spot_img
Home Blog Page 6552

ସନ୍ଧ୍ୟା ୬ ଟାରେ ଦେଶକୁ ସମ୍ବୋଧିତ କରିବେ ମୋଦି, ସମସ୍ତଙ୍କୁ ଯୋଗ ଦେବା ପାଇଁ ଟ୍ୱିଟରେ କଲେ ଅନୁରୋଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା ୬ ଟାରେ ଦେଶ ପାଇଁ ନିଜର ବାର୍ତ୍ତା ରଖିବେ । କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ଅନେକ ଥର ଦେଶକୁ ସମ୍ବୋଧିତ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ଦେଶକୁ ସମ୍ବୋଧିତ କରିବେ ବୋଲି ତାଙ୍କ ଟ୍ୱିଟରେ ଏହି ସୂଚନା ଦେଇଛନ୍ତି । ତେବେ ସେ ତାଙ୍କ ବାର୍ତ୍ତାରେ କଣ କହିବେ ? ଆଗକୁ କଣ ସବୁ କଟକଣାକୁ ମୁକ୍ତ କରିବେ ? ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଅନଲକ୍‌ ହେବା ଠାରୁ ମୋଦି ତାଙ୍କ ବାର୍ତ୍ତାରେ ପ୍ରତ୍ୟେକ ଥର କିଛି ନା କିଛି କ୍ଷେତ୍ରରେ କୋହଳ କରୁଛନ୍ତି । ସେପଟେ ଦେଶରେ କରୋନା ଟିକା ପରୀକ୍ଷଣ ଉପରେ ମଧ୍ୟ କିଛି ବାର୍ତ୍ତା ରଖିପାରନ୍ତି ।

ପ୍ରଧାନମନ୍ତ୍ରୀ ମଙ୍ଗଳବାର ଅପରାହ୍ନରେ ଟୁଇଟ୍ କରି କହିଛନ୍ତି ଯେ ଆଜି ସନ୍ଧ୍ୟା ୬ ଟାରେ କରୋନା ସମୟରେ ପ୍ରତି ଥର ଭଳି ଏଥର ମଧ୍ୟ ଦେଶକୁ ଏକ ବାର୍ତ୍ତା ଦେବି । ବାର୍ତ୍ତାରେ ପୁରା ଦେଶବାସୀଙ୍କୁ ଯୋଗ ଦେବା ପାଇଁ ତାଙ୍କ ଟ୍ୱିଟରେ ଅନୁରୋଧ କରିଛନ୍ତି । ଯଦି ଦେଖିବା ଏପର୍ଯ୍ୟନ୍ତ ଦେଶରେ କରୋନାର ସଙ୍କଟ ଜାରି ରହିଛି । ପ୍ରଧାନମନ୍ତ୍ରୀ କ୍ରମାଗତ ଭାବରେ ନିୟମ ପାଳନ କରିବାକୁ ଲୋକଙ୍କୁ ନିବେଦନ କରୁଛନ୍ତି । ମୋଦି ଏହି ମନ୍ତ୍ର ଦେଇଛନ୍ତି ଯେଉଁ ପର୍ଯ୍ୟନ୍ତ ଔଷଧ ନାହିଁ ସେପର୍ଯ୍ୟନ୍ତ ଆମକୁ ଆରାମ ମିଳିବ ନାହିଁ ।

ତେବେ ଆଗକୁ ଏଥିପ୍ରତି ବୁହୁତ ଧ୍ୟାନ ଦେବା ଆବଶ୍ୟକତା ରହିଛିକି ଆମେ ଏହି ସମୟରେ କେମିତି ନିଜକୁ ସୁରକ୍ଷିତ ରଖିପାରିବା । କାରଣ ଦେଶରେ ଏବେ ପର୍ବପର୍ବାଣି ସମୟ ଚାଲିଛି । ଆଗାମୀ ଦିନରେ ମଧ୍ୟ ବହୁ ପର୍ବପର୍ବାଣୀ ଆସିବ । ତେବେ ଏପରି ପରିସ୍ଥିତିରେ ସରକାର ପୁଣି ଥରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । କାରଣ ଉତ୍ସବ ଯୋଗୁଁ ବଜାର ଭିଡ଼ ହୋଇପାରେ ଏବଂ କରୋନା ପୁଣି ଦେଶରେ ବଢ଼ିପାରେ । ସେଥିପାଇଁ ସରକାର କ୍ରମାଗତ ଭାବରେ ଲୋକମାନଙ୍କୁ ନିବେଦନ କରୁଛନ୍ତି ସଚେତନ ରହିବା ପାଇଁ ।

ପୋଲିସ ବିନା ସର୍ଚ୍ଚ ୱାରେଣ୍ଟରେ ଅନୁସନ୍ଧାନ କରିପାରିବ ବୋଲି କ’ଣ ବୈଜୟନ୍ତ ଜାଣିନାହାନ୍ତି?: ନରସିଂହ

ଭୁବନେଶ୍ୱର: ବିଜେପିର କେନ୍ଦ୍ରୀୟ ଉପ-ସଭାପତି ହୋଇ ମହାରାଷ୍ଟ୍ର ଏବଂ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଏଥିରୁ ସ୍ପଷ୍ଟ ଅନୁମାନ କରିହେଉଛି କି, ବିଜେପିର ମନୋଭାବ କେତେ ସଂକୀର୍ଣ୍ଣ । ରାଜ୍ୟରେ ସମ୍ବିଧାନ ଓ ଗଣତନ୍ତ୍ରକୁ ନେଇ ପ୍ରଶ୍ନ ଉଠାଇବା ହାସ୍ୟାସ୍ପଦ । ପ୍ରତି ମୁହୂର୍ତ୍ତରେ ଯେଉଁ ଦଳ ସମ୍ବିଧାନ ଓ ଗଣତନ୍ତ୍ର ହନନ କରିଚାଲିଛି ଏବଂ ଏକଛତ୍ରବାଦ ପ୍ରତିଷ୍ଠା କରିବା ଲକ୍ଷ୍ୟରେ କାମ କରୁଛି ସେହି ଦଳର ନେତା ସମ୍ବିଧାନର ସୁରକ୍ଷା କଥା ଉତ୍ଥାପନ କରିବା ନିହାତି ହାସ୍ୟାସ୍ପଦ ।

ବିଜେପି ନେତା ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିବାଦୀୟ ଟ୍ୱିଟ୍‌କୁ ନେଇ ଏପରି କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ଅତ୍ୟନ୍ତ ନିନ୍ଦନୀୟ । ବିଜେପି ବିରୋଧରେ କେହି କିଛି ମନ୍ତବ୍ୟ ରଖିଲେ ପାକିସ୍ତାନ ଚାଲିଯିବାକୁ କହିଥାନ୍ତି ।

Former BJD MP Baijayant Jay Panda set to join BJP today

ତେଣୁ ବୈଜୟନ୍ତ ଏବେ ଚିନ୍ତା କରନ୍ତୁ, ସେ ପାକିସ୍ତାନ ଯିବେ କି ନାହିଁ । କୋର୍ଟଙ୍କ ବିନା ଅନୁମତିରେ ଧାରା ୧୬୫ ଓ ୧୬୧ରେ ପୋଲିସ ବୟାନ ରେକର୍ଡ କରିପାରିବ । ପୋଲିସ ବିନା ସର୍ଚ୍ଚ ୱାରେଣ୍ଟରେ ଅନୁସନ୍ଧାନ କରିପାରିବ ବୋଲି କଣ ବୈଜୟନ୍ତ ଜାଣିନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର । ସେହିପରି ଜନପ୍ରତିନିଧିଙ୍କ ମିଛ ଭିଡିଓ ଭାଇରାଲ ପ୍ରସଙ୍ଗରେ ନରସିଂହ କହିଛନ୍ତି, ଉକ୍ତ ଟିଭି ଚ୍ୟାନେଲର ଋଚି କଣ ତାହା ସ୍ପଷ୍ଟ ହୋଇଯାଇଛି । ନାରୀ ଓ ଆଦିବାସୀଙ୍କ ପ୍ରତି ତାଙ୍କର ମନୋଭାବ ସ୍ପଷ୍ଟ ଜଣାପଡ଼ିଯାଉଛି ବୋଲି ନରସିଂହ ମିଶ୍ର କହିଛନ୍ତି।

https://www.facebook.com/NandighoshaTV/videos/276880113508804

କେନ୍ଦ୍ର କୃଷି ଆଇନ ବିରୋଧରେ ପଞ୍ଜାବ ବିଧାନସଭାରେ ପ୍ରସ୍ତାବ, MSPଠୁ କମ ମୁଲ୍ୟ ନେବାକୁ ଚାପ ପକାଇଲେ ଜେଲ ଦଣ୍ଡ

ଚଣ୍ଡିଗଡ଼: କେନ୍ଦ୍ର ସରକାର ଦ୍ୱାରା ଆସିଥିବା କୃଷି ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଦେଖିବାକୁ ମିଳିଛି ।ଏହାମଧ୍ୟରେ ମଙ୍ଗଳବାର ଦିନ ପଞ୍ଜାବ ବିଧାନସଭାରେ ଏହି ଆଇନ ବିରୋଧରେ ଏକ ପ୍ରସ୍ତାବ ଗୃହିତ ହୋଇଛି । ଏଭଳି ପ୍ରସ୍ତାବ ଆଣିବାରେ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ।   ମଙ୍ଗଳବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ବିଧାନସଭାରେ ଏହି ପ୍ରସ୍ତାବ ରଖିଛନ୍ତି ।

ପଞ୍ଜାବ ବିଧେୟକରେ  କୃଷକଙ୍କୁ ଏମଏସପିରୁ କମ୍ ଫସଲ ଦେବାକୁ ବାଧ୍ୟ କରିବାରେ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ଯଦି କେହି କୃଷକଙ୍କୁ ଏମଏସପିଠାରୁ କମ ମୁଲ୍ୟରେ ଫସଲ ବିକ୍ରି କରିବାକୁ ବାଧ୍ୟ କରେ ତେବେ ସମ୍ପୃକ୍ତ ଲୋକଙ୍କୁ ୩ ବର୍ଷର ଜେଲ ଦଣ୍ଡ ଦିଆଯିବ । ଏହାସହ ଯଦି କୌଣସି କମ୍ପାନୀ କିମ୍ବା ବ୍ୟକ୍ତିଙ୍କ ଦ୍ୱାରା କୃଷକଙ୍କ ଉପରେ ଜମି ଏବଂ ଫସଲକୁ ନେଇ କୌଣସି ଚାପ ଦିଆଯାଏ ସେତେବେଳେ ମଧ୍ୟ  ଜରିମାନା ଏବଂ ଜେଲ ଦଣ୍ଡ ଦେବାକୁ ପ୍ରସ୍ତାବରେ ସାମିଲ କରାଯାଇଛି ।

ଏହି ପ୍ରସ୍ତାବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଣାଯାଇଥିବା ୩ଟି କୃଷି ଆଇନର ଆଲୋଚନା କରାଯାଇଛି । ଏଠାରେ ପ୍ରସ୍ତାବ ଦେବା ପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର କହିଛନ୍ତି ଯେ, ୩ଟି କୃଷି ନିୟମ ବ୍ୟତୀତ ବିଦ୍ୟୁତ୍ ବିଲରେ ମଧ୍ୟ ଯେଉଁ ପରିବର୍ତ୍ତନ କରାଯାଇଛି, ତାହା ମଧ୍ୟ କୃଷକ ଏବଂ ଦିନ ମଜୁରୀଆଙ୍କ ବିରୋଧରେ ରହିଛି । ଏଥିପାଇଁ କେବଳ ପଞ୍ଜାବ ନୁହେଁ ହରିୟାନା ଏବଂ ପଶ୍ଚିମ ୟୁପିରେ ମଧ୍ୟ ପ୍ରଭାବ ପଡ଼ିବ ।

ବିଧାନସଭାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ୩ ନୂଆ ବିଧେୟକକୁ ସମାଲୋଚନା କରାଯାଇଥିଲା । ଏହସହ  ବିଧାନସଭାରେ କେନ୍ଦ୍ର ଆଇନ ବିରୋଧରେ ତିନୋଟି ନୂଆ ବିଧେୟକ ରଖା ଯାଇଥିଲା । ଯାହା କେନ୍ଦ୍ର ଆଇନଠାରୁ ବିଲକୁଲ ଅଲଗା ଓ ଏଥିରେ ଏମଏସପିକୁ ବାଧ୍ୟତାମୁଳକ କରାଯାଇଛି । ମୁଖ୍ୟମନ୍ତ୍ରୀ ରେଳ ଧାରଣାରେ ବସିଥିବା କୃଷକଙ୍କୁ ଅନୁରୋଧ କରିଛନ୍ତି ଯେ, ଏବେ ଧାରଣାରୁ ଉଠି ନିଜ ନିଜ କାମକୁ ଫେରନ୍ତୁ । ଏହି ଆଇନ ବିରୋଧରେ ଆମେ ଆଇନଗତ ଲଢେଇ ଲଢିବୁ ।

ଏହି ପ୍ରସ୍ତାବରେ କେନ୍ଦ୍ରସରକାରଙ୍କୁ ନୂଆ ଅଧ୍ୟାଦେଶ ଆଣିବାକୁ  ଅନୁରୋଧ କରାଯାଇଛି  । ଯେଉଁଥିରେ ଏମଏସପିକୁ ସାମିଲ କରିବାକୁ ଦାବି କରାଯାଇଛି । ଏହା ବ୍ୟତୀତ ସରକାରୀ ଏଜେନ୍ସିର ପ୍ରକ୍ରିୟାକୁ ମଜବୁତ କରାଯାଉ । କ୍ୟାପଟେନ ଅମରିନ୍ଦର ଏନେଇ ସବୁ ରାଜନୈତିକ ଦଳଙ୍କୁ ଏକାଠି କାମ କରିବାକୁ ଅନୁରୋଧ କରିଛନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଆମ ଆଦମୀ ପାର୍ଟି (ଆପ)ର ବିଧାୟକଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ, କିଛି ଲୋକ ବିଧାନସଭାରେ ରାତି ବିତାଉଛନ୍ତି, ଆଉ କିଏ ଟ୍ରାକ୍ଟରରେ ଆସୁଛି । ଏମିତିରେ କିଛି ପ୍ରଭାବ ପଡ଼ିବ ନାହିଁ, ଏବଂ ପ୍ରଦର୍ଶନ କରି କିଛି ଲାଭ ମଧ୍ୟ ନାହିଁ ଯେଉଁପର୍ଯ୍ୟନ୍ତ ଆମେ କେନ୍ଦ୍ର ବିରୋଧରେ ଏକ୍ ହୋଇ ନ ଲଢିବା ସେ ପର୍ଯ୍ୟନ୍ତ କିଛି ସୁଫଳ ମିଳିବ ନାହିଁ । ଏହାସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଏହି ବିଲ୍ ଆଧାରରେ ରାଜ୍ୟ ସରକାର ଆଗକୁ ଆଇନଗତ ଲଢେଇ ଲଢିବେ ।

ପ୍ରସ୍ତାବରେ ଏହା ମଧ୍ୟ ସାମିଲ କରାଯାଇଛି ଯେ, ସମ୍ବିଧାନ ଅନୁସାରେ କୃଷି ବିଷୟର ସମସ୍ତ ପଦକ୍ଷେପ ରାଜ୍ୟ ସରକାରଙ୍କ ହାତରେ ଅଛି । କିନ୍ତୁ ଏହା ଉପରେ କେନ୍ଦ୍ର ନିଜେ ନିର୍ଣ୍ଣୟ ନେଇଛି ଯାହା ଆଇନର ଉଲ୍ଲଂଘନ । ଏଥିରେ ଶେଷ ନିଷ୍ପତ୍ତି ରାଜ୍ୟର ହେବା ଦରକାର । ଆପଣଙ୍କୁ କହିରଖୁଛୁ ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରେ ବିଧାନସଭାରେ ନବଜ୍ୟୋତ ସିଂବ ସିଦ୍ଧୁ ମଧ୍ୟ ନିଜ ପକ୍ଷ ରଖିଛନ୍ତି ଏବଂ କେନ୍ଦ୍ରର କୃଷି ଆଇନର ବିରୋଧ କରିଛନ୍ତି ।

ଶବ ସତ୍କାର ପାଇଁ ଅନୁମତି ପରେ ସ୍ୱର୍ଗଦ୍ୱାରକୁ କରାଗଲା ସାନିଟାଇଜ୍

0

 ପୁରୀ: ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶବଦାହ ଉପରୁ କଟକଣା ଉଠିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି | ଅଗ୍ନିଶମ ବିଭାଗ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱର୍ଗଦ୍ୱାର ପରିସର, ଚାରିପାଖ ଓ ଅଫିସକୁ ସାନିଟାଇଜ କରାଯାଇଛି | ବାହାର ଜିଲ୍ଲା ଲୋକଙ୍କ ଶବ ସଂସ୍କାର ପାଇଁ ଅନୁମତି ମିଳିଥିବାରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇ ପ୍ରଦୂଷଣ ଓ ସଂକ୍ରମଣ ମୁକ୍ତ କରାଯାଇଛି |

ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ଜିଲ୍ଲାର ଶବଦାହ କଟକଣା ହଟାଯାଇଥିଲା | ତେବେ କୋଭିଡ କଟକଣା ବଳବତ୍ତର ରହିଛି | ସ୍ୱର୍ଗଦ୍ୱାରରେ କୋଭିଡ୍‌ ରୋଗୀଙ୍କ ଶବଦାହ ଉପରେ କଟକଣା ଜାରି ରହିଛି  । ସୂଚନା ଯୋଗ୍ୟ, ଗତ ଜୁଲାଇ ମାସରେ କରୋନା ମହାମାରୀ କାରଣରୁ ରଥଯାତ୍ରା ପାଇଁ ପୁରୀ ସହର ଚାରିପଟୁ ସିଲ୍‌ ହୋଇଥିଲା ବେଳେ, ରଥଯାତ୍ରା ପରେ ମଧ୍ୟ ସହର ବାହାର ଲୋକଙ୍କୁ ପୁରୀକୁ ବାରଣ କରାଯାଇଛି । ତେବେ ପୁରୀ ସହରକୁ ସମ୍ପୂର୍ଣ୍ଣ ବାରଣ ହୋଇନଥିବା ବେଳେ ସ୍ୱର୍ଗ ଦ୍ୱାରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ବାହାର ଜିଲ୍ଲାର କୌଣସି ମୃତ ଲୋକଙ୍କୁ  ପୁରୀ ସ୍ୱର୍ଗଦ୍ୱାରରେ ପୋଡ଼ିବାକୁ ସମ୍ପୂର୍ଣ୍ଣ ବାରଣ କରିଛି ପ୍ରଶାସନ । ସ୍ୱର୍ଗଦ୍ୱାରରେ ପୁରୀ ବାହାରର କେହିବି ଶବ ସତ୍କାର କରିପାରିବେ ନାହିଁ । କୋଭିଡ୍‌ କଟକଣା ଓ ସମସ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଅଧିକାଂଶ ଲୋକ ପ୍ରାୟତଃ ପୁରୀ ସ୍ୱର୍ଗଦ୍ୱାରରେ ଆତ୍ମୀୟ ସ୍ୱଜନଙ୍କ ଶବ ସତ୍କାର ତଥା ମହୋଦଧିରେ ଅସ୍ଥି ବିସର୍ଜନ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ହେଲେ କରୋନା ଭଳି ବିଷମ ପରିସ୍ଥିତିରେ ଏହି ସବୁକୁ ବାରଣ କରାଯାଇଥିଲା ।

୮୩ଦିନ ପରେ ଦେଶରେ ୫୦ହଜାରରୁ କମ ସଂକ୍ରମିତ ଚିହ୍ନଟ

ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେବାରୁ ଆକ୍ରମଣ: କାର୍ଯ୍ୟାନୁଷ୍ଠାନ ଦାବି କଲେ ଗ୍ରାମବାସୀ

ଜଗତସିଂହପୁର: କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଅଭିଯୋଗ। ଝାରସୁଗୁଡା ଜିଲ୍ଲା ସମାସିଂହା ସରପଞ୍ଚକୁ ଆକ୍ରମଣ ।l  କରୋନା ପଜିଟିଭଙ୍କୁ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେବାରୁ ଆକ୍ରାନ୍ତ ଓ ତାଙ୍କ ପୁଅମାନେ ମିଶି ସରପଞ୍ଚଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ କରିଛନ୍ତି କୋଲାବିରା ଥାନା ସମାସିଂହା ପଞ୍ଚାୟତ ସରପଞ୍ଚ ହେମନ୍ତ କୁମାର ସାହୁ । ତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପଞ୍ଚାୟତରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇ ବାରମ୍ବାର ଘରୁ ବାହରକୁ ବାହାରି କୋଭିଡ ନିୟମ ଉଲଙ୍ଘନ କରୁଥିବାରୁ ସେ କୋଲାବିରା ବିଡିଓଙ୍କ ସହ ବିଚାରବିମର୍ଶ କରି ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଇଥିଲେ ।

ଏହାପରେ ସେ ସେହି ଅଞ୍ଚଳକୁ ରାତିରେ ପରିଦର୍ଶନ ପାଇଁ ଯାଇଥିବା ସମୟରେ କରୋନା ଆକ୍ରାନ୍ତ ଓ ତାଙ୍କ ପୁଅମାନେ ବାହାରେ ବୁଲୁଥିବାର ଦେଖିବାକୁ ପାଇଲେ । ଫଳରେ ସେମାନଙ୍କୁ ଘର ବାହାରେ ବୁଲାବୁଲି ନକରି ଘରେ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ । ସରପଞ୍ଚ ଜଣଙ୍କ ଜୀବନ ବଞ୍ଚାଇବାକୁ ସେଠାରୁ ଚାଲି ଆସିଥିଲେ । ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି  । ହେଲେ ଆଗଧାଡ଼ିର କରୋନା ଯୋଦ୍ଧା ଉପରେ ହେଉଥିବା ଆକ୍ରମଣକୁ ଗ୍ରାମବାସୀ ନିନ୍ଦl କରିବା ସହ ସରପଞ୍ଚଙ୍କୁ ନ୍ୟାୟ ଦେବାପାଇଁ ଦାବି କରିଛନ୍ତି  ।

https://www.facebook.com/NandighoshaTV/videos/881568465581514

 

ଆଜି ହିଁ କରନ୍ତୁ ଏହି କାମ, ପର୍ସ କେବେ ମଧ୍ୟ ଖାଲି ହେବ ନାହିଁ

ଆଜିକାଲି ଅର୍ଥ ଏକ ବିରାଟ ସମସ୍ୟା । ଯୁଗ ବଦଳୁଥିବା ସହିତ ଜୀବନର ମାନ ପରିବର୍ତ୍ତନ କରିବାକୁ ସମସ୍ତେ ଚାହାଁନ୍ତି । କିନ୍ତୁ ଅର୍ଥ ଅଭାବରୁ ତାହା ସମ୍ଭବ ହୋଇପାରେ ନାହିଁ । ତେଣୁ ଅଧିକ ଅର୍ଥ ଉପାଜର୍ନ କରିବାରେ ସମସ୍ତଙ୍କର ସମୟ ବିତିଯାଏ । କେହି କେହି ବେଶ୍‌ପରିଶ୍ରମ କରି ମଧ୍ୟ ସେତିକି ଅର୍ଥ ଉପାର୍ଜନ କରିପାରନ୍ତି ନାହିଁ, ଯେତିକି ସେମାନଙ୍କର ପ୍ରାପ୍ୟ । ଏହାକୁ ନେଇ ବାସ୍ତୁଶାସ୍ତ୍ରରେ ବିଭିନ୍ନ କଥା ଉଲ୍ଲେଖ ରହିଛି । କୁହାଯାଏ ବାସ୍ତୁଦୋଷ ଥିଲେ ପାଖରେ ଟଙ୍କା ରହେ ନାହିଁ । ଏଥିପାଇଁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଆବଶ୍ୟକ ବୋଲି ମଧ୍ୟ ବାସ୍ତୁଶାସ୍ତ୍ରରେ କୁହାଯାଇଛି । ତେବେ ଏଭଳି ପରିସ୍ଥିତିରେ କ’ଣ କରିବା ଉଚିତ୍‌, ଆସନ୍ତୁ ଆଲୋଚନା କରିବା ।


ଶ୍ରୀ ଯନ୍ତ୍ର: ଶ୍ରୀ ଯନ୍ତ୍ର ଏଭଳି ଏକ ମାଧ୍ୟମ ଯାହାଦ୍ୱାରା ମାନବ ଜୀବନର ସମସ୍ତ ନକରାତ୍ମକ ଶକ୍ତି ସମାପ୍ତ ହୋଇଯାଏ । ଶ୍ରୀର ଅର୍ଥ ହେଉଛି ଧନ ଏବଂ ଯନ୍ତ୍ରର ଅର୍ଥ ହେଉଛି ସାଧନ । ଧନ ପ୍ରାପ୍ତ କରିବାର ସାଧନ ହେଉଛି ଶ୍ରୀ ଯନ୍ତ୍ର । ଏହାକୁ ଶୁଭ ମୁହୂର୍ତ୍ତରେ ପରିଷ୍କାର ଜଳରେ ଧୋଇ ପଞ୍ଚାମୃତ କିମ୍ବା ଗଙ୍ଗାଗଳରେ ସ୍ନାନ କରାଇ ହଳଦିଆ କପଡ଼ାରେ ବାନ୍ଧି ପର୍ସରେ ରଖିବା ଉଚିତ ।

ପର୍ସରେ ମା ଲକ୍ଷ୍ମୀ ବିଷ୍ଣୁଙ୍କର ପାଦ ଚିପୁଥିବା ଫଟୋ ରଖନ୍ତୁ ।
ଲକ୍ଷ୍ମୀଙ୍କର ୮ଟି ସ୍ୱରୂପ ରହିଛି । ତାଙ୍କର କୌଣସି ସ୍ୱରୂପକୁ ସ୍ଥାନ ଦିଆଯାଇପାରିବ ।

ଲକ୍ଷ୍ମୀଙ୍କ ସ୍ୱରୂପ, ଚିତ୍ର କିମ୍ବା ଯନ୍ତ୍ର ଉପରେ କମଳ ଫୁଲର ମାଳ ପିନ୍ଧାଇ ନଦୀରେ ବିସର୍ଜନ କରିବା ଦ୍ୱାରା ଧନ ବଢିଥାଏ ।

ଖର୍ଚ୍ଚ କମାଇବା ପାଇଁ ପର୍ସରେ ଛୋଟ ଆଇନାଟିଏ ମଧ୍ୟ ରଖିପାରିବେ । ଏହା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ ।

୮୩ଦିନ ପରେ ଦେଶରେ ୫୦ହଜାରରୁ କମ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଅକ୍ଟୋବର ଆଣିଛି ଆଶ୍ୱସ୍ତି । ୩ ମାସ ପରେ ୫୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ। ଜୁଲାଇ ପରେ ଦେଶରେ ପ୍ରଥମ ଥର ପାଇଁ ୫୦ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା । ଦେଶରେ ଆଜି ୪୬ହଜାର ୭୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ୫୮୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୧୦.୨୩ ପ୍ରତିଶତ ଥିବାବେଳେ ସୁସ୍ଥ ହୋଇଛନ୍ତି ୮୮.୨୬ ପ୍ରତିଶତ । ଏହା ସହିତ ୧.୫୨ ପ୍ରତିଶତ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ସେହିଭଳି ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୫ଲକ୍ଷ ୯୭ହଜାର ୬୪ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ରହିଛି ୭ଲକ୍ଷ ୪୮ହଜାର ୫୩୮ ରହିଛି । ୬୭ଲକ୍ଷ ୩୩ହଜାର ୩୨୯ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୧୫ହଜାର ୧୯୭ରେ ପହଞ୍ଚିଛି ।

ମହାରାଷ୍ଟ୍ରରେ ସର୍ବାଧିକ ୧୬ଲକ୍ଷ ୧୩ଶହ ୬୫ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪୨ହଜାର ୨୪୦ରେ ପହଞ୍ଚିଛି । ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ୭ଲକ୍ଷରୁ ଅଧି୍କ ଲେଖାଏଁ କରୋନା ସଂକ୍ରମିତ ହୋଇଛନ୍ତି । ତାମିଲନାଡୁରେ ୬ଲକ୍ଷରୁ ଅଧିକ ସଂକ୍ରମିତ ଥିବା ବେଳେ ମୃତ୍ୟୁସଂଖ୍ୟା ୧୦ହଜାର ୬୯୪ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ,  ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣକୁ ଆସୁଛି । ଏଠାରେ ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି।

ରାଜ୍ୟରେ କମୁଛି କରୋନା: ୨୪ ଘଣ୍ଟା ମଧ୍ୟରେ ୧୯୦୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା । ୨୪ ଘଣ୍ଟାରେ ୧୯୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନ୍‌ରୁ ୧୧୧୫, ଲୋକାଲ କେସ୍ ୭୮୯ । ଖୋର୍ଦ୍ଧାରୁ ୨୨୧, କଟକରୁ ୧୧୧, ଅନୁଗୁଳରୁ ୧୦୯, ନୂଆପଡାରୁ ୧୨୮, ସୁନ୍ଦରଗଡ଼ରୁ ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ଆଉ ୧୬ କେରାନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୧୬୮ରେ ପହଞ୍ଚିଛି । ଗଜପତିରେ ସବୁଠୁ କମ୍ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୨ହଜାର ୨୫୦ରେ ପହ଼୍ଚିଥିବା ବେଳେ ଆକ୍ଟିଭ କେସ୍ ୨୧ହଜାର ୪୫୪ ସୁସ୍ଥ ହେଲେଣି ୨ଲକ୍ଷ ୪୯ହଜାର ୫୭୫ଜଣ ।

ଆଠମଲ୍ଲିକରେ ଚାଷୀଙ୍କୁ ଦଳି ମାରିଲା ହାତୀ

0

ଅନୁଗୁଳ: ଆଠମଲ୍ଲିକରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଉଛନ୍ତି କମଲପୁର ଗାଁର ଭାସ୍କର ଭୁକ୍ତା  । ସୂଚନାଅନୁସାରେ ଗତକାଲି ବିଳମ୍ବିତ ରାତିରେ ଗାଁର ୩୦ଜଣଙ୍କ ସହିତ ଭାସ୍କର ଫସଲ ଜଗିବାକୁ ବିଲକୁ ଯାଇଥିଲ  । ତେବେ ହଠାତ୍ ହାତୀ ପଲ ଗୋଡାଇବାରୁ ଗ୍ରାମବାସୀ ଦୌଡି ପଳାଇଆସିଥିଲେ  । କିନ୍ତୁ ଭାସ୍କର ତଳେ ପଡିଯିବାରୁ ହାତୀ ତାଙ୍କୁ ଦଳି ଦେଇଥିବା ଅଭିଯୋଗ ହୋଇଛି  । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି  । ହାତୀପଲ ବାରମ୍ବାର ଫସଲ ନଷ୍ଟ କରୁଥିବାବେଳେ ବନବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବାକୁ କୌଣସି ପଦକ୍ଷେପ ନିଆଯାଉନି  । ବନବିଭାଗର ଅବହେଳା ପାଇଁ ଲୋକଙ୍କ ଜୀବନ ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି  । ଘଟଣାସ୍ଥଳରେ ଆଠମଲ୍ଲିକ ଏସିଏଫ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛନ୍ତି।

https://www.facebook.com/NandighoshaTV/videos/2743907509189294

ଖରସ୍ରୋତା ନଦୀରେ ବୁଲୁଛି କୁମ୍ଭୀର: ଆତଙ୍କିତ ସ୍ଥାନୀୟ ବାସିନ୍ଦା

0

ଯାଜପୁର: ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଜୋକଡିଆ ବ୍ୟାରେଜ ନିକଟରେ ଗତକାଲି ଅପରାହ୍ନରେ ଏକ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁସାରେ ଗତକାଲି ଖରସ୍ରୋତା ନଦୀ ପଠାରେ ଖେଳୁଥିବା ସମୟରେ କିଛି ପିଲା ପ୍ରଥମେ ଏହି କୁମ୍ଭୀରଟିକୁ ଦେଖିଥିଲେ ।

ପରେ ସ୍ଥାନୀୟ ଅଞ୍ଚଳରେ ଏହି ଖବର ପ୍ରଚାର ହୋଇଯାଇଥିଲା। କୁମ୍ଭୀରକୁ ଦେଖିବାକୁ ସ୍ଥାନୀୟ ଲୋକେ ଭିଡ ଜମାଇଥିଲେ। ପାଖାପାଖି ୫ ଫୁଟ ଲମ୍ବର ଏହି କୁମ୍ଭୀରଟି ବହୁ ସମୟ ଧରି ନଦୀ କୂଳରେ ରହିଥିଲା। ପରେ ଖବର ପାଇ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚିବା ବେଳକୁ କୁମ୍ଭୀରଟି ନଦୀ ଭିତରକୁ ଚାଲିଯାଇଥିଲା।

ଗଞ୍ଜାମ ତପ୍ତପାଣି ଘାଟିରେ ଦୁର୍ଘଟଣା, ଓଲଟିଲା OJEE ପରୀକ୍ଷାର୍ଥୀଙ୍କୁ ନେଇ ଆସୁଥିବା ବସ୍

ତେବେ କୁମ୍ଭୀରକୁ କାବୁ କରା ନଯିବା ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ନଦୀ କୂଳକୁ ନ ଯିବା ପାଇଁ ବନବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି। ସେପଟେ କୁମ୍ଭୀରକୁ କାବୁ କରିବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଯାଜପୁର ରୋଡ଼ ରେଞ୍ଜର ସୂଚନା ଦେଇଛନ୍ତି।