ହୃଦଘାତରେ ପୀଡ଼ିତ ପାକିସ୍ତାନୀ କ୍ୟାପଟେନଙ୍କ ଜୀବନ ବଂଚାଇଲେ ଭାରତୀୟ କୋଷ୍ଟଗାର୍ଡ଼

1 min read

କାଶ୍ମୀର ବିବାଦକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କର ତିକ୍ତତା କାଲି ଥିଲା ଆଉ ଆଜି ବି ଅଛି । ନିକଟରେ ପାକିସ୍ତାନ କାଶ୍ମୀରକୁ ନେଇ ନୂଆ ମାନଚିତ୍ର ମଧ୍ୟ ଜାରି କରିଛି । ତେବେ ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦ କିଛି କମ ହେଉନଥିବା ବେଳେ ଏବେ ସାମ୍ନାକୁ ଏଭଳି ଏକ ଖବର ଆସିଛି ଯାହା ଭାରତୀୟ ମାନବିକତାର ପରିଚୟ ସୃଷ୍ଟି କରିଛି । ଯାହା ପାକିସ୍ତାନର କିଛି ଲୋକଙ୍କ ହୃଦୟରେ ମଧ୍ୟ ସ୍ଥାନ ତିଆରି କରି ସାରିଛି ।

ବାସ୍ତବରେ ଭାରତର ଏକ ସମୂଦ୍ର କୂଳ ଅଞ୍ଚଳରେ ପାକିସ୍ତାନର ଜଣେ ପାଏଲଟଙ୍କୁ ହୃଦଘାତ ଆସିଲା । ଭାରତୀୟ ତଟରକ୍ଷକ ଦଳ ନା କେବଳ ସେ ଆଲର୍ଟ କରିବା ପରେ ଯାଇ ପହଂଚିଲେ ବରଂ ସେ ଏବେ ସଂପୂର୍ଣ ଭାବରେ ସୁସ୍ଥ ହୋଇ ଅଟାରି ଓ୍ୱାଘା ବର୍ଡ଼ର ଦେଇ ସେ ତାଙ୍କ ଘରକୁ ଫେରିଛନ୍ତି ।

 

ଖବର ଅନୁସାରେ ପାକିସ୍ତାନୀ ନାଗରିକ ଏବଂ ଏମ.ଭି ହୟାକଲର କ୍ୟାପଟେନ ବନ୍ଦର ହସନ୍ୟାନଙ୍କୁ ୧୩ ଜୁଲାଇରେ ସେହି ସମୟରେ ହୃଦଘାତ ଆସିଲା, ଯେତେବେଳେ ତାଙ୍କ ଜାହାଜ ଓଡ଼ିଶାର ଗୋପାଳପୁର ରାସ୍ତାରେ ଥିଲା । ଭାରତୀୟ ତଟରକ୍ଷକ ଦଳ ତରଫରୁ ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ପ୍ରଦାନ କରାଗଲା । ଏହା ସହିତ ତାଙ୍କୁ ବିଶାଖାପାଟନାର ଏକ ହସ୍ପିଟାଲକୁ ପଠାଇଦେଲେ । ସୂଚନା ମୁତାବକ ପାଏଲଟଙ୍କ ଝିଅ ଭାରତ ସରକାରଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

Leave a Reply