spot_img
Home Blog Page 6525

ଟେଷ୍ଟିଂ ଉପରେ ଜୋରଦାର ଫୋକସ୍: ଗୋଟିଏ ଦିନରେ ରାଜ୍ୟରେ ୫୦ ହଜାର ୩୯୩ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣହୀନ ହେବା ପରେ ରାଜ୍ୟ ସରକାରଙ୍କ ଫୋକସ୍ ଏବେ ଟେଷ୍ଟିଂ ଉପରେ ରହିଛି । ସରକାର ଚେଷ୍ଟା କରୁଛନ୍ତି ଯେତେ ଅଧିକ ସମ୍ଭବ ଟେଷ୍ଟିଂ କିଭଳି ଭାବେ କରାଯାଇପାରିବ । ଏହି କ୍ରମରେ ଗତ ୨୪ ଘଣ୍ଟାରେ ୫୦ ହଜାର  ୩୯୩ଟି ଟେଷ୍ଟିଂ ହୋଇଛି । ସେମଧ୍ୟରେ ୪୧ ହଜାର ୪୫୧ଟି ଆଣ୍ଟିଜେନ୍ ଟେଷ୍ଟିଂ କରାଯାଇଛି ।

ସେହିପରି ୭ ହଜାର ୯ ଶହ ୪୮ଟି ଆରଟିପିସିଆର ଓ ୧୪୮ ଟ୍ରୁନାଟ ଟେଷ୍ଟ ହୋଇଛି । ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ଏବେ ସବୁଠାରୁ ଅଧିକ ରହିବା ସତ୍ତ୍ୱେ ମଧ୍ୟ ସରକାର ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ଟେଷ୍ଟିଂ ଉପରେ ଧ୍ୟାନ ଦେଉଛନ୍ତି ।  ତେବେ ଆଜି ଗଂଜାମରେ ସର୍ବାଧିକ ୬ ହଜାର ୮୫ଟି ନମୁନା ପରୀକ୍ଷଣ ହୋଇଛି ।

ସେହିପରି କେନ୍ଦ୍ରାପଡ଼ାରେ ୪ ହଜାର ୧୭, କେନ୍ଦୁଝରରେ ୩ ହଜାର ୮୭୧, ମୟୂରଭଂଜରେ ୩ ହଜାର ୫୮୭ ଏବଂ କଟକ ଏସସିବିରେ ୨୩ ଶହ ୯୫ ନମୁନା ପରୀକ୍ଷଣ ହୋଇଛି । ଟେଷ୍ଟିଂ କ୍ଷେତ୍ରରେ ରାଜ୍ୟ ଏବେ ଦ୍ରୁତ ଗତିରେ ଆଗଉଛି । ରାଜ୍ୟର ପ୍ରମୁଖ କରୋନା ସଂକ୍ରମିତ ଜିଲ୍ଲାରେ ସରକାରଙ୍କ ଫୋକସ୍ ବଢୁଛି ।

India Corona Updates: ସ୍ଥିତି ସଙ୍ଗୀନ, ଶେଷ ୨୪ ଘଣ୍ଟାରେ ୧,୦୬୫ ଜୀବନ ଗଲା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ । ସାରା ଦେଶରେ ସ୍ଥିତି ଗମ୍ଭୀର । ପ୍ରତିଦିନ କରୋନା ନିଜ ରେକର୍ଡ଼ ନିଜେ ଭାଙ୍ଗୁଛି । ଏହି କ୍ରମରେ ଶେଷ ୨୪ ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ୯୦ହଜାର ୬୩୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ହଜାରେ ୬୫ଜଣଙ୍କ ମୃତ୍ୟୁ ହୋଇଛି ।

ଦେଶରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୧ଲକ୍ଷ ୧୩ହଜାର ୮୧୨ ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି  ୮ ଲକ୍ଷ ୬୨ହଜାର ୩୨୦ । କରୋନାରୁ ସୁସ୍ଥ ହେଲେଣି ୩୧ଲକ୍ଷ ୮୦ହଜାର ୮୬୬ଜଣ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୭୦ହଜାର ୬୨୬ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ ୮ଲକ୍ଷ ୮୩ହଜାର ୮୬୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୬ହଜାର ୨୭୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିପରି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ୪ଲକ୍ଷରୁ ଅଧିକ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟାଯଥାକ୍ରମେ ୪ହଜାର ୩୪୭ ଓ ୭ହଜାର ୭୫୧ । କର୍ଣ୍ଣାଟକରେ ୩ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଲେ ୟୁପିରେ ୨ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା, ଆସାମ, ଓଡିଶା ଓ ଗୁଜୁରାଟରେ ଲକ୍ଷେରୁ ଅଧିକ ଲେକାଏଁ କରୋନା ସଂକ୍ରମିତ ଚିହ୍ନଟ ହେଲେଣି ।

ରିୟାଙ୍କ ପାଇଁ ବଢୁଛି ବିପଦ, ଡ୍ରଗ୍ସ୍ ଲିଙ୍କରେ ଆଜି ବି ଜେରା….

ମୁମ୍ୱାଇ: ସୁଶାନ୍ତ ସିଂ ରାଜପୁତ ମତ୍ୟୁ ମାମଲାରେ ଧିରେ ଧିରେ ରିୟାଙ୍କ ପାଇଁ ବିପଦ ଘନେଇବାରେ ଲାଗିଛି । ସୌଭିକ୍ ଚକ୍ରବର୍ତ୍ତୀ ଓ ସାମୁଏଲ ମିରାଣ୍ଡାଙ୍କ ଗିରଫ ପରେ ରିୟାଙ୍କ ଗିରଫ ନେଇ ସଙ୍କେତ ଦେଇଛି ଏନସିବି । ଏନସିବି ଅଧିକାରୀଙ୍କ କହିବା ଅନୁଯାୟୀ, ଡ୍ରଗ୍ସ ଲିଙ୍କ ମାମଲାରେ ଅଧିକ ଖୋଳତାଡ ପାଇଁ ରିୟାଙ୍କୁ ଜେରା କରାଯିବ । ଆବଶ୍ୟକ ପଡିଲେ ରିୟା ଚକ୍ରବର୍ତ୍ତୀଙ୍କୁ ବି ଗିରଫ କରାଯିବ ବୋଲି ନାର୍କୋଟିସ୍ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀ କହିଛନ୍ତି ।

ଅନ୍ୟପଟେ ଡ୍ରଗ୍ସ ଲିଙ୍କରେ ଏନସିବି ଆଉ ଜଣକୁ ଗିରଫ କରିଛି । ମମଲାରେ ସୁଶାନ୍ତଙ୍କ ଷ୍ଟାଫ୍ ଦିପେଶ ସାଓ୍ବନ୍ତଙ୍କୁ ଉଠାଇ ନେଇ ଯାଇଛି ନାର୍କୋଟିସ୍ ବ୍ୟୁରୋ । ପୂର୍ବ ଡ୍ରଗ୍ସ କନେକସନ ନେଇ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡାଙ୍କ ଗରିଫ କରିଥିବା ବେଳେ ଏବେ ସେମାନଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ଏନସିବି । ସେପ୍ଟେମ୍ବର ୭ ତାରିଖ ଯାଏ ଡ୍ରଗ୍ସ ଲିଙ୍କର ତନାଘନା କରିବ ନାର୍କୋଟିସ୍ ବ୍ୟୁରୋ । ସେପଟେ ସିବିଆଇ ଟିମ୍ ସୁଶାନ୍ତଙ୍କ ବାନ୍ଦ୍ରା ଫ୍ଲାଟ୍ ରେ ପହଁଚି ମୃତ୍ୟୁର ଆକ୍ସନ ରିକ୍ରିଏଟ କରିଥିବା ବେଳେ ରିୟାରୁ ଜେରା କରି ଅନେକ ପ୍ରଶ୍ନ କରିଛି

ନିକୋବରରେ ଭୂମିକମ୍ପ

0

ନୂଆଦିଲ୍ଲୀ: ନିକୋବର ଦ୍ୱୀପରେ ଆଜି ସକାଳୁ ଭୂମିକମ୍ପ ହୋଇଛି । ଭୂମିକମ୍ପଟି ୪.୬ ମ୍ୟାଗ୍ନିଚ୍ୟୁଡର(ରିଚର ସ୍କେଲ୍) ହୋଇଥିବା ସୂଚନା ମିଳିଛି । ଆଜି ସକାଳ ୬ଟା ୩୮ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।

ଏନେଇ ଜାତୀୟ ସେସମୋଗ୍ରାଫୀ ସେଣ୍ଟର ସୂଚନା ଦେଇଛି । ଭୂମିପୃଷ୍ଠରୁ ପ୍ରାୟ ୮୨ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ଏହି ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ସାଧାରଣତଃ ଦ୍ୱୀପଗୁଡ଼ିକରେ ଭୂମିକମ୍ପର ଆଶଙ୍କା ଅଧିକ ରହିଥାଏ । ଭାରତରେ ଭୂମିକମ୍ପ ହେଉଥିବା ପ୍ରମୁଖ ସ୍ଥାନ ମଧ୍ୟରେ ନିକୋବର ଏକ ଆଗ୍ରୀଣ ସ୍ଥାନ ଭାବେ ଜଣାଶୁଣି । କିଛି କିଛି ମାସର ବ୍ୟବଧାନରେ ଏଠାରେ ଭୂମିକମ୍ପ ଅନୁଭୂତ ହୁଏ ।

ଖର୍ଚ୍ଚ କାଟ୍ ହେବ, ମାତ୍ର ନିଯୁକ୍ତ କ୍ଷେତ୍ର ସ୍ୱାଭାବିକ ରହିବା ନେଇ ଆଶ୍ୱସ୍ଥି ଦେଲେ କେନ୍ଦ୍ର ସରକାର….

0

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତିକୁ ନେଇ ଅନେକ ଆଶଙ୍କା । କରୋନା କାଳରେ ଜିଡିପି ନିମ୍ନଗାମୀ ହୋଇଛି । ତା’ ପୁଣି ସର୍ବକାଳୀନ ନିମ୍ନଗତି । ଏଭଳି ସ୍ଥିତିରେ ମଧ୍ୟ କେନ୍ଦ୍ର ସରକାର ସବୁ ଆଶଙ୍କାକୁ ଭାଙ୍ଗି ନିଯୁକ୍ତି କ୍ଷେତ୍ରରେ କୌଣସି ବିଶେଷ ପ୍ରଭାବ ନପଡ଼ିବା କଥା କହିଛନ୍ତି । ଏନେଇ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର ଅର୍ଥମନ୍ତ୍ରାଳୟ ।

ଅର୍ଥ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁଯାୟୀ, ଦେଶରେ କିଛି କ୍ଷେତ୍ରରେ ଖର୍ଚ୍ଚ କାଟ ହେବ । ଏନେଇ ଶୁକ୍ରବାର ଏକ ସର୍କୁଲାର ଜାରି ହୋଇଛି । ତେବେ ସରକାରୀ ନିଯୁକ୍ତି କ୍ଷେତ୍ରକୁ ବାଦ ଦିଆଯାଇ ସର୍କୁଲାର ଜାରି ହୋଇଛି । ଅର୍ଥାତ୍ ଖର୍ଚ୍ଚକାଟର ପ୍ରଭାବ ସରକାରୀ ନିଯୁକ୍ତି ଉପରେ ପ୍ରଭାବ ପଡ଼ିବ ନାହିଁ । ପୂର୍ବରୁ ଯେଉଁଭଳି ଭାବେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିଲା ସେହିଭଳି ଭାବେ ଜାରି ରହିବ । ଖାଲି ପଡ଼ିଥିବା ପଦବୀ ପୂରଣ ନେଇ କେନ୍ଦ୍ର ସରକାର ରୋକ୍ ଲଗାଇବେ ନାହିଁ । । ଷ୍ଟାଫ୍ ସିଲେକ୍ସନ୍ କମିସନ୍, ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିସନ୍, ରେଲଓ୍ବେ ରିକ୍ରୁଟମେଣ୍ଟ୍ ଭଳି ସରକାରୀ ନିଯୁକ୍ତି ବୋର୍ଡ ଗୁଡିକ ସାଧାରଣ ମନୋନୟନ ଜାରି ରଖିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ସାବଧାନ ! ଏହି ରାଶିର ଲୋକଙ୍କୁ ପ୍ରେମରେ ମିଳିପାରେ ପ୍ରତାରଣା… ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ

ଆଜିର ପଞ୍ଚାଙ୍ଗ:

୬ ସେପ୍ଟେମ୍ବର, ୨୦୨୦, ରବିବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ସିଂହ ୨୨ ଦିନ, କୃଷ୍ଣପକ୍ଷ ଚତୁର୍ଥୀ ତିଥି

– ମେଷ ରାଶିରେ ରହିବେ ଚନ୍ଦ୍ର

– ଅଶ୍ୱିନୀ ନକ୍ଷତ୍ର

– ଘାତଚନ୍ଦ୍ର- ମେଷ ରାଶି ପାଇଁ ଘାତଚନ୍ଦ୍ର

– ଘାତ ବାର- ମେଷ ରାଶି ପାଇଁ ଘାତବାର

ଯୋଗିନୀ ନୈଋତ ଦିଗରେ ରହିବେ

ତେଣୁ ଏହି ଦିଗକୁ ଯାତ୍ରା ନିଷେଧ

– ଶୁଭ ସମୟ –

ସକାଳ ୭ଟା ୪୦ ରୁ ଦିନ ୧୨ଟା ପର୍ଯ୍ୟନ୍ତ

– ଅଶୁଭ ସମୟ –

ଦିନ ୪ଟା ୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ କଷ୍ଟ ଅନୁଭବ କରିପାରନ୍ତି

ଦ୍ୱିଜା ନକ୍ଷତ୍ର – ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିପାରେ, ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ

କୃତ୍ତିକା ନକ୍ଷତ୍ର- ଦୀର୍ଘଦିନରୁ ଅପେକ୍ଷାରେ ଥିବା କାମ ସଂପର୍କରେ ସୂଚନା ପାଇବେ

ହନୁମାନ ଚାଳିଶା ପାଠ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ନୂଆ ଦାୟିତ୍ୱ ହାତକୁ ନେଇପାରନ୍ତି, ଆର୍ଥିକ ସ୍ଥିତିରେ ସୁଧାର ଆସିବ

ରୋହିଣି ନକ୍ଷତ୍ର – ପ୍ରିୟ କଥା କହି କାର୍ଯ୍ୟ ହାସଲ କରିବେ

ମୃଗଶିରା ନକ୍ଷତ୍ର – ଭଲ  କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ

ଅରୁଆ ଚାଉଳ ଘରର ମୁଖ୍ୟ ଦ୍ୱାରରେ ରଖିଦିଅନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ଅତ୍ୟଧିକ ଭାବପ୍ରବଣତା ଯୋଗୁ ମନ ଦୁର୍ବଳ ରହିବ

ଆଦ୍ରା ନକ୍ଷତ୍ର – ପରୋପକାର କାର୍ଯ୍ୟ କରି ପ୍ରଶଂସିତ ହେବେ

ପୂନର୍ବସୁ ନକ୍ଷତ୍ର – ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ, ସାଂଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ

କିଛି ଗୁଜୁରାତି ନିଜ ପାଖରେ ରଖନ୍ତୁ,ମନୋବଳ ବଢିବ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିକୁ ମୁକାବିଲା କରନ୍ତୁ

ପୁଷ୍ୟା ନକ୍ଷତ୍ର – ଅଟକି ରହିଥିବା କାମକୁ ପୁରା କରିବା ପାଇଁ ଦୃଢ ନିଷ୍ପତ୍ତି ନେବେ

ଅଶ୍ଲେଷା ନକ୍ଷତ୍ର – ହଠାତ୍ କୌଣସି ସୂଚନା ପାଇ ଖୁସି ରହିବେ, ସତର୍କ ନରହିଲେ ପ୍ରେମିକାଠୁ ମିଳିପାରେ ଧୋକା

ଲୁଣ, ଚିନି ମିଶ୍ରିତ ଜଳପାନ କରି କାର୍ଯ୍ୟ ଆରମ୍ଭ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ଆକସ୍ମିକ ଧନହାନୀ ହୋଇପାରେ

ପୂର୍ବାଫାଲଗୁନି ନକ୍ଷତ୍ର – ନିଜ କାର୍ଯ୍ୟକୁ ନେଇ ଖୁସି ରହିବେ, କିଛି ଶୁଭ ଖବର ପାଇବେ

ଉତ୍ତରାଫାଲଗୁନୀ ନକ୍ଷତ୍ର – ମନରେ ଆତ୍ମବିଶ୍ୱାସ ରହୁଥିବାରୁ ପୁରା ଦିନ ଆପଣଙ୍କ ସପକ୍ଷରେ ରହିବ

ଧନିଆ ପତ୍ର ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଉତ୍ତମ ବ୍ୟବହାର ଦ୍ୱାରା କାର୍ଯ୍ୟ ହାସଲ କରିବେ

ହସ୍ତା ନକ୍ଷତ୍ର – ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ପାଇବେ, ମନ ପ୍ରଫୁଲ୍ଲ ରହିବ

ଚିତ୍ରା ନକ୍ଷତ୍ର – ନିଜର ଅବହେଳାରୁ କେତେକ ସୁଯୋଗ ହାତଛଡା ହୋଇଯିବ

ଗାୟତ୍ରୀ ମନ୍ତ୍ର ୨୧ ଥର ପାଠ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକକୁ ନେଇ ଟେନସନ୍ ବଢିବ

ସ୍ୱାତୀ ନକ୍ଷତ୍ର – ପରିବାରକୁ ନେଇ ଖୁସିରେ ସମୟ କଟିବ

ବିଶାଖା ନକ୍ଷତ୍ର – ସମାଜରେ ନିଜ କାର୍ଯ୍ୟ ପାଇଁ ପ୍ରତିଷ୍ଠା ବଢିବ

ପକ୍ଷୀମାନଙ୍କୁ ବୁଟ ଡାଲି ଖାଇବାକୁ ଦିଅନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ଘରୋଇ କଳହକୁ ନେଇ ପରିବାରରେ ଅଶାନ୍ତି ବଢିବ

ଅନୁରାଧା ନକ୍ଷତ୍ର – ଉତ୍ତମ ବ୍ୟବହାର ଦ୍ୱାରା କାମ ହାସଲ କରିବାରେ ସକ୍ଷମ ହେବେ

ଜ୍ୟେଷ୍ଠା ନକ୍ଷତ୍ର – ଆର୍ଥିକ ସୁଧାର ଆସିବ,ମାନସିକ ଚାପରୁ ମୁକ୍ତି ମିଳିବ

ମହୁ,ଗୁଡ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି

ପୂର୍ବାଷାଢା ନକ୍ଷତ୍ର – ଜୀବନସାଥୀଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ

ଉତ୍ତରାଷାଢା ନକ୍ଷତ୍ର – ପଦମର୍ଯ୍ୟଦା ବଢିବ,ମନ ଓ ଦେହ ଭଲ ରହିବ

ଖଣ୍ଡ ହଳଦୀ ନିଜ ପାଖରେ ରଖନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ,ଅଟକିଥିବା କାର୍ଯ୍ୟ ହୋଇଯିବ

ଶ୍ରବଣା ନକ୍ଷତ୍ର – ଆକସ୍ମିକ ଭାବରେ ଖୁସି ଖବର ମିଳିବ,କର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିପାରେ

ଧନିଷ୍ଠା ନକ୍ଷତ୍ର – ଭଲ କଥା କହିଲେ ବି ଅନ୍ୟମାନେ ଖରାପ ଭାବିବେ

ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଆତ୍ମୀୟମାନଙ୍କ ସହ ମତ ପାର୍ଥକ୍ୟ ହୋଇପାରେ

ଶତଭିଷା ନକ୍ଷତ୍ର – ନିଜର କର୍ମ ଓ ପରିବାରକୁ ନେଇ ଖୁସି ରହିବେ

ପୂର୍ବଭାଦ୍ର ନକ୍ଷତ୍ର – ଗୁରୁଜନମାନଙ୍କର ଆଶିର୍ବାଦ ମିଳିବ

ବ୍ରାହ୍ମଣମାନଙ୍କୁ ଫଳ ଦାନ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ବନ୍ଧୁଙ୍କର ଛଳନାପୂର୍ଣ୍ଣ ବ୍ୟବହାର ଦ୍ୱାରା ପରିସ୍ଥିତିରେ ପରିବର୍ତ୍ତନ ଆସିବ

ଉତ୍ତରଭାଦ୍ର ନକ୍ଷତ୍ର – ପରିବାର ସହିତ ସମୟ କାଟିବେ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି

ରେବତୀ ନକ୍ଷତ୍ର – ମନରେ ଉତ୍ସାହ ରହିବା ଦ୍ୱାରା ପୁରା ଦିନ ଭଲରେ କଟିବ

ଅସହାୟ ବ୍ୟକ୍ତିକୁ ସାହାଯ୍ୟ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

ବାଟ ଭୁଲି ଭାରତରେ ପହଞ୍ଚିଲେ ୩ ଚୀନ୍ ନାଗରିକ, ସତ୍କାର ସହ ବିଦା କଲା ଭାରତୀୟ ସେନା, ଜାଣନ୍ତୁ ପୁରା ପ୍ରସଙ୍ଗ…

0

ନୂଆଦିଲ୍ଲୀ: ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଦୁଇ ଦେଶର ଶତ୍ରୁତା ଏବେ ବିଶ୍ୱ ଦେଖୁଛି । ଏଭଳି ସ୍ଥିତିରେ ମଧ୍ୟ  ମାନବିକତା ଭୁଲିନି ଭାରତୀୟ ସେନା । ଚୀନ ନାଗରିକଙ୍କୁ ସହଯୋଗ କରି ପ୍ରମାଣ କରିଛି ଭାରତର ସହନଶୀଳତା ଓ ମହାନତାକୁ । ଘଟଣାଟି ସାମ୍ପ୍ରତିକ ପରିସ୍ଥିତିରେ ଏକ ଅସ୍ୱାଭାବିକ ବ୍ୟବହାର ଭଳି ମନେ ହେଉଥିଲେ ମଧ୍ୟ ସତ । ଚୀନର ୩ ଜଣ ଯୁବକ ରାସ୍ତା ଭୁଲି ୧୭ ହଜାର ୫୦୦ ଫୁଟ୍ ଉଚ୍ଚରେ ସିକ୍କିମରେ ଫସିରହିଯାଇଥିଲେ । ଏହି ଚୀନ୍ ନାଗରିକଙ୍କୁ ସହାୟତାର ହାତ ବଢାଇଥିଲା ଭାରତୀୟ ଯବାନ ।

୩ ଜଣ ଚୀନ୍ ନାଗରିକଙ୍କ ମଧ୍ୟରୁ ୨ ଜଣ ପୁରୁଷ ହୋଇଥିବା ବେଳେ ଜଣେ ମହିଳା ଅଟନ୍ତି । ତେବେ ଫସି ରହିଥିବା ସ୍ଥାନରେ ତାପମାତ୍ରା ମାଇନସ୍ ଡିଗ୍ରୀରେ ରହିୁଥିବା ହେତୁ ଅସହ୍ୟ ଥଣ୍ଡା ଓ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏଣୁ ସେମାନଙ୍କୁ ଉଦ୍ଧାର କରିବାର ତୁରନ୍ତ ପରେ ହିଁ ଭାରତୀୟ ଯବାନମାନେ ଚୀନ୍ ନାଗରିକଙ୍କ ପାଇଁ ଅମ୍ଲଜାନର ବ୍ୟବସ୍ଥା କରିଥିଲେ । ଏହାପରେ ଉକ୍ତ ଚୀନ୍ ନାଗରିକମାନଙ୍କୁ ଖାଦ୍ୟ ଓ ପାନୀୟ ଦିଆଯାଇଥିବା ବେଳେ ଗରମ ପୋଷାକ ପିନ୍ଧିବାକୁ ଦିଆଯାଇଥିଲା । ଏହାପରେ ସେମାନେ କିଭଳି ଭାବେ ବିନା ସମସ୍ୟାରେ ନିଜ ଦେଶରେ ପହଞ୍ଚିପାରିବେ ସେ ନେଇ ଭାରତୀୟ ସେନା ସବୁ ପ୍ରକାର ବ୍ୟବସ୍ଥା କରିଛି ।

ଦେଶରେ ଆହୁରି ୫ ବର୍ଷ ବିଳମ୍ବରେ ଗଡ଼ିପାରେ ବୁଲେଟ ଟ୍ରେନ

0

ନୂଆଦିଲ୍ଲୀ: ଦେଶରେ ଆହୁରି ୫ ବର୍ଷ ବିଳମ୍ବ ଗଡିପାରେ ବୁଲେଟ ଟ୍ରେନ । ଭାରତରେ ବୁଲେଟ ଟ୍ରେନ ପ୍ରୋଜେକ୍ଟରେ କାମ କରୁଥିବା ଜାପାନୀ କମ୍ପାନୀ ଯୋଗୁଁ ବୁଲେଟ ଟ୍ରେନ ବିଳମ୍ବ ଗଡିବ ବୋଲି ଜଣାପଡିଛି । ୨୦୨୩ ଡିସେମ୍ବର ସୁଦ୍ଧା ବୁଲେଟ ଟ୍ରେନ ଗଡିବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଏହା ୨୦୨୮କୁ ଘୁଁଚିଯାଇଛି ।

ମୁମ୍ବାଇରୁ ଅହମ୍ମଦାବାଦକୁ ୫୦୮ କିଲୋମିଟର ପର୍ଯ୍ୟନ୍ତ ବୁଲେଟ ଟ୍ରେନ ଗଡିବା ପାଇଁ ଭାରତରେ ଯୋରଦାର କାମ ଚାଲିଛି । ଏଥିରେ ୮୦ ପ୍ରତିଶତ ଅର୍ଥ ଜାପାନଠାରୁ ଋଣ ଆକାରରେ ଆଣିଛି ଭାରତ । ଏଥିସହ ବୁଲେଟ ଟ୍ରେନରେ ଜାପାନର ଟେକ୍ନୋଲୋଜି ବ୍ୟବହାର କରାଯାଉଛି ।

ଭାରତ ସରକାର ଏହାକୁ ୨୦୨୨ ଅଗଷ୍ଟ ସୁଦ୍ଧା ଆରମ୍ଭ କରିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ଜାପାନୀ କମ୍ପାନୀର ବିଭିନ୍ନ ସମସ୍ୟା ପରେ ବୁଲେଟ ଟ୍ରେନ ଗଡିବା ନେଇ ଭାରତକୁ ଆହୁରି କିଛି ବର୍ଷ ଅପେକ୍ଷା କରିବାକୁ ପଡିପାରେ ବୋଲି ଅନୁମାନ କରାଯାଉଛି । କରୋନା ମହାମାରୀ ଓ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା ପାଇଁ ବୁଲେଟ ଟ୍ରେନ ଗଡିବବାରେ ବିଳମ୍ବ ହେଉଛି ବୋଲି କୁହାଯାଉଛି ।

ରଦିଗଦାକୁ ଯିବ ଆପଣଙ୍କ ଗାଡି, ମୋଦି ସରକାର ଆଣିବେ ନୂଆ ପଲିସି

0

ନୂଆଦିଲ୍ଲୀ: ଯଦି ଆପଣ ପୁରୁଣା ଗାଡ଼ି ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଗାଡ଼ିକୁ ଜଙ୍କୟାର୍ଡକୁ ପଠାଯିବ । ଏହା ଆମେ କହୁନି… ଏଭଳି ଏକ ନୀତି ନେଇ ଆସୁଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଖୁବ ଶୀଘ୍ର Vehicle Junk Policy  ନୀତି ନେଇ ଆସୁଛନ୍ତି ଯାହାର ଚର୍ଚ୍ଚା ଦୀର୍ଘ ସମୟ ଧରି ଚାଲିଆସୁଥିଲା ।

 

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାୱେଡକର କହିଛନ୍ତି ଯେ, ଏହି ନୀତି ଖୁବ ଶୀଘ୍ର ଲାଗୁ କରାଯିବ । ସେ କହିଛନ୍ତି ଯେ, Vehicle Junk Policy ପ୍ରସ୍ତୁତ ରହିଛି ଏବଂ ସମସ୍ତ ସମ୍ବନ୍ଧିତ ପକ୍ଷ ଏହା ଉପରେ ନିଜ ନିଜ ରାୟ ଦେଇସାରିଛନ୍ତି ।

ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଥିଲେ ଯେ, ପୁରୁଣା ଗାଡ଼କୁ ଜଙ୍କରେ ପରିଣତ କରିବା ପାଇଁ ସରକାର ଏକ ନୀତି ଆଣିବାକୁ ପ୍ରସ୍ତୁତ ଅଛନ୍ତି । ଏହା ଅଧୀନରେ ବନ୍ଦର ନିକଟରେ ରିସାଇକ୍ଲିଂ କେନ୍ଦ୍ର ନିର୍ମାଣ କରାଯାଇପାରିବ । ଗଡକରୀ କହିଛନ୍ତି ଯେ, ପୁରୁଣା କାର, ଟ୍ରକ୍ ଏବଂ ବସ୍ ଜଙ୍କରେ ପରିଣତ ହେବ ।

ଗଡକରୀଙ୍କ ଅନୁଯାୟୀ ଦେଶର ବନ୍ଦରର ଗଭୀରତାକୁ ୧୮ ମିଟର ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିସହ, ବନ୍ଦର ନିକଟରେ ରିସାଇକ୍ଲିଂ ପ୍ଲାଣ୍ଟ ସ୍ଥାପନ କରାଯିବ ଯାହା ଗାଡ଼ିଗୁଡ଼ିକୁ ଜଙ୍କ୍ ରେ ପରିଣତ କରିବ । ଏଥିରୁ ଉତ୍ପନ୍ନ ସାମଗ୍ରୀ ଅଟୋମୋବାଇଲ ଶିଳ୍ପ ପାଇଁ ଉପଯୋଗୀ ହେବ କାରଣ ଏହା କାର, ବସ୍ ଏବଂ ଟ୍ରକ୍ ଉତ୍ପାଦନ ମୂଲ୍ୟ ହ୍ରାସ କରିବ, ଯାହାଦ୍ୱାରା ଆନ୍ତର୍ଜାତୀୟ ବଜାରରେ ଭାରତର ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ ।

ଗଡକରୀଙ୍କ ସୂଚନା ମୁତାବକ, ପାଞ୍ଚ ବର୍ଷ ମଧ୍ୟରେ ଭାରତ ସମସ୍ତ କାର, ବସ୍ ଏବଂ ଟ୍ରକ୍ ଗୁଡ଼ିକର ନମ୍ବର ବିନିର୍ମାଣ କେନ୍ଦ୍ର ହେବ । ଯେଉଁଥିରେ ସମସ୍ତ ଉନ୍ଧନ, ଇଥେନାଲ, ମିଥେନାଲ, ବାୟୋ- ସିଏନଜି, ଏଲଏନଜି, ଇଲେକଟ୍ରିକ ସହିତ ହାଇଡ୍ରୋଜେନ ଇନ୍ଧନ ମଧ୍ୟ ସେଲ ହେବ ।

Odisha Corona Updates: ରାଜ୍ୟରେ ସୁସ୍ଥ ହେଲେ ୩୪୪୩, ସମୁଦାୟ ସଂଖ୍ୟା ୯୩,୭୭୪

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢିବାରେ ଲାଗିଛି । ତେବେ ସୁସ୍ଥତା ସଂଖ୍ୟାରେ ମଧ୍ୟ ରାଜ୍ୟ ଭଲ ପ୍ରଦର୍ଶନ କରୁଛି । ଏହି କ୍ରମେ ଆଜି ୩୪୪୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯୫୧ ଜଣ ସୁସ୍ଥ ହୋଇଥିବା ବେଳେ ୨ୟ ସ୍ଥାନରେ କଟକର ୨୫୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅନ୍ୟ ଜିଲ୍ଲା ମଧ୍ୟରେ ମୟୂରଭଞ୍ଜରୁ ୨୧୩, ଭଦ୍ରକରୁ ୧୬୪, ଢେଙ୍କାନାଳରୁ ୧୬୧, ରାୟଗଡ଼ାରୁ ୧୫୪, ଗଞ୍ଜାମରୁ ୧୪୮, ଯାଜପୁରରୁ ୧୪୪, ବାଲେଶ୍ୱରରୁ ୧୩୭, ନୟାଗଡ଼ରୁ ୧୧୭, କୋରାପୁଟରୁ ୧୧୦, ଜଗତସିଂହପୁରରୁ ୧୦୭, ପୁରୀରୁ ୧୦୫, ସମ୍ୱଲପୁରରୁ ୧୦୦ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।

ସେହିଭଳି ଝାରସୁଗୁଡ଼ାରୁ ୬୭, ମାଲକାନଗିରିରୁ ୬୪, ବଲାଙ୍ଗିର ଓ କେନ୍ଦ୍ରାପଡ଼ାରୁ ୬୧,କେନ୍ଦୁଝରରୁ ୫୪, ସୋନପୁରରୁ ୪୧, ସୁନ୍ଦରଗଡ଼ରୁ ୩୮, କନ୍ଧମାଳରୁ ୨୪, ଗଜପତି ଓ ନୂଆପଡ଼ାରୁ ୨୩ ଜଣ ବ୍ୟକ୍ତି କରୋନା ଶୀକାରରୁ ମୁକ୍ତ ହୋଇ ଫେରିଛନ୍ତି । ତେବେ ଅନ୍ୟ ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣର ମାତ୍ରା କମ୍ ଥିବା ହେତୁ ସୁସ୍ଥତା ସଂଖ୍ୟା ମଧ୍ୟ କମ୍ ରହିଛି । କଳାହାଣ୍ଡିରୁ ୧୨, ବୌଦ୍ଧରୁ ୧୧, ଦେବଗଡ଼ରୁ ୮ ଓ ଅନୁଗୁଳରୁ ୫ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର ଏଯାବତ୍ ସର୍ବମୋଟ୍ କରୋନା ସୁସ୍ଥଙ୍କ ସଂଖ୍ୟା ୯୩୭୭୪ରେ ପହଞ୍ଚିଛି ।