୨୬/୧୧ ଆକ୍ରମଣ ବାର୍ଷିକିରେ ଥିଲା ଆଉ ଏକ ବଡ଼ ଆକ୍ରମଣ ଷଡ଼ଯନ୍ତ୍ର, ଭଣ୍ଡୁର କଲା ଭାରତୀୟ ସେନା

1 min read

ନୂଆଦିଲ୍ଲୀ: ୨୦୦୮ ମସିହା ନଭେମ୍ବର ୨୬ ତାରିଖ । ଏହି ଦିନ ମନେପଡ଼ିଲେ ରୁମ ଟାଙ୍କୁରି ଉଠେ । କାରଣ ମୁମ୍ବାଇରେ ଆତଙ୍କବାଦୀ ଆଙ୍କିଥିଲେ ଆତଙ୍କର ଚିତ୍ର । ସହିଦ ହୋଇଥିଲେ ଦେଶର ବୀର ଯବାନ । ସେହିଭଳି ଭାରତରେ ଆଉ ଏକ  ଆକ୍ରମଣ ପାଇଁ ଆତଙ୍କବାଦୀ ମାନେ କରୁଥିଲେ ଷଡ଼ଯନ୍ତ୍ର, କିନ୍ତୁ ସବୁ ଏବେ ବିଫଳ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଗରୋଟା ଏନକାଉଣ୍ଟର ଉପରେ ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ତଥା ବରିଷ୍ଠ ଗୁପ୍ତଚର ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକ ପରେ ପ୍ରଧାନମନ୍ତ୍ରୀ ନଗରୋଟା ଆତଙ୍କବାଦୀଙ୍କର ପାକ୍ ଲିଙ୍କକୁ ନେଇ ଖୋଲାଖୋଲି ଟ୍ୱିଟ୍ କରିଛନ୍ତି । ନିଜ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସୁରକ୍ଷା ବଳ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୪ ଜଣ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି ।

ସରକାରୀ ସୂତ୍ର ଅନୁଯାୟୀ, ଏହି ଆତଙ୍କବାଦୀମାନେ ୨୬/୧୧ ଆକ୍ରମଣର ବାର୍ଷିକିରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିଲେ। ।  ଗୁରୁବାରର ଦିନ ଆତଙ୍କବାଦୀ ମାନଙ୍କ ସହ ମୁକାବିଲା ସମୟରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।  ଜାମ୍ମୁର ନଗରୋଟା ସ୍ଥିତ ଟୋଲ ପ୍ଲାଜାରେ ଯାଞ୍ଚ ବେଳେ ସୁରକ୍ଷା ବାହିନୀ ଏକ ଟ୍ରକ୍‌ରେ ଆତଙ୍କବାଦୀଙ୍କ ଥିବା ସୂଚନା ପାଇଥିଲେ ।

ଆତଙ୍କବାଦୀମାନେ ଏକ ଟ୍ରକରେ ଲୁଚି ରହିଥିଲେ ଏବଂ ଯାଞ୍ଚ ପାଇଁ ଅଟକିବା ପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ପାଲଟା କାର୍ଯ୍ୟାନୁଷ୍ଠାନରେ ସୈନିକମାନେ ଟ୍ରକକୁ ଉଡ଼ାଇ ଦେଇଥିଲେ । ପରେ ଆତଙ୍କବାଦୀମାନେ ନିକଟ ଜଙ୍ଗଲ ଆଡ଼କୁ ଦୌଡ଼ିବା ଆରମ୍ଭ କରିଥିଲେ । ୩ ଘଣ୍ଟାର ଅପରେସନରେ ସମସ୍ତ ଆତଙ୍କବାଦୀ ନିହତ ହୋଇଥିଲେ ।

ସେପଟେ ବୈଠକରେ ପ୍ରଧାମନ୍ତ୍ରୀ ମୋଦି ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ଟାର୍ଗେଟ କରି କହିଛନ୍ତି, ଭାରତୀୟ ଯବାନ ମାନଙ୍କ ଦ୍ୱାରା ପାକିସ୍ତାନରେ ଥିବା ଜୈଶ-ଏ-ମହମ୍ମଦ ସଂଗଠନର ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଯାହା ଡହଡହ ପ୍ରମାଣ କରୁଛି ଏମାନେ ସମ୍ପୂର୍ଣ୍ଣ ପ୍ତସ୍ତୁତ ହୋଇ ଆସିଥିଲେ ୨୬/୧୧ ଭଳି ଆଉ ଏକ ବଡ଼ ଧରଣର ବିସ୍ଫୋରଣ ପାଇଁ । ଯାହାକୁ ଭାରତୀୟ ଯବାନ ପୁଣିଥରେ ବିଫଳ କରିଛି ବୋଲି ମୋଦି କହିଛନ୍ତି ।

Leave a Reply