US Election: ହାର୍ ମାନିବା ପରେ ପୁଣି ପଲଟିଲେ ଟ୍ରମ୍ପ, କହିଲେ- ମୁଁ ଜିତିଛି ରାଷ୍ଟ୍ରପତି ନିର୍ବାଚନ

1 min read
America After Accepts Defeat Donald Trump Takes U Tern Says I Won The US Election 2020

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ୍ ବିଜୟୀ ହେବା ପରେ ପୁଣି ଟ୍ରମ୍ପ ଏକ ଟ୍ୱିଟ୍ କରିଛନ୍ତି । ଯାହାକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା ଓ ବିବାଦୀୟ ସ୍ଥିତି । ରବିବାର ଟ୍ରମ୍ପ ବାଇଡେନଙ୍କ ଠାରୁ ହାରିବା ସ୍ୱୀକାର କରି ନେଇଥିଲେ । ଏବେ ସେ ପୁଣି ଆଉ ଏକ ନୂଆ ଟ୍ୱିଟ୍ କରି ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଦାବି କରିଛନ୍ତି । ଟ୍ରମ୍ପ ଲେଖିଛନ୍ତି- ମୁଁ ନିର୍ବାଚନ ଜିତିଛି ।

ଏହା ପୂର୍ବରୁ ଟ୍ରମ୍ପ ହାରକୁ ନେଇ ନିର୍ବାଚନ ପଦ୍ଧତି ଉପରେ କେତେକ ପ୍ରଶ୍ନ ଛିଡ଼ା କରିଥିଲେ । ଟ୍ରମ୍ପ ଯଦିଓ ବାଇଡେନଙ୍କ ବିଜୟୀକୁ ମାନି ନେଇଛନ୍ତି । ତଥାପି ସେ ଭୋଟିଂ ପଦ୍ଧତିରେ ଗଡ଼ବଡ଼ ଅଭିଯୋଗରୁ ପଛକୁ ହଟୁନାହାଁନ୍ତି । ଟ୍ରମ୍ପ କହିଛନ୍ତି- ଡୋମିନିୟନ ଭୋଟିଂ ସିଷ୍ଟମର ଫଳାଫଳ କେବଳ ତାଙ୍କୁ ନୁହେଁ ବରଂ ଅନ୍ୟ କେତେକ ବଡ଼ କମ୍ପାନୀ ମାନିବାକୁ ମନା କରି ଦେଇଛନ୍ତି । ଯାହା ଆମର ସମ୍ବିଧାନର ସୁରକ୍ଷା ପାଇଁ ଅଟେ, ତାହା ସହ ଖେଳିବା ପାଇଁ କାହାକୁ ଅନୁମତି ଦିଯାଇବ ନାହିଁ । ଟ୍ରମ୍ପ କହିଛନ୍ତି- ଦୁନିଆ ଦେଖୁଛି ।

America After Accepts Defeat Donald Trump Takes U Tern Says I Won The US Election 2020

ପୂର୍ବରୁ ଟ୍ରମ୍ପ ଟ୍ୱିଟ୍ କରି ଲେଖିଥିଲେ- ବାଇଡେନ୍ ନିର୍ବାଚନ ଜିତିଛନ୍ତି । କିନ୍ତୁ ନିର୍ବାଚନରେ ଘୋଟାଲା ହୋଇଛି । ନିର୍ବାଚନ ବେଳେ କୌଣସି କାର୍ଯ୍ୟକର୍ତ୍ତାଙ୍କୁ ଅଥବା ନଜର ରଖିବାକୁ କାହାରିକୁ ସେଠାରେ ରହିବାକୁ ଅନୁମତି ଦିଆଯାଇ ନଥିଲା । ସେ ଡୋମି୍ନିୟମ କମ୍ପାନୀ ଉପରେ ଅଭିଯୋଗ କରିଛନ୍ତି । ଟ୍ୱିଟରେ ଲେଖିଛନ୍ତି- ବାଇଡେନ୍ ନିର୍ବାଚନ ଜିତିଛନ୍ତି, ମିଛ ମିଡିଆ ନଜରରେ ।

ବାଇଡେନ ୭ କୋଟିରୁ ଅଧିକ ଭୋଟରେ ବିଜୟୀ

America After Accepts Defeat Donald Trump Takes U Tern Says I Won The US Election 2020

ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ୍ ଆମେରିକା ନିର୍ବାଚନରେ ବହୁମତ ହାସଲ କରିଛନ୍ତି । ସେ ଟ୍ରମ୍ପଙ୍କୁ କଡ଼ା ଟକ୍କର ଦେଇ ହରାଇ ଦେଇଛନ୍ତି । ଯାହାପରେ ସେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ ବର୍ଷ ୧୯୦୦ ପରେ ସବୁଠୁ ଅଧିକ ଭୋଟ୍ ପଡ଼ିଛି । ବାଇଡେନ୍ ୭ କୋଟିରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଏହା ପୂର୍ବରୁ କୌଣସି ରାଷ୍ଟ୍ରପତିଙ୍କୁ ଏତେ ଭୋଟ୍ ମିଳିନାହିଁ ।

Leave a Reply