‘LAC ରୁ LOC ପର୍ଯ୍ୟନ୍ତ ଯିଏ ଆଖି ଉଠାଇଛି ତାକୁ ତାରି ଭାଷାରେ ଯବାବ ଦିଆଯାଇଛି’

ନୂଆଦିଲ୍ଲୀ:  ଦେଶର ୭୪ ତମ ସ୍ୱାଧିନତା ଦିବସ ଅବସରରେ ଲାଲକିଲ୍ଲାରୁ  ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଓ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଯେଉଁମାନେ ଏଲଏସିରୁ ଏଲଓସି ପର୍ଯ୍ୟନ୍ତ ଆଖି ଦେଖାଇବାର ଦୁଃସାହସ କରିଛନ୍ତି ସେମାନଙ୍କୁ ସେମାନଙ୍କ ଭାଷାରେ ଉତ୍ତର ଦିଆଯାଇଛି । ଅବଶ୍ୟ ସେ ଏହା କହିବା ସମୟରେ କୌଣସି ଦେଶର ନାମ ନେଇ ନାହାନ୍ତି । ସେ କହିଛନ୍ତି ଯେ,ଆମ ଯବାନ  କଣ କରିପାରିବେ ତାହା ଲଦାଖରେ ହୋଇଥିବା ଘଟଣାକ୍ରମ ପରେ ପୁରା ଦୁନିଆ ଦେଖିଛି । ମୋଦି କହିଛନ୍ତି ଯେ, ଯିଏ ଚ୍ୟାଲେଂଜ କରିଛି ଆମେ ତାକୁ ତାରି ଭାଷାରେ ଉତ୍ତର ଦେଇଛୁ ।

 ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତର ସାର୍ବଭୌମତ୍ୱର ସମ୍ମାନ ଆମ ସମସ୍ତଙ୍କ ପାଇଁ ସର୍ବୋଚ୍ଚ । ଏଲଓସିଠାରୁ ଏଲଏସି ପର୍ଯ୍ୟନ୍ତ ଯେତେବଳେ ବି କେହି ଦେଶର ସାର୍ବଭୌମତ୍ୱ ଆଡକୁ କେହି ଆଖି ଦେଖାଇଛି ସେତେବେଳେ ଦେଶର ସାହାସୀ ସୈନିକ ସେମାନଙ୍କୁ ତାଙ୍କରି ଭାଷାରେ ଉତ୍ତର ଦେଇଛନ୍ତି । ଲଦାଖରେ ଯାହା ବି କିଛି ହୋଇଛି ତାକୁ ଦୁନିଆ ଦେଖିଛି । ପ୍ରଧାନମନ୍ତ୍ରୀ କହିଥିଲେ  ଯେ,ମୁଁ ଆଜି ମାତୃଭୂମି ପାଇଁ ବଳିଦାନ ଦେଇଥିବା ସମସ୍ତ ସୈନିକଙ୍କୁ ପ୍ରଣାମ କରୁଛି । ଯେଉଁମାନେ ସବୁବେଳେ ବିସ୍ତାରବାଦ ଓ ଆତଙ୍କବାଦ ବିରୋଧରେ ଛିଡା ହୋଇଛନ୍ତି । ଏବେ ଭାରତ ଉପରେ ଦୁନିଆର ବିଶ୍ୱାସ ବଢିଛି ।

ପିଏମ୍ କହିଛନ୍ତି ଯେ, ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ଅସ୍ଥାୟୀ ସଦସ୍ୟତାକୁ ୧୯୨ ଦେଶ ମଧ୍ୟରୁ ୧୮୪ ଟି ଦେଶ ସମର୍ଥନ କରିଥିଲେ  । ଏହା ଆମ ପାଇଁ ଗର୍ବର କଥା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏସବୁ ସେତେବେଳେ ସମ୍ଭବ ହୁଏ ଯେତେବେଳେ ଭାରତ ଶସକ୍ତ ଓ ସୁରକ୍ଷିତ ହୋଇଥାଏ ।

Leave a Reply