ଫିଜର ଟିକା ନେବା ପରେ କ’ଣ ରହିଥିଲା ପ୍ରଭାବ, ଜାଣନ୍ତୁ ସ୍ୱେଛାସେବୀଙ୍କ ଅନୁଭବ କ’ଣ ?

1 min read

ନ୍ୟୁୟର୍କ : ବହୁରାଷ୍ଚ୍ରୀୟ ମେଡିସିନ୍ କମ୍ପାନୀ ଫିଜର ନିକଟରେ ତା’ର କରୋନା ଭ୍ୟାକ୍ସିନ୍ ୯୦ ପ୍ରତିଶତ ସଫଳ ବୋଲି ଦାବି କରିଛି । ଏବେ ଏହାର ମାନବ ପରିକ୍ଷଣରେ ଭାଗ ନେଇଥିବା କିଛି ଭଲ୍ୟୁଣ୍ଟର ଟିକା ନେବା ପରେ ସେମାନେ କ’ଣ ଅନୁଭବ କରିଥିଲେ ତାକୁ ନେଇ ମତ ରଖିଛନ୍ତି । କିଛି ଭଲ୍ୟୁଣ୍ଟର୍ସଙ୍କ ଅନୁସାରେ ଟିକା ନେବା ପରେ ସେମାନଙ୍କୁ ହ୍ୟାଙ୍ଗଓଭର ଭଳି ଅନୁଭବ ହୋଇଥିଲା । ଆଉ କିଛି ଜର,ଥଣ୍ଡା କଥା କହିଛନ୍ତି । ଦ୍ୱିତୀୟ ଥର ପାଇଁ ଟିକା ନେବା ପରେ ଏହି ଲକ୍ଷଣ ଅଧିକ ଗମ୍ଭୀର ହୋଇଥିଲା ବୋଲି ସେମାନେ କହିଛନ୍ତି ।

ପ୍ରଭାବ କ’ଣ ଥିଲା ?
ଟ୍ରାଏଲରେ ସାମିଲ ଥିବା ଜଣେ ୪୪ ବର୍ଷ ବୟସ୍କ ଭଲ୍ୟୁଣ୍ଟର ଗ୍ଲେନ୍ ଡେସିଲ୍ଡସଙ୍କ ଅନୁସାରେ ଟିକା ନେବା ପରେ ତାଙ୍କୁ ହ୍ୟାଙ୍ଗଓଭର ଭଳି ଅନୁଭବ ହୋଇଥିଲା । ଅନ୍ୟଜଣେ ୪୫ ବର୍ଷ ବୟସ୍କ ଭଲ୍ୟୁଣ୍ଟର୍ସଙ୍କ ଅନୁସାରେ ପ୍ରଥମ ଡୋଜ୍ ପରେ ଫ୍ଲୁ ଭଳି ଜର ଥଣ୍ଡା ହୋଇଥିଲା । ଦ୍ୱିତୀୟ ଡୋଜ୍ ପରେ ଏହା ଅଧିକ ଗମ୍ଭୀର ହୋଇଥିଲା । ସୂଚନାଯୋଗ୍ୟ ଯେ, ୬ ଦେଶର ୪୩ ହଜାର ୫ଶହ ଲୋକଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରିକ୍ଷଣ ହେଉଛି ।

After Pfizer's 90% efficacy claim, volunteers report 'severe' hangover,  headache - world news - Hindustan Times

ଏମିତି ହୋଇଥିଲା ଟ୍ରାଏଲ
ଭ୍ୟାକ୍ସିନ୍ ଟ୍ରାଏଲ ଡବଲ ବ୍ଲାଇଣ୍ଡ୍ ଥିଲା । ଅର୍ଥାତ ପରିକ୍ଷଣରେ ଭାଗ ନେଇଥିବା ସ୍ୱେଛାସେବୀଙ୍କୁ ସେମାନଙ୍କୁ ଟିକା ଦିଆଯାଇଛି ନା ନାହିଁ କୁହାଯାଇନଥିଲା । ଟ୍ରାଏଲରେ କେବଳ ଅଧା ଭଲ୍ୟୁଣ୍ଟରଙ୍କୁ ଟିକା ଦିଆଯାଇଥିଲା । ବାକିଙ୍କୁ ଦିଆଯାଇ ନଥିଲା । କିନ୍ତୁ କେହି ମଧ୍ୟ ଜାଣିନଥିଲେ ଯେ, କାହାକୁ ଟିକା ଦିଆଯାଇଛି ,କାହାକୁ ଦିଆ ଯାଇନାହିଁ । ଟିକା ନେଇଥିବା ଗୋଷ୍ଠୀ କିମ୍ବା ଟିକା ନେଇନଥିବା ଗ୍ରୁପ୍ ମଧ୍ୟରୁ କିଏ ସଂକ୍ରମଣ ଦୃଷ୍ଟିରୁ ଅଧିକ ବିପଦଘେରରେ ଅଛନ୍ତି ତାହା ଜାଣିବାକୁ ଏହି ଡବଲ ବ୍ଲାଇଣ୍ଡ୍ ପଦ୍ଧତି ଆପଣା ଯାଇଥାଏ । ଏଥିରୁ ଜଣା ପଡେ ଯେ, ଭ୍ୟାକ୍ସିନ୍ କାମ କରିଲା କି ନାହିଁ ।

Volunteers who underwent Pfizer vaccine trials report side effects like a  'severe hangover' | The Independent
ବଡ ଚ୍ୟାଲେଂଜ୍
ଫିଜର ଟିକା ୯୦ ପ୍ରତିଶତ ସଫଳ ବୋଲି କଂପାନୀର ଦାବି ଖୁସୀର କଥା । କିନ୍ତୁ ଏହା ଗରିବଙ୍କ ପାଖରେ ପହଂଚିବା ଏକ ଚ୍ୟାଲେଂଜ୍ ହୋଇଯିବ । କାରଣ mRNA ଅଧାରିତ ଏହି ଭ୍ୟାକ୍ସିନ୍ ମାଇନସ୍ ୭୦ ଡିଗ୍ରୀ ତାପମାତ୍ରାରେ ନରହିଲେ ଖରାପ ହୋଇଯିବ । ଏହାକୁ ରେଫ୍ରିଜରେଟେଡ୍ ଟ୍ରକ୍ ଓ ବିଶେଷ ଡବାରେ ରଖିବାକୁ ପଡିବ । ଏମିତିରେ ଭାରତ ଭଳି ଦେଶରେ ଏହି ଟିକାକୁ କେମିତି ଲୋକଙ୍କ ପାଖରେ ପହଂଚାଯିବା ତାହା ବଡ ପ୍ରଶ୍ନ । କାରଣ ଡେଲିଭରି ବଡ ସମସ୍ୟା ଭାବେ ଉଭା ହେବ । ଡେଲିଭର ପାଇଁ ଆବଶ୍ୟକ ବିଶେଷ ଟ୍ରକ୍ ମଧ୍ୟ ଟିକାର ମୂଲ୍ୟବୃଦ୍ଧିର କାରଣ ହେବ । ଫଳରେ ଗରିବଙ୍କ ପାଇଁ ଏହା ଅପହଂଚ ହୋଇଯିବ । ଯଦି ସରକାର ଏହାକୁ ମାଗଣାରେ ଯୋଗାଇ ନଦିଅନ୍ତି ତେବେ ଭାରତର ଗୋଟିଏ ବଡ ଭାଗ ଏହି ଟିକା ପାଇବାରୁ ବଂଚିତ ହେବ । ଯାହାର ଅର୍ଥ ହେଉଛି ସଂକ୍ରମଣ ବିପଦ ପୂର୍ବଭଳି ରହିବ ।

ବିକଶିତ ହେଉଛି ଆଣ୍ଟିବଡ଼ି, ଶୀତ ଦିନେ ଆହୁରି ସତର୍କ ରହିବାକୁ ପରାମର୍ଶ

Leave a Reply