ମୌସୁମୀ ଅଧିବେଶନରେ ରହିବ ନାହିଁ ପ୍ରଶ୍ନକାଳ… ୪ ଘଣ୍ଟା ଲେଖାଏଁ ଚାଲିବ ଉଭୟ ଗୃହ

ନୂଆଦିଲ୍ଲୀ:ବିଶ୍ୱବ୍ୟାପି କରୋନା ଭୂତାଣ ମହାମାରୀର ପ୍ରଭାବକୁ ନଜରରେ ରଖି ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ଓ ଘରୋଇ ସଦସ୍ୟାଙ୍କ ବାଣିଜ୍ୟ ରହିବ ନାହିଁ । କିନ୍ତୁ ଶୂନ୍ୟ କାଳ ଏବଂ ଅନ୍ୟ ସମସ୍ତ କାର୍ୟ୍ୟ ସୂଚୀ ପ୍ରକ୍ରିୟା ଅନୁସାରେ ଜାରି ରହିବ । ଯେଉଁମାନେ ଏହି ଅଧିବେଶନରେ ଯୋଗ ଦେବେ ସେମାନଙ୍କୁ କରୋନା ଭୂତାଣୁକୁ ନେଇ ହୋଇଥିବା ନିୟମକୁ ପାଳନ କରିବେ । ୭୨ ଘଣ୍ଟା ମଧ୍ୟରେ କୋଭିଡ ପରୀକ୍ଷଣ ରିପୋର୍ଟ ପୈଠ କରିବାକୁ ପଡ଼ିବ ।

ରାଜ୍ୟସଭା ସଚିବାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନରେ ପ୍ରଶ୍ନ କାଳ ରହିବ ନାହିଁ । ଅକ୍ଟୋବର ୧ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ୧୮ ଦିନ ଧରି ଅଧିବେଶନ ବସିବ। ସପ୍ତାହକୁ ଥରେ ମଧ୍ୟ ଛୁଟି ମିଳିବନାହିଁ । ସେପ୍ଟେମ୍ବର ୧୪ରେ ଲୋକସଭା ସକାଳ ୯ରୁ ଦିନ ଗୋଟାଏ ଯାଏଁ ବସିବ । ସେହିପରି ରାଜ୍ୟସଭା ଅଧିବେଶନ ଦିନ ୩ଟାରୁ ୭ଟା ଯାଏଁ ଚାଲିବ । ଏହା ପରଠାରୁ ରାଜ୍ୟସଭା ସକାଳ ୯ଟାରୁ ଦିନ ଗୋଟାଏ ଓ ଲୋକସଭା ପ୍ରକ୍ରିୟା ଦିନ ୩ଟାରୁ ୭ଟା ଯାଏଁ ଚାଲିବ । ଉଭୟ ଗୃହ ୪ ଘଣ୍ଟା ଲେଖାଏଁ ଚାଲିବ । ଏଥିସହ କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ । ଅଧିବେଶନର ସାମିଲ ହେଉଥିବା ସମସ୍ତ ସାଂସଦ, ଅଧିକାରୀ ଓ କର୍ମଚାରୀଙ୍କୁ କରୋନା ଗାଇଡଲାଇନ୍ ମାନିବେ ।

Leave a Reply