬, ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୪୨ , କନ୍ଧମାଳରୁ ୯୮, କେନ୍ଦ୍ରାପଡ଼ାରୁ ୧୩ , କେନ୍ଦୁଝରରୁ ୫୧, କୋରାପୁଟ ୧୩୩, ମାଲକାନଗିରିରୁ ୭୩, ମୟୁରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୪, ନୂଆପଡ଼ାରୁ ୧୬, ପୁରୀରୁ ୯୩, ରାୟଗଡ଼ାରୁ ୧୪୬, ସମ୍ବଲପୁରରୁ ୮୧, ସୁନ୍ଦରଗଡ଼ରୁ ୧୫୬, ସୋନପୁରରୁ ୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୯ଟି ଜିଲ୍ଲାରୁ ୨୪୯୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୫୮୧ ଓ ଲୋକାଲ କେସ ୯୦୫ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭,୧୨୬ରେ ପହଞ୍ଚିଛି । ରାଜ୍ୟରେ ଆଉ ୯ ମୁଣ୍ଡ ନେଇଛି କରୋନା । ରାଜ୍ୟରେ ଗୁରୁବାରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୩ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୯ ହଜାର ୨୦୫ ସୁସ୍ଥ ହୋଇଥିବା ବେଳେ ୧୭ ହଜାର ୫୩୫ଟି ସକ୍ରିୟ ମାମଲା ରହିଛି ।

ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ଚିହ୍ନଟ ହେଲେ…

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହୋଇଛି କରନା ଗ୍ରାଫ୍। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୫ ହଜାର ୨ଟି ମାମଲା ଚିହ୍ନଟ ହୋଇଛି । ଏପର୍ଯ୍ୟନ୍ତ ସୁଦ୍ଧା ୪୮ହଜାର ୪୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ମାମଲାରେ ଆମେରିକା ଏବଂ ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ରହିଛି । ଆମେରିକାରେ ଗୋଟିଏ ଦିନରେ ୬୦ହଜାର ୬୦୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବ୍ରାଜିଲରେ ୪୯ହଜାର ୨୭୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଆଜି ଗୋଟିଏ ଦିନରେ ଦେଶରେ ୬୫ ହଜାର ୨ଟି ମାମଲା ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ ୯୯୬ ଜୀବନ ନେଇଛି ମହାମାରୀ ଭୂତାଣୁ । ଫଳରେ ସାରା ଦେଶରେ ୨୫ ଲକ୍ଷ ୨୬ ହଜାର ୧୯୩କୁ ବୃଦ୍ଧି ପାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୮ ଲକ୍ଷ ୮ ହଜାର ୯୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୬ ଲକ୍ଷ ୬୮ ହଜାର ୨୨୦ ଆକ୍ଟିଭ୍ ଅଛନ୍ତି । ସେହିପରି ୪୯ ହଜାର ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସବୁଠୁ ଅଧିକ ସଂକ୍ରମିତ ହୋଇଥିବା ରାଜ୍ୟ

ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ଅଧିକ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ରର ଡାକ୍ତରଖାନାରେ ଦେଢ ଲକ୍ଷରୁ ଅଧିକ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି, ତୃତୀୟ ସ୍ଥାନରେ ଦିଲ୍ଲୀ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଏବଂ ପଞ୍ଚମ ସ୍ଥାନରେ ପଶ୍ଚିମବଙ୍ଗ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ସେହିଭଳି କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱରେ ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି।

ବିଭ୍ରାନ୍ତିକର ଅଡିଓ ଭାଇରାଲ ପ୍ରସଙ୍ଗରେ ସମ୍ପୃକ୍ତ ଟିଭି ଚ୍ୟାନେଲ ପାଇଁ ବଢୁଛି ଅଡୁଆ ।

ବିଭ୍ରାନ୍ତିକର ଅଡିଓ ଭାଇରାଲ ପ୍ରସଙ୍ଗରେ ସମ୍ପୃକ୍ତ ଟିଭି ଚ୍ୟାନେଲ ପାଇଁ ବଢୁଛି ଅଡୁଆ ।

ଅଗଷ୍ଟରେ ଉପରମୁହାଁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୬୫ ହଜାର ୨ଟି ନୂଆ ଆକ୍ରାନ୍ତ ଚିହ୍ନଟ ।

ଅଗଷ୍ଟରେ ଉପରମୁହାଁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୬୫ ହଜାର ୨ଟି ନୂଆ ଆକ୍ରାନ୍ତ ଚିହ୍ନଟ ।

ବାଲେଶ୍ୱର ଡ୍ରଗ୍ସ ମାଫିଆ ଅଡିଓ ଭାଇରାଲ ଘଟଣା । ଜଳେଶ୍ୱର ଥାନା ଅଧିକାରୀ ନିଲମ୍ବିତ ।

ବାଲେଶ୍ୱର ଡ୍ରଗ୍ସ ମାଫିଆ ଅଡିଓ ଭାଇରାଲ ଘଟଣା । ଜଳେଶ୍ୱର ଥାନା ଅଧିକାରୀ ନିଲମ୍ବିତ ।

ଦିଲ୍ଲୀ ଲାଲକିଲ୍ଲାରେ ଉଡିଲା ତ୍ରିରଙ୍ଗା । ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦିଲ୍ଲୀ ଲାଲକିଲ୍ଲାରେ ଉଡିଲା ତ୍ରିରଙ୍ଗା । ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।