ବିନା ଭ୍ୟାକ୍ସିନରେ କରୋନା ସହ କେମିତି ମୁକାବିଲା କରିବ ଦୁନିଆ, WHO କହିଲା ଏମିତି…

1 min read

ଲଣ୍ଡନ: ବିନା ଭ୍ୟାକ୍ସିନରେ କରୋନା ନିୟନ୍ତ୍ରଣ ସମ୍ଭବ । ମହାମାରୀ କରୋନାକୁ ନେଇ ଏମିତି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ୟୁରୋପ ଓ ଦୁନିଆର ଅନ୍ୟ ଦେଶ କୋଭିଡ୍ ଭ୍ୟାକ୍ସିନ୍ ବିନା କରୋନାକୁ ନିୟନ୍ତ୍ରଣ କରିହେବ । ଏଥିପାଇଁ ସ୍ଥାନୀୟ ସ୍ତରରେ ଲକଡାଉନ୍ ଲଗାଇବାକୁ ପଡ଼ିବ । WHOର ୟୁରୋପ ନିର୍ଦ୍ଦେଶକଙ୍କ କହିବା ଅନୁୟାୟୀ- ତାଙ୍କୁ ଲାଗୁ ନାହିଁ ରାଷ୍ଟ୍ରୀୟ ସ୍ତରରେ ଲାଗୁ ଲକଡାଉନର ସଫଳତା ମିଳୁଛି । କିନ୍ତୁ, ଯେଉଁଠି ସଂକ୍ରମଣର ବିପଦ ଅଧିକ ରହିଛି ସେଠି ଏହାର ଆବଶ୍ୟକତା ରହିଛି । ଅନ୍ୟପଟେ ଇଟାଲୀ ବୈଜ୍ଞାନିକ ଦାବି କରିଛନ୍ତି- କରୋନା ସଂକ୍ରମିତ ରୋଗୀଙ୍କୁ ଭୂତାଣୁ ଠାରୁ ମୁକୁଳିବାକୁ ପ୍ରାୟ ୧ ମାସ ସମୟ ଲାଗେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୟୁରୋପ ନିର୍ଦ୍ଦେଶକ କହିଛନ୍ତି- ଆମେ ମହାମାରୀ ଉପରେ ବିଜୟ ହାସଲ ପାଇଁ ଭ୍ୟାକ୍ସିନର ଆବଶ୍ୟକତା ନାହିଁ । ମହାମାରୀ ସହ ବଞ୍ଚିବା ଶିଖିଗଲେ ଏମିତି ହୋଇପାରିବ । ଆଉ ଏମିତି ଆମେ କରିପାରିବା । ତେବେ, ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଠାରୁ ବର୍ତ୍ତିବା ପାଇଁ ଆହୁରି କଡ଼ା ଲକଡାଉନର ଆବଶ୍ୟକତା ରହିଛି କି ? ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ- ନା, ମୋତେ ଲାଗୁନାହିଁ ଏହାର ଆବଶ୍ୟକତା ନାହିଁ । ତେବେ ସ୍ଥାନୀୟ ସ୍ତରରେ ଲକଡାଉନ୍ ସମ୍ଭାବନାକୁ ସେ ଖାରଜ କରିନଥିଲେ ।

ମାସକରେ ମରିଯାଏ ଭାଇରସ୍

ଇଟାଲୀ ବୈଜ୍ଞାନିକଙ୍କ ଦାବି କରୋନା ସଂକ୍ରମିତ ଆକ୍ରାନ୍ତ ଭାଇରସ୍ ଠାରୁ ମୁକ୍ତ ହେବା ପାଇଁ ଅତି କମରେ ଗୋଟିଏ ମାସ ସମୟ ଲାଗେ । ଏଥିପାଇଁ ପଜିଟିଭ ଆସିବାର ଗୋଟିଏ ମାସ ପରେ ଆଉଥରେ ଟେଷ୍ଟ କରିବାକୁ ପଡ଼ିବ । ପାଞ୍ଚତର ନେଗେଟିଭ୍ ଟେଷ୍ଟ ମଧ୍ୟରୁ ଗୋଟିଏର ରେଜଲ୍ଟ ଭୁଲ୍ ଆସେ । ଏନେଇ ଇଟାଲିର ଏକ ୟୁନିଭରସିଟି ୧୧୬୨ ଆକ୍ରାନ୍ତଙ୍କ ଉପରେ ଅଧ୍ୟୟନ କରିଛି ।

ଯେଉଁଥିରେ କରୋନା ଆକ୍ରାନ୍ତଙ୍କ ଦ୍ୱିତୀୟ ଟେଷ୍ଟ ୧୫ ଦିନ ପରେ, ତୃତୀୟ ଟେଷ୍ଟ ୧୪ ଦିନ ପରେ ଓ ଚତୁର୍ଥ ଟେଷ୍ଟ ୧୫ ଦିନ ପରେ କରାଯାଇଥିଲା । ଯେଉଁଥିରୁ ଜଣାପଡ଼ିଛି ପ୍ରଥମେ ନେଗେଟିଭ୍ ଆସିଥିବା ରିପୋର୍ଟ ପରେ ପଜିଟିଭ୍ ଆସିଥିଲା । ସାଧାରଣତଋ ପାଞ୍ଚ ଜଣଙ୍କ ନେଗେଟିଭ୍ ଟେଷ୍ଟରୁ ଜଣଙ୍କ ରିପୋର୍ଟ ଭୁଲ୍ ଥିଲା । ଅଧ୍ୟୟନ ଅନୁସାରେ ୫୦ ବର୍ଷ ଯାଏଁ ଲୋକଙ୍କୁ 3୫ ଦିନ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ଠିକ୍ ହେବା ପାଇଁ ୩୮ ଦିନ ସମୟ ଲାଗେ ।

ନେପାଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ

ଅନ୍ୟପଟେ ନେପାଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି- ରାଜଧାନୀ କାଠମାଣ୍ଡୁ ସମେତ ୧୨ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି । ଏହି ୧୨ଗୋଟି ଜିଲ୍ଲାରେ ୭୩ ପ୍ରତିଶତ ସକ୍ରିୟ ସଂକ୍ରମଣ ମାମଲା ରହିଛି । ଏସବୁ ଜିଲ୍ଲା ହେଉଛି ମୋରାଙ୍ଗ, ସୁନସରୀ, ଧୁନସା, ମହୋତରୀ, ପରସା, ବାରା, ରୌତହତ, ସରଲହି, କାଠମାଣ୍ଡୁ, ଲଳିତପୁର, ଚିତବ ଓ ରୂପନଦେହି । ଏହି ସବୁ ଜିଲ୍ଲା ହେଉଛି କରୋନାର ହଟସ୍ପଟ୍ । ନେପାଳରେ ଏବେ ଯାଏଁ ୪୦ ହଜାର ୫୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୯ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply