ପାଟଣା: ସୋସିଆଲ୍ ମିଡିଆରେ ଛାଇ ଯାଇଥିବା କିଏ ଏହି ଯୁବତୀ । ଯିଏକି ବିହାରର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ସମ୍ବାଦପତ୍ରରେ ଏହି ଯୁବତୀଙ୍କ ବିଜ୍ଞାପନ ପ୍ରକାଶିତ ହେବା ପରେ ହେଡଲାଇନ୍ ପାଲଟିଥିବା ବିହାରର ପୁଷ୍ପମ ପ୍ରିୟା ଚୌଧୁରୀଙ୍କୁ ଏବେ ସୋସିଆଲ୍ ମିଡିଆରେ ସମସ୍ତେ ସର୍ଚ୍ଚ କରୁଛନ୍ତି । ସବୁବେଳେ ବ୍ଲାକ ଡ୍ରେସରେ ନଜର ଆସୁଥିବା ପୁଷ୍ପମ ପ୍ରିୟାଙ ଫଟୋ ଭାଇରାଲ୍ ହେଉଛି । ଆସନ୍ତୁ ଜାଣିବା କିଏ ଏହି ଯୁବତୀ ?…

ପୁଷ୍ପମ ପ୍ରିୟା ଚୌଧୁରୀ ନିଜ ବିଷୟରେ ତାଙ୍କ ୱେବସାଇଟ୍ pluralsରେ ସୂଚନା ଦେଇଛନ୍ତି । କେମିତି ବିହାର ରାଜନୀତିକୁ ଆସି ସେ ରାଜ୍ୟକୁ ବିକଶିତ କରିବେ ସେ ବିଷୟରେ କହିଛନ୍ତି । ପୁଷ୍ପମ ବିହାର ଦରଭଙ୍ଗା ଜିଲ୍ଲାର । ତାଙ୍କର କହିବା କଥା ସେ- ପ୍ଲୁରଲ୍ସ ପାର୍ଟି ପ୍ରତିଷ୍ଠା କରି ତାରି ମାଧ୍ୟମରେ ୨୦୨୦ରେ ଏକ ରାଜନୈତିକ ଆନ୍ଦୋଳନ ‘ସବକା ଶାସନ’ ଆରମ୍ଭ କରିଛନ୍ତି ।

ଦ୍ୱାଦଶ ପାଠ ପଢ଼ା ସାରି ପୁଷ୍ପମ ବିହାର ଛାଡ଼ି ଚାଲି ଯାଇଥିଲେ । ଏହା ପରେ ସେ ୟୁନାଇଟେଡ୍ କିଙ୍ଗଡମ (UK) ପଳାଇଥିଲେ । ସେଠାରେ ୟୁନିଭରସିଟି ଅଫ୍ ସକସେସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଷ୍ଟଡିଜରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ପାଠ୍ୟକ୍ରମରେ ଗଭର୍ଣ୍ଣାନ୍ସ, ଡେମୋକ୍ରାସି ଓ ଡେଭଲପମେଣ୍ଟ ଇକୋନମି ଆଦି ବିଷୟ ରହିଛି ।

ଏହା ବ୍ୟତୀତ ସେ ୨୦୧୫ ବିଧାନସଭା ନିର୍ବାଚନର ପୃଷ୍ଠଭୂମି, ଭୋଟିଂ ପାର୍ଟନ ଓ ଭୋଟିଂ ବ୍ୟବହାର ଉପରେ ଏକ ଅଧ୍ୟୟନ କରିଥିଲେ । ଏହା ପରେ ପୁଷ୍ପମ ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲ୍ଟିକାଲ ସାଇନ୍ସ ବିଷୟରେ ମାଷ୍ଟର ଅଫ୍ ପବ୍ଲିକ ଆଡମିନିଷ୍ଟ୍ରେସନରେ ଦ୍ୱିତୀୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ସେ ରାଜନୀତି ବଜ୍ଞାନ, ରାଜନୈତିକ ଦର୍ଶନ, ଲୋକ ପ୍ରଶାସନ, ଅର୍ଥଶାସ୍ତ୍ର, ପବ୍ଲିକ ପଲିସି ଦର୍ଶ, ସୋସିଆଲ୍ ପଲିସି, ଓ ପଲ୍ଟିକାଲ କମ୍ୟୁନିକେସନ ଆଦି ପଢ଼ିଛନ୍ତି । ଏହି ସମୟରେ ତାଙ୍କୁ ପ୍ୟାରିସର ପ୍ରତିଷ୍ଠିତ ସାଇନ୍ସ ପ୍ରୋରେ ମଧ୍ୟ ରାଜନୀତି ବିଜ୍ଞାନରେ ଆଉ ଏକ ଡିଗ୍ରୀ ପାଇଁ ସୁଯୋଗ ମିଳିଥିଲେ ମଧ୍ୟ ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ରହିବାକୁ ପସନ୍ଦ କରିଥିଲେ ।

୨୦୧୮ ଓ ୨୦୧୯ରେ ବିହାରରେ ବ୍ୟାପିଥିବା ଏନସେଫାଲାଇଟିସ୍ ଜରରେ ସଂଖ୍ୟାଧିକ ଛୁଆଙ୍କ ମୃତ୍ୟୁ ଖବର ତାଙ୍କୁ ବହୁତ ବ୍ୟଥିତ କରିଥିଲା । ସେବେଠାରୁ ସେ ବିକଶିତ ଗଣତନ୍ତ୍ର ପାଇଁ ୱେଷ୍ଟର୍ଣ୍ଣ କନ୍ସଟାଲ୍ନି ଗ୍ରୁପ୍ ଓ ଏଲଏସଇର ପବ୍ଲିକ ପଲିସିର ଏକ ପ୍ରୋଜେକ୍ଟ ଉପରେ କାମ କରୁଥିଲେ । ସେତେବେଳେ ସେ ଭାବିଥିଲେ ନିଜ ରାଜ୍ୟର ସମସ୍ୟା ବିଷୟରେ ଅବଗତ ଥାଇ ଅନ୍ୟ ବିକଶିତ ରାଜ୍ୟ ପାଇଁ ନୀତି ନିର୍ମାଣ କରିବା ନୈତିକ ଭାବେ ଠିକ୍ ନୁହେଁ । ଏହି ଭାବନାକୁ ନେଇ ସେ ବିହାର ରାଜନୀତିକୁ ଆସିଥିବା କହିଛନ୍ତି ।

ବ୍ରିଟେନରୁ ଭାରତ ଫେରିବା ପରେ ସେ ପ୍ଲୁରଲ୍ସ ପାର୍ଟି ଗଠନ କରିଥିଲେ । ଯାହାର ଅଧ୍ୟକ୍ଷ ନିଜେ ପୁଷ୍ପମ ପ୍ରିୟା । ପୁଷ୍ପମଙ୍କ ବାପା ବିନୋଦ ଚୌଧୁରୀ ଜନତା ଦଳ (ୟୁନାଇଟେଡ୍)ର ନେତା ଓ ବିଧାନ ପରିଷଦର ସଭ୍ୟ ରହି ସାରିଛନ୍ତି । ପୁଷ୍ପମଙ୍କ ଦଳର ଚିହ୍ନ ହେଉଛି ଧଳା ରଙ୍ଗର ଘୋଡ଼ା । ଯାହା ଉପରେ ପର ଲାଗିଛି । ଯାହାକୁ ଶକ୍ତି ଓ ତୀବ୍ରତାର ପ୍ରତୀକ ବୋଲି ଧରାଯାଏ । ପୁଷ୍ପମଙ୍କ ଦଳର ନାରା ହେଉଛି- ଜନ ଗଣ ସମସ୍ତଙ୍କୁ ଶାସନ । ଏହି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ଖୋଦ୍ ପୁଷ୍ପମ ।

ତାଙ୍କ କହିବା କଥା ରାଜନୀତିରେ ପରିବର୍ତ୍ତନ ପାଇଁ ସେ ଆସିଛନ୍ତି । ତାଙ୍କ ଦଳ ପ୍ରତି ବିଧାନସଭା ଆସନରେ ପ୍ରାର୍ଥୀ ଦେବ । ତାଙ୍କ କହିବା କଥା ଦଳ, ଜାତି ଓ ଧର୍ମର ରାଜନୀତିକୁ ତ୍ୟାଗ କରି ସମସ୍ତଙ୍କ ବିକାଶ ପାଇଁ ସେ ଧ୍ୟାନ ଦେଇ ସମାଜର ନିମ୍ନସ୍ତରରେ ଥିବା ସମସ୍ତ ବଞ୍ଚିତଙ୍କୁ ମୁଖ୍ୟଧାରାକୁ ଆଣିବେ ।












୨୦୧୬ରେ ହାଇଦ୍ରାବାଦ ଚମ୍ପିୟାନ ହେବାର ମୂଳ କାରଣ ଥିଲା ଭୁବନେଶ୍ୱର କୁମାର ଏବଂ ମୁସ୍ତାଫିକର ରେହମାନଙ୍କ ବୋଲିଂ । ଚଳିତ ଥର କେବଳ ମୁମ୍ବାଇ ନୁହେଁ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ଅନେକାଂଶରେ ବୋଲଙ୍କ ଉପରେ ନିର୍ଭରଶୀଳ । ୟୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, କ୍ରିସ ମୋରିସ ଏବଂ ନବଦୀପ ସେନୀ ହିଁ ଦଳକୁ ବର୍ତ୍ତମାନ ଏକ ସମ୍ମାନ ଜନକ ପରିସ୍ଥିତିରେ ରଖିଛନ୍ତି । ୨୦୧୭ କରାଯାଇଥିବା ଏକ ସର୍ଭେରେ କୁହାଯାଇଛି ଯେ, ପ୍ରାୟ ୫୪ ପ୍ରତିଶତ ଭଲ ବୋଲିଂ କରିଥିବା ଦଳ ହିଁ ମ୍ୟାଚ ଜିତିବାରେ ସହାୟକ ହୋଇ ଥାଆନ୍ତି । ୨୧ ପ୍ରତିଶତ ମ୍ୟାଚରେ ବ୍ୟାଟିଂ କରୁଥିବା ଦଳ ବିଜୟୀ ହୋଇଥାଏ ।


















୧୯୯୦ରେ ଜନତା ଦଳରୁ ସେ ଜିତି ଥିଲେ । ଏହା ପରେ ୨୦୦୦ ମସିହାରେ ମଧ୍ୟ ସେ ମାହାଙ୍ଗାରୁ ବିଜୁ ଜନତା ଦଳ ଟିକେଟରୁ ଲଢି ବିଜୟୀ ହୋଇଥିଲେ । ୨୦୦୪ ନିର୍ବାଚନରେ ସେ ବିଜେଡି ତ୍ୟାଗ କରି କଂଗ୍ରେସର ପ୍ରାର୍ଥୀ ହୋଇଥିଲେ । ସେ ସମୟରେ ଅନ୍ୟତମ ବୃହତ ନିର୍ବାଚନମଣ୍ଡଳୀ ଭୁବନେଶ୍ୱରରୁ ଲଢି ପରାଜିତ ହୋଇଥିଲେ ।
୧୯୩୯ ମସିହା ସେପ୍ଟେମ୍ବର ୫ ତାରିଖରେ କଟକ ଜିଲ୍ଲାର ଚାଇଁପାଳର ଅଡମ ମହେଶପୂର ଗାଁରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୪ ମସିହାରେ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରି ରାଜନୀତିରେ ପାଦ ଥାପିଥିଲେ । ଶରତ ଅନେକ ପୁସ୍ତକ ରଚନା କରିଛନ୍ତି, ସେଥି ମଧ୍ୟରୁ ଦ୍ରୁତ ବିଳମ୍ବିତ, ମନ୍ଥନ, ରୋମାନ୍ଥନ ପାଠକୀୟ ଆଦୃତ ଲାଭ କରିଥିଲା ।
ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କରଙ୍କୁ ଜଣେ ପ୍ରତିଭାବାନ ରାଜନେତା ଏବଂ ଦକ୍ଷ ପ୍ରଶାସକ ଭାବରେ ବର୍ଣ୍ଣନା କରିଛନ୍ତି। ଓଡିଶା ବିଧାନସଭାର ବାଚସ୍ପତି ଭାବରେ ସେ ଦକ୍ଷତାର ସହ ଗୃହ ପରିଚାଳନା କରି ଏକ ଉତ୍ତମ ସଂସଦୀୟ ପରମ୍ପରା ପ୍ରତିଷ୍ଠା କରିଥିଲେ।
ଓଡିଶା ସରକାରରେ ମନ୍ତ୍ରୀ ଭାବରେ ସେ ବିଭିନ୍ନ ସମୟରେ ତାଙ୍କର ନେତୃତ୍ୱ ଓ ପ୍ରଶାସନିକ ଅଭିଜ୍ଞତାର ପରାକାଷ୍ଠା ରଖିଯାଇଛନ୍ତି। ଜଣେ ସୁଲେଖକ, ସୁବକ୍ତା ଭାବରେ ସ୍ବର୍ଗତ କର ସମସ୍ତଙ୍କର ଆଦରଣୀୟ ଥିଲେ । ଓଡିଆ ସଂସ୍କୃତି ସଂପର୍କରେ ତାଙ୍କର ଗଭୀର ଜ୍ଞାନ ଥିଲା । ତାଙ୍କ ବିୟୋଗରେ ରାଜ୍ୟ ଜଣେ ବିଶିଷ୍ଟ ରାଜନୈତିଜ୍ଞଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।
ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି । ସେହିପରି ଶରତ କରଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରତାପ ଜେନା, ରାଜା ସ୍ୱାଇଁ, ଜଗନ୍ନାଥ ସାରକା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।