spot_img
Home Blog Page 6618

ରାଜ୍ୟରେ ୨୪ଘଣ୍ଟାରେ ୨,୯୯୫ ସଂକ୍ରମିତ ଚିହ୍ନଟ, ୧୮ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଟେଷ୍ଟିଂ, କମୁଛି କରୋନା ସଂକ୍ରମଣ । ନିୟନ୍ତ୍ରଣରେ ଆସୁଛି କରୋନା ମାହାମାରୀ । ସରକାରଙ୍କ ପଦକ୍ଷେପ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ ।ଦିନକରେ ୨୯୯୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୧୭୩୭, ଲୋକାଲ୍ କେସ୍ ୧୨୫୮ । ରାଜ୍ୟରେ ଆଉ ୧୮ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିଭଳି ଗତ ୨୪ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୫୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୧୬୬, ପୁରୀରୁ ୧୪୫, ଅନୁଗୁଳରୁ ୧୪୨, ସମ୍ବଲପୁରରୁ ୧୩୮, କେନ୍ଦ୍ରାପଡାରୁ ୧୩୫, ବାଲେଶ୍ବରରୁ ୧୨୧, ସୁନ୍ଦରଗଡ଼ରୁ ୧୦୧, ବଲାଙ୍ଗୀରରୁ ୯୪, ବରଗଡ଼ରୁ ୯୩, ମୟୂରଭଞ୍ଜରୁ ୯୨, ଯାଜପୁରରୁ ୯୦, ସୋନପୁରରୁ ୮୭, ମାଲକାନଗିରିରୁ ୮୨, ନୂଆପଡାରୁ ୭୪, ଢେଙ୍କାନାଳରୁ ୬୮, ନବରଙ୍ଗପୁରରୁ ୬୭, ଝାରସୁଗୁଡାରୁ ୬୪, କଳାହାଣ୍ଡିରୁ ୬୩, ଜଗତସିଂହପୁରରୁ ୬୨, କେନ୍ଦୁଝରରୁ ୬୧, ଗଞ୍ଜାମରୁ ୪୭, ନୟାଗଡ଼ରୁ ୪୪, କନ୍ଧମାଳ ଓ କୋରାପୁଟରୁ ୪୩ଜଣ ଲେଖାଏଁ, ବୌଦ୍ଧରୁ ୩୧, ଭଦ୍ରକରୁ ୨୮, ଦେଓଗଡ଼ରୁ ୨୦, ରାୟଗଡ଼ାରୁ ୧୭, ଗଜପତିରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱରରୁ ୪, ନୟାଗଡ଼, ସୁନ୍ଦରଗଡ଼ ଓ ପୁରୀରୁ ୨ଜଣ ଲେଖାଏଁ , ବୌଦ୍ଧ, ଦେଓଗ଼ଡ଼, ଯାଜପୁର, କନ୍ଧମାଳ, ଖୋର୍ଦ୍ଧା, ମୟୂରଭଞ୍ଜ, ସମ୍ବଲପୁର ଓ କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ  ହୋଇଛି ।

ଏଥିସହ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨ ଲକ୍ଷ ୪୦ହଜାର ୯୯୮କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ୨ ଲକ୍ଷ ୧୦ ହଜାର ୨ଶହ ୧୭ ସୁସ୍ଥ ହୋଇଥିବା ବେଳେ, ୨୯ ହଜାର ୭ ଶହ ୭୦ ସକ୍ରିୟ ମାମଲା ରହିଛି । ବୁଧବାରରେ ମୃତ୍ୟୁବରଣ କରିଥିବା ୧୮ଜଣ କରୋନା ଆକ୍ରାନ୍ତଙ୍କୁ ଯୋଡ଼ି ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ୯୫୮ରେ ପହଞ୍ଚିଛି ।

ଗ୍ରୋସରୀ ନାଁରେ ୧୫ ଲକ୍ଷ ଟଙ୍କା ଠକେଇ, ଥାନାକୁ ଗଲେ ଶହେରୁ ଅଧିକ ଯୁବକ ଯୁବତୀ

ଜୟପୁର: କରୋନା ମହାମାରୀ ସମୟରେ ଠକେଇ । ଗ୍ରୋସରୀ ଦେବା ନାଁରେ ୧୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଥାନାକୁ ଗଲେ ଶହେରୁ ଅଧିକ ଯୁବକ ଯୁବତୀ । କୋରାପୁଟ ଜୟପୁରରେ ଏଭଳି ଠକେଇ ଅଭିଯୋଗ ସାମନାକୁ ଆସିଛି । କରୋନା ସମୟରେ ଲୋକଙ୍କୁ ୩୩ ପ୍ରତିଶତ ରିହାତିରେ ଗ୍ରୋସରୀ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା ଅନ୍ନପୂର୍ଣ୍ଣା ଟ୍ରେଡର୍ସ ।

ତେବେ ପ୍ରାୟ ୧୩୦ ଯୁବକ ଯୁବତୀଙ୍କୁ ଏଥିରେ ନିଯୁକ୍ତି ମିଳିଥିଲା । କିଏ ୫ହଜାର ତ କିଏ ୨୦ ହଜାର ଟଙ୍କା ଡିପୋଜିଟ୍ ବି କରିଥିଲେ । ହେଲେ ନା ଜିନିଷପତ୍ର ଆସିଲା ନା ମିଳିଲା ଦରମା । ଏହାକୁ ନେଇ ସେମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଗ୍ରୋସରୀ ଜିନିଷ ଦେବାକୁ କହି କାର୍ଡ କରିବା ପାଇଁ ଘର ପିଛା ୨୭୫ ଟଙ୍କା ଆଦାୟ ହୋଇଥିଲା । ହେଲେ ଜିନିଷ ମିଳିନଥିବା ବେଳେ ସବୁ ଟଙ୍କା ନେଇ ସଂପୃକ୍ତ ସଂସ୍ଥା ମାଲିକ ଚମ୍ପଟ୍ ମାରିଥିବା ଅଭିଯୋଗ ହୋଇଛି । ଏନେଇ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ଡ୍ରଗ୍ସ ଲିଙ୍କ୍‌: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ମଞ୍ଜୁର, ସୌଭିକଙ୍କ ଖାରଜ

ମୁମ୍ୱାଇ: ଡ୍ରଗ୍ସ ଲିଙ୍କ୍ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବମ୍ୱେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । କିନ୍ତୁ ତାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଡ୍ରଗ୍ସ ବିକ୍ରେତା ବାସିତ ପରିହାରଙ୍କ ବେଲ୍ ମଧ୍ୟ ଖାରିଜ ହୋଇଛି । ରିୟାଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଳିକା ବଦଳରେ ଜାମିନ ପ୍ରଦାନ କରାଯାଇଛି । ଏଥିସହିତ ରିୟାଙ୍କ ପାସପୋର୍ଟକୁ ମଧ୍ୟ ଜମା କରିବାକୁ ପଡ଼ିବ । ଏବଂ ରିୟାଙ୍କୁ ମୁମ୍ୱାଇ ବାହାରକୁ ଯିବା ହେଲେ ମଧ୍ୟ ଅନୁମତି ନେବା ପଡ଼ିବ ବୋଲି କୋର୍ଟ ନିଜ ରାୟରେ ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ଯେବେ ମଧ୍ୟ ପଚରାଉଚରା ପାଇଁ ଡକାଯିବ ହାଜର ହେବାକୁ ପଡ଼ିବ ।

Will Rhea Chakraborty get bail? Mumbai court to hear her plea today

୧୧ ଡିସେମ୍ୱରରେ ସ୍ପେଶାଲ ଏନଡିପିଏସ୍ କୋର୍ଟ ଏହି ୫ ଜଣଙ୍କ ଜାମିନ ଆବେଦନ ଖାରଜ କରିଥିଲା । ଏହା ପରେ ସମସ୍ତେ ବମ୍ୱେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୯ ସେପ୍ୱେମ୍ୱରରେ ବମ୍ୱେ ହାଇକୋର୍ଟ ସମସ୍ତ ଜାମିନ ଆବେଦନର ରାୟ ସଂରକ୍ଷିତ ରଖାଯାଇଥିଲା । ରିୟାଙ୍କୁ ନର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ୮ ସେପ୍ୱେମ୍ୱରରେ ଗିରଫ କରିଥିଲେ । ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କିଣିବା ନେଇ ଅଭିଯୋଗ  ।

Rakul Preet Singh - Wikidata

ଅନ୍ୟପକ୍ଷରେ ରିୟାଙ୍କ ନ୍ୟାୟିକ  ହେପାଜତକୁ ମୁମ୍ୱାଇ ସେସନ୍ କୋର୍ଟ ୧୪ ଦିନ ପାଇଁ ବଢ଼ାଇଦେଇଛନ୍ତି । ୬ ଅକ୍ଟୋବରରେ ରିୟା ନ୍ୟାୟିକ ହେପାଜତରେ ରହିବାର ଥିଲା ।   କିନ୍ତୁ ଏବେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ସୌଭିକ ୨୦ ଅକ୍ଟୋବର ଯାଏଁ ଜେଲରେ ରହିବାକୁ ପଡ଼ିବ । ରିୟାଙ୍କ ଡ୍ରଗ୍ସ ସମ୍ପର୍କିତ ଚାଟ୍ ସାମ୍ନାକୁ ଆସିବା ପରେ ଏନ୍‌ସିବି ତନାଘନା ଆରମ୍ଭ କରିଥିଲା । ତେବେ ସେ ଜାତୀୟ ଗଣମାଧ୍ୟମକୁ ଦେଇଥିବା  ସାକ୍ଷାତକାରରେ କହିଛନ୍ତି ଯେ, ସେ କେବେ ଡ୍ରଗ୍ସ ନେଇନାହାନ୍ତି । ଏବଂ ଟେଷ୍ଟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ରିୟା ଏବଂ ସୌଭିକଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଏନସିବି ଉଭୟଙ୍କୁ ଗିରଫ କରିଥିଲା । ଏବଂ ପଚରାଉଚରା ବେଳେ ବଲିଉଡର ବହୁ ଅଭିନେତ୍ରୀଙ୍କ ଡ୍ରଗ୍ସ ଲିଙ୍କ ଏବଂ ଡ୍ରଗ୍ସ ପାର୍ଟି ସମ୍ପର୍କରେ ଜାଣିବାକୁ ପାଇଥିଲା ।

ଚନ୍ଦ୍ରଶେଖରଙ୍କ ଗୁରୁତର ଅଭିଯୋଗ: ‘କ୍ରାଇମ୍ ସିନ୍‌ରୁ ନଷ୍ଟ କରାଯାଇଛି ପ୍ରମାଣ, ଲୋକଙ୍କୁ ଧମକାଉଛି ଏସ୍ଆଇଟି’

ଲକ୍ଷ୍ଶୌ: ହାଥ୍‌ରସ୍ ଗଣଦୁଷ୍କର୍ମ ମାମଲା ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ମାମଲାର ଏସଆଇଟି ତଦନ୍ତ ଜାରି ରହିଥିବା ବେଳେ ରାଜ୍ୟ ସରକାର ସିବିଆଇ ତଦନ୍ତ ନେଇ ସୁପାରିସ୍ କରିଛନ୍ତି । ବୁଧବାର ଏହି ମାମଲାକୁ ନେଇ ଭୀମ ଆର୍ମି ପ୍ରମୁଖ ଚନ୍ଦ୍ରଶେଖର ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ସରକାର ଯଦି ନ୍ୟାୟ ଦେଇପାରିବେ ନାହିଁ, ତେବେ ଅଭିଯୋଗ କାହିକି କରୁଛନ୍ତି । ଦୀର୍ଘ ଦିନ ଧରି ମାମଲା ରୁଜୁ ହୋଇନଥିଲା କାହିକି, ୧୪ ଦିନ ଧରି ମୁଖ୍ୟମନ୍ତ୍ରୀ କ’ଣ କରୁଥିଲେ ।

Who is Bhim Army Chief Chandrashekhar Azad? | India News – India TV

            ସେ କହିଛନ୍ତି ଯଦି ମାମଲା କୋର୍ଟରେ ଅଛି, ତେବେ ଜାତୀୟ ପଞ୍ଚାୟତ କ’ଣ କରୁଛି । ଯିଏ ଭୁଲ କରିଛନ୍ତି ତାଙ୍କୁ ଦଣ୍ଡ ମିଳୁ । ପୀଡ଼ିତାଙ୍କ ପରିବାରକୁ ସିବିଆଇ ଉପରେ ଭରସା ନାହିଁ । ଏଣୁ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଆବଶ୍ୟକ । ଉତ୍ତରପ୍ରଦେଶ ସରକାର ପ୍ରସଂଗକୁ ବାଟବଣା କରୁଛନ୍ତି । ଅଧରାତିରେ ପୀଡ଼ିତାଙ୍କୁ ଜଳାଦିଆଯାଇଛି ଏବଂ ଘର ଲୋକଙ୍କୁ ବନ୍ଦ କରିଦିଆଗଲା । ।

            ଭୀମ ଆର୍ମି ମୁଖ୍ୟ କହିଛନ୍ତି, ଆଗକୁ ହାଥରସ୍‌ରେ କିଛି ହୋଇପାରେ ଏବଂ ଭୀମ ଆର୍ମିକୁ ଏଥିପାଇଁ ଦାୟୀ କରାଯାଇପାରେ  । ଏଯାଏଁ ପୀଡ଼ିତାଙ୍କ ପରିବାର ଗାଁରେ କାହିକି ଅଛନ୍ତି, ଯଦି ସିବିଆଇକୁ ତଦନ୍ତି ଦିଆଯାଇଛି, ତେବେ ଏସ୍‌ଆଇଟିକୁ ରିପୋର୍ଟ ପ୍ରଦାନ ଲାଗି କାହିଁକି ଅଧିକ ଅବଧି ଦିଆଯାଉଛି ।

ହାଥରସରେ ପୁଣି ଲଜ୍ଜା: ମାଉସୀ ଘରେ ୬ବର୍ଷର ଶିଶୁକୁ ଦୁଷ୍କର୍ମ,ହସ୍ପିଟାଲରେ ମୃତ୍ୟୁ

            ୟୁପି ସରକାର ପୀଡ଼ିତାଙ୍କ ପରିବାର ଲକ୍ଷ୍ମୌ ଡକାଯିବା ଦରକାର । କ୍ରାଇମ୍ ସିନରେ ଯେତିକି ପ୍ରମାଣ ଥିଲା ତାହା ନଷ୍ଟ କରାଯାଇଛି । ଏସ୍‌ଆଇଟି ସେଠାରେ ଲୋକଙ୍କୁ ଧମକାଉଛି  । ଯେବେ ବିବେକ ତିଓ୍ୱାରୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଚାକିରି ମିଳିପାରୁଛି ତେବେ ପୀଡ଼ିତାଙ୍କ ପରିବାରକୁ କାହିଁକି ନୁହେଁ । ଯଦି ଏ ନେଇ ଭାରତ ବନ୍ଦ କରିବାକୁ ପଡ଼ିବ ତେବେ ସେ ବନ୍ଦ ଡାକରା ଦେବେ ବୋଲି କହିଛନ୍ତି ଭୀମ ଆର୍ମି ମୁଖ୍ୟ  ।

 ୯ ତାରିଖରେ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଗୋଟିଏ ଲଘୁଚାପ ପ୍ରଭାବ ନସରୁଣୁ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ । ଏବେ ଧାନ ଚାଷୀଙ୍କ ମୁଣ୍ଡରେ ପଡ଼ିଲାଣି ଚଡ଼କ । ଅମଳକୁ ଆଉ ମାସେ ଥିବା ବେଳେ ବର୍ଷା ବିଗାଡିଦେଲାଣି ଚାଷବାସ । ପନିପରିବା ଚାଷ ଉପରେ ବି ଦାଉ ସାଧିଛି ସକ୍ରିୟ ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ୨୪ ଘଣ୍ଟା ସକ୍ରିୟ ରହିବାକୁ ଥିବା ବେଳେ, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆସନ୍ତା ୯ ତାରିଖରେ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତି କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୧୧ରୁ ୧୩ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ବର୍ଷାର ପ୍ରଭାବରେ ପନିପରିବା ଦର ଏବେ ଆକଳ ଛୁଆଁ । ଏବେ ପନିପରିବା ଦର ୫୦ ଉପରେ ରହିଛି । କିଛିଦିନ ତଳେ ନାସିକରେ ବର୍ଷା କାରଣରୁ ପିଆଜ ଦର ବୃଦ୍ଧି ପାଉଥିବା ବେଳେ ଏବେ ପନିପରିବା ଦର ଖାଉଟିଙ୍କ ଚିନ୍ତା ବଢାଇଛି ।

ବାବୁମାନଙ୍କ ଡ୍ୟୁଟି ସମୟର ମଜାମସ୍ତିର ଭିଡ଼ିଓ ଏବେ ଭାଇରାଲ

ସମ୍ବଲପୁର: ଅଫିସରେ ଡ୍ୟୁଟି ବେଳେ ତାସ୍ ଖେଳ । ଦାୟିତ୍ୱ କର୍ତ୍ତବ୍ୟ ଭୁଲି ବାବୁ ମଜି ଯାଇଛନ୍ତି ତାସ୍ ଖେଳରେ । ଆଉ ତାସ ଖେଳରେ ଏତେ ମଜିକି ଅଛନ୍ତି ଯେ, ତାଙ୍କ ଆଗପଛ ବି ଦେଖୁ ନାହାଁନ୍ତି ବାବୁମାନେ । ବାବୁମାନଙ୍କୁ ଯେମିତି ଏହି ଖେଳ ପାଇଁ ଅଧିକ ପାରିଶ୍ରମିତ ମିଳୁଛି ଠିକ୍ ସେମିତି ପୁରା ମନଧ୍ୟାନ ଦେଇ ଖେଳୁଛନ୍ତି ତାସ୍ । ଘଟଣାଟି ହେଉଛି ସମ୍ବଲପୁର ଅବକାରୀ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟର ।

ଡ୍ୟୁଟି ବେଳେ ତାସ ଖେଳର ଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଅଫିସର ଏମିତି ଘଟମା ପ୍ରଥମ ନୁହେଁ । କିଛି ଦିନ ପୂର୍ବରୁ ଏହି ଅଫିସର କର୍ମଚାରୀ ଡ୍ୟୁଟି ସମୟରେ ମଦ ପିଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ନେଇ ନନ୍ଦିଘୋଷ ଟିଭିରେ ଖବର ମଧ୍ୟ ପ୍ରସାରଣ କରାଯାଇଥିଲା । ଏହା ପରେ ତିନି ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା ।

ଏତେସବୁ ପରେ ବି ପୁଣି ଏହି ତାସ ଖେଳର ଭିଡ଼ିଓ ଭାଇରାଲ ହୋଇଛି । ତେବେ ପୁଣି ଥରେ କାର୍ଯ୍ୟାଳୟରେ ତାସ ଖେଳର  ଭିଡିଓ ଭାଇରାଲ ପରେ ଅବକାରୀ ବିଭାଗର କର୍ମଚାରୀଙ୍କ କାମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଅବକାରୀ ଇନସ୍ପେକ୍ଟର ଶ୍ରୁତିକାନ୍ତ ରାଉତ ଭିଡିଓଟିକୁ ପୁରୁଣା ବୋଲି କହିଛନ୍ତି । ଏବଂ ସେ ଦାୟିତ୍ୱ ନେବା ପୂର୍ବରୁ ଏହି ଭିଡ଼ିଓ ରେକର୍ଡ ହୋଇଥାଇ ପାରେ ବୋଲି ସେ କହିଛନ୍ତି ।

ବୃଥାରେ ଗଲା ସାରା ରାତିର ପ୍ରରିଶ୍ରମ, ଖାଲି ହାତରେ ଫେରିଲେ ଲୁଟେରା

ଦେବଗଡ଼: ରାତିର ଅନ୍ଧକାରରେ ଲୁଟର ପ୍ଲାନ କରିଥିଲେ ଲୁଟେରା । ସାରା ରାତିର ପରିଶ୍ରମ ବୃଥାରେ ଗଲା । ରାତିସାରା ବ୍ୟାଙ୍କରୁ ଲୁଟିବାକୁ କଷ୍ଟେ ମଷ୍ଟେ ସବୁ ତାଲା ଭାଙ୍ଗିଲେ କିନ୍ତୁ କିଛି ଫଳ ମିଳିଲା ନାହିଁ । ଶେଷରେ ଖାଲି ହାତରେ ଫେରିଲେ ଦୃର୍ବୁତ୍ତ । ଦେବଗଡ଼ ଜିଲ୍ଲା ବଳମ ଠାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ ଫେଲ୍ ମାରିଛି ।

ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । କଡ଼ା ସୁରକ୍ଷା ଘେରରେ ବ୍ୟାଙ୍କର ତାଲା ଭାଙ୍ଗିବାରେ ସକ୍ଷମ ହୋଇଥିଲେ ଦୁର୍ବୃତ୍ତମାନେ । ତାଲା ଭାଙ୍ଗିବା ସହ ସିସିଟିଭି ମଧ୍ୟ ଭାଙ୍ଗିଦେଇଥିଲେ ।

ତେବେ ଷ୍ଟ୍ରଙ୍ଗରୁମରେ ପଶିପାରିନଥିବାରୁ ଟଙ୍କା ଲୁଟିବାର ପ୍ଲାନ ସେମାନଙ୍କର ଫେଲ ମାରିଥିବା  ସୂଚନା ମିଲିଛି । ସେପଟେ ଘଟଣା ଜାଣିବା ପରେ ଦେବଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମଦ ନିଶା ଚଢିଗଲା ପରେ ଟଙ୍କା ସହ ପିନ୍ଧିଥିବା ସାର୍ଟପ୍ୟାଣ୍ଟ ବି ଲୁଟିନେଲେ ଅଚିହ୍ନା

ବୁର୍ଲା:  ଫିଲ୍ମି ଷ୍ଟାଇଲରେ ଲୁଟି ନେଲେ । ଅଚିହ୍ନା ଲୋକଙ୍କ ସହ ମଦ ପିଇବା ପଡିଲା ମହଙ୍ଗା । ସ୍ତ୍ରୀର ଚିକିତ୍ସା ପାଇଁ ଆସି ଖାଇବାକୁ ଯାଇଥିଲେ ସ୍ୱାମୀ । ଖାଇବା ପରିବର୍ତ୍ତେ ପିଇ ବାକୁ ମନ ବଳାଇଥିଲେ ସ୍ୱାମୀ । ଆଉ ମଦ ପିଇବା ପାଇଁ ସାଥି କରିଥିଲେ କିଛି ଅଚିହ୍ନା ଲୋକଙ୍କୁ । ସାଙ୍ଗ ହୋଇ ମଦ ବି ପିଇଲେ ଆଉ ନିଶା ଖସିବା ପରେ ସବୁ ବୁଝି ପାରିଲେ । କିନ୍ତୁ ସେତେବେଳକୁ ସବୁ ସରିଥିଲା ଦୁର୍ବୃତ୍ତ ଟଙ୍କା ସହ ପିନ୍ଧିଥିବା ସାର୍ଟ ପ୍ୟାଣ୍ଟ ବି ଲୁଟି ନେଇଥିଲେ ।

ସୂଚନା ଅନୁସାରେ, ବରଗଡ ଜିଲ୍ଲାର ସରଭଙ୍ଗ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ଆସିଥିଲେ  । ଗତକାଲି ରାତିରେ ଖାଇବାପାଇଁ ମେଡିକାଲ ବାହାରକୁ ଯାଇ କିଛି ଅଚିହ୍ନା ଯୁବକଙ୍କ ସହିତ ବସି ମଦ ପିଇଥିଲେ । ମଦ ନିଶା ଚଢିଗଲା ପରେ ଦୁର୍ବୃତ୍ତ ତାଙ୍କଠାରୁ ୧୦ହଜାର ଟଙ୍କା ସହିତ ପିନ୍ଧିଥିବା ସାର୍ଟପ୍ୟାଣ୍ଟ ଲୁଟିନେଇଥିବା ଅଭିଯୋଗ ହୋଇଛି  ।

ଅନ୍ୟପଟେ ଭିମସାରରେ ଦିନକୁ ଦିନ ଲୁଟ୍ ବଢୁଥିବା ଅଭିଯୋଗ ହୋଇଛି  । ଏନେଇ ବୁର୍ଲା ଫାଣ୍ଡିରେ ଅନେକ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ଲୁଟେରାଙ୍କୁ ସାହାସ ଦେଉଥିବା ଅଭିଯୋଗ ହୋଇଛି ।

 

ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ କରୋନା ଟିକା: ‘ହୁ’

ଜେନିଭା: କରୋନା ଟିକା ନେଇ ବଡ଼ ଆଶ୍ୱସ୍ତିକର ଖବର ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)  । ଚଳିତ ବର୍ଷ ଶେଷ ଅର୍ଥାତ ଡିସେମ୍ୱର ବେଳକୁ କରୋନାର ଟିକାର ପ୍ରସ୍ତୁତ ହୋଇସାରିଥିବ ବୋଲି କହିଛନ୍ତି ‘ହୁ’ ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ ଘେବ୍ରାଏସସ୍ । ଏଥିସହିତ ‘ହୁ’  ନିର୍ଦ୍ଦେଶକ ଟିକାର ସମାନ ଭାବେ ବିତରଣ ନେଇ ଏକତା ଓ ରାଜନୈତିକ ପ୍ରତିବଦ୍ଧତା ନେଇ ଆହ୍ୱାନ କରିଛନ୍ତି । ଏଥିସହିତ ‘ହୁ’ ଦ୍ୱାରା ଗଠିତ କୋଭାକ୍ସ ଅଧିନରେ ୯ଟି ପରୀକ୍ଷାମୂଳକ ଟିକା ରହିଥିବା କହିଛନ୍ତି । କୋଭିଡ ଭ୍ୟାକ୍ସିନ୍ ପ୍ରସ୍ତୁତି ବିତରଣ ନେଇ ଗଠିତ ସଂସ୍ଥା କୋଭାକ୍ସ ଦ୍ୱାରା 200 କୋଟି ଲୋକଙ୍କୁ ୨୦୨୧ ଶେଷ ସୁଦ୍ଧା ଟିକା ଯୋଗାଇଦେବାକୁ ଲକ୍ଷ ରଖାଯାଇଛି ।

            ଅପରପକ୍ଷରେ ସମ୍ପ୍ରତି ମହାମାରୀ ସମୟରେ ବିଶ୍ୱର ସ୍ଥିତି ଅନୁଧ୍ୟାନ ନେଇ ଦୁଇ ଦିନିଆ ବୋର୍ଡ ମିଟିଂ ଅନୁଷ୍ଠିତ ହୋଇଥିଲା । ଏଥିରେ ଜର୍ମାନୀ, ବ୍ରିଟେନ୍ ଏବଂ ଅଷ୍ଟ୍ରେଲିଆ ଏଥିରେ ଭାଗ ନେଇଥିଲେ ।

ଭୟଙ୍କର ଭୂତାଣୁ କରୋନା ଯୋଗୁଁ ଆମେରିକାରେ ମୃତକଙ୍କ ସଂଖ୍ୟା ସର୍ବାଧିକ, ତୃତୀୟ ସ୍ଥାନରେ ଭାରତ

ଯୁକ୍ତ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ପୂର୍ବରୁ ହିଁ ମହାମରୀ ନେଇ ‘ହୁ’ ଭୂମିକାକୁ ସମାଲୋଚନା କରିଛନ୍ତି । ଚୀନର ଉହାନରୁ ଭାଇରସର ଉତ୍ପତ୍ତି ହୋଇଥିବା ବେଳେ ଏ ନେଇ ବେଜିଂର ଆକ୍ସନ କ’ଣ ଥିଲା । ଏ ନେଇ ପ୍ରଶ୍ନ କରାଯିବା କଥା, କିନ୍ତୁ ‘ହୁ’ ପକ୍ଷରୁ କିଛି କରାଯାଉନଥିବା ଅଭିଯୋଗ କରିଛି ଆମେରିକା ।

ତେବେ ୩ କମିଟି ‘ହୁ’ କାର୍ଯ୍ୟଶୈଳୀ ଓ ୨୦୦୫ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମକୁ ନେଇ ଅନୁଧ୍ୟାନ କରୁଛି । ଯେଉଁଥିରେ ହେଲ୍ଥ ଏମରଜେନ୍ସି ସମୟରେ ବ୍ୟବସାୟ ଓ ପରିଭ୍ରମଣ ଉପରେ କଟକଣା ଜାରି କରିଛି ।

ଭୟଙ୍କର ଭୂତାଣୁ କରୋନା ଯୋଗୁଁ ଆମେରିକାରେ ମୃତକଙ୍କ ସଂଖ୍ୟା ସର୍ବାଧିକ, ତୃତୀୟ ସ୍ଥାନରେ ଭାରତ

ଭୁବନେଶ୍ୱର: ସାରା ବିଶ୍ୱରରେ ଭୟଙ୍କର ଭୂତାଣୁ କରୋନାର କହର ଜାରି ରହିଛି । ଏଯାବତ୍ ସାରା ବିଶ୍ୱର ମୋଟ ୩ କୋଟି ୩୯ ହଜାର ୬୯୨ ଜଣ କରୋନା ସଂକ୍ରମିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୨ କୋଟି ୭୧ ଲକ୍ଷ ୪୫ ହଜାର ୪୩୩ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି । ଏବଂ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କ ଏହି ଘାତକ ଭୂତାଣୁ ଯୋଗୁଁ ମୃତ୍ୟୁ ହୋଇଛି ।

First US novel coronavirus reinfection case identified in study, World News | wionews.com

ତେବେ ଏବେ ମଧ୍ୟ କରୋନା ଦ୍ୱାରା ପ୍ରଭାବିତ ଦେଶମାନଙ୍କ ତାଲିକାର ଶୀର୍ଷରେ ରହିଛି ଯୁକ୍ତରାଷ୍ଟ୍ର ଆମେରିକା । ଏଯାବତ୍ ମୋଟ ୭୭ ଲକ୍ଷ ୨୨ ହଜାର ୭୪୬ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି । ତେବେ ଯୁକ୍ତ ରାଷ୍ଟ୍ର ଆମେରିକାରେ ହିଁ କରୋନା ଯୋଗୁଁ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି ।  ଆମେରିକାରେ ୨ ଲକ୍ଷ ୧୫ ଜଣ ୮୨୨ ଜଣ ଏହି ଭୟଙ୍କର ଭୂତାଣୁ ଯୋଗୁଁ ମୃତ୍ୟୁ ଘଟିଛି । ତେବେ ଏଯାବତ୍ ମୋଟ ୪୯ ଲକ୍ଷ ୩୫ ହଜାର ୫୪୫ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୨୫ ଲକ୍ଷ ୭୧ ହଜାର ୩୭୯ ଟି ମାମଲା ସକ୍ରିୟ ରହିଛି । ସେହିଭଳି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଏଯାବତ୍ ଭାରତରେ ମୋଟ ୬୭ ଲକ୍ଷ ୫୪ ହଜାର ୧୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪ହଜାର ୫୯୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫୭ ଲକ୍ଷ ୪୧ ହଜାର ୨୫୩ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ଦେଶରେ ୯ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ସକ୍ରିୟ ରହିଛି । ତେବେ ତାଲିକାର ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ । ଏଠାରେ  ମୋଟ ୪୯ ଲକ୍ଷ ୭୦ ହଜାର ୯୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧ ଲକ୍ଷ ୪୭ ହଜାର ୫୭୧ ଜଣଙ୍କ ମୃତ୍ୟୁ ହେଇଛି । ବ୍ରାଜିଲରେ ଭାରତଠାରୁ ମଧ୍ୟ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି ।