US Election 2020: ଟ୍ରମ୍ପଙ୍କୁ ଜ୍ୱାଇଁ କହିଲେ ‘ବାପା ହାର୍ ମାନି ନିଅନ୍ତୁ’

1 min read
Donald Trump Son In Law Jared Kushner Spoke To Trump Regarding Accepting Defeat

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ଲାଗି ବିଫଳ ପ୍ରୟାସ କରୁଥିବା ଡୋନାଲ୍ଡ ଟ୍ରମ୍ପ ଏକା ନୁହଁନ୍ତି । ଟ୍ରମ୍ପଙ୍କ ପୂର୍ବରୁ ଏଭଳି ଆହୁରି ୧୦ ଜଣ ଅଛନ୍ତି । ସେମାନଙ୍କ ସହ ବି ଏମିତି ହୋଇଛି । ଏବେ ଟ୍ରମ୍ପଙ୍କ ନାମ ଆମେରିକାର ସେହି ୧୧ ରାଷ୍ଟ୍ରପତିଙ୍କ ତାଲିକାରେ ସାମିଲ୍ ହୋଇଛି । ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବା ଲାଗି ଲଗାତାର ଦ୍ୱିତୀୟ ଥର ବିଜୟୀ ହେବା ପାଇଁ ବିଫଳ ପ୍ରୟାସ କରିଛନ୍ତି ।

Donald Trump Son In Law Jared Kushner Spoke To Trump Regarding Accepting Defeat

ରିଚର୍ଡ ନିକ୍ସନଙ୍କ ଇସ୍ତଫା ପରେ ଆମେରିକା ରାଷ୍ଟ୍ରପତି ହୋଇଥିବା ଗେରାଲ୍ଡ ଫୋର୍ଡ ୧୯୭୬ରେ ଦ୍ୱିତୀୟଥର ରାଷ୍ଟ୍ରପତି ହେବା ପାଇଁ ପ୍ରୟାସ କରି ବିଫଳ ହୋଇଥିଲେ । ଟ୍ରମ୍ପଙ୍କ ପୂର୍ବରୁ ଆଉ ଥରେ ନିର୍ବାଚନରେ ହାରିଥିବା ରାଷ୍ଟ୍ରପତି ହେଉଛନ୍ତି ଡବ୍ଲ୍ୟୁ ବୁଶ (୧୯୯୨) । ଗ୍ରୋୱର କ୍ଲିୱଲ୍ୟାଣ୍ଡ ୧୮୮୮ରେ ପୁଣି ରାଷ୍ଟ୍ରପତି ହେବା ଅଭିଯାନରେ ହାରି ଯାଇଥିଲେ । କିନ୍ତୁ, ସେ ୪ ବର୍ଷ ପରେ ତତ୍କାଳୀନ ରାଷ୍ଟ୍ରପତି ବେଞ୍ଜାମିନ୍ ହ୍ୟାରିସନଙ୍କୁ ହରାଇ ପୁଣି ରାଷ୍ଟ୍ରପତି ହୋଇଥିଲେ । ଆମେରିକା ଇତିହାସରେ ବେଞ୍ଜାମିନ୍ ଏକମାତ୍ର ରାଷ୍ଟ୍ରପତି ଯିଏ ଦୁଇଥର ରାଷ୍ଟ୍ରପତି ହୋଇଥିବା କାର୍ଯ୍ୟକାଳ ଲଗାତାର ଦୁଇଥର ନଥିଲା ।

Donald Trump Son In Law Jared Kushner Spoke To Trump Regarding Accepting Defeat

ନଭେମ୍ବର ୩ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଥିଲେ । ନିର୍ବାଚନରେ ପରାଜୟ ସ୍ୱୀକାର କରିବା ନେଇ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ତାଙ୍କ ଜ୍ୱାଇ ଜେରେଡ କୁଶନର । ରାଷ୍ଟ୍ରପତି ଟ୍ରମ୍ପଙ୍କ ଜ୍ୱାଇଁ ତଥା ବରିଷ୍ଠ ପରାମର୍ଶଦାତା ଜେରେଡ କୁଶନର ନିର୍ବାଚନରେ ଡେମେକ୍ରାଟିକ ପାର୍ଟିର ନେତା ଜୋ ବାଇଡେନଙ୍କ ସହ ଲଢ଼େଇ କରି ହାରିବାକୁ ସ୍ୱୀକାର କରିବା ପାଇଁ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଟ୍ରମ୍ପ କହିଛନ୍ତି- ବାଇଡେନ ତରବରିଆ ଭାବେ ଭୁଲ୍ ତରିକାରେ ନିଜକୁ ବିଜୟୀ କହୁଛନ୍ତି । ଏବେବି ନିର୍ବାଚନ ଦୌଡ଼ ସରିନାହିଁ । ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ କୁଶନଗର ତାଙ୍କ ସହ କଥା ହୋଇଛନ୍ତି ।

Donald Trump Son In Law Jared Kushner Spoke To Trump Regarding Accepting Defeat

କୁଶନଗର ପରାଜୟ ସ୍ୱୀକାର କରିବା ସହ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି । ଅନ୍ୟମାନେ ବି ଟ୍ରମ୍ପଙ୍କୁ ନିର୍ବାଚନ ଫଳାଫଳକୁ ମାନିନେବା ପାଇଁ ଅନୁରୋଧ କରିଛନ୍ତି । ଯେତେବେଳେ କି ଟ୍ରମ୍ପ ଏକ ବୟାନରେ କହିଥିଲେ- ଯେବେ ଯାଏଁ ଆମେରିକାବାସୀଙ୍କ ଭୋଟ୍ ସଚ୍ଚୋଟତାର ସହ ଗଣନା ହେବେନାହିଁ । ସେବେ ଯାଏଁ ସେ ହାରକୁ ବରଣ କରିବେ ନାହିଁ । ସେ ତାର ଯୋଗ୍ୟ ଓ ଏହା ଗଣତନ୍ତ୍ରର ଦାବି । ସୋମବାର ଆଇନଗତ ଲଢ଼େଇ ଆରମ୍ଭ କରିବେ ବୋଲି ଟ୍ରମ୍ପ କହିଥିଲେ ।

Leave a Reply