spot_img
Home Blog Page 6545

ଏଲଏସିରେ ଭାରତ-ଚୀନ୍ ସୀମା ବିବାଦ… ପେଙ୍ଗୋଙ୍ଗଠାରେ ଉତ୍ତେଜନା ହ୍ରାସ ପାଇଁ ପୁଣି ଦୁଇ ଦେଶ ମଧ୍ୟରେ ବ୍ରିଗେଡର କମାଣ୍ଡରସ୍ତରୀୟ ଆଲୋଚନା

ଏଲଏସିରେ ଭାରତ-ଚୀନ୍ ସୀମା ବିବାଦ… ପେଙ୍ଗୋଙ୍ଗଠାରେ ଉତ୍ତେଜନା ହ୍ରାସ ପାଇଁ ପୁଣି ଦୁଇ ଦେଶ ମଧ୍ୟରେ ବ୍ରିଗେଡର କମାଣ୍ଡରସ୍ତରୀୟ ଆଲୋଚନା

ବନ୍ୟାରେ ଭାସିଗଲା ଝିଅ ବାହାଘର ଟଙ୍କା, ଆଉ ତା’ ପରେ ଯାହା ହେଲା ଆପଣ ମଧ୍ୟ ଜାଣନ୍ତୁ

ମୁମ୍ବାଇ:  ମହାରାଷ୍ଟ୍ରର ଭଣ୍ଡାରାରେ ହୋଇଥିବା ବନ୍ୟା ଲୋକଙ୍କ ଚିନ୍ତାର କାରଣ ସାଜିଛି । କିନ୍ତୁ ଏକ ଶ୍ରମିକ ପରିବାରକୁ ଏହି ବନ୍ୟା ଖୁବ ଭାରି ପଡ଼ିଛି । ଝିଅର ବାହାଘର ପାଇଁ ଏକାଠି କରିଥିବା ଟଙ୍କା ବନ୍ୟା ପାଣିରେ ଭାସି ଯାଇଛି । ବଳକା ରହି ଯାଇଥିବା ଟଙ୍କାକୁ ଏବେ ରାସ୍ତାରେ ଶୁଖାଇବା ବ୍ୟତୀତ ଉକ୍ତ ପରିବାର ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ । ତେବେ ଝିଅ ବାହାଘର ପରିବାର ଉପରେ ଚଡ଼କ ପକାଇଛି । ଖାଲି ଯେ ଟଙ୍କା ନୁହେଁ, ଟଙ୍କା ବ୍ୟତୀତ ଝିଅ ବାହାଘର ପାଇଁ ପୂର୍ବରୁ ସାଇତି ରଖିଥିବା ଅନ୍ୟ ସମସ୍ତ ଜିନିଷ ମଧ୍ୟ ଭସାଇ ନେଇଛି ନିଷ୍ଠୁର ବନ୍ୟା । ଦୁଃଖରେ ଦିନ କାଟିବା ବ୍ୟତୀତ ଏମାନଙ୍କ ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ । ଆସନ୍ତା ମାସରେ ଠିକ ହୋଇଥିବା ଝିଅର ବାହାଘରକୁ ନେଇ ଚିନ୍ତାରେ ପରିବାର ।

କିଛି କିଛି ଅଞ୍ଚଳରେ ବନ୍ୟା ପାଣିର ପ୍ରଭାବ ସାମାନ୍ୟ କମ ହୋଇଛି । କିନ୍ତୁ ସାମ୍ନାକୁ ଆସିଛି କ୍ଷୟକ୍ଷତିର ଚିତ୍ର । କିଏ ଜିନିଷ ହଜେଇଛି ତ କାହାର ଘର ଭାଙ୍ଗି ଯାଇଛି । ତେବେ ବସ୍ତିରେ ରହୁଥିବା ଗରିବ ଲୋକଙ୍କ ଉପରେ ବନ୍ୟାର ପ୍ରଭାବ ଯଥେଷ୍ଟ ପଡ଼ିଛି ।

ସୂଚନାଯୋଗ୍ୟ ଭଣ୍ଡାରା ଏବଂ ଗୋଁଦିଆ ଜିଲ୍ଲାରେ ୧୯୯୪ ମସିହାରେ ଏହିଭଳି ଛାରଖାର କରିଥିଲା ବନ୍ୟା । ତେବେ ଜିଲ୍ଲାର ପ୍ରାୟ ୬୨ଟି ଗାଁରେ ବନ୍ୟାର ଖାସ ପ୍ରଭାବ ପଡ଼ିଛି । ଏଥିରେ ପ୍ରଭାବିତ ହୋଇଛନ୍ତି ପ୍ରାୟ ୧୮ ହଜାର ଲୋକ । ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚା ଯାଇଛି । ଧାନ ଫସଲ ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁ କିଛି ଉଜାଡ଼ି ଦେଇଛି ୨୦୨୦ର ଏହି ବନ୍ୟା । ତେବେ ଏଠାରେ ଫସି ରହିଥିବା ଲୋକଙ୍କୁ ରକ୍ଷା କରିବାକୁ ରେସ୍କ୍ୟୁ ଅପରେସନ ଜାରି ରହିଛି ।

ମୌସୁମୀ ଅଧିବେଶନରେ ରହିବ ନାହିଁ ପ୍ରଶ୍ନକାଳ… ୪ ଘଣ୍ଟା ଲେଖାଏଁ ଚାଲିବ ଉଭୟ ଗୃହ

ନୂଆଦିଲ୍ଲୀ:ବିଶ୍ୱବ୍ୟାପି କରୋନା ଭୂତାଣ ମହାମାରୀର ପ୍ରଭାବକୁ ନଜରରେ ରଖି ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ଓ ଘରୋଇ ସଦସ୍ୟାଙ୍କ ବାଣିଜ୍ୟ ରହିବ ନାହିଁ । କିନ୍ତୁ ଶୂନ୍ୟ କାଳ ଏବଂ ଅନ୍ୟ ସମସ୍ତ କାର୍ୟ୍ୟ ସୂଚୀ ପ୍ରକ୍ରିୟା ଅନୁସାରେ ଜାରି ରହିବ । ଯେଉଁମାନେ ଏହି ଅଧିବେଶନରେ ଯୋଗ ଦେବେ ସେମାନଙ୍କୁ କରୋନା ଭୂତାଣୁକୁ ନେଇ ହୋଇଥିବା ନିୟମକୁ ପାଳନ କରିବେ । ୭୨ ଘଣ୍ଟା ମଧ୍ୟରେ କୋଭିଡ ପରୀକ୍ଷଣ ରିପୋର୍ଟ ପୈଠ କରିବାକୁ ପଡ଼ିବ ।

ରାଜ୍ୟସଭା ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ ପ୍ରଶ୍ନ କାଳ ରହିବ ନାହିଁ । ଅକ୍ଟୋବର ୧ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ୧୮ ଦିନ ଧରି ଅଧିବେଶନ ବସିବ। ସପ୍ତାହକୁ ଥରେ ମଧ୍ୟ ଛୁଟି ମିଳିବନାହିଁ । ସେପ୍ଟେମ୍ବର ୧୪ରେ ଲୋକସଭା ସକାଳ ୯ରୁ ଦିନ ଗୋଟାଏ ଯାଏଁ ବସିବ । ସେହିପରି ରାଜ୍ୟସଭା ଅଧିବେଶନ ଦିନ ୩ଟାରୁ ୭ଟା ଯାଏଁ ଚାଲିବ । ଏହା ପରଠାରୁ ରାଜ୍ୟସଭା ସକାଳ ୯ଟାରୁ ଦିନ ଗୋଟାଏ ଓ ଲୋକସଭା ପ୍ରକ୍ରିୟା ଦିନ ୩ଟାରୁ ୭ଟା ଯାଏଁ ଚାଲିବ । ଉଭୟ ଗୃହ ୪ ଘଣ୍ଟା ଲେଖାଏଁ ଚାଲିବ । ଏଥିସହ କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ । ଅଧିବେଶନର ସାମିଲ ହେଉଥିବା ସମସ୍ତ ସାଂସଦ, ଅଧିକାରୀ ଓ କର୍ମଚାରୀଙ୍କୁ କରୋନା ଗାଇଡଲାଇନ୍ ମାନିବେ ।

ରାଜ୍ୟରେ ପୁଣି ୧୧ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ପୁଣି ୧୧ ଜଣଙ୍କ ମୁଣ୍ଡ ନେଲା କରୋନା । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ମଙ୍ଗଳବାର ମଧ୍ୟ ରାଜ୍ୟରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଆଜି ବୁଧବାର ୧୧ ଜଣ ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ଜଣେ ମତ୍ୟୁ ବରଣ କରିଥିବା ବେଳେ ଭଦ୍ରକରୁ ଜଣେ, ଭୁବନେଶ୍ୱରରୁ ଦୁଇ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ଜଣେ, ପୁରୀରୁ ଜଣେ, ରାୟଗଡ଼ାରୁ ଜଣେ ଓ ସମ୍ବଲପୁରରୁ ଜଣେ ମୃତ୍ୟୁ ବରଣ କରିଛନ୍ତି ।

ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ୫୭ ବର୍ଷୀୟ ଜଣେ ପୁରୁଷ ରହିଥିବା ବେଳେ ସେ ଡାଇବେଟିସ୍‌ ଓ ହାଇପରଟେନ୍‌ସନ୍‌ ରୋଗରେ ପୀଡ଼ିତ ଥିଲେ । ସେହିଭଳି ଭଦ୍ରକରୁ ମଦ୍ୟ ୫୭ ବର୍ଷୀୟ ଜଣେ ପୁରୁଷଙ୍କ ଜୀବନ ଯାଇଛି । ସେ ମଧ୍ୟ ଡାଇବେଟିସ୍‌ ଓ ହାଇପରଟେନ୍‌ସନ୍ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ୱରରୁ ଜଣେ ୬୨ ବର୍ଷୀୟ ପରୁଷ ମତ୍ୟୁ ବରଣ କରିଥିବା ବେଳେ ସେ ମଧ୍ୟ ଡାଇବେଟିସ୍‌ ଓ ହାଇପରଟେନ୍‌ସନ୍ ରୋଗରେ ପୀଡ଼ିତ ଥିଲେ । ସେହିଭଳି ଭୁବନେଶ୍ୱରରୁ ଜଣେ ୫୭ ବର୍ଷୀୟ ମହିଳା ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ସେ ପୂର୍ବରୁ ଡାଇବେଟିସ୍‌ ଓ ହାଇପରଟେନ୍‌ସନ୍ ରୋଗରେ ପୀଡ଼ିତ ଥିବା ସହ ହାଇପୋଥାଇରଡିଜିମ୍‌ ରୋଗରେ ପୀଡ଼ିତ ଥିଲେ ।

ସେହିଭଳି ଗଞ୍ଜାମରୁ ଜଣେ ୬୩ ବର୍ଷୀୟ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ୩୫ ବର୍ଷୀୟ ପରୁଷ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଗଞ୍ଜାମରୁ ଆଉ ଜଣେ ୫୬ ବର୍ଷୀୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ସେ ପୂର୍ବରୁ ହାଇପରଟେନ୍‌ସନ୍ ରୋଗରେ ପୀଡ଼ିତ ଥିଲେ ।

ଜଗତସିଂହପୁରରୁ ଜଣେ ୯୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହହୋଛି । ସେ ମଧ୍ୟ ପୂର୍ବରୁ ହାଇପରଟେନ୍‌ସନ୍ ରୋଗରେ ପୀଡ଼ିତ ଥିଲେ । ପୁରୀରୁ ମଧ୍ୟ ଜଣେ ୫୨ ବର୍ଷୀୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ସେ ମଧ୍ୟ ପୂର୍ବରୁ ହାଇପରଟେନ୍‌ସନ୍ ରୋଗରେ ପୀଡ଼ିତ ଥିଲେ ।

ରାୟଗଡ଼ାରୁ ମଧ୍ୟ ଜଣେ ୬୪ ବର୍ଷୀୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ସେ ପୂର୍ବରୁ ହାଇପରଟେନ୍‌ସନ୍ ଓ ଆନେମିଆ ରୋଗରେ ପୀଡ଼ିତ ଥିଲେ । ସେହିଭଳି ସମ୍ବଲପୁରରୁ ଜଣେ ୫୮ ବର୍ଷୀୟ ମହିଳା ମୃତ୍ୟୁ ବରଣ କରିଛନ୍ତି ।

୨୪ ଘଣ୍ଟାରେ ରାଜ୍ୟରେ ପୁଣି ୩୨୧୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୫୧ହଜାର ୨୪୫ଟେଷ୍ଟିଂ ହୋଇଛି । RTPCR, ଆଣ୍ଟିଜେନ୍ ଓ ଟ୍ରୁନାଟ ମାଧ୍ୟମରେ ନମୁନା ପରୀକ୍ଷା ହୋଇଛି । RTPCRରେ ୭ହଜାର ୬୮୫, ଆଣ୍ଟିଜେନ୍ରେ 43476, ଟ୍ରୁନାଟରେ ୮୪ଟି କରୋନା ଟେଷ୍ଟିଂ ହୋଇଛି । ଗଂଜାମରେ ସର୍ବାଧିକ ୯ହଜାର ୪୨୬ ନମୁନା ପରୀକ୍ଷା ହୋଇଥିବା ବେଳେ ମୟୂରଭଂଜରେ ୭ହଜାର ୬୫୫ ନମୁନା ପରୀକ୍ଷା ହୋଇଛି । ବୁଧବାର ଦିନ ରାଜ୍ୟରେ ନୂଆ ୩୨୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କ୍ୱାରେଣ୍ଟାଇନରୁ ୧୯୩୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୮୮ ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ କରୋନା ସଂଖ୍ୟା ୧୦୯୭୮୦ ରହିଛି ।

୨୯ଟି ଜିଲ୍ଲାରୁ ବୁଧବାର ୩୨୧୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ସର୍ବାଧିକ ୭୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହା ବ୍ୟତୀତ ଅନୁଗୁଳରୁ ୬୬, ବାଲେଶ୍ୱରରୁ ୧୯୪, ଭଦ୍ରକରୁ ୮୭, ବରଗଡ଼ରୁ ୧୮୫, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୩୬, କଟକରୁ ୪୦୦, ଢେଙ୍କାନାଳରୁ ୩୭, ଗଜପତିରୁ ୨୭, ଗଞ୍ଜାମରୁ ୧୬୯, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୧୭, ଝାରସୁଗୁଡ଼ାରୁ ୬୦, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୩୨, କେନ୍ଦ୍ରାପଡ଼ାରୁ ୫୭, କେନ୍ଦୁଝରରୁ ୧୦୨, , କୋରାପୁଟରୁ ୯୦, ମାଲକାନଗିରିରୁ ୧୩, ମୟୂରବଞ୍ଜରୁ ୧୩୭, ନବରଙ୍ଗପୁରରୁ ୫୫, ନୟାଗଡ଼ରୁ ୬୨, ନୂଆପଡ଼ାରୁ ୪୯, ପୁରୀରୁ ୨୧୭, ରାୟଗଡ଼ାରୁ ୨୫, ସମ୍ବଲପୁରରୁ ୭୮, ସୋନପୁରରୁ ୨୬, ସୁନ୍ଦରଗଡ଼ରୁ ୬୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି କରୋନାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ରାଜ୍ୟରେ ୨୮,୪୪୩ ସକ୍ରିୟ ମାମଲା ରହିଛି ।

ରାଜ୍ୟ କ୍ୟାବିନେଟ୍ ବୈଠକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ଆଲୋଚନା

ଭୁବନେଶ୍ୱର: ବୁଧବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ବସିବ ବୈଠକ । ବୁଧବାର ଗୋଟିଏ ଦିନକରେ ୩ଟି କ୍ୟାବିନେଟ ବୈଠକ ବସିବ । ସନ୍ଧ୍ୟା ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ ବୋଲି ସ୍ଥିର କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଅଧ୍ୟାଦେଶକୁ ବୈଠକରେ ମଞ୍ଜୁରୀ ମିଳିବ ବୋଲି ସୂଚନା ରହିଛି ।

https://www.facebook.com/NandighoshaTV/videos/348620962936928/

୫ଟା୧୫ରେ ରାଜ୍ୟ କୃଷି କ୍ୟାବିନେଟ୍ ବୈଠକ ବସିବ । ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଏହା ପ୍ରଥମ କୃଷି କ୍ୟାବିନେଟ୍‌ । ଏହି କ୍ୟାବିନେଟ୍‌ କମିଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିଥିବା ବେଳେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କମିଟି ସଂପାଦକ, କୃଷି ସଚିବ ସୌରଭ ଗର୍ଗ କମିଟିର ଆବାହକ ଦାୟିତ୍ୱ ତୁଲାଇବେ । କୃଷି, ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସଂସଦୀୟ ବ୍ୟାପାର ରାଜସ୍ୱ ଓ ବିପର୍ଯ୍ୟୟ, ପରିଚାଳନା, ଅର୍ଥ ବିଭାଗର ମନ୍ତ୍ରୀ ମଧ୍ୟ ରହିବେ । ଏହି ଷଷ୍ଠ କୃଷି କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ତେବେ ୫ଟା ୪୫ରେ ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକ ବସିବ । ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିବାର ସମ୍ଭା ବନା ରହିଛି ।

 

ଦେଶରେ ୭୮ ହଜାର ୩୫୭ କରୋନା ପଜିଟିଭ୍ ଚିହ୍ନଟ, ୧୦୪୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କମିବାର ନାଁ ନେଉନି କରୋନା ସଂକ୍ରମଣ । ୨୪ଘଣ୍ଟାରେ ୭୮ହଜାର ୩୫୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୦୪୫ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ୩୭ଲକ୍ଷ ୬୯ହଜାର ୫୨୪ ସଂକ୍ରମିତ ହୋଇଥିବା ବେଲେ ଆକ୍ଟିଭ୍ କେସ୍ ଅଛନ୍ତି ୮ଲକ୍ଷ ୧୨ଶହ ୮୨ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୯ଲକ୍ଷ ୧୯ଶହ୯ ଜଣ । କରୋନାରେ ଦେଶରେ ଏବେଯାଏଁ ୬୬ହଜାର ୩୩୩ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ୮ଲକ୍ଷ ଟପି ଥିବା ବେଳେ ୨୪ହଜାର ୯୦୩ଜଣଙ୍କ ମୃତ୍ୟୁ ହେଲାଣି ।

ସେହିପରି ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ୪ଲକ୍ଷରୁ ଅଧିକ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୪ହଜାର ୫୩ ଓ ୭ହଜାର ୪୧୮ । କର୍ଣ୍ଣାଟକରେ ୩ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୫ହଜାର ୮୩୭ । ୟୁପିରେ ୨ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୩ହଜାର ୫୪୨ରେ ପହଞ୍ଚିଛି । ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା, ଆସାମ ଓ ଓଡିଶାରେ ଲକ୍ଷେରୁ ଉର୍ଦ୍ଧ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି ।

ଆଇସିଏମଆର ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ୪ କୋଟି ୫୨ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଗତକାଲି ୧୦ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା। ସକାରାତ୍ମକତା ହାର ୭ ପ୍ରତିଶତରୁ କମ୍ ରହିଛି  । ତେବେ ଆଶ୍ୱସ୍ତିର ଖବର ଏହା ଯେ, ମୃତ୍ୟୁହାରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି ।  ମୃତ୍ୟୁ ହାର ୧.୭୬ %କୁ ହ୍ରାସ ପାଇଛି । ଏହା ସହିତ ସୁସ୍ଥତା ହାର ୭୭ ପ୍ରତିଶତକୁ ବୃଦ୍ଧି ପାଇଛି । ଭାରତରେ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ।

 

ଏଲଏସିରେ ଭାରତ-ଚୀନ୍ ସୀମା ବିବାଦ, ଚୀନକୁ ଆମେରିକାର ଚେତାବନି

ଲଦାଖ: ଲଦାଖ ସୀମାରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଫେଙ୍ଗୋଙ୍ଗ ସୋରେ ଉତ୍ତେଜନା ହ୍ରାସ ନେଇ ଆଜି ପୁଣି ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ବସୁଛି । ସେପଟେ ସାମ୍ନାକୁ ଆସିଛି ଚୀନ୍‌ର ଦୋମୁହାଁ ନୀତି । ଗତ ୩ ଦିନ ମଧ୍ୟରେ ୩ ଥର ଅନୁପ୍ରବେଶ ଉଦ୍ୟମ କରିଛି ଚୀନ୍ । ଗୋଟେପଟେ ଶାନ୍ତି ଆଲୋଚନା ପାଇଁ କହୁଛି ଚୀନ୍, ଅନ୍ୟପଟେ ଅନୁପ୍ରବେଶ ଉଦ୍ୟମ କରୁଛି । ତେବେ ଚୀନ୍ ସବୁପ୍ରକାର ଉଦ୍ୟମକୁ ବିଫଳ କରିବା ପାଇଁ ପ୍ରସ୍ତୁତ ରହିଛି ଭାରତୀୟ ସେନା । ଅଗଷ୍ଟ ୩୧ରେ ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଚାଲିଥିବା ବେଳେ ଚୀନ୍ ପକ୍ଷରୁ ଚୁମାର ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ହୋଇଥିଲା ।

ତେବେ ସେଠାରେ ମୁତୟନ ହୋଇଥିବା ଭାରତୀୟ ସେନା ସେମାନଙ୍କୁ ଆଗକୁ ବଢିବାକୁ ଦେଇନଥିଲେ । ଚୀନ୍ ସେନା ପକ୍ଷରୁ କରାଯାଉଥିବା ଏଭଳି ଉଦ୍ୟମ ବୁଝାମଣା ବିରୋଧୀ ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି । ଚୀନ୍ ସହ ଉଭୟ କୁଟନୈତିକ ଓ ସାମରିକସ୍ତରରେ ଆଲୋଚନା କରିଛି । ତେବେ ଚୀନ୍ ନିଜ ଫ୍ରଣ୍ଟଲାଇନ୍ ଟ୍ରୁପଙ୍କ ଉପରେ ଅଙ୍କୁଶ ଲଗାଇବା ସହ ଅନୁଶାସିତ କରିବା ଜରୁରୀ । ଭାରତ ଆଲୋଚନା ମାଧ୍ୟମରେ ଏଲଏସି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି । ଚୀନ୍ ତରଫରୁ ମଧ୍ୟ ଏନେଇ ସହଯୋଗ ଆଶା କରାଯାଉଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଗତ ୨୯ ଓ ୩୦ ତାରିଖରେ ପୂର୍ବ ଲଦାଖର ପେଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ ସେନା ମାଡି ଆସିଥିଲେ । ସେତେବେଳେ ଭାରତୀୟ ଯବାନ ଉଚିତ ଜବାବ ଦେଇଥିଲେ । ଫଳରେ ବାଧ୍ୟ ହୋଇ ପଛକୁ ଘୁଞ୍ଚିଥିଲା ଚୀନ ସେନା । ଭାରତୀୟ ସେନା ବ୍ଲାକ୍ ଟପ୍ କବଜା କରିବା ସହ ଚୀନ ସେନା ଲଗାଇଥିବା କ୍ୟାମେରା ଓ ଅନ୍ୟ ଉପକରଣ ହଟାଇଦେଇଛି । ସେପଟେ ଭାରତ-ଚୀନ୍ ସୀମା ବିବାଦ ନେଇ ଚୀନ୍‌କୁ ଚେତାବନୀ ଦେଇଛି ଆମେରିକା । ପଡ଼ୋଶୀ ଦେଶଙ୍କୁ ବେଜିଂ ଉସକାଉଥିବା ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆମେରିକା ବୈଦେଶିକ ବିଭାଗ କହିବା ଅନୁସାରେ, ସେମାନେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶା କରୁଛନ୍ତି। ଏହି ଉତ୍ତେଜନାକୁ ବନ୍ଦ କରିବାର ଏକମାତ୍ର ଉପାୟ ହେଉଛି ବେଜିଂ ବିରୋଧରେ ସ୍ୱର ଉତ୍ତୋଳନ କରିବା ।

ଭିଜିଲାନ୍ସ ଜାଲରେ ମୁନିସିପାଲିଟି- ARCS ଅଧିକାରୀ

ଝାରସୁଗୁଡ଼ା/ଢେଙ୍କାନାଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ । ବ୍ରଜରାଜନଗର ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ପଟେଲଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିିଛି ଭିଜିଲାନ୍ସ ବିଭାଗ । ମଙ୍ଗଲବାର ଦିନ ସରକାରୀ ବାସଭବନ, ବ୍ରଜରାଜନଗର ଅଫିସ, ଦେବଡିହିରେ ଥିବା ତାଙ୍କ ଘର, ବେଲମୁଣ୍ଡା ସ୍ଥିତ ପୈତୃକ ଘର, ସମସିଙ୍ଗରେ ପୁଅ ନାଁରେ ଥିବା ପେଟ୍ରୋଲ ପମ୍ପ, କୋଲବାହାଲ ସ୍ଥିତ ଶ୍ୱଶୁର ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ।

ତେବେ ଏକ କାଳୀନ ୬ଟି ସ୍ଥାନରେ ଚଢ଼ାଉ ଫଳରେ ତାଙ୍କର ଅସଲ ରୂପ ଏବେ ପଦାକୁ ଆସିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ବାରମ୍ବାର ଏଭଳି ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍‌ କରାଯାଉଥିଲେ ମଧ୍ୟ ବବାବୁ ମାନେ ସୁଧୁରିବାର ନାଁ ଧରୁ ନାହାନ୍ତି । ତେବେ ସରକାରୀ ବାବୁଙ୍କ ପାଖରେ ଏତେ ଟଙ୍କା ଆସୁଛି କେଉଁଠି ସେନେଇ ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଚାକିରି କରୁଥିବା ବେଳେ ଦରମା ବାଦ୍‌ ଏତେ ଟଙ୍କା ରୋଜଗାର କରୁଥିବା ନେଇ ବିଭାଗ ଜାଣିପାରୁନି କଭିଳି ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ସେହିଭଳି ଢେଙ୍କାନାଳର ଜଣେ ସହକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ARCSର ସହକାରୀ ଅଧିକାରୀ ବିଦ୍ୟାଧର ରାଉତଙ୍କ ଘର ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଏକକାଳିନ ଛାପା ମାରିଛି । ଭୁବନେଶ୍ୱର ପଟିଆ ସ୍ଥିତ ଘର, ପୈତୃକ ଗାଁ ଭଦ୍ରକ ଓ କୁମ୍ଭାରିଆ ଗାଁରେ ଚଢାଉ କରିଛି ଭିଜିଲାନ୍ସ । ଏହାସହ ଢେଙ୍କାନାଳ ମହିସିଆପାଟ ସହକାରୀ ସମ୍ୱଦ୍ଧକ ସମବାୟ ସମିତି ଅଫିସରେ ରେଡ୍ ।

ଅନଲକ୍ ୪.୦ରେ ପୁଣି ଗଡିଛି ରାଜ୍ୟ ସଡକ ପରିବହନର ବସ୍

ଭୁବନେଶ୍ୱର: ଦେଶରେ ସେପ୍ଟେମ୍ବର ୧ରୁ ଅନଲକ୍ ୪.୦ ଲାଗୁ ହୋଇଛି । ଅନଲକ୍ ୪.୦ ପର୍ଯ୍ୟାୟରେ ଅନେକ ପରିବର୍ତ୍ତନ କରାଯାଇଛି । ଅଧିକାଂଶ କଟକଣାକୁ କୋହଳ କରାଯାଇଛି । ସରକାରଙ୍କ ଅନୁସାରେ ଅଗଷ୍ଟରେ ଘୋଷଣା କରାଯାଇଥିବା କିଛି ନିୟମ ସେପ୍ଟେମ୍ବର ପହିଲାରୁ ଲାଗୁ ହେବ । ଅନଲକ୍ ୪.୦ ପାଇଁ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ଅନଲକ୍ ୪.୦ରେ କୋହଳ ହୋଇଛି କଟକଣା । ଦିଲ୍ଲୀରେ ମେଟ୍ରୋ ସେବା ଆରମ୍ଭ ହେବା ସହିତ ଓଡ଼ିଶାରେ ବସ ଚଳାଚଳ ସ୍ୱାଭାବିକ୍ ହୋଇଛି । ଲୋକଙ୍କ ଗମନାଗମନରେ ସୁବିଧା ପାଇଁ ଆରମ୍ଭ ହୋଇଛି ବସ୍ ସେବା ।

ଉଭୟ ସରକାରୀ ଓ ବେସରକାରୀ ବସ ଚଳାଚଳ ସ୍ୱାଭାବିକ୍ ହୋଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଠାରୁ ରାସ୍ତାରେ ପୁଣି ଗଡିଛି ରାଜ୍ୟ ସଡକ ପରିବହନର ବସ୍ । ପ୍ରଥମ ଦିନରେ ୧୪ଟି ଡିପୋରୁ ୨୯ଟି ରୁଟରେ ୬୦ରୁ ଅଧିକ ବସ୍ ଚାଲିଛି । ଏନେଇ ସୂଚନା ଦେଇଛନ୍ତି ଓଏସ୍ଆରଟିସିର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା । ରାଜ୍ୟରେ ଚାଲିଥିବା ଜେଇଇ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏହି ବସ୍ ସେବା ସହାୟକ ହେବ ବୋଲି ଆଶା କରାଯାଇଛି । ତେବେ ବସରେ ଯାତ୍ରା କରିବାକୁ ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବାବେଳେ ଠିଆ ହୋଇ ଯାତ୍ରା କରିବା ଉପରେ ଲାଗିଛି କଟକଣା ।