ଦେଶରେ ଆହୁରି ୫ ବର୍ଷ ବିଳମ୍ବରେ ଗଡ଼ିପାରେ ବୁଲେଟ ଟ୍ରେନ

ନୂଆଦିଲ୍ଲୀ: ଦେଶରେ ଆହୁରି ୫ ବର୍ଷ ବିଳମ୍ବ ଗଡିପାରେ ବୁଲେଟ ଟ୍ରେନ । ଭାରତରେ ବୁଲେଟ ଟ୍ରେନ ପ୍ରୋଜେକ୍ଟରେ କାମ କରୁଥିବା ଜାପାନୀ କମ୍ପାନୀ ଯୋଗୁଁ ବୁଲେଟ ଟ୍ରେନ ବିଳମ୍ବ ଗଡିବ ବୋଲି ଜଣାପଡିଛି । ୨୦୨୩ ଡିସେମ୍ବର ସୁଦ୍ଧା ବୁଲେଟ ଟ୍ରେନ ଗଡିବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଏହା ୨୦୨୮କୁ ଘୁଁଚିଯାଇଛି ।

ମୁମ୍ବାଇରୁ ଅହମ୍ମଦାବାଦକୁ ୫୦୮ କିଲୋମିଟର ପର୍ଯ୍ୟନ୍ତ ବୁଲେଟ ଟ୍ରେନ ଗଡିବା ପାଇଁ ଭାରତରେ ଯୋରଦାର କାମ ଚାଲିଛି । ଏଥିରେ ୮୦ ପ୍ରତିଶତ ଅର୍ଥ ଜାପାନଠାରୁ ଋଣ ଆକାରରେ ଆଣିଛି ଭାରତ । ଏଥିସହ ବୁଲେଟ ଟ୍ରେନରେ ଜାପାନର ଟେକ୍ନୋଲୋଜି ବ୍ୟବହାର କରାଯାଉଛି ।

ଭାରତ ସରକାର ଏହାକୁ ୨୦୨୨ ଅଗଷ୍ଟ ସୁଦ୍ଧା ଆରମ୍ଭ କରିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ଜାପାନୀ କମ୍ପାନୀର ବିଭିନ୍ନ ସମସ୍ୟା ପରେ ବୁଲେଟ ଟ୍ରେନ ଗଡିବା ନେଇ ଭାରତକୁ ଆହୁରି କିଛି ବର୍ଷ ଅପେକ୍ଷା କରିବାକୁ ପଡିପାରେ ବୋଲି ଅନୁମାନ କରାଯାଉଛି । କରୋନା ମହାମାରୀ ଓ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା ପାଇଁ ବୁଲେଟ ଟ୍ରେନ ଗଡିବବାରେ ବିଳମ୍ବ ହେଉଛି ବୋଲି କୁହାଯାଉଛି ।

Leave a Reply