ରାଜ୍ୟରେ ପ୍ରଥମ ଥର ପାଇଁ ୨ହଜାର ଟପିଲା ଦୈନିକ ସଂକ୍ରମଣ, ସ୍ଥାନୀୟ ସଂକ୍ରମଣ ୯ଶହ ପାର୍

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏବେ ଦିନକରେ ନୂଆ ନୂଆ ରେକର୍ଡ କରୁଛି କରୋନା । ରାଜ୍ୟରେ ଲଗାତାର ମାସେ ହେବ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । କିନ୍ତୁ ଶନିବାରର ସଂକ୍ରମଣ  ପୂର୍ବର ସବୁ ରେକର୍ଡ଼କୁ ଭାଙ୍ଗିଛି । ଗତ ୨୪ଘଣ୍ଟାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ସର୍ବାଧିକ ୨୪୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୪୯୬ ସଂକ୍ରମିତ ରାଜ୍ୟବାସୀଙ୍କୁ ଭୟଭୀତ କରିଛି । ତେବେ ଚିହ୍ନଟ ହୋଇଥିବା ସମୁଦାୟ ସଂକ୍ରମିତଙ୍କମଧ୍ୟରୁ ୧୫୮୧ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୯୦୫ଟି ମାମଲା ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଶନିବାରରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଓ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ଖୋର୍ଦ୍ଧାରୁ ୩୭୮ ଓ ଗଞ୍ଜାମରୁ ୩୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ଭଳି ଅନୁଗୁଳରୁ ୧୨, ବାଲେଶ୍ୱରରୁ ୧୬୫, ବରଗଡ଼ରୁ ୩୬, ଭଦ୍ରକରୁ ୧୦୨, ବଲାଙ୍ଗୀରରୁ ୯୨, ବୌଦ୍ଧରୁ ୧୧୫, କଟକରୁ ୧୨୮, ଦେଓଗଡ଼ରୁ ୧୬, ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୪୨ , କନ୍ଧମାଳରୁ ୯୮, କେନ୍ଦ୍ରାପଡ଼ାରୁ ୧୩ , କେନ୍ଦୁଝରରୁ ୫୧, କୋରାପୁଟ ୧୩୩, ମାଲକାନଗିରିରୁ ୭୩, ମୟୁରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୪, ନୂଆପଡ଼ାରୁ ୧୬, ପୁରୀରୁ ୯୩, ରାୟଗଡ଼ାରୁ ୧୪୬, ସମ୍ବଲପୁରରୁ ୮୧, ସୁନ୍ଦରଗଡ଼ରୁ ୧୫୬, ସୋନପୁରରୁ ୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୯ଟି ଜିଲ୍ଲାରୁ ୨୪୯୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୫୮୧ ଓ ଲୋକାଲ କେସ ୯୦୫ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭,୧୨୬ରେ ପହଞ୍ଚିଛି । ରାଜ୍ୟରେ ଆଉ ୯ ମୁଣ୍ଡ ନେଇଛି କରୋନା । ରାଜ୍ୟରେ ଗୁରୁବାରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୩ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୯ ହଜାର ୨୦୫ ସୁସ୍ଥ ହୋଇଥିବା ବେଳେ ୧୭ ହଜାର ୫୩୫ଟି ସକ୍ରିୟ ମାମଲା ରହିଛି ।

Leave a Reply