ରାଜ୍ୟରେ ପୁଣି ୨୨୩୯ ନୂଆ ସଂକ୍ରମିତ ଚିହ୍ନଟ, ସମୁଦାୟ ମୃତ୍ୟୁ ସଂଖ୍ୟା ୩୬୨କୁ ବୃଦ୍ଧି

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ଟେଷ୍ଟିଂ ବଢିବା ସହ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦିନ ବଢିବା ସହ ନୂଆ ନୂଆ ସଂକ୍ରମିତ ସାମ୍ନାକୁ ଆସୁଛନ୍ତି । ରାଜ୍ୟରେ ଲଗାତାର ମାସେ ହେବ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ୨୪ଘଣ୍ଟାରେ ୨୯ ଜିଲ୍ଲାରୁ ଆଉ ୨୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୪୧୬, ଲୋକାଲ୍ କେସ୍ ୮୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଗତକାଲି ୨୨୪୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୨୩୯ ସଂକ୍ରମିତ ଯାହା ପୂର୍ବ ୪ଦିନ ହେବ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ କମ୍ ରହିଛି  ।

ଖୋର୍ଦ୍ଧାରୁ ସର୍ବାଧିକ ୪୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୨୬୪, ନୟାଗଡ଼ରୁ ୧୪୭, କଟକରୁ ୧୧୭, ବାଲେଶ୍ୱରରୁ ୧୩୦, ରାୟଗଡ଼ାରୁ ୧୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୯୧, କନ୍ଧମାଳରୁ ୯୦, ମୟୂରଭଞ୍ଜରୁ ୮୦, ଯାଜପୁରରୁ ୭୫, ଭଦ୍ରକରୁ ୭୩, କେନ୍ଦୁଝରରୁ ୭୨, ବଲାଙ୍ଗୀରରୁ ୬୬, ସୁନ୍ଦରଗଡ଼ରୁ ୬୪, ମାଲକାନଗିରିରୁ ୫୫, ବୌଦ୍ଧ ଓ ସମ୍ବଲପୁରରୁ ୫୩ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୫୧, ଗଜପତିରୁ ୪୨, ପୁରୀରୁ ୪୦, ଢେଙ୍କାନାଳରୁ ୩୬, ଜଗତସିଂହପୁରରୁ ୨୬, ସୋନପୁରରୁ ୨୪, କଳାହାଣ୍ଡିରୁ ୨୧, ନବରଙ୍ଗପୁରରୁ ୧୪, ଝାରସୁଗୁଡ଼ାରୁ ୧୩, ନୂଆପଡ଼ାରୁ ୮, କେନ୍ଦ୍ରାପଡ଼ାରୁ ୭, ଅନୁଗୁଳରୁ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ମଙ୍ଗଳବାରରେ ରାଜ୍ୟରେ କରୋନାରେ ଆଉ ୯ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୩, ରାୟଗଡ଼ାରୁ ୨, ମାଲକାନଗିରି, ସମ୍ବଲପୁର, ବାଲେଶ୍ବର ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନାରେ ମୋଟ୍ ୩୬୨ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ପଜିଟିଭଙ୍କ ସଂଖ୍ୟା ୬୪ହଜାର ୫୩୩କୁ ବୃଦ୍ଧି ହୋଇଛି । ଅନ୍ୟପଟେ ରାଜ୍ୟରେ ସୁସ୍ଥ ହାର ସାମାନ୍ୟ ଅଶ୍ୱସ୍ଥି ଦେଇଛି ଏପର୍ଯ୍ୟନ୍ତ ସୁଦ୍ଧା ୪୩ହଜାର ୭୭୯ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

Leave a Reply