spot_img
Home Blog Page 6620

ଅନ୍‌ଲକ୍‌ ୩.୦: ଅଗଷ୍ଟ ମାସରେ କଣ ରହିବ ସ୍ଥିତି ? ଖୋଲିବ ସିନେମା ହଲ୍-ଜିମ୍‌..!

ଭୁବନେଶ୍ୱର: ଅଗଷ୍ଟ ମାସରେ ଦେଶରେ କଣ ରହିବ ସ୍ଥିତି ? କେଉଁଠି ରହିବ କଟକଣା, କେଉଁଠି ଖୋଲିବ ତାଲା ? ଆସନ୍ତା ୩୧ ତାରିଖରେ ଅନଲକ୍‌ ଇଣ୍ଡିଆ ୨.୦ର ଅବଧି ସରୁଥିବା ବେଳେ ଆରମ୍ଭ ହେବ ଅନ୍‌ଲକ୍‌ ୩.୦ ପର୍ଯ୍ୟାୟ । ଏଥିରେ କିଛି ସ୍ଥାନରେ କଟକଣା ରହିବା ସହ ଅନେକ ସ୍ଥାନରେ ହଟିବ ବୋଲି କୁହାଯାଉଛି । ସିନେମା ହଲ୍‌ ଓ ଜିମ୍ ଖୋଲିବା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଏନେଇ ଆଲୋଚନା କରିବେ ।

Unlock 3.0

ମଝିରେ ଆଉ କିଛି ଦିନ ବାକି ଥିବା ବେଳେ ଏବେଠୁ ଆରମ୍ଭ ହୋଇଗଲାଣି ଅନେକ କଳ୍ପନା ଜଳ୍ପନା । କେଉଁଠି କଟକଣା ରହିବ କେଉଁଠି ହଟିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି ।

ତେବେ ଅନଲକ୍ ୩.୦ରେ ଦେଶରେ ସିନେମା ହଲ ଖୋଲିବ ବୋଲି ଚର୍ଚ୍ଚା ହେଉଛି । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ମାଲିକ ମାନେ ସିନେମା ଦେଖାଇବାକୁ ରାଜି ଅଛନ୍ତି । ତେବେ କେନ୍ଦ୍ର ସରକାର ୨୫ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବାକୁ ରାଜି ହୋଇଥିବା ଜଣାପଡିଛି । ସେପଟେ ଜିମ୍ ଖୋଲିବା ନେଇ ମଧ୍ୟ କେନ୍ଦ୍ର ସରକାର କିଛି ନିଷ୍ପତି ନେବେ ବୋଲି କୁହାଯାଉଛି । ଏନେଇ ଖୁବଶିଘ୍ର ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଏଥିସହ ମେଟ୍ରୋ ଓ ସ୍କୁଲ ଖୋଲିବା ନେଇ ପୂର୍ବପରି କଟକଣା ଜାରି ରହିବ ।

ଦେଶରେ ବର୍ତ୍ତମାନ ଦିନକୁ ପାଖାପାଖି ୫୦ ହଜାର ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ପ୍ରତ୍ୟେକ ଦିନ ୭୦୦ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ଏଭଳି ସ୍ଥିତିକୁ ନଜରରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ହଟାଇବା ନେଇ ନିଷ୍ପତ୍ତି ନେବେ । ସେପଟେ ଦେଶରେ କରୋନା ଟିକା ନଆସିବା ପର୍ଯ୍ୟନ୍ତ କିଛିଟା କଟକଣା ଜାରି ରହିବ ବୋଲି ମଧ୍ୟ କୁହାଯାଉଛି ।

ସଟ୍‌ଡାଉନ୍‌‌ ଘୋଷଣା ନେଇ ଅସନ୍ତୋଷ, ଏଏନ୍‌ଏମ୍‌ କର୍ମଚାରୀଙ୍କ ଉପରେ ଆକ୍ରମଣ…

ପୁରୀ: କଣ୍ଟେନମେଣ୍ଟ ଜୋନ୍‌କୁ ନେଇ ଉତ୍ତଜେନା ପରେ ଲାଠିଚାର୍ଜ । ପୁରୀ ପେଣ୍ଠକଟା ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସଟ୍‌ଡାଉନ୍ କରାଯାଇଥିଲା । ଏହାକୁ ନେଇ ଅସନ୍ତୁଷ୍ଟ ଲୋକ ସ୍ୱାବ୍‌ ସଂଗ୍ରହ କରିବାକୁ ଯାଇଥିବା ଏଏନ୍ଏ‌ମ୍‌ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉତ୍ତେଜନା ନକମିବାରୁ ପୋଲିସ ମୃଦୁ ଲାଠି ଚାଳନା କରିଥିଲା ।

Puri ANM Attacked

କଣ୍ଟେନ୍‌ମେଣ୍ଟ ଜୋନ୍, ସଟଡାଉନକୁ ନେଇ ଉତ୍ତେଜନା ହୋଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତ ସଂଖ୍ୟା ବଢୁଥିବାରୁ ୨ଦିନ ତଳେ ୪ଟି ୱାର୍ଡର ୧୫ଟି ସ୍ଥାନରେ ବ୍ଲକିଂ କରାଯାଇଥିଲା । ୯ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ସହ ପୂରା ଅଂଚଳକୁ ସଟ୍‌ଡାଉନ୍‌ କରାଯାଇଛି । ତେବେ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ଅଞ୍ଚଳବାସୀ । ସ୍ୱାବ୍‌ ସଂଗ୍ରହ କରିବାକୁ ଯାଇଥିବା ଏଏନ୍‌‌ଏମ୍‌ଙ୍କୁ ଅସହଯୋଗ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Puri ANM Attacked

ଏପରିକି କଣ୍ଟେନମେଣ୍ଟ ନିୟମ ଭାଙ୍ଗି ରାସ୍ତାକୁ ଓହ୍ଲାଇଥିଲେ ବହୁ ସଂଖ୍ୟାରେ ଲୋକ । ବୁଝାଶୁଝା ସତ୍ତ୍ୱେ ନହଟିବାରୁ ପୋଲିସ ମୃଦୁ ଲାଠି ଚାଳନା କରିଥିଲା । ପୁରୀ ଏସ୍‌ପିଙ୍କ ସହ ଅତିରିକ୍ତ ଏସ୍‌ପି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ଏବେ ସେଠାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ପରିସ୍ଥିତିକୁ ଦେଖି ପଦକ୍ଷେପ ନିଆଯାଉଥିବା ପୋଲିସ ଓ ପ୍ରଶାସନ ପକ୍ଷରୁ କୁହାଯାଇଛି ।

 

(ରିପୋର୍ଟର ସୌମିତ୍ର ହରିଚନ୍ଦନ ଓ ସୁନୀଲ ମହାନ୍ତିଙ୍କ) 

ରାଜ୍ୟରେ ଆଉ ୮୬୪ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୮୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଏହି ୮୬୪ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ୧୬ ହଜାର ୭୯୨ ଜଣ ସୁସ୍ଥ ହୋଇଛନ୍ତି ।

୮୬୪ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୪୩୨, ରାୟଗଡ଼ାର ୧୩୭, ବରଗଡ଼ର ୩୧, ଖୋର୍ଦ୍ଧା ୨୮, କଟକ ଓ କେନ୍ଦୁଝରରୁ ୨୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ଭଦ୍ରକରୁ ୨୩, ମୟୂରଭଞ୍ଜରୁ ୨୨, ଯାଜପୁରରୁ ୧୯, କନ୍ଧମାଳରୁ ୧୫, ଗଜପତିରୁ ୧୪, ସମ୍ବଲପୁରୁ ୧୪, ଜଗତସିଂହପୁରରୁ ୧୨, ଢ଼େଙ୍କନାଳରୁ ୧୦, ସୁନ୍ଦରଗଡ଼ରୁ ୧୦ ଓ ବାଲେଶ୍ୱରରୁ-କେନ୍ଦ୍ରାପଡ଼ା-ମାଲକାନଗିରିରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିଭଳି ଝାରସୁଗୁଡ଼ାରୁ ଓ କୋରାପୁଟରୁ ମଧ୍ୟ ୫ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବଲଙ୍ଗିରରୁ ୪ ପୁରୀରୁ ୩, ବୌଦ୍ଦରୁ ୨ ଓ ସୋନପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ମହିଳା ପଥର ମାଫିଆଙ୍କ ଦବଙ୍ଗଗିରି, ରୁବାବ୍‌ ଦେଖାଇ ଛଡ଼ାଇ ନେଲେ ଜବତ ଗାଡ଼ି..!

ଢେଙ୍କାନାଳ: ଢେଙ୍କାନାଳରେ ସକ୍ରିୟ ପଥର ମାଫିଆ । ଚଢାଉ ବେଳେ ସରକାରୀ କମର୍ଚାରୀଙ୍କ ଉପରେ ମାଫିଆଙ୍କ ଦାଦାଗିରି । ଆଉ ଏଥର ଏହି ମାଫିଆ ଗ୍ୟାଙ୍ଗ କିଙ୍ଗ୍‌ ପିନ୍‌ ରହିଛନ୍ତି ଜଣେ ମହିଳା ।

କୌଣସି ସୂତ୍ରରୁ ଖବର ପାଇ ଅଧରାତିରେ ସଦର ତହସିଲଦାର ଓ ତାଙ୍କ ଟିମ ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ପାରିଖେଦା ବେଆଇନ୍‌ ପଥର ଖାଦାନରେ ଚଢ଼ାଉ କରିଥିଲେ । ଚଢାଉ ବେଳେ ଗୋଟିଏ ପଥର ଟ୍ରକ ଜବତ ମଧ୍ୟ କରାଯାଇଥିଲା । ଏହି ଘଟଣାକୁ ନେଇ ପଥର ମାଫିଆମାନେ ତହସିଲଦାର ଓ ତାଙ୍କ ଟିମ୍‌ ଉପରେ ଆକ୍ରମଣ କିଇଥିଲେ । ଏବଂ ତହସିଲଦାର ଜବତ କରିଥିବା ଗାଡିକୁ ଛଡ଼ାଇ ନେଇଥିଲେ ।

PATHARA Mafia

ସୂଚନା ଅନୁସାରେ କିଛି ଲୋକ ହଠାତ୍‌ ରାତି ଅଧରେ ଆସି ଗାଡ଼ି ଜବତ ବେଳେ ତହସିଲ କର୍ମଚାରୀଙ୍କୁ ଆକ୍ରମଣ ଓ ଗାଳି ଗୁଳଜ କରିଥିଲେ । ପରେ ଭୟଭୀତ କରାଇ ଜବତ ଗାଡ଼ି ନେଇ ପଳାଇ ଯାଇଥିଲେ ।

https://www.facebook.com/NandighoshaTV/videos/289562032154565/

ତେବେ ଏହି ଘଟଣାରେ ନନ୍ଦିଘୋଷ ଟିଭି ହାତରେ exclusive visual ରହିଛି । ଭିଡିଓରେ ମହିଳା ପଥର ମାଫିଆ ଜଣକ ଗାଡି ଆଗରେ ଛିଡ଼ା ହୋଇ ଗାଳି ଗୁଳଜ ସହ ରୋବାବ୍‌ ଝାଡୁଥିବା ଦେଖାଯାଇଛି । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ମହିଳା ମାଫିଆ ଜଣକ କେତେ ଦୁର୍ଦ୍ଦାନ୍ତ । ତେବେ ଏ ସମ୍ପର୍କରେ ସଦର ତହସିଲଦାର ଜୋରନ୍ଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି ।

ଅଭିଯୋଗକୁ ଭିତ୍ତି କରି ରବିବାର ଗାଡ଼ି ସହ ଡ୍ରାଇଭରକୁ ମଧ୍ୟ ପୋଲିସ ଗିରଫ କରିଛି । ତେବେ ଘଟଣାର ମୁଖ୍ୟ ବା କିଙ୍ଗ୍‌ପିନ୍‌ କୁହାଯାଉଥିବା ମହିଳା ମାଫିଆ ଏବେ ବି ଫେରାର ଥିବା ଜଣାପଡ଼ିଛି ।

ଆବାସ ବଣ୍ଟନରେ ଅଫିସରଙ୍କର ପିସି କାରବାର, ଅଭିଯୋଗ ଆଣିଲେ ଅଞ୍ଚଳବାସୀ, ସରପଞ୍ଚ ଓ ସମିତି ସଭ୍ୟ

0

ପ୍ରଧାନମନ୍ତ୍ରୀ ଆବାସ ହେଉ କି ବିଜୁ ପକ୍କା ଘର, ପ୍ରକୃତ ହିତାଧିକାରଙ୍କ ପାଖରେ ପହଞ୍ଚିପାରୁନି  ଯୋଜନା  । କିଛି ମୁନାଫାଖୋର ଅଧିକାରୀଙ୍କ ପାଇଁ ବାଟବଣା ହେଉଛି ଯୋଜନା । ଆଉ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ  । ଢେଙ୍କାନାଳ ହିନ୍ଦୋଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ହିତାଧିକାରୀଙ୍କ ଅର୍ଥ ହଡ଼ପ ହେଉଥିବା ଅଭିଯୋଗ ହେଉଛି । ପିସି ପାଇ ଅଫିସର ମୃତ ଲୋକଙ୍କ ବିଲ୍ ମଧ୍ୟ କରିବାକୁ ପଛାଉନାହାଁନ୍ତି  । କିଏ ଦୋକାନ ଘର କରୁଛି ତ କିଏ ଦୁଇ ମହଲା କୋଠା  ।  ପୁଣି ଆଉ କିଏ ପୁରୁଣା ଘରର ଫଟୋ ଦେଖାଇ ବିଲ କରିନେଉଛନ୍ତି

। ସେପଟେ ଏଥିରେ ଖୁଲମ୍ ଖୁଲା ପିସି କାରବାର ହେଉଥିବା କଥା ଉଠାଇଛନ୍ତି ଖୋଦ ସରପଞ୍ଚ ସୁନୀତା ନାଏକ  । ହିନ୍ଦୋଳ ବ୍ଲକର ଗାଣ୍ଡାନାଳି ପଞ୍ଚାୟତରେ ଗୋଟିଏ କି ଦୁଇଟି ନୁହେଁ ୩୦ରୁ ଅଧିକ ଏଭଳି ଅଭିଯୋଗ ଆସିଛି । ଏବେ ଏହାକୁ ନେଇ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି  । ସେପଟେ ହିନ୍ଦୋଳ ବିଡିଓଙ୍କ କହିବା କଥା ତଦନ୍ତ ଚାଲିଛି ରିପୋର୍ଟ ଆସିଲେ  କାର୍ଯାନୁଷ୍ଠାନ ନିଆଯିବ । ଅନ୍ୟପଟେ ପଞ୍ଚାୟତ ସମିତି ଅଧକ୍ଷ ଏହାର ନିରପେକ୍ଷ ତଦନ୍ତ ସହ କଠୋର କାର୍ଯାନୁଷ୍ଠାନ ପାଇଁ କହିଛନ୍ତି  ।

ଭାରତୀୟ ଗୁପ୍ତଚର ସାଟେଲାଇଟ୍ ତିବ୍ବତରେ ବୁଲିଲା, ଚୀନ ହେଲା ସତର୍କ…..

0

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ପରିଚାଳିତ ଭାରତର ପ୍ରମୁଖ ଗୁପ୍ତଚର ସଂଗ୍ରହ ଉପଗ୍ରହ EMISAT ତିବ୍ଦତରେ ଉପରେ ଦେଇ ଅତିକ୍ରମ କରିଛି । ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମିର ସ୍ଥିତି ଉପରେ ନଜର ରଖିବା ପାଇଁ ଏଭଳି କରାଯାଇଥିବା ଅନୁମାନ କରାଯାଉଛି । ଏହି ଉପଗ୍ରହର କୌଟଲ୍ୟକୁ ଧାରଣ କରିଛି । କୌଟଲ୍ୟ ଏକ ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍ସ ଉପଗ୍ରହ ଚୀନର ସାମରିକ ଗତି ଉପରେ ନଜର ରଖିବା ପାଇଁ ଅରୁଣାଚଳ ପ୍ରଦେଶର ନିକଟସ୍ଥ ତିବ୍ବତ ଦେଇ ଭ୍ରମଣ କରିଛି ।

ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ଦ୍ୱାରା ନିର୍ମିତ, EMISATର ELINT ମିଶନ୍ ସବୁ ପ୍ରକାର ରେଡିଓ ସିଗନାଲ୍ ଉପରେ ନଜର ରଖିବା କାମରେ ବ୍ୟବହୃତ ହୁଏ  ।  ବିଶେଷ ଭାବେ ଦେଶର ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଘଟଣା ଉପରେ ନଜର ରଖିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଭାରତର ଚୀନ ସହ ସୀମା ବିବାଦ ପରେ ଭାରତ ଚୀନ ସେନା ଉପରେ ନଜର ରଖିବା ପାଇଁ ଏଭଳି କରିଥାଇପାରେ । ସବୁବେଳେ ବିସ୍ତାରବାଦୀ ନୀତିରେ ବିଶ୍ୱାସ କରୁଥିବା ଚୀନ ଉପରେ ଭାରତ ଅନ୍ଧ ଭାବେ ବିଶ୍ୱାସ କରିବାକୁ ଚାହୁଁନି । ଏଣୁ ଏଭଳି ଗୁପ୍ତଚର ଉପଗ୍ରହ ମାଧ୍ୟମରେ ଭାରତ ଚୀନର କାର୍ଯ୍ୟକଳାପ ଉପରେ ନଜର ରଖୁଛି । ତେବେ ଭାରତ ଏଭଳି ପଦକ୍ଷେପ ପରେ  ଚୀନ ସତର୍କ ହୋଇଥିବା ସୂଚନା ମିଳିଛି । ଚୀନ୍ ନିଜ ସେନାକୁ ସତର୍କ ସୂଚନା ଦେବା ସହ ଭାରତୀୟ ଉପଗ୍ରହର ଗତି ଉପରେ କଡା ନଜର ରଖିଥିବା ଜଣା ପଡିଛି ।

 

ବଲାଙ୍ଗିରରେ ବେଆଇନ ମୋରମ ଚାଲାଣ, ବନ ବିଭାଗ ନାଁରେ ଆସିଲା ଅଭିଯୋଗ…

0

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବେଆଇନ ମୋରମ ଚାଲାଣ ଅଭିଯୋଗ ହୋଇଛି । ପୁଣି ମଣିଷ ବଦଳରେ ମେସିନ କରୁଛି କାମ । ସେପଟେ ବିନା ରୟାଲିଟିରେ ଗୋଚରୁ ଜମିରୁ ଶହଶହ ଟ୍ରିପ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ଖବର ମିଳିବା ପରେ ସହକାରୀ ଜିଲ୍ଲାପାଳ ଚଢାଉ କରି ଗୋଟିଏ ଜେସିବି ମେସିନ ସହ ୪ଟି ଟ୍ରାକ୍ଟର ଜବତ କରିଛନ୍ତି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବନ ବିଭାଗ ଦ୍ୱାରା ଖୁଲମଖୁଲା ମୋରମ ଚୋରା ଚାଲାଣ ହେଉଛି  । ମନରେଗା ଯୋଜନାରେ ପିପଲଡାବର ଗାଁରୁ ଗୋୟଲମରା ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତା କାମ ଚାଲିଛି । ୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତା କାମର ତଦାରଖ କରୁଛନ୍ତି ପାଟଣାଗଡ଼ ଫରେଷ୍ଟର ରଣଜିତ ସିଂ ବାବୁ ।

Morum

ଗୋଚର ଜମିରୁ ବେଆଇନ ଭାବେ ଜେସିବିରେ ମୋରମ ଖୋଳାଯାଇ ବିନା ରୟାଲିଟିରେ ଟ୍ରାକ୍ଟର ସହାୟତାରେ ଶହଶହ ଟ୍ରିପ ମୋରମ ଚାଲାଣ କରାଯାଉଛି । କରୋନା କାଳରେ ଲୋକଙ୍କୁ କାମ ମିଳୁନି । ଏଭଳି ସମୟରେ ମନରେଗା କାମରେ ମଣିଷ ବଦଳରେ ମେସିନ କାମ କରୁଛନ୍ତି  । ଏଭଳି ହେବା ଅନାବଶ୍ୟକ । ସେପଟେ କାହା ଅନୁମତିରେ ଗୋଚର ଜମିରୁ ବେଆଇନ ମୋରମ ଚାଲାଣ ହେଉଥିଲା ଜାଣିବାକୁ ଚାହିଁଛନ୍ତି ପାଟଣାଗଡ ତହସିଲଦାର । ଦୁଇ ଦିନିଆ ସଟଡାଉନ ପାଇଁ ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟ ବନ୍ଦ ଥିବାରୁ ସୋମବାର ଦିନ ସମସ୍ତ କାଗଜପତ୍ର ଦେଖାଇବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ ପ୍ରମାଣିତ ହେଲେ ଫାଇନ ଆଦାୟ କରାଯିବ ବୋଲି କହିଛନ୍ତି ତହସିଲଦାର  ।

ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାରେ ମହେଶ ଭଟ୍ଟଙ୍କୁ ସମନ କରିବ ମୁମ୍ୱାଇ ପୋଲିସ୍

ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କୁ ସମନ କରାଯିବ । ସୁଶାନ୍ତ ସିଂହ ରାଜପୁତ୍ ସନ୍ଦେହଜନକ ହତ୍ୟା ଘଟଣାରେ ତାଙ୍କୁ ପୋଲିସ ପଚରା ଉଚରା କରିବ । ସୋମବାର ସେ ନିଜ ଷ୍ଟେଟମେଣ୍ଟ ରେକର୍ଡ କରିବେ । ଏନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ୍ ସୂଚନା ଦେଇଛନ୍ତି । ତେବେ ମହେଶ ଭଟ୍ଟଙ୍କ ପରେ କରନ ଜୋହୋରଙ୍କ ଧର୍ମା ପ୍ରଡକ୍ସନର ସିଇଓ ଅପୂର୍ବା ମେହେଟା ମଧ୍ୟ ସମନ ପାଇଁ ଯିବା ନେଇ କାର୍ଯ୍ୟକ୍ରମ ରହିଛି । ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସେ ମାନସିକ ଚାପରେ ଏଭଳି କରଥିବା ଆରୋପ ଆସିଥିଲା । ବଲିଉଡରେ ପକ୍ଷପାତିତା ରହିଛି ଓ ଷ୍ଟାର କିଡମାନଙ୍କୁ ଅଧିକ ସୁଯୋଗ ମିଳୁଥିବା ଅଭିଯୋଗ ଜୋର ଧରିବା ପରେ ସୋସିଆଲ ମିଡିଆରେ ଜଷ୍ଟିସ୍ ଫର୍ ସୁଶାନ୍ତ ଟ୍ୟାଗ ଘୂରି ବୁଲିଥିଲା ।

mahesh Bhatt

ଅକରାଣରେ ତାଙ୍କ ଅଣଦେଖା କରାଯାଇଛି ଓ ବଡ ବଡ ତାରକା ସୁଶାନ୍ତଙ୍କୁ ବୟକଟ୍ କରିବା ହେତୁ ସୁଶାନ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ଜୋର ଧରିଥିଲା । ଏହାପରେ ପ୍ରସଙ୍ଗକୁ ଅଧିକ ସମ୍ୱେଦନ ଓ ଗୁରୁତ୍ୱ ମିଳିଥିଲା କଙ୍ଗନା ରଣାୱତଙ୍କ ମନ୍ତବ୍ୟ ପରେ । ଆଦିତ୍ୟ ଚୋପ୍ରା ଓ କରନ ଜୋହୋରଙ୍କ ଉପରେ ସିଧାସଳଖ ଆରୋପ ଲଗାଇଥିଲେ ସେ  । ଏହା ପରେ ମୁମ୍ୱାଇ ପୋଲିସ ଏମାନଙ୍କୁ ପଚରାଉଚରା ଜାରି ରଖିଛି ।

ଚାକିରି ହରାଇବା ଭୟରେ ପୁରା ପରିବାର କଲା ଆତ୍ମହତ୍ୟା

0

କରୋନା କେବଳ ସ୍ୱାସ୍ଥଜନିତ ସମସ୍ୟା ଆଣିନି । ସାରା ବିଶ୍ୱକୁ ଆର୍ଥିକ ସଙ୍କଟକୁ ମଧ୍ୟ ଠେଲିଛି । ତେବେ ସେ ସଙ୍ଗଠିତ ହେଉ କିମ୍ୱା ଅଣସଙ୍ଗଠିତ କ୍ଷେତ୍ର, ସବୁଠି କର୍ମଚାରୀ ଛଟେଇ ଏବେ ଏକ ସ୍ୱାଭାବିକ କଥା । ତେବେ ଚାକିରି କରି ପେଟ ପୋଷୁଥିବା ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣଠାରୁ ଚାକିରୀ ହରାଇବା ଭୟ ଅଧିକ ସକ୍ରିୟ ବୋଲି ଜଣାପଡିଛି । ସାରା ଦେଶରେ  ଲୋକେ ଚାକିରୀ ନହରାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ତେବେ କର୍ଣ୍ଣାଟକରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ ।

ଚାକିରୀ ନହରାଇ ମଧ୍ୟ ଚାକିରି ହରାଇବା ଆଶଙ୍କାରେ ଏକ ପରିବାର ସାମୂହିକ ଭାବେ ଆତ୍ମହତ୍ୟା କରିଛି । କର୍ଣ୍ଣାଟକର ଧାରୱଡା ଜିଲ୍ଲାରେ ଘଟିଥିବା ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ଚାକିରୀ କ୍ଷେତ୍ରରେ ଛଟେଇ କ୍ରମାଗତ ଭାବେ ବଢୁଥିବା ଦେଖି ଉକ୍ତ ବ୍ୟକ୍ତି ସମେତ ପରିବାରର ସର୍ବମୋଟ୍ ତିନି ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ହୋଇଥିବା ସ୍ଥାନରୁ ଏକ ନୋଟ୍ ମଧ୍ୟ ପୋଲିସ ଜବତ କରିଛି । ତେବେ ଚାକିରୀ ଯିବାର ଆଶଙ୍କାରେ ପରିବାର ଆତ୍ମହତ୍ୟା କରିଥିବା ଉକ୍ତ ନୋଟରେ ସ୍ପଷ୍ଟ ଭାବେ ଲେଖା ରହିଛି । ତେବେ ଏନେଇ ସୂଚନା ଦେଇଛନ୍ତି ଧାରୱଡାର ସୁବରବନ୍ ପୋଲିସ ଷ୍ଟେସନର ଇନିସପେକ୍ଟର  । ତେବେ ଘଟଣାର ବିସ୍ତୃତ ତଦନ୍ତ ଚାଲିଛି ।

୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଆଇଏସ୍‌ଓ ସାର୍ଟିଫିକେଟ୍‌

ଭୁବନେଶ୍ୱର: ଉତ୍କର୍ଷ ସେବାକୁ ମିଳିଲା ପରିଚିୟ । କଳାହାଣ୍ଡି ଜିଲ୍ଲାର ୫ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ମିଳିଛି ଆଇଏସ୍‌ଓ ସାର୍ଟିଫିକେଟ୍‌ । ଉଚ୍ଚମାନର ସେବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ଡକୁ ଏହି ମାନ୍ୟତା ଦିଆଯାଇଛି । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଜୋନ-୨, ଜୋଡ଼ାବନ୍ଧ, କେନ୍ଦୁବରଡ଼ି, କଂସାରୀ ଏବଂ ବସନ୍ତପଡ଼ା ଅଙ୍ଗନବାଡ଼ି କେନ୍ଦ୍ରକୁ ଏହି ମାନ୍ୟତା ମିଳିଛି ।

ଶିଶୁ ଓ ଗର୍ଭବତୀଙ୍କୁ ସେବା ଓ ଯତ୍ନ, ହାତପାହାନ୍ତାରେ ସ୍ୱାସ୍ଥ୍ୟସେବା ଏବଂ ପୃଷ୍ଚିକର ଖାଦ୍ୟ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଅନ୍ୟପଟେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ଉଲ୍ଲେଖନୀୟ ସେବାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିଭଳି ପୂର୍ବରୁ ମଧ୍ୟ ଓଡ଼ିଶାର ୪୪ ଆଦିବାସୀ ହଷ୍ଟେଲକୁ ISO ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଆଦିବାସୀ ପିଲାଙ୍କ ଶିକ୍ଷାକ୍ଷେତ୍ରରେ ଓଡ଼ିଶାର ଏହା ଏକ ସଫଳତା ବୋଲି କୁହାଯାଏ । ଦେଶର ପ୍ରଥମ ରାଜ୍ୟ ଭାବେ ISO ସାର୍ଟିଫିକେଟ ହାସଲ କରିଥିଲା ଓଡ଼ିଶା । ମିଶନ ସୁବିଦ୍ୟାରେ ଗୁଣବତ୍ତା ଓ ମାନ ଆଧାରରେ ଏହି ଆଦିବାସୀ ହଷ୍ଟେଲ ଗୁଡ଼ିକୁ ଆଇଏସ୍‌ଓ ସ୍ୱୀକୃତି ମିଳିଛି ।

ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ସମ୍ବଲପୁରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସମସ୍ତ ହଷ୍ଟେଲଗୁଡିକୁ ବିଚାରକୁ ନିଆଯାଇଥିଲା । ଏଥିରେ ୬୦ଟି ହଷ୍ଟେଲ ସାମିଲ ଥିବା ବେଳେ ଲକଡାଉନ ପୂର୍ବରୁ ଅଡିଟ ଟିମ୍ ମାତ୍ର ୪୪ଟି ହଷ୍ଟେଲକୁ ଅନୁଧ୍ୟାନ କରିବାରେ ସକ୍ଷମ ହୋଇଥିଲେ । ତେଣୁ ୪୪ଟି ହଷ୍ଟେଲକୁ ISO ସାର୍ଟିଫିକେଟ ଦିଆଯାଇଥିଲା ।