ସୀମାରେ କିଛି ଏମିତି ଅନ୍ଦାଜରେ ସୈନିକଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

pm in longwal tank

ଲଙ୍ଗେୱାଲ ଚୌକି: ସବୁ ବର୍ଷ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ମଧ୍ୟ ସୀମାନ୍ତରେ ମୁତୟନ ଥିବା ସୈନିକଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଆଉ ୧୩୦କୋଟି ଦେଶବାସୀଙ୍କ ପକ୍ଷରୁ ସୈନିକଙ୍କ ଦୀପାବଳିର ଶୁଭେଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ସୈନିକଙ୍କ ଉଦବୋଧନ ଦେଇ ସେମାନଙ୍କ ପାଇଁ ଦେଶ ସୁରକ୍ଷିତ ବୋଲି କହିଥିଲେ । ଏହା ସହ ଚୀନ୍ ଓ ପାକିସ୍ତାନକୁ ନାମ ନନେଇ ଚେତାବନୀ ଦେଇଥିଲେ ଯେ,ଭାରତକୁ ଉସକାଇଲେ ପ୍ରଚଣ୍ଡ ଜବାବ ଦିଆଯିବ ।

pm in longwal

ସୈନିକଙ୍କୁ ମିଠା ବାଣ୍ଟିବା ସହ ସେ ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ଟ୍ୟାଙ୍କରେ ବସି ପ୍ରଧାନମନ୍ତ୍ରୀ ଲୋଙ୍ଗୱାଲ ଚୌକି ବୁଲିଥିଲେ । ଇଏ ସେହି ଲଙ୍ଗୱାଲ ଚୌକି ଯେଉଁଠାରେ ୧୯୭୧ ମସିହା ଭାରତ ପାକ୍ ଯୁଦ୍ଧରେ ଐତିହାସିକ ଟ୍ୟାଙ୍କ ଲଢେଇ ହୋଇଥିଲା । ଯାହାକୁ ମଧ୍ୟ ପାକିସ୍ତାନୀ ସେନାର ଟ୍ୟାଙ୍କ କବର ବୋଲି କୁହାଯାଇଥାଏ ।

ପ୍ରଧାନମନ୍ତ୍ରୀ ସୈନିକଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ବିସ୍ତାରବାଦୀ ଚିନ୍ତାଧାରା ଆଜିର ସମୟରେ ଗ୍ରହଣୀୟ ନୁହେଁ । ବିସ୍ତାରବାଦ ଗୋଟିଏ ପ୍ରକାର ମାନସିକ ବିକୃତି,ଯାହା ଉନବିଂଶ ଶତାବ୍ଦୀର ବିଚାରଧାରା । ଏହି ବିଚାରଧାରା ବିରୋଧରେ ଭାରତର ସ୍ୱର ପ୍ରଖର ।  ନିକଟରେ ଆମ ସେନା ୧୦୦ରୁ ଅଧିକ ଅସ୍ତ୍ର ଓ ସରାଞ୍ଜମ ବିଦେଶରୁ ଆମଦାନୀ ନକରିବା ପାଇଁ ନିଷ୍ପତି ନେଇଛି ।

 

ପିଏମ୍ କହିଥିଲେ ଯେ, ଆଜି ଦୁନିଆ ଜାଣି ସାରିଛି ଯେ, ଭାରତ ନିଜ ସ୍ୱାର୍ଥ ସହ ସାଲିସ କରିବ ନାହିଁ । ଭାରତର ଏହି ପ୍ରତିଷ୍ଠା ଆପଣଙ୍କ ପରାକ୍ରମ କାରଣରୁ ହିଁ ସମ୍ଭବ ହୋଇଛି । ଆପଣ ମାନେ ଦେଶକୁ ସୁରକ୍ଷିତ କରିଛନ୍ତି,ତେଣୁ ଆଜି ଭାରତ ବିଶ୍ୱ ମଂଚରେ ନିଜ କଥା ରଖି ପାରୁଛି ।ପିଏମ ଆହୁରି ମଧ୍ୟ କହିଥିଲେ ଯେ, ଅନ୍ତର୍ଜାତୀୟ ସହଯୋଗ ଯେତେ ବଢିଲେ ମଧ୍ୟ ସତର୍କତା ହିଁ ସୁରକ୍ଷା । ସାମର୍ଥ୍ୟ ହିଁ ବିଜୟର ବିଶ୍ୱାସ । ସକ୍ଷମତା ହିଁ ଶାନ୍ତି ପୁରସ୍କାର ।

ବିଶ୍ୱ ଇତିହାସ ଆମକୁ ଏହା କହିଥାଏ ଯେ ସେହି ରାଷ୍ଟ୍ର ସୁରକ୍ଷିତ ଓ ଆଗକୁ ବଢିଥାଏ ଯାହା ଭିତରେ ଆକ୍ରମଣକାରୀଙ୍କ ମୁକାବିଲା କରିବା ପାଇଁ କ୍ଷମତା ଥାଏ ।

 

 

 

Leave a Reply