ଧାନ କିଣା ବେଳେ ଚାଷୀଙ୍କୁ ଅଧିକ ଗୁରୁତ୍ୱ

1 min read

ଭୁବନେଶ୍ୱର: ୨ ଦିନ ହେବ ରାଜ୍ୟରେ ଧାନକିଣା ଆରମ୍ଭ ହୋଇଛି । ଧାନ କିଣାରେ କୌଣସି ଅବ୍ୟବସ୍ଥା ହୋଇନାହିଁ । ସୁ-ବ୍ୟବସ୍ଥିତ ଭାବେ ଧାନକିଣା ଚାଲିଛି । ଯେଉଁମାନେ ଧାନ ବିକ୍ରି ପାଇଁ ସମ୍ପୂର୍ଣ ପ୍ରସ୍ତୁତ ହୋଇଛନ୍ତି ସେମାନଙ୍କୁ ଟୋକାନ ଦିଆଯାଉଛି । ପଞ୍ଜୀକୃତ ଚାଷୀଙ୍କୁ ଆଲଫାବେଟ୍‌‌ ଅନୁସାରେ ଟୋକନ୍‌ ଦିଆଯାଉଛି ।

Odisha Good Supply Minister Ranendra Pratap Swain Criticized Two Centre Minister Over Covid19 Vaccine

ଯେଉଁମାନେ ଟୋକାନ ପାଇଁ ପଞ୍ଜୀକରଣ କରିଛନ୍ତି ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ । ସମସ୍ତଙ୍କୁ ଟୋକାନ୍‌ ଦିଆଯିବ । ଅନ୍ୟପଟେ ଦୁଇ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ୪୬ ହଜାର ୬୦୦ ମେଟ୍ରିକ୍‌ ଟନ୍‌ ଧାନ କିଣା ଯାଇଛି । ବରଗଡ଼, ସମ୍ବଲପୁର, କଳାହାଣ୍ଡିରେ ଆରମ୍ଭ ହୋଇଛି ଧାନ କିଣା ।

ଚଳିତ ବର୍ଷ ୭୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣିବା ନେଇ ଲକ୍ଷ ଧାର୍ଯ୍ୟ କରାଯାଇଛି । ଯଦି ଏହାଠାରୁ ଅଧିକ ଧାନ ଚାଷୀଙ୍କ ପାଖରେ ରୁହେ ତେବେ ତାହା ମଧ୍ୟ କିଣିବା ନେଇ ସରକାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଆସିଲା ନୂଆ ଧାନ କିଣା ନୀତି । ଏଥିରେ ଚାଷୀ ଚାହିଁଲେ ନିଜ ବ୍ୟବହାର ବା ଖୋଲାରେ ବିକ୍ରି କରିବା ପାଇଁ କିଛି ପରିମାଣର ଧାନ ରଖିପାରିବେ । ପୂର୍ବରୁ ଜଳସେଚିତ ଜମିରୁ ୧୯ କ୍ବିଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୩ କ୍ବିଣ୍ଟାଲ ଧାନ ସଂଗ୍ରହ ହେଉଥିଲା । ଏହା ଜରିଆରେ ଚାଷୀଙ୍କ ଅଧିକାର ଉପରେ ରୋକ ଲାଗିବ ନାହିଁ ।

Farmer Online Registration For Paddy Procurement Increased In Odisha

ଚଳିତ ବର୍ଷ ପଞ୍ଜିକୃତ ଚାଷୀଙ୍କୁ ହିସାବ କରି ୭୧ ଲକ୍ଷ ମେଟ୍ରିକ୍‌ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତେବେ ଯଦି ଧାର୍ଯ୍ୟ ଲକ୍ଷ୍ୟରୁ ଧାନର ପରିମାଣ ବଢେ, ତାହା କିଣିବାର ନିଷ୍ପତ୍ତି ନେବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ମିଳିଛି ସ୍ୱତନ୍ତ୍ର ଅଧିକାର । ଯେଉଁ ମଣ୍ଡିରୁ ଚାଷୀ ଟୋକନ ପାଇଛନ୍ତି, ସେଠାରେ ହିଁ ବିକି ପାରିବେ ଧାନ । ଗତ ବର୍ଷ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ଅସନ୍ତୋଷ ଥିଲା । ଚଳିତ ବର୍ଷ ବି ଟୋକନ ବ୍ୟବସ୍ଥା ରହିଛି । ହେଲେ ଧାନ କିଣା ନୀତିରେ ବିଭିନ୍ନ ସଂଶୋଧନ ଆସିଥିବାରୁ, ସ୍ୱଚ୍ଛ ପ୍ରକ୍ରିୟା ନେଇ ଚାଷୀ ଆଶା କରିଛନ୍ତି ।

Leave a Reply