ଡିଜିଟାଲ ଷ୍ଟ୍ରାଇକ୍ : ପାକ୍ ୱେବସାଇଟ୍ ହ୍ୟାକ୍ କରି କିଏ ଲାହୋରରେ ରାମ ମନ୍ଦିର ନିର୍ମାଣ କଥା କହିଲା ?

1 min read

ଇସଲାମାବାଦ: ଆଜି ଭାରତ ତାର ସ୍ୱାଧିନତା ଦିବସ ପାଳନ କରୁଛି । ଦିନକ ଆଗରୁ ପାକିସ୍ତାନ ତାର ୭୪ ତମ ସ୍ୱାଧିନତା ଦିବସ ପାଳନ କରିଥିଲା । ତେବେ ଆଜି ପାକିସ୍ତାନ ଉପରେ ହୋଇଛି ଡଜିଟାଲ ଷ୍ଟ୍ରାଇକ୍ । ପାକିସ୍ତାନର ଗୋଟିଏ ୱେବସାଇଟକୁ ହ୍ୟାକ୍ କରି ଏକ ଭାରତୀୟ ହ୍ୟାକର ଗ୍ରୁପ ସ୍ୱାଧିନତା ଦିବସର ଶୁଭକାମନା ଜଣାଇବା ସହ ୱେବସାଇଟର ହୋମ ପେଜରେ ଜୟ ଶ୍ରୀରାମ ଲେଖିଛି ।

ପାକିସ୍ତାନର ଫତିମା ଜିନ୍ନା ମହିଳା ବିଶ୍ୱବିଦ୍ୟାଳୟର ୱେବସାଇଟ୍ ସମେତ ଅନ୍ୟକିଛି ୱେବସାଇଟ୍ ଭାରତୀୟ ହ୍ୟାକରଙ୍କ ଟାର୍ଗେଟରେ ଥିଲା । ଏହି ୱେବସାଇଟ ଗୁଡିକୁ ହ୍ୟାକ୍ କରି ହ୍ୟାକର ହୋମପେଜରେ ଭାରତୀୟ ପତାକା ଲହରାଇଛନ୍ତି । ଭାରତୀୟ ହ୍ୟାକର କେବଳ ଏତିକିରେ ଅଟକି ନାହାନ୍ତି । ସେମାନେ ପାକିସ୍ତାନୀ ୱେବସାଇଟରେ ଜୟଶ୍ରୀରାମ ଲେଖିବା ସହ ରାମ ମନ୍ଦିର ନିର୍ମାଣ ସଂପର୍କରେ ଉଲ୍ଲେଖ କରିଛନ୍ତି ।

ସ୍ୱତନ୍ତ୍ରତା ଦିବସ ଶୁଭକାମନା

ପାକିସ୍ତାନୀ ୱେବସାଇଟ୍ peterco.com.pk ହ୍ୟାକ୍ କରି ନିଆଯାଇଛି । ଏହାର ହୋମପେଜ ଉପରେ ଏହି କାଣ୍ଡ କରିଥିବା ହ୍ୟାକର ଗ୍ରୁପର ନାମ ହେଉଛି ଇଣ୍ଡିଆନ୍ ସାଇବର ଟ୍ରୁପ୍ । ପେଜରେ ସଭା ଉପରେ ସତ୍ୟମେବ ଜୟତେ ଲେଖାଯାଇଛି । ତା’ ତଳେ ତ୍ରିରଙ୍ଗା ସ୍ଥାନ ପାଇଛି । ଦୁଇ ଜଣ ପିଲା ହାତରେ ତ୍ରିରଙ୍ଗା ଧରି ସ୍ୱତନ୍ତ୍ରତା ଦିବସର ଶୁଭକାମନା ଦେଇଛନ୍ତି ।

pak website

ରାମ ମନ୍ଦିରର ଉଲ୍ଲେଖ

ସବୁଠୁ ବଡ କଥା ହେଲା ହୋମ ପେଜରେ ଭଗବାନ ରାମଙ୍କର ବଡ ଚିତ୍ର ରହିଛି । ଯାହା ତଳେ ଲାହୋର ଓ କରାଚୀରେ ରାମ ମନ୍ଦିର ତିଆରି କରିବୁ ବୋଲି ଉଲ୍ଲେଖ ଅଛି ।  ଏହା ପରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କେବଳ ଏହି ଗୋଟିଏ ୱେବସାଇଟ୍ ନୁହେଁ ଫତିମା ଜିନ୍ନା ମହିଳା ବିଶ୍ୱବିଦ୍ୟାଳୟ ୱେବାସାଇଟକୁ ମଧ୍ୟ ହ୍ୟାକ୍ କରାଯାଇଛି । ଏହି ୱେବସାଇଟରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି । ତେବେ ଏବେ ବିଶ୍ୱବିଦ୍ୟାଳୟ ୱେବସାଇଟ ଖୋଲୁନାହିଁ ।

Leave a Reply