ରାଜ୍ୟରେ କମୁଛି ତାପମାତ୍ରା, ସୋନପୁରରେ ଅଧିକ ଥଣ୍ଡା

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ତାପମାତ୍ରା । ଖସୁଛି ପାରଦ । ଦୀପାବଳି ପରଠାରୁ ବଢ଼ିବ ସୀତ । ଉତ୍ତରରୁ ଦକ୍ଷିଣ, ଆଭ୍ୟନ୍ତରୀଣରୁ ଉପକୂଳ ସବୁଠି କମିବାରେ ଲାଗିଛି ପାରା । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଲହରୀ ଅଧିକ ଦେଖିବାକୁ ମିଳିଥିବା ବେଳେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ସ୍ୱାଭାବିକ୍‌ ତାପାମତ୍ରା ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ଖସିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଫଳରେ ଶୀତର ପରିମାଣ ବଢ଼ିବ । ଏବେ ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ମଧ୍ୟ ଅହେତୁକ ଭାବରେ କମୁଛି ତାପମାତ୍ରା ।

ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ମଧ୍ୟ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଖସିଛି । ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ଖସି ୧୯.୫ ଡିଗ୍ରୀରେ ପହଞ୍ଚିଛି । ସେହିପରି ରାଜ୍ୟରେ ୫ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୧୩ ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୧୩.୪ ଡିଗ୍ରୀ ତାପମାତ୍ରା ରହିଛି ।

Leave a Reply