ପଛରେ ନ ପଡନ୍ତୁ ଓଡ଼ିଆ ପିଲା, ଦଶମ ଓ ଦ୍ୱାଦଶ ପାଇଁ ଆସୁ ସର୍ବଭାରତୀୟ ନୀତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଅର୍ଦ୍ଧ ବାର୍ଷିକ ପରୀକ୍ଷାକୁ ନେଇ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ପରୀକ୍ଷାକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ପାଠ ତ ପଢା ଯାଇନି, ଅର୍ଦ୍ଧବାର୍ଷିକ ପରୀକ୍ଷା କେମିତି ହେବ ? ରାଜ୍ୟରେ ଡିସେମ୍ବର ୩୧ ତାରିଖ ଯାଏଁ ବନ୍ଦ ରହିବ ବିଦ୍ୟାଳୟ । ଡିସେମ୍ବର ପରେ ଛାତ୍ରଛାତ୍ରୀଙ୍କ ସବୁ ଦ୍ୱନ୍ଦ୍ୱ ଦୂର ହେବ ବୋଲି ସେ କହିଛନ୍ତି । ଛାତ୍ରଛାତ୍ରୀଙ୍କୁ ଯେମିତି ଅସୁବିଧା ନ ହୁଏ, ତା ଉପରେ ଗୁରୁତର ସହ ଦୃଷ୍ଟି ଦିଆଯାଇଥିବା ସମୀର ଦାଶ କହିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ଯେ, ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ରାଜ୍ୟସ୍ତରୀୟ ନୁହେଁ ବରଂ ସର୍ବଭାରତୀୟ ନୀତି ଆସିବା କଥା । ତାହା ପିଲାଙ୍କୁ ସହାୟକ ହେବ । ପଶ୍ଚିମବଙ୍ଗ ଯେଉଁ ଦଶମ ଓ ଦ୍ୱାଦଶ ପରୀକ୍ଷା ନ କରି ଛାତ୍ରଛାତ୍ରୀଙ୍କୁ ପାସ କରିବା ନିଷ୍ପତ୍ତି ନେଇଛି ସେ ବାବଦରେ ମୁଁ ଜାଣିନାହିଁ । କିନ୍ତୁ ଓଡ଼ିଶାରେ ଏପରି ହେବାର କୌଣସି ସମ୍ଭାବନା ନାହିଁ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ଏପରି ନିଷ୍ପତ୍ତି ପରେ ରାଜ୍ୟର ଛାତ୍ରଛାତ୍ରୀ ମାନେ ଗୋଟିଏ ବର୍ଷ ପଛକୁ ଚାଲି ଯାଆନ୍ତୁ ବୋଲି ଆମେ ଚାହୁଁନାହୁଁ, ଯେଉଁ କାରଣରୁ ସାରା ଦେଶର ପିଲାଙ୍କ ସହ ରାଜ୍ୟର ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା କରି ପାରିବେ ନାହିଁ ।

Leave a Reply