କରୋନା ପାଇଁ ବନ୍ଦ ହୋଇପାରେ ଆନ୍ତଃରାଜ୍ୟ ଜାହାଜ-ଟ୍ରେନ୍‌ ଚଳାଚଳ…

Spice Jet Started Flight Booking Chennai To Jharsuguda Udaan Scheme

ନୂଆଦିଲ୍ଲୀ: କରୋନାରୁ ଅଳ୍ପ କିଛି ଦିନ ଆଶ୍ୱସ୍ତି ପରେ ଏବେ ପୁଣି ଥରେ ଉଗ୍ର ରୂପ ନେଉଛି କରୋନା । କମିବା ପରେ ଧିରେ ଧିରେ ବଢ଼ୁଛି କରୋନା ସଂକ୍ରମଣ । ଶୀତ ଦିନ ଥିବାରୁ କରୋନାର ଦ୍ୱିତୀୟ ଲହରି ଦେଶର କିଛି ଅଞ୍ଚଳରେ ଆରମ୍ଭ ହୋଇଛି । ଦିଲ୍ଲୀରେ ଶୀତଦିନେ ପାରଦ ବହୁ ମାତ୍ରାରେ ତଳକୁ ଖସେ । ସେଥିପାଇଁ ଏବେ ଦିଲ୍ଲୀରେ ମଧ୍ୟ କରୋନାର ଉଗ୍ରରୂପ ପୁଣି ଥରେ ଆରମ୍ଭ ହୋଇଛି । ତେବେ ଦିଲ୍ଲୀରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଘର ଘର ବୁଲି ସର୍ଭେ କରାଯାଉଛି ।

ଏଥିସହିତ ମହାରାଷ୍ଟ୍ର ସରକାର ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ବିମାନ ଚଳାଚଳ ବନ୍ଦ କରିବାକୁ ଚିନ୍ତା କରୁଛନ୍ତି । କେବଳ ବିମାନ ସେବା ନୁହେଁ, ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ରେଳ ସେବା ମଧ୍ୟ ବନ୍ଦ ହୋଇପାରେ ବୋଲି ସୂଚନା ରହିଛି । ମହାରାଷ୍ଟ୍ର ସରକାର ଖୁବ ଶୀଘ୍ର ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ।

ଗୋଟିଏ ପଟେ ସମଗ୍ର ଦେଶରେ ଲକ୍‌ଡାଉନକୁ ବନ୍ଦ କରି ଶିଳ୍ପ ବ୍ୟବସ୍ଥାକୁ ପୁନଃ ସ୍ଥାପିତ କରିବା ପାଇଁ କାର୍ଯ୍ୟ କରାଯାଉଛି । କିନ୍ତୁ ଦିଲ୍ଲୀରେ ଗତ କିଛି ଦିନ ହେବ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିପାଇଁ ମହାରାଷ୍ଟ୍ର ସରକାର ମୁମ୍ବାଇରେ କରୋନା ଅଧିକ ସଂମ୍ପ୍ରସାରିତ ନହେବା ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି । ଆଜି ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ସମସ୍ତ ଏଜେନ୍ସି ଏହା ଉପରେ ଆଲୋଚନା ପରେ ନିର୍ଦ୍ଦେଶ ଜାରି କରାଯିବେ ।

ଦିଲ୍ଲୀରେ କରୋନା ପାଇଁ ମୃତ୍ୟୁ ସଂଖ୍ୟା ୮ ହଜାର ପାର ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନ୍ୟ ୯୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ପର୍ବପର୍ବାଣି ପାଇଁ ଦିଲ୍ଲୀରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ଦେଖାଦେଇଛ । ୯୮ ଜଣଙ୍କ ମୃତ୍ୟୁ ସହିତ ମୃତ୍ୟୁ ସଂଖ୍ୟା ୮,୦୪୧ କୁ ବୃଦ୍ଧି ପାଇଛି । ଏହାପୂର୍ବରୁ ବୁଧବାର ଦିନ ଦିଲ୍ଲୀରେ ୧୩୧ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply