spot_img
Home Blog Page 6543

କମିଲା ସୁନା-ରୂପା ମୂଲ୍ୟ, ୧୫୦୦ରୁ ଅଧିକ ଶସ୍ତା

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମୂଲ୍ୟ ହ୍ରାସ ହେବା ଏବଂ ଭାରତୀୟ ଟଙ୍କାର ସ୍ଥିତି ସୁଦୃଢ ହେବା ପରେ ଘରୋଇ ବଜାରରେ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ହୋଇଛି । ବୁଧବାରକୁ ଦିଲ୍ଲୀ ସରଫା ବଜାରରେ ୧୦ ଗ୍ରାମ ସୁନା ମୂଲ୍ୟରେ ୬୧୪ ଟଙ୍କା ହ୍ରାସ ହୋଇଛି । ଅନ୍ୟ ପକ୍ଷରେ ୧ କିଲୋଗ୍ରାମ ରୂପାରେ ୧୭୯୯ ଟଙ୍କା ହ୍ରାସ ହୋଇଛି ।

ଏକ୍ସପର୍ଟଙ୍କ କହିବା ଅନୁସାରେ ଗ୍ଲୋବାଲ କରେନ୍ସିରେ ଉତଥାନ ପତନ ହେବା ଦ୍ୱାରା ସୁନା ଏବଂ ରୂପାର ମୂଲ୍ୟ ବଢୁଛି ଏବଂ କମ୍ ହେଉଛି । କିନ୍ତୁ ମ୍ୟାନୁଫ୍ୟାକଚରିଙ୍ଗ୍ ପିଏମଆଇର ତାଜା ଆକଳନ ଅନୁସାରେ ବିଶ୍ୱରେ ମ୍ୟାନୁଫ୍ୟାକଚରିଙ୍ଗ ଗତିବିଧିରେ ପରିବର୍ତ୍ତନ ହେଉଛି । ଏଭଳି ପରିସ୍ଥିତିରେ ପୁଣି ସୁନା ମୂଲ୍ୟ କମ୍ ହୋଇପାରେ । ସୂଚନା ମୁତାବକ ଦିଲ୍ଲୀ ସରଫା ବଜାରରେ ବୁଧବାରକୁ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୨,୯୨୮ରୁ ୫୨,୩୧୪କୁ ହ୍ରାସ ହୋଇଛି । ଅର୍ଥାତ ୧୦ ଗ୍ରାମ ପିଛା ୬୧୪ ଟଙ୍କା ହ୍ରାସ ହୋଇଛି । ମୁମ୍ବାଇରେ ୨୪ କ୍ୟରେଟ ସୁନା ମୂଲ୍ୟ ୫୧,୦୨୪ ଟଙ୍କା ରହିଛି ।

ସୁନା ଭଳି ରୂପା ମୂଲ୍ୟ ମଧ୍ୟ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ସରଫା ବଜାରରେ ୧ କିଲୋଗ୍ରାମ ରୂପାର ମୂଲ୍ୟ ୭୩,୦୦୧ରୁ ହ୍ରାସ ହୋଇ ୭୧,୨୦୨କୁ ପହଞ୍ଚିଛି । ମୁମ୍ବାଇରେ ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୬,୩୫୬କୁ ହ୍ରାସ ହୋଇଛି

ଭାରତରେ ୧୧୮ ଚାଇନିଜ୍ ଆପ୍ ବ୍ୟାନ୍‌, ବଳିି ପଡ଼ିଲା PUBG ଗେମ୍‌

ନୂଆଦିଲ୍ଲୀ: ଟିକ୍‌ଟକ୍‌ ପରେ ଏବେ ବହୁଚର୍ଚ୍ଚିତ ପବ୍‌ ଜି ଗେମ୍‌ର ଖେଳ ଶେଷ । ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଚିନ୍‌ ସହ ସେନା ସ୍ତରୀୟ ବୈଠକ ହେଉଥିଲେ ମଧ୍ୟ ଚୀନ୍‌ର ବ୍ୟବହାରରେ କୌଣସି ସୁଧାର ଆସୁନାହିଁ । ଏହି ସମୟରେ, କେନ୍ଦ୍ରୀୟ ଆଇଟି ମନ୍ତ୍ରଣାଳୟ ୧୧୮ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି । ୧୧୮ଟି ଆପ ମଧ୍ୟରେ PUBG ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । PUBG ବ୍ୟତୀତ, ୧୧୮ ଟି ଆପରେ କ୍ୟାମକାର୍ଡ, ବାଇଡୁ, କଟ୍ କଟ୍, ଭୋଭ୍, ଟେନସେଣ୍ଟ, ୱେୟୁନ୍, ରାଇଜ୍ ଅଫ୍ କିଙ୍ଗସ୍, ଜାକଜକ୍ ଇତ୍ୟାଦି ଅନ୍ତର୍ଭୁକ୍ତ । ଆଇଟି ମନ୍ତ୍ରଣାଳୟ ଦ୍ୱାରା 118 ଚାଇନିଜ୍ ଆପ୍, PUBG ମଧ୍ୟ ନିଷେଧ ।

ଏହା ପୂର୍ବରୁ ଚୀନ୍‌କୁ ଭାରତ କଡ଼ା ଜବାବ ଦେଇଛି । ଭାରତ ସରକାର ପୂର୍ବରୁ ଟିକେଟ୍ ସମେତ ଚାଇନାରେ ଅନେକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଜୁନ୍ ଶେଷରେ ଭାରତ ଟିକ୍‌ଟକ୍‌, ହାଲୋ ସମେତ ଚାଇନାରୁ ୫୯ ଟି ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା । ପରେ ଜୁଲାଇ ଶେଷରେ ଆହୁରି ୪୭ ଟି ଚାଇନିଜ୍ ଆପ୍ ନିଷେଧ କରାଯାଇଥିଲା ।

ବର୍ତ୍ତମାନ ବ୍ୟାନ୍‌ ହୋଇଥିବା ଆପ୍‌ ଗୁଡ଼ିକ କଣ ଦେଖନ୍ତୁ

ଭାରତ ଚାରିପଟେ ପ୍ରାୟ ୧୨ଟି ଦେଶରେ ସେନା ବେସ୍ ନିର୍ମାଣ କରୁଛି ଚୀନ !

ୱାଂଶିଟନ୍: ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ଏକ ରିପୋର୍ଟରେ ଦାବି କରିଛି କି ଭାରତର ତିନି ପଡ଼ୋଶୀ ଦେଶ ସମେତ ପ୍ରାୟ ୧୨ଟି ଦେଶରେ ଚୀନ ନିଜ ଶକ୍ତି ବଢ଼ାଉଛି । ଚୀନ ଲମ୍ବା ଦୂରତାର ନିଜ ସେନାର ଆଧିପତ୍ୟ ବିସ୍ତାର ପାଇଁ ସେନା ବେସ୍ ନିର୍ମାଣ କରୁଛି । ରିପୋର୍ଟ ପ୍ରକାରେ ଭାରତର ପଡ଼ୋଶୀ ଦେଶ ପାକିସ୍ତାନ, ଶ୍ରୀଲଙ୍କା ଓ ମିଆଁମାର ବ୍ୟତୀତ ଚୀନ ଥାଇଲାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିଆ, ୟୁଏଇ, କେନ୍ୟା, ପୂର୍ବ ଆଫ୍ରିକୀୟ ଦେଶ ସେଶଲ୍ସ, ତଞ୍ଜାନିୟା, ଅଙ୍ଗୋଲା ଓ ତାଜାକିସ୍ତାନରେ ବେସ୍ ଖୋଲିବା ନେଇ ପ୍ରୋଜେକ୍ଟରେ କାମ କରୁଛି ।

ପେଣ୍ଟାଗନ ନିଜ ବାର୍ଷିକ ରିପୋର୍ଟ ‘ମିଲଟ୍ରି ଏଣ୍ଡ ସିକ୍ୟୁରିଟି ଡେଭଲପମେଣ୍ଟ୍ସ ଇନଭଲିଂ ଦ ପିପୁଲ୍ସ ରିପ୍ଲବିକ ଅଫ୍ ଚାଇନା’ (ପିଆରସି) ୨୦୨୦ ମଙ୍ଗଳବାର ଆମେରିକା କଂଗ୍ରେସକୁ ହସ୍ତାନ୍ତର କରିଛି । ଏହି ରିପୋର୍ଟରେ ପେଣ୍ଟାଗନ ପକ୍ଷରୁ କୁହାଯାଇଛି- ଜିବୁତିରେ ଚୀନ ସାମରିକ ବେସ୍ ବ୍ୟତୀତ ସେଠାରେ ନୌସେନା, ବାୟୁସେନା ସହ ସ୍ଥଳ ସେନାକୁ ମଜଭୁତ୍ କରିବାକୁ ଚାହୁଁଛି । ବୈଶ୍ୱିକ ପିଏଲଏର ସୈନ୍ୟ ଆଡ୍ଡା ନେଟୱର୍କ ଆମେରିକା ସୈନେୟ ଅଭିଯାନରେ ହସ୍ତକ୍ଷେପ କରିପାରେ ଓ ପିଆରସିର ବୈଶ୍ୱିକ ସୈନ୍ୟ ଉଦ୍ଦେଶ୍ୟ ପ୍ରକାରେ ଆମେରିକା ବିରୋଧରେ ଆକ୍ରାମଣାତ୍ମକ ଅଭିଯାନକୁ ସମର୍ଥନ କରିପାରେ । ଚୀନ ନାମ୍ବିୟା, ବନୁଆତୁ ଓ ସୋଲୋମନ ଦ୍ୱୀପରେ ପୂର୍ବରୁ କବଜା କରି ରଖିଛି ।

ପରମାଣୁ ଅସ୍ତ୍ର ଦ୍ୱିଗୁଣିତ ଯୋଜନା

ପିପୁଲ୍ସ ଲିବରେସନ୍ ଆର୍ମି (PLA) ନିକଟରେ ଏବେ ପାଖାପାଖି ୨୦୦ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି । ଆଗାମୀ ଦିନରେ ସ୍ଥଳ, ଜଳ ଯୁଦ୍ଧପୋତ ଓ ଆକାଶରୁ ଆକ୍ରମଣ କରୁଥିବା ମିସାଇଲ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି ଚୀନ୍ । ଏବେ ଚୀନ ନିକଟରେ ପରମାଣୁ ବାହକ ଏୟାର-ଲଞ୍ଚ୍ ବାଲିଷ୍ଟିକ ମିସାଇଲ ନାହିଁ । ଯାହାକୁ ବିକଶିତ କରୁଛି ଚୀନ । ରିପୋର୍ଟରେ କୁହାଯାଇଛି- ଆସନ୍ତା ୧୦ ବର୍ଷରେ ଚୀନ ନିଜ ପରମାଣୁ ଶକ୍ତିକୁ ବିସ୍ତାର କରିବା ସହ ଅସ୍ତ୍ରଶସ୍ତ୍ରକୁ ଦୁଇଗୁଣା କରିନେବ । ପ୍ରଥମ ଥର ପାଇଁ ଆମେରିକା ଚୀନର ଅସ୍ତ୍ରଶସ୍ତ୍ର ସଂଖ୍ୟା ସାର୍ବଜନୀନ କରିଥିଲା । ଏହା ଉପରେ ଡେପୁଟି ଆସିଷ୍ଟାଣ୍ଟ ଡିଫେନ୍ସ ସେକ୍ରେଟାରୀ ଫର ଚାଇନା ଚୈଡ୍ ସ୍ୱାଗ୍ରିୟା ଚିନ୍ତା ପ୍ରକଟ କରିଛନ୍ତି । ଅସ୍ତ୍ରଶସ୍ତ୍ର ସଂଖ୍ୟା ସହ ଚୀନ ପରମାଣୁ ବିକାଶ କ୍ଷେତ୍ରରେ ଆଗକୁ ବଢ଼ୁଛି ।

ବେଜିଂ ନିଜ ବିକାଶ ପାଇଁ ବୈଶ୍ୱିକ ପରିବହନ ଓ ବ୍ୟାପାର ସମ୍ବନ୍ଧକୁ ବିସ୍ତାର କରିବା ଓ ନିଜ ପରିଧିକୁ ଅନ୍ୟ ଦେଶ ସହ ସହ ଆର୍ଥିକ ଏକତ୍ରୀକରଣକୁ ପ୍ରଭାବିତ କରିବାକୁ ରଣନୀତି ପ୍ରସ୍ତୁତ କରୁଛି । ଯାହାର ଉଦାହରଣ ୱାନ୍ ବେଲ୍ଟ,ୱାନ୍ ରୋଡ୍ । ପେଣ୍ଟାଗନ ଚୀନ ସେନାର ବାର୍ଷିକ ରିପୋର୍ଟରେ ଏହି କଥାର ଆଶଙ୍କା କରିବା ସହ ଚୀନ୍ ବିଶ୍ୱରେ ସୁପର ପାୱାର ହେବାକୁ ଏମିତି କରୁଥିବା କୁହାଯାଇଛି ।

କାମରେ ଖିଲାପ ହେଲେ ପିଠିରେ ବସୁଛି ମାଲିକଙ୍କର ଗୋଇଠା ବିଧା

ଅନୁଗୁଳ: ହଜିଗଲା ମାନବିକତା । ଅନୁଗୁଳରେ ମାଲିକ ଓ ଚାକର ସମ୍ପର୍କର ଏକ ଅନ୍ଧାରୀ ଚେହେରା ସାମ୍ନାକୁ ଆସିଛି । ସାମାନ୍ୟ କାମରେ ଖିଲାପ କରିବାରୁ ଆଖି ପିଛୁଳାକେ ପିଠିରେ ବସୁଛି ଗୋଇଠା ବିଧା । ଗାଲରେ ଚାପୁଡ଼ା ବି କିଛି କମ ପଡୁନି । ଭୂଇଁରେ ଗଡ଼େଇ ତଡ଼େଇ ମାଡ଼ ମାରୁଛି ମାଲିକ । ମାଲିକର ନିର୍ଦ୍ଧୁମ ମାଡ଼ରୁ ବର୍ତ୍ତିବାକୁ କେତେବେଳେ ପ୍ଲାଷ୍ଟିକ ଷ୍ଟୁଲର ସାହାରା ନେଉଛି ତ କେତେବେଳେ ଗାମୁଛାରେ ମୁହଁକୁ ଘୋଡେଇବାକୁ ଚେଷ୍ଟା କରୁଛି । ତଥାପି ମାଲିକ ମହାଶୟ ମାନବିକତାର ସବୁ ସୀମା ସରହଦ ପାର କରି ପିଟିବାରେ ବ୍ୟସ୍ତ ।

ମଝିରେ ଜଣେ ମହିଳା ମଧ୍ୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି ହେଲେ ସେ ଅଟକୁ ନାହାନ୍ତି । ଶେଷରେ ମାଡ଼ ଖାଉଥିବା ବ୍ୟକ୍ତି ଜଣଙ୍କ ଖସି ପଳାଇବାକୁ ଚେଷ୍ଟା କଲା ବେଳେ ମାଡ ମାରିବାରେ ମନ ପୂରିନଥିବାରୁ ଗୋଡ଼େଇ ଗୋଡ଼େଇ ବାଡ଼େଇବା ସହ ପୁଣି ଭିଡ଼ି ଆଣି ତଳେ ପକାଇ ବାଡ଼ଉଛନ୍ତି  । ଏ ଦୃଶ୍ୟ ହେଉଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର । ଶ୍ରମିକ ଜଣଙ୍କ ହାତ ଯୋଡ଼ି ନେହୁରା ହେଲେ ମଧ୍ୟ ମାଲିକ ଜଣଙ୍କ ଗୋଇଠା ପରେ ଗୋଇଠା ପକେଇ ଚାଲିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ ଛେଣ୍ଡିପଦାର ବୁଲା ବାରିକ ନାମକ ଜଣେ ବ୍ୟକ୍ତି ବାବୁଲା ପ୍ରଧାନ ନାମକ ଜଣେ ବ୍ୟକ୍ତି ଘର କାମରେ ନିଯୁକ୍ତ ଥିଲେ । ତେବେ ଏହି କାମ କରିବାର ତ୍ରୁଟି ଯୋଗୁଁ ବୁଲା ବାରିକ ଖପା ହୋଇ ବାବୁଲାଙ୍କ ଉପରେ ଗୋଇଠା ପ୍ରହାର କରିଥିଲେ । ଏଭଳି ଏକ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ଏ ନେଇ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନାହିଁ  ।

ସିଭିଲ୍ ସର୍ଭିସ୍ ଅଧିକାରୀଙ୍କ ପାଇଁ ମିଶନ୍ ‘କର୍ମଯୋଗୀ’କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର କ୍ୟାବିନେଟ ସିଭିଲ ସର୍ଭିସ୍ ଅଧିକାରୀଙ୍କ ପାଇଁ ‘କର୍ମଯୋଗୀ’ ମିଶନକୁ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ବିଶେଷ ଟ୍ରେନିଂ ଦିଆଯିବ । ଏହି ମିଶନ ନ୍ୟାସନାଲ ପ୍ରୋଗ୍ରାମ ଫର୍ ସିଭିଲ୍ ସର୍ଭିସେସ୍ ବିଲ୍ଡିଂ (NPCSCB) ପ୍ରକାରେ ଚାଲିବ ।

କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି- ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମସୁରୀ ସ୍ଥିତ ସିଭିଲ୍ ସର୍ଭିସ୍ ଅଧିକାରୀଙ୍କ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଯାଇଥିଲେ । ସେତେବେଳେ ସେ ଟ୍ରେନିଂରେ ବ୍ୟାପକ ପରିବର୍ତ୍ତନ ନେଇ ଆଲୋଚନା କରିଥିଲେ । ନୂଆ ଡିଜିଟାଲ ପ୍ଲାଟଫର୍ମରୁ ସିଭିଲ୍ ସର୍ଭିସ୍ ଅଧିକାରୀ କେଉଁଠାରୁ ବି ବୈଠକ ନେଇପାରିବେ । ସେମାନେ ନିଜ ମୋବାଇଲ, ଲାପଟପ ଓ ଟାବଲେଟରେ ଟ୍ରେନିଂ ନେଇ ପାରିବେ ।

DoPT ସଚିବଙ୍କ ଅନୁସାରେ ସରକାରୀ କର୍ମଚାରୀମାନଙ୍କୁ କଳ୍ପନାକାରୀ ଏବଂ ଅଭିନବ, ସକ୍ରିୟ ଏବଂ ସରଳ, ବୃତ୍ତିଗତ ଏବଂ ପ୍ରଗତିଶୀଳ, ଶକ୍ତିଶାଳୀ ଏବଂ ସକ୍ଷମ, ସ୍ୱଚ୍ଛ ଏବଂ ବ ବୈଷୟିକଯୁକ୍ତ, ରଚନାତ୍ମକ ଏବଂ ସୃଜନଶୀଳ ହେବାକୁ ପଡ଼ିବ । ଏହା ଆଗାମୀ ସରକାରୀ କର୍ମଚାରୀଙ୍କ ଦର୍ଶନ ହେବ । ମିଶନ ‘କର୍ମଯୋଗୀ’ ସିଭିଲ୍ ସେବା କ୍ଷମତା ନିର୍ମାଣରେ ଏକ ନୂଆ ଜାତୀୟ କଳାକୃତିକୁ ଦେଖେ । ଏହା କେବଳ ବ୍ୟକ୍ତିଗତ ଦକ୍ଷତା ବିକାଶ ଉପରେ ନୁହେଁ ବରଂ ଅନୁଷ୍ଠାନିକ ଦକ୍ଷତା ବିକାଶ ଏବଂ ପ୍ରକ୍ରିୟା ଉପରେ ମଧ୍ୟ ଧ୍ୟାନ ଦେଇଥାଏ ।

ବିନା ଭ୍ୟାକ୍ସିନରେ କରୋନା ସହ କେମିତି ମୁକାବିଲା କରିବ ଦୁନିଆ, WHO କହିଲା ଏମିତି…

ଲଣ୍ଡନ: ବିନା ଭ୍ୟାକ୍ସିନରେ କରୋନା ନିୟନ୍ତ୍ରଣ ସମ୍ଭବ । ମହାମାରୀ କରୋନାକୁ ନେଇ ଏମିତି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ୟୁରୋପ ଓ ଦୁନିଆର ଅନ୍ୟ ଦେଶ କୋଭିଡ୍ ଭ୍ୟାକ୍ସିନ୍ ବିନା କରୋନାକୁ ନିୟନ୍ତ୍ରଣ କରିହେବ । ଏଥିପାଇଁ ସ୍ଥାନୀୟ ସ୍ତରରେ ଲକଡାଉନ୍ ଲଗାଇବାକୁ ପଡ଼ିବ । WHOର ୟୁରୋପ ନିର୍ଦ୍ଦେଶକଙ୍କ କହିବା ଅନୁୟାୟୀ- ତାଙ୍କୁ ଲାଗୁ ନାହିଁ ରାଷ୍ଟ୍ରୀୟ ସ୍ତରରେ ଲାଗୁ ଲକଡାଉନର ସଫଳତା ମିଳୁଛି । କିନ୍ତୁ, ଯେଉଁଠି ସଂକ୍ରମଣର ବିପଦ ଅଧିକ ରହିଛି ସେଠି ଏହାର ଆବଶ୍ୟକତା ରହିଛି । ଅନ୍ୟପଟେ ଇଟାଲୀ ବୈଜ୍ଞାନିକ ଦାବି କରିଛନ୍ତି- କରୋନା ସଂକ୍ରମିତ ରୋଗୀଙ୍କୁ ଭୂତାଣୁ ଠାରୁ ମୁକୁଳିବାକୁ ପ୍ରାୟ ୧ ମାସ ସମୟ ଲାଗେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୟୁରୋପ ନିର୍ଦ୍ଦେଶକ କହିଛନ୍ତି- ଆମେ ମହାମାରୀ ଉପରେ ବିଜୟ ହାସଲ ପାଇଁ ଭ୍ୟାକ୍ସିନର ଆବଶ୍ୟକତା ନାହିଁ । ମହାମାରୀ ସହ ବଞ୍ଚିବା ଶିଖିଗଲେ ଏମିତି ହୋଇପାରିବ । ଆଉ ଏମିତି ଆମେ କରିପାରିବା । ତେବେ, ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଠାରୁ ବର୍ତ୍ତିବା ପାଇଁ ଆହୁରି କଡ଼ା ଲକଡାଉନର ଆବଶ୍ୟକତା ରହିଛି କି ? ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ- ନା, ମୋତେ ଲାଗୁନାହିଁ ଏହାର ଆବଶ୍ୟକତା ନାହିଁ । ତେବେ ସ୍ଥାନୀୟ ସ୍ତରରେ ଲକଡାଉନ୍ ସମ୍ଭାବନାକୁ ସେ ଖାରଜ କରିନଥିଲେ ।

ମାସକରେ ମରିଯାଏ ଭାଇରସ୍

ଇଟାଲୀ ବୈଜ୍ଞାନିକଙ୍କ ଦାବି କରୋନା ସଂକ୍ରମିତ ଆକ୍ରାନ୍ତ ଭାଇରସ୍ ଠାରୁ ମୁକ୍ତ ହେବା ପାଇଁ ଅତି କମରେ ଗୋଟିଏ ମାସ ସମୟ ଲାଗେ । ଏଥିପାଇଁ ପଜିଟିଭ ଆସିବାର ଗୋଟିଏ ମାସ ପରେ ଆଉଥରେ ଟେଷ୍ଟ କରିବାକୁ ପଡ଼ିବ । ପାଞ୍ଚତର ନେଗେଟିଭ୍ ଟେଷ୍ଟ ମଧ୍ୟରୁ ଗୋଟିଏର ରେଜଲ୍ଟ ଭୁଲ୍ ଆସେ । ଏନେଇ ଇଟାଲିର ଏକ ୟୁନିଭରସିଟି ୧୧୬୨ ଆକ୍ରାନ୍ତଙ୍କ ଉପରେ ଅଧ୍ୟୟନ କରିଛି ।

ଯେଉଁଥିରେ କରୋନା ଆକ୍ରାନ୍ତଙ୍କ ଦ୍ୱିତୀୟ ଟେଷ୍ଟ ୧୫ ଦିନ ପରେ, ତୃତୀୟ ଟେଷ୍ଟ ୧୪ ଦିନ ପରେ ଓ ଚତୁର୍ଥ ଟେଷ୍ଟ ୧୫ ଦିନ ପରେ କରାଯାଇଥିଲା । ଯେଉଁଥିରୁ ଜଣାପଡ଼ିଛି ପ୍ରଥମେ ନେଗେଟିଭ୍ ଆସିଥିବା ରିପୋର୍ଟ ପରେ ପଜିଟିଭ୍ ଆସିଥିଲା । ସାଧାରଣତଋ ପାଞ୍ଚ ଜଣଙ୍କ ନେଗେଟିଭ୍ ଟେଷ୍ଟରୁ ଜଣଙ୍କ ରିପୋର୍ଟ ଭୁଲ୍ ଥିଲା । ଅଧ୍ୟୟନ ଅନୁସାରେ ୫୦ ବର୍ଷ ଯାଏଁ ଲୋକଙ୍କୁ 3୫ ଦିନ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ଠିକ୍ ହେବା ପାଇଁ ୩୮ ଦିନ ସମୟ ଲାଗେ ।

ନେପାଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ

ଅନ୍ୟପଟେ ନେପାଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି- ରାଜଧାନୀ କାଠମାଣ୍ଡୁ ସମେତ ୧୨ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି । ଏହି ୧୨ଗୋଟି ଜିଲ୍ଲାରେ ୭୩ ପ୍ରତିଶତ ସକ୍ରିୟ ସଂକ୍ରମଣ ମାମଲା ରହିଛି । ଏସବୁ ଜିଲ୍ଲା ହେଉଛି ମୋରାଙ୍ଗ, ସୁନସରୀ, ଧୁନସା, ମହୋତରୀ, ପରସା, ବାରା, ରୌତହତ, ସରଲହି, କାଠମାଣ୍ଡୁ, ଲଳିତପୁର, ଚିତବ ଓ ରୂପନଦେହି । ଏହି ସବୁ ଜିଲ୍ଲା ହେଉଛି କରୋନାର ହଟସ୍ପଟ୍ । ନେପାଳରେ ଏବେ ଯାଏଁ ୪୦ ହଜାର ୫୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୯ ଜଣଙ୍କ ମୃତ୍ୟୁ ହୋଇଛି ।

ପୋଲିସ SIଙ୍କ ଉପରେ ଅତ୍ୟାଚାର ଅଭିଯୋଗ ଆଣିଲେ ମହିଳା ପ୍ରଶିକ୍ଷାର୍ଥୀ

ପାଟନା: ବିହାରର ମୁଜାଫରପୁରରେ ଏକ ପ୍ରଶିକ୍ଷାର୍ଥୀ ମହିଳା ପୋଲିସ ଉପ ନିରୀକ୍ଷକ ବା ଟ୍ରେନି ଏସ.ଆଇଙ୍କ ଉପରେ କାର୍ଯ୍ୟସ୍ଥଳରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି । ମହିଳା ପୋଲିସ ପ୍ରଶିକ୍ଷାର୍ଥୀ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏବଂ ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ ଦାଖଲ କରିଛନ୍ତି ।

ମହିଳା ଏସଆଇଙ୍କ ଅଭିଯୋଗ ଅନୁଯାୟୀ ଜଣେ ପୁରୁଷ ପ୍ରଶିକ୍ଷକ ଏସ.ଆଇ ତାଙ୍କ ସହିତ ଦୁର୍ବ୍ୟବହାର କରିଛନ୍ତି । ଏହା ସହିତ ୩୦ ଅଗଷ୍ଟ ୨୦୨୦କୁ ମହିଳାଙ୍କ ପତି ତାଙ୍କୁ ନେବାକୁ ଆସିଥିବା ସମୟରେ ପ୍ରଶିକ୍ଷକ ଏସ.ଆଇ ତାଙ୍କ ସହିତ ମାରପିଟ କରିଥିବା ଅଭିଯୋଗ ଆଣିଛନ୍ତି ଉକ୍ତ ମହିଳା ।

ବିହାର ପୋଲିସ ଆୟୋଗର ଚେୟାରପର୍ସନ ଦିଲମଣି ମିଶ୍ରା ଏହା ବାବଦରେ ମୁଜାଫରପୁରର ବରିଷ୍ଠ ପୋଲିସ ଅଧିକାରୀ ଜୟନ୍ତ କାନ୍ତଙ୍କୁ ରିପୋର୍ଟ ମାଗିଛନ୍ତି । ଜୟନ୍ତ କାନ୍ତଙ୍କ କହିବାନୁଯାୟୀ ଅଭିଯୋଗ ଦାଖଲ ହେବାମାତ୍ରେ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ପୋଲିସ ଏସଆଇ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ମିଡିଆ ସହିତ କଥା ହେବା ସମୟରେ ମହିଳା ଜଣକ ଉକ୍ତ କଥାର ପୁନରାବୃତ୍ତି କରିଛନ୍ତି ।

ଜଣେ ପୋଲିସ କର୍ମଚାରୀ ଯେତେବେଳେ ଏଠାରେ ସୁରକ୍ଷିତ ନୁହେଁ, ରାଜ୍ୟର ସାଧାରଣ ଜନତା କିଭଳି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ମହିଳା ।

୩ ଘଣ୍ଟା ପରେ ପାଣିର ପଥର ସନ୍ଧିରୁ ଉଦ୍ଧାର ହେଲା ୫ ବର୍ଷର ଶିଶୁ

ବୌଦ୍ଧ: ପାଣିରେ ପଥର ଫାସ । ଫସିଛି ୫ ବର୍ଷର ଶିଶୁ । ପ୍ରାୟ ୩ ଘଣ୍ଟା ହେଲା ପାଣି ଓ ପଥର ଭିତରେ ଝୁଲୁଛି ଜୀବନ । ଫସି ରହିଛି ୫ ବର୍ଷର ବାଳକ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବୁରୁବୁଡ଼ା ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ଗାଧୋଇବାକୁ ଯାଇ ଥିବା ବେଳେ ପିଲାଟି ପଥର ଫାଙ୍କରେ ଫସି ଯାଇଥିଲା ।

ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ପ୍ରାୟ ଅଢ଼େଇ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ସଫଳତା ମିଳିଛି । ପଥର ଫାଙ୍କରୁ ପିଲାଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ପିଲାଟି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ପଥର ଫାଙ୍କରେ ଫସି ଯାଇଥିଲା ।

ପରେ ସାଙ୍ଗମାନେ ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ଆରମ୍ଭ ହୋଇଥିଲା ଅପରେସନ୍ ବେବି । ପ୍ରାୟ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଲକ୍ଷ୍ମୀ ନଦୀରୁ ପିଲାଟିକୁ ଉଦ୍ଧାର କରାଯାଇଛି । ପିଲାଟି ବେକେ ପାଣିରେ ପଥର ଫାଙ୍କରେ ଫସିଥିବାରୁ ନଦୀ ଉପର ମୁଣ୍ଡରୁ ଆସୁଥିବା ପାଣିକୁ ବନ୍ଦ ପାଇଁ ଏକ ବନ୍ଧ ବନ୍ଧାଯାଇଥିଲା । ଏଥିସହ ଉପର ମୁଣ୍ଡରେ ଥିବା ଡ୍ୟାମ୍ ଗେଟ୍ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

https://www.facebook.com/NandighoshaTV/videos/708656743018786/

LPG ସିଲିଣ୍ଡର ଉପରେ ଏହି ମାସରେ ବି ମିଳିବନି ସବସିଡି, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଚଳିତ ସେପ୍ଟେମ୍ବର ମାସରେ ଘରୋଇ ଗ୍ୟାସ୍ ଉପରେ ସରକାର ସବସିଡି ଦେବେ ନାହିଁ । ତେବେ କଣ ଆପଣ ବିଗତ ୪ ମାସ ଧରି ଧ୍ୟାନ ରଖିଛନ୍ତି କି ଆପଣଙ୍କ ଆକାଉଣ୍ଟକୁ ସବସିଡି ଟଙ୍କା ଆସୁନାହିଁ । ସରକାର ମେ ମାସରୁ ଆପଣଙ୍କୁ ମିଳୁଥିବା ସବସିଡିକୁ ବନ୍ଦ କରି ଦେଇଛନ୍ତି । ତେବେ, କାହିଁକି ଏହି ସବସିଡି ବନ୍ଦ କରି ଦେଇଛନ୍ତି ସରକାର ? ଏହାର ବଡ଼ କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ଏପ୍ରିଲ ମାସରେ ଏଲପିଜି ଦାମ ହ୍ରାସ ପାଇଥିଲା । ପରେ ମେରେ ଘରୋଇ ସିଲିଣ୍ଡର ଦାମ ବଜାରରେ ୧୨୬.୫୦ ଟଙ୍କା ହ୍ରାସ ପାଇଁ ୫୮୧.୫୦ ଟଙ୍କା ହୋଇଥିଲା । ଯେଉଁଥିରେ ସବସିଡି ଓ ବିନା ସବସିଡି ଗ୍ୟାସ୍ ମୂଲ୍ୟ ସମାନ ହୋଇ ଯାଇଥିଲା । ସେପ୍ଟେମ୍ବରରେ ମଧ୍ୟ ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

କେନ୍ଦ୍ର ସରକାର ମେ ମାସରେ ଘରୋଇ ଏଲପିଜି ସିଲିଣ୍ଡର ଦାମ ପରିବର୍ତ୍ତନ ବେଳେ ଗ୍ୟାସ୍ ସବସିଡି ବନ୍ଦ ପାଇଁ ନିଷ୍ପତ୍ତି ନେଇଥିଲେ । ଯାହାପରେ ମେ, ଜୁନ୍ ଓ ଜୁଲାଇରେ ଗ୍ୟାସ୍ ନେଇଥିବା ଗ୍ରାହକଙ୍କୁ ସବସିଡି ଅର୍ଥ ଟ୍ରାନ୍ସଫ କରାଯାଇ ନଥିଲା । ଗ୍ୟାସ ସିଲିଣ୍ଡରର ବଜାର ମୂଲ୍ୟ ଓ ବିନା ସବସିଡିରେ ମିଳୁଥିବା ସିଲଣ୍ଡର ଦାମ ବହୁତ କମ୍ ହୋଇଯାଇଛି ।

କଣ ପଡ଼ିବ ପ୍ରଭାବ ?

ରସୋଇ ଗ୍ୟାସ୍ ଉପରେ ମିଳୁଥିବା ସବସିଡି ଅର୍ଥ ବିଗତ ବର୍ଷେ ହେଲା କମି କମି ଆସୁଛି । ଏଥିପାଇଁ ସବସିଡି ଯୁକ୍ତ ସିଲିଣ୍ଡର ୧୦୦ ଟଙ୍କା ଅଧିକ ହୋଇଯାଇଛି । ଏହା ସହିତ ଏଥିରେ ମିଳୁଥିବା ସବସିଡି ମଧ୍ୟ ମିଳୁନି । ଦେଶର ରାଜଧାନୀ ଦିଲ୍ଲୀରେ ଗତବର୍ଷ ଜୁଲାଇରେ ୧୪.୨ କିଲୋଗ୍ରାମ ରୋଷେଇ ଗ୍ୟାସ ବଜାର ମୂଲ୍ୟ ୬୩୭ ଟଙ୍କା ଥିଲା । ଯାହା ଏବେ ହ୍ରାସ ପାଇ ୫୯୪ ଟଙ୍କା ରହିଛି ।

ନୂଆଦିଲ୍ଲୀ: କେଜରିଓ୍ୱାଲଙ୍କ ପ୍ରସ୍ତାବକୁ ମିଳିଲା ଅନୁମତି, ୭ ସେପ୍ଟେମ୍ବରକୁ ଆରମ୍ଭ ହେବ ମେଟ୍ରୋ ସେବା

ନୂଆଦିଲ୍ଲୀ: ୭ ସେପ୍ଟେମ୍ବରକୁ ଆରମ୍ଭ ହୋଇପାରେ ଦିଲ୍ଲୀ ମେଟ୍ରୋ । ସୂଚନାନୁଯାୟୀ ଉପରାଜ୍ୟପାଳ ଅନିଲ ବୈଜଲ କେଜରିଓ୍ୱାଲ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଏହାର ଅର୍ଥ ଦିଲ୍ଲୀରେ ମେଟ୍ରୋ ଚଳାଚଳକୁ ଅନୁମତି ମିଳି ସାରିଛି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିର ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଖବର ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନଲକ ୪.୦ରେ ମେଟ୍ରୋ ଚଳାଚଳକୁ ସବୁଜ ସଙ୍କେତ ମିଳିବା ପରେ ଯେଉଁ ଷ୍ଟେସନରୁ ଉକ୍ତ ସେବା ଆରମ୍ଭ ହେବ ତାହାକୁ ନେଇ ସୂଚୀ ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ଦିଲ୍ଲୀ ସରକାର । ଖୁବଶୀଘ୍ର ଏହାକୁ ସାର୍ବଜନୀନ କରାଯିବ ବୋଲି ମଧ୍ୟ ସେ ଜଣାଇଛନ୍ତି ।

କରୋନା ମହାମାରୀ କାରଣରୁ ଗତ ୫ ମାସରୁ ଅଧିକ ସମୟ ଏହି ସେବା ବନ୍ଦ ରହିଥିବା ହେତୁ, ଦିଲ୍ଲୀ ମେଟ୍ରୋ ରେଳ ସେବା ୭ ସେପ୍ଟେମ୍ବରକୁ ଆରମ୍ଭ ହେବାକୁ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି । ସୂଚନାଯୋଗ୍ୟ ଦିଲ୍ଲୀ ମେଟ୍ରୋ ସେବା ୨୨ ମାର୍ଚ୍ଚରୁ ବନ୍ଦ ରହିଛି । ସାମାଜିକ ଦୂରତାକୁ ନଜରରେ ରଖି ଉକ୍ତ ସେବା ଆରମ୍ଭ ହୋଇପାରେ ।