Drugs Case: ଚଳଚିତ୍ର ନିର୍ମାତା ଫିରୋଜ ନାଡିଆଡୱାଲାଙ୍କ ସ୍ତ୍ରୀଙ୍କୁ ଗିରଫ କଲା NCB

1 min read

ମୁମ୍ବାଇ: ଚଳଚିତ୍ର ନିର୍ମାତା ଫିରୋଜ ନାଡିଆଡୱାଲାଙ୍କ ସ୍ତ୍ରୀଙ୍କୁ ରବିବାର ଗିରଫ କରାଯାଇଛି । NCB ର ମୁମ୍ବାଇ ଜୋନଲ ଡାଇରେକ୍ଟର ସମୀର ୱାଖେଣ୍ଡେ କହିଛନ୍ତି ଯେ, ତାଙ୍କୁ ଡ୍ରଗ୍ସ ସମ୍ବନ୍ଧିତ ମାମଲାରେ ଗିରଫ କରାଯାଇଛି । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ପରେ ଡ୍ରଗ୍ସ ଆଙ୍ଗଲ ସାମ୍ନାକୁ ଆସିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବଲିଉଡ ସହ ଜଡ଼ିତ ଲୋକଙ୍କ ଘରେ ଛାନବିନ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଫିଲ୍ମ ତାରକା ପରେ ଏବେ ଏନସିବି ବଲିଉଡର ଅନେକ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ଘରେ ରେଡ ମାରିବା ଆରମ୍ଭ କରିଛି । ଶନିବାର ଦିନ ବିଳମ୍ବିତ ରାତିରେ ତଦନ୍ତ ବେଳେ ବଲିଉଡ ପ୍ରଡ୍ୟୁସର ଫିରୋଜ ନାଡିଆଡୱାଲାଙ୍କ ଘରୁ ଏନସିବିର ଟିମକୁ କିଛି ମାତ୍ରାରେ ଡ୍ରଗ୍ସ ମିଳିଛି । ଏହା ପରେ ଏନସିବିର ଟିମ ଏବେ ନାଡିଆଡୱାଲାଙ୍କୁ ସମନ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି ।

୭-୮ ନଭେମ୍ବର ରାତିରେ NCB ଅନେକ ଡ୍ରଗ୍ସ ପେଡେଲାରଙ୍କ ଘରେ ରେଡ ମାରୁଥିଲା । ଏହି ମାମଲାରେ ଏଯାବତ NCB ୫ ଡ୍ରଗ ପେଡେଲାରଙ୍କୁ ହେପାଜତକୁ ନେଇ ସାରିଛି । ସୂଚନା ଅନୁଯାୟୀ ଡ୍ରଗ୍ସ ମାମଲାରେ ଧରା ପଡ଼ିଥିବା ପେଡେଲର୍ସଙ୍କ ସହ ପଚରାଉଚରା ବେଳେ ଏହି ପ୍ରଡ୍ୟୁସରଙ୍କ ନାଆ ସାମ୍ନାକୁ ଆସିଥିଲା । ଶନିବାର ଦିନ ସନ୍ଧ୍ୟାରେ NCB ନୂଆ ମୁମ୍ବାଇ ଏବଂ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ରେଡ କରୁଥିଲା, ଯେଉଁଠି ଏଜେନ୍ସିକୁ ବାଣିଜ୍ୟିକ ପରିମାଣର ଗଞ୍ଜେଇ ଏବଂ  MD ମିଳିଥିଲା । ରେଡ ବେଳେ NCB ୪ ଜଣଙ୍କୁ ଧରିଥିଲା, ସେମାନଙ୍କ ସହ ପଚରାଉଚରା ଜାରି ରହିଛି ।

Leave a Reply