ଛାତ୍ରଛାତ୍ରୀଙ୍କ ପାଇଁ ଖୁସିର ଖବର, ପିଲାମାନଙ୍କୁ ମାଗଣାରେ ଅନ୍‌ଲାଇନରେ ପାଠ ପଢ଼ାଇବ ଟିସିଏସ୍‌

1 min read

ଭୁବନେଶ୍ୱର: ଏଣିକି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷା ମାଗଣାରେ ଯୋଗାଇବ TCS । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭିତରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହା କେବଳ ୨୧୪ଟି ଆଦର୍ଶ ବିଦ୍ୟାଳୟ ଓ ୧୦୧ ଗୋଟି ଉତ୍କର୍ଷ ବିଦ୍ୟାଳୟରେ ଲାଗୁ ହେବ । ଏହା ଦ୍ଵାରା ଛାତ୍ରଛାତ୍ରୀ ବ୍ୟବସ୍ଥିତ ଢଙ୍ଗରେ ଅନଲାଇନରେ ଶିକ୍ଷା ପାଇପାରିବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଏହା ଟାଟା କନ୍‌ସଲ୍‌ଟାନ୍ସି ଲିମିଟେଡ୍‌ର ସିଏସ୍‌ଆର୍‌ ତରଫରୁ ବିନାମୂଲ୍ୟରେ କରାଯିବ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ନିଜର ପାଠ୍ୟ ବିଷୟ, ଭିଡିଓ, ଗୃହପାଠ୍ୟ, ଡିବେଟ୍‌, କୁଇଜ୍‌ ସର୍ବେକ୍ଷଣ ଆଜି ବିଭିନ୍ନ ଶିକ୍ଷଣ କାର୍ଯ୍ୟକରିପାରିବେ । ଏହି ଶିକ୍ଷଣ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ ପାଇଁ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ବିନାମୂଲ୍ୟରେ ଟିସିଏସ୍‌ ଦ୍ୱାରା ତାଲିମ ଦିଆଯିବ । ଯାହାଦ୍ୱାରା ସେମାନେ ବିଭିନ୍ନ ପ୍ରକାରର ଡିଜିଟାଲ୍‌ ଶିକ୍ଷକତା ପ୍ଲାଟ୍‌ଫର୍ମ ଓ ଶିକ୍ଷାବିଜ୍ଞାନ ବିଷୟରେ ଧାରଣା ପାଇପାରିବେ ।

Leave a Reply