LPG ସିଲିଣ୍ଡର ଉପରେ ଏହି ମାସରେ ବି ମିଳିବନି ସବସିଡି, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଚଳିତ ସେପ୍ଟେମ୍ବର ମାସରେ ଘରୋଇ ଗ୍ୟାସ୍ ଉପରେ ସରକାର ସବସିଡି ଦେବେ ନାହିଁ । ତେବେ କଣ ଆପଣ ବିଗତ ୪ ମାସ ଧରି ଧ୍ୟାନ ରଖିଛନ୍ତି କି ଆପଣଙ୍କ ଆକାଉଣ୍ଟକୁ ସବସିଡି ଟଙ୍କା ଆସୁନାହିଁ । ସରକାର ମେ ମାସରୁ ଆପଣଙ୍କୁ ମିଳୁଥିବା ସବସିଡିକୁ ବନ୍ଦ କରି ଦେଇଛନ୍ତି । ତେବେ, କାହିଁକି ଏହି ସବସିଡି ବନ୍ଦ କରି ଦେଇଛନ୍ତି ସରକାର ? ଏହାର ବଡ଼ କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ଏପ୍ରିଲ ମାସରେ ଏଲପିଜି ଦାମ ହ୍ରାସ ପାଇଥିଲା । ପରେ ମେରେ ଘରୋଇ ସିଲିଣ୍ଡର ଦାମ ବଜାରରେ ୧୨୬.୫୦ ଟଙ୍କା ହ୍ରାସ ପାଇଁ ୫୮୧.୫୦ ଟଙ୍କା ହୋଇଥିଲା । ଯେଉଁଥିରେ ସବସିଡି ଓ ବିନା ସବସିଡି ଗ୍ୟାସ୍ ମୂଲ୍ୟ ସମାନ ହୋଇ ଯାଇଥିଲା । ସେପ୍ଟେମ୍ବରରେ ମଧ୍ୟ ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

କେନ୍ଦ୍ର ସରକାର ମେ ମାସରେ ଘରୋଇ ଏଲପିଜି ସିଲିଣ୍ଡର ଦାମ ପରିବର୍ତ୍ତନ ବେଳେ ଗ୍ୟାସ୍ ସବସିଡି ବନ୍ଦ ପାଇଁ ନିଷ୍ପତ୍ତି ନେଇଥିଲେ । ଯାହାପରେ ମେ, ଜୁନ୍ ଓ ଜୁଲାଇରେ ଗ୍ୟାସ୍ ନେଇଥିବା ଗ୍ରାହକଙ୍କୁ ସବସିଡି ଅର୍ଥ ଟ୍ରାନ୍ସଫ କରାଯାଇ ନଥିଲା । ଗ୍ୟାସ ସିଲିଣ୍ଡରର ବଜାର ମୂଲ୍ୟ ଓ ବିନା ସବସିଡିରେ ମିଳୁଥିବା ସିଲଣ୍ଡର ଦାମ ବହୁତ କମ୍ ହୋଇଯାଇଛି ।

କଣ ପଡ଼ିବ ପ୍ରଭାବ ?

ରସୋଇ ଗ୍ୟାସ୍ ଉପରେ ମିଳୁଥିବା ସବସିଡି ଅର୍ଥ ବିଗତ ବର୍ଷେ ହେଲା କମି କମି ଆସୁଛି । ଏଥିପାଇଁ ସବସିଡି ଯୁକ୍ତ ସିଲିଣ୍ଡର ୧୦୦ ଟଙ୍କା ଅଧିକ ହୋଇଯାଇଛି । ଏହା ସହିତ ଏଥିରେ ମିଳୁଥିବା ସବସିଡି ମଧ୍ୟ ମିଳୁନି । ଦେଶର ରାଜଧାନୀ ଦିଲ୍ଲୀରେ ଗତବର୍ଷ ଜୁଲାଇରେ ୧୪.୨ କିଲୋଗ୍ରାମ ରୋଷେଇ ଗ୍ୟାସ ବଜାର ମୂଲ୍ୟ ୬୩୭ ଟଙ୍କା ଥିଲା । ଯାହା ଏବେ ହ୍ରାସ ପାଇ ୫୯୪ ଟଙ୍କା ରହିଛି ।

Leave a Reply