କମିଲା ସୁନା-ରୂପା ମୂଲ୍ୟ, ୧୫୦୦ରୁ ଅଧିକ ଶସ୍ତା

Gold Price Down 600 Rupees Today

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମୂଲ୍ୟ ହ୍ରାସ ହେବା ଏବଂ ଭାରତୀୟ ଟଙ୍କାର ସ୍ଥିତି ସୁଦୃଢ ହେବା ପରେ ଘରୋଇ ବଜାରରେ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ହୋଇଛି । ବୁଧବାରକୁ ଦିଲ୍ଲୀ ସରଫା ବଜାରରେ ୧୦ ଗ୍ରାମ ସୁନା ମୂଲ୍ୟରେ ୬୧୪ ଟଙ୍କା ହ୍ରାସ ହୋଇଛି । ଅନ୍ୟ ପକ୍ଷରେ ୧ କିଲୋଗ୍ରାମ ରୂପାରେ ୧୭୯୯ ଟଙ୍କା ହ୍ରାସ ହୋଇଛି ।

ଏକ୍ସପର୍ଟଙ୍କ କହିବା ଅନୁସାରେ ଗ୍ଲୋବାଲ କରେନ୍ସିରେ ଉତଥାନ ପତନ ହେବା ଦ୍ୱାରା ସୁନା ଏବଂ ରୂପାର ମୂଲ୍ୟ ବଢୁଛି ଏବଂ କମ୍ ହେଉଛି । କିନ୍ତୁ ମ୍ୟାନୁଫ୍ୟାକଚରିଙ୍ଗ୍ ପିଏମଆଇର ତାଜା ଆକଳନ ଅନୁସାରେ ବିଶ୍ୱରେ ମ୍ୟାନୁଫ୍ୟାକଚରିଙ୍ଗ ଗତିବିଧିରେ ପରିବର୍ତ୍ତନ ହେଉଛି । ଏଭଳି ପରିସ୍ଥିତିରେ ପୁଣି ସୁନା ମୂଲ୍ୟ କମ୍ ହୋଇପାରେ । ସୂଚନା ମୁତାବକ ଦିଲ୍ଲୀ ସରଫା ବଜାରରେ ବୁଧବାରକୁ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୨,୯୨୮ରୁ ୫୨,୩୧୪କୁ ହ୍ରାସ ହୋଇଛି । ଅର୍ଥାତ ୧୦ ଗ୍ରାମ ପିଛା ୬୧୪ ଟଙ୍କା ହ୍ରାସ ହୋଇଛି । ମୁମ୍ବାଇରେ ୨୪ କ୍ୟରେଟ ସୁନା ମୂଲ୍ୟ ୫୧,୦୨୪ ଟଙ୍କା ରହିଛି ।

ସୁନା ଭଳି ରୂପା ମୂଲ୍ୟ ମଧ୍ୟ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ସରଫା ବଜାରରେ ୧ କିଲୋଗ୍ରାମ ରୂପାର ମୂଲ୍ୟ ୭୩,୦୦୧ରୁ ହ୍ରାସ ହୋଇ ୭୧,୨୦୨କୁ ପହଞ୍ଚିଛି । ମୁମ୍ବାଇରେ ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୬,୩୫୬କୁ ହ୍ରାସ ହୋଇଛି

Leave a Reply