ବନ୍ୟାରେ ଭାସିଗଲା ଝିଅ ବାହାଘର ଟଙ୍କା, ଆଉ ତା’ ପରେ ଯାହା ହେଲା ଆପଣ ମଧ୍ୟ ଜାଣନ୍ତୁ

ମୁମ୍ବାଇ:  ମହାରାଷ୍ଟ୍ରର ଭଣ୍ଡାରାରେ ହୋଇଥିବା ବନ୍ୟା ଲୋକଙ୍କ ଚିନ୍ତାର କାରଣ ସାଜିଛି । କିନ୍ତୁ ଏକ ଶ୍ରମିକ ପରିବାରକୁ ଏହି ବନ୍ୟା ଖୁବ ଭାରି ପଡ଼ିଛି । ଝିଅର ବାହାଘର ପାଇଁ ଏକାଠି କରିଥିବା ଟଙ୍କା ବନ୍ୟା ପାଣିରେ ଭାସି ଯାଇଛି । ବଳକା ରହି ଯାଇଥିବା ଟଙ୍କାକୁ ଏବେ ରାସ୍ତାରେ ଶୁଖାଇବା ବ୍ୟତୀତ ଉକ୍ତ ପରିବାର ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ । ତେବେ ଝିଅ ବାହାଘର ପରିବାର ଉପରେ ଚଡ଼କ ପକାଇଛି । ଖାଲି ଯେ ଟଙ୍କା ନୁହେଁ, ଟଙ୍କା ବ୍ୟତୀତ ଝିଅ ବାହାଘର ପାଇଁ ପୂର୍ବରୁ ସାଇତି ରଖିଥିବା ଅନ୍ୟ ସମସ୍ତ ଜିନିଷ ମଧ୍ୟ ଭସାଇ ନେଇଛି ନିଷ୍ଠୁର ବନ୍ୟା । ଦୁଃଖରେ ଦିନ କାଟିବା ବ୍ୟତୀତ ଏମାନଙ୍କ ପାଇଁ ଅନ୍ୟ କୌଣସି ରାସ୍ତା ନାହିଁ । ଆସନ୍ତା ମାସରେ ଠିକ ହୋଇଥିବା ଝିଅର ବାହାଘରକୁ ନେଇ ଚିନ୍ତାରେ ପରିବାର ।

କିଛି କିଛି ଅଞ୍ଚଳରେ ବନ୍ୟା ପାଣିର ପ୍ରଭାବ ସାମାନ୍ୟ କମ ହୋଇଛି । କିନ୍ତୁ ସାମ୍ନାକୁ ଆସିଛି କ୍ଷୟକ୍ଷତିର ଚିତ୍ର । କିଏ ଜିନିଷ ହଜେଇଛି ତ କାହାର ଘର ଭାଙ୍ଗି ଯାଇଛି । ତେବେ ବସ୍ତିରେ ରହୁଥିବା ଗରିବ ଲୋକଙ୍କ ଉପରେ ବନ୍ୟାର ପ୍ରଭାବ ଯଥେଷ୍ଟ ପଡ଼ିଛି ।

ସୂଚନାଯୋଗ୍ୟ ଭଣ୍ଡାରା ଏବଂ ଗୋଁଦିଆ ଜିଲ୍ଲାରେ ୧୯୯୪ ମସିହାରେ ଏହିଭଳି ଛାରଖାର କରିଥିଲା ବନ୍ୟା । ତେବେ ଜିଲ୍ଲାର ପ୍ରାୟ ୬୨ଟି ଗାଁରେ ବନ୍ୟାର ଖାସ ପ୍ରଭାବ ପଡ଼ିଛି । ଏଥିରେ ପ୍ରଭାବିତ ହୋଇଛନ୍ତି ପ୍ରାୟ ୧୮ ହଜାର ଲୋକ । ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚା ଯାଇଛି । ଧାନ ଫସଲ ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସବୁ କିଛି ଉଜାଡ଼ି ଦେଇଛି ୨୦୨୦ର ଏହି ବନ୍ୟା । ତେବେ ଏଠାରେ ଫସି ରହିଥିବା ଲୋକଙ୍କୁ ରକ୍ଷା କରିବାକୁ ରେସ୍କ୍ୟୁ ଅପରେସନ ଜାରି ରହିଛି ।

Leave a Reply