spot_img
Home Blog Page 6520

ଉପ-ନିର୍ବାଚନ ଲାଗି ପ୍ରଚାର କରିବେ ନବୀନ: ବୁଧବାର ତିର୍ତ୍ତୋଲ ଓ ୨୯ ରେ ବାଲେଶ୍ୱର ସଦରରେ ଭର୍ଚୁଆଲ୍ ପ୍ରଚାର

ଭୁବନେଶ୍ୱର: ଉପ-ନିର୍ବାଚନ ନେଇ ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ଏହି କ୍ରମରେ ସାମିଲ ହେବେ ଖୋଦ୍ ବିଜେଡିର ସଭାପତି ତଥା ଦଳର ସର୍ବୋଚ୍ଚ ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ । ବୁଧବାର ତିର୍ତ୍ତୋଲ ବିଧାନସଭା ଆସନ ଲାଗି ପ୍ରଚାର କରିବାକୁ ଥିବା ବେଳେ ଆସନ୍ତା ୨୯ ତାରିଖରେ ବାଲେଶ୍ୱର ସଦର ଆସନ ପାଇଁ ପ୍ରଚାର କରିବେ ନବୀନ । ବାଲେଶ୍ୱରର ଆଇଟିଆଇ ପଡ଼ିଆ ଓ ସିଦ୍ଧି କଲ୍ୟାଣ ମଣ୍ଡରେ ଭର୍ଚୁଆଲ୍ ପ୍ରଚାର କରିବେ । ତିର୍ତ୍ତୋଲରେ ପୂର୍ବତନ ବିଧାୟକ ସ୍ୱର୍ଗୀୟ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ସପକ୍ଷରେ ପ୍ରଚାର କରିବେ । ସେହିଭଳି ବାଲେଶ୍ୱର ସଦର ଆସନ ନେଇ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ପଚ୍ରାର କରିବେ ବିଜେଡି ସୁପ୍ରିମୋ । ପୂର୍ବରୁ ନବୀନଙ୍କ ପ୍ରଚାରକୁ ନେଇ କିଛି ସ୍ପଷ୍ଟ ସୂଚନା ନଥିବା ବେଳେ ଆଜି ଏ ନେଇ ସ୍ପଷ୍ଟ ହୋଇଛି । ଯାହାକୁ ନେଇ ଦଳୀୟ ପ୍ରାର୍ଥୀ, ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Naveen Patnaik: Odisha poll card: BJD's campaign centred on Naveen Patnaik

ଅପରପକ୍ଷରେ ଉପ ନିର୍ବାଚନ ନେଇ ଭୋଟ ଗ୍ରହଣକୁ ଦିନ କେଇଟା ଥିବା ବେଳେ ରୋମାଞ୍ଚକର ହେଉଛି ରାଜନୈତିକ ସମୀକରଣ । ତିର୍ତ୍ତୋଲରେ ସୋମବାର କଂଗ୍ରେସକୁ ସିପିଏମ୍ ସମର୍ଥନ କରିବା ନେଇ ଦୁଇଦଳ ମଧ୍ୟରେ ବୁଝାମଣା ହୋଇଛି । ଏନେଇ ବିଜେଡି କହିଛି ସମର୍ଥନ କୌଣସି ପ୍ରଭାବ ପଡ଼ିବ ନାହିଁ । ସେପଟେ ବାଲେଶ୍ୱରରେ ତିନିଦଳର ନେତା ଓ ପ୍ରାର୍ଥୀ ଜିତିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।

ଉପନିର୍ବାଚନ ତାରିଖ ପାଖେଇବା ସହ ଜମୁଛି ପ୍ରଚାର, ଜିତିବା ପାଇଁ ଚାଲିଛି ପ୍ରାର୍ଥୀଙ୍କର ଆପ୍ରାଣ ଉଦ୍ୟମ ଚେଷ୍ଟା

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିରିଡ଼ି ଅଞ୍ଚଳରେ ବିଜେଡିର ରୋଡ୍‌ ଶୋ’ । ରାଜ୍ୟସଭା ସଦସ୍ୟ ମୁନା ଖାନ୍‌ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେଡିରେ ମିଶ୍ରଣ ପର୍ବ ସହ ପ୍ରଚାର ଜୋର ଧରିଛି । ସେପଟେ କଂଗ୍ରେସ ପକ୍ଷରୁ ଆଜି ସିପିଏମ୍‌ ସହିତ ବୁଝାମଣା କରାଯାଇଛି । ତେବେ କଂଗ୍ରେସକୁ ସିପିଏମ୍‌ର ସମର୍ଥନ ଦ୍ବାରା ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ବି କର୍ମୀ ଓ ନେତାଙ୍କ ସହ ପ୍ରଚାର ଜାରି ରଖିଛନ୍ତି ।  ଅପରପକ୍ଷରେ ଉଭୟ ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରଚାର ଦଳକୁ ବେଶ ସୁହାଇବ ବୋଲି କର୍ମୀ ଆଶାବାଦୀ ।

ବିଚ୍ ରାସ୍ତାରେ ଯୁବତୀଙ୍କୁ କଲେ ହତ୍ୟା, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ

ଫରିଦାବାଦ: ଫରିଦାବାଦର ବଲ୍ଲଭଗଡରେ ଜଣେ ଯୁବତୀଙ୍କୁ ନିର୍ମମ ହତ୍ୟା । ଦିନ ଦିପପରେ କରାଯାଇଥିବା ଆଉ ଏହି ହତ୍ୟାକାଣ୍ଡ ରେକର୍ଡ ହୋଇଛି ସିସିଟିଭିରେ । ଦିନ ଦିପହରେ ଜଣେ ଯୁବତୀଙ୍କୁ ହତ୍ୟାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ମଙ୍ଗଳବାର ଦିନ ସକାଳେ ଉତ୍ୟକ୍ତ ଲୋକେ ମାଂସ ଦୋକାନରେ ପଶି ଦୋକାମ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଯଦିଓ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ତୁରନ୍ତ ଲୋକଙ୍କୁ ଶାନ୍ତ କରିଥିଲା । ଏହା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । ସେମାନଙ୍କ ସହ ଯୁବତୀଙ୍କ ପରିବାର ମଧ୍ୟ ରାସ୍ତାରେ ଓହ୍ଲାଇଛନ୍ତି ।

ମୃତ ଯୁବତୀଙ୍କ ପରିବାର କହିଛନ୍ତି ଯେ, ଏହା ପ୍ରେମ ସମ୍ପର୍କ ଜନିତ ଘଟଣା । ଆମେ କର୍ତ୍ତୃପକ୍ଷଙ୍କ ନିକଟରେ ଆମ ଦାବି ରଖିଛୁ । ଏହାସହ, ଯୁବତୀଙ୍କ ମାଆ କହିଛନ୍ତି ଯେ ଅପରାଧୀମାନେ ମୋ ଝିଅକୁ ଯେମିତି ମାରିଛନ୍ତି ସେମାନଙ୍କୁ ଠିକ୍ ସେମିତି ଏନକାଉଣ୍ଟର କରାଯାଉ । ଏନକାଉଣ୍ଟର ନହେବା ପର୍ଯ୍ୟନ୍ତ, ମୁଁ ମୋ ଝିଅର ଶବ ସଂସ୍କାର କରିବି ନାହିଁ । ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତ ତୌଫିକଙ୍କୁ ଗିରଫ କରିଛି । କୁହାଯାଉଛି ଯେ ୨୦୧୮ରେ ମଧ୍ୟ ନିକିତାଙ୍କ ପରିବାର ତୌଫିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ, କିନ୍ତୁ ପରେ ମାମଲାର ସମାଧାନ ହୋଇଯାଇଥିଲା ।

https://twitter.com/rajshekharTOI/status/1320926170716663808

କ’ଣ ସମ୍ପୂର୍ଣ୍ଣ ଘଟଣା ?

ଦେଶର ରାଜଧାନୀ ଦିଲ୍ଲୀଠାରୁ ମାତ୍ର ୬୩ କିଲୋମିଟର ଦୂରରେ ଥିବା ହରିୟାଣାର ବଲ୍ଲଭଗଡରେ  ଦିନଦିପହରେ କାରରେ ଆସି ଜୋରଜବରଦସ୍ତ ଯୁବତୀଙ୍କୁ କାର ଭିତରକୁ ଟାଣି ନେବାକୁ ଚେଷ୍ଟା କରିଥିଲେ । ସେଠାରେ ଥିବା ଯୁବତୀଙ୍କ ଜଣେ ବନ୍ଧୁ ବିରୋଧ ମଧ୍ୟ କରିଥିଲେ କିନ୍ତୁ ସେଥିରେ ସେ ସଫଳ ହୁଅନ୍ତି ନାହିଁ । ଏବଂ ସେମାନେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଡରାଇବାକୁ ଲାଗିଥିଲେ ।

ଯେତେବେଳେ ଝିଅଟି ଡରି ନଥିଲା, ସେତେବେଳେ ଯୁବକ ଜଣଙ୍କ ଗୁଳି ଚଳାଇ ଦେଇଥିଲା । ଏବଂ ସେଠାରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ ଯୁବତୀଙ୍କ ନାଁ ନିକିତା ତୋମାର । ସେ +୩ ପରୀକ୍ଷା ଦେଇ ବଲାଭଗଡର ଅଗ୍ରୱାଲ କଲେଜରୁ ଫେରୁଥିଲେ । ସନ୍ଧ୍ୟା ସମୟରେ କାରଟି ଆସି ତାଙ୍କ ପାଖରେ ଅଟକି ଥିଲା ସେଥିରୁ ଜଣେ ଯୁବକ ବହାରି ନିକିତାଙ୍କୁ କାରରେ ବସାଇବାକୁ ଚେଷ୍ଟା କରିଥିଲେ । ଡ୍ରାଇଭିଂ ସିଟରେ ଆଉ ଜଣେ ଯୁବକ ମଧ୍ୟ ଥିଲା । ଯୁବତୀଙ୍କୁ ଦିନ ଦିପହରେ ସେମାନେ ଗୁଳି କରି ସେଠାରୁ ପଳାଇଥିଲେ । ଆଉ ଏବେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଯଦିଓ ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଅନ୍ୟ ଜଣେ ଏବେ ବି ଫେରାର୍ ଅଛି ।

କୈଳାଶରୁ ବାହାମାସ,କଳାଧନ କେଳେଙ୍କାରୀରେ ନୂଆ ମୁହଁ ମଞ୍ଜୁଳା ସ୍ରଫ୍

ଭୁବନେଶ୍ୱର: କଳାଧନ କେଳେଙ୍କାରୀ ଚକ୍ରବ୍ୟୂହରେ ବୈଜୟନ୍ତ ପଣ୍ଡା । ପତ୍ନୀ ଜଗି ମଙ୍ଗତ ପଣ୍ଡା ଓ ସହଯୋଗୀ ମଞ୍ଜୁଳା ଦେବୀ ସ୍ରଫ୍‌ଙ୍କ ସହ ମିଶି ବୈଜୟନ୍ତ କେଳେଙ୍କାରୀ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗର ତଦନ୍ତ ପାଇଁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଫେବ୍ରୁଆରୀ ମାସରୁ ନିର୍ଦ୍ଦେଶ ଦେଇଛନ୍ତି । ରାଜନୈତିକ ପତିଆରା ଓ ନିଜର ବ୍ୟକ୍ତିଗତ ପ୍ରଭାବ ଜରିଆରେ ତଦନ୍ତକୁ ଚାପିବାରେ ସକ୍ଷମ ହୋଇଛନ୍ତି ବୈଜୟନ୍ତ । ତେବେ ପ୍ରଶ୍ନ ଉଠୁଛି, ବୈଜୟନ୍ତଙ୍କ ଏହି କଳା ସାମ୍ରାଜ୍ୟର ଘନିଷ୍ଠ ସହଯୋଗୀ ମଞ୍ଜୁଳା ଦେବୀ ସ୍ରଫ୍‌ କିଏ?

Manjula Pooja Shroff, Founder-Director, Calorx Foundation

ଘଟଣା ସଂପର୍କରେ ଅନୁସନ୍ଧାନ ବେଳେ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି । ଓରଟେଲ୍ ଓ ବୈଜୟନ୍ତଙ୍କ ସହ ମଞ୍ଜୁଳା ଦେବୀଙ୍କର ବହୁ ପୁରୁଣା ଓ ଘନିଷ୍ଠ ସଂପର୍କ । ଓଟିଭିକୁ ବେନାମୀ ପୁଞ୍ଜି ଆଣିବାରେ ମଞ୍ଜୁଳା ଦେବୀ ମାଧ୍ୟମ ଥିଲେ ବୋଲି ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ମଞ୍ଜୁଳା ଦେବୀଙ୍କର ଘନିଷ୍ଠ ସଂପର୍କ ରହିଛି ଦୁଷ୍କର୍ମ ଅଭିଯୁକ୍ତ ବିବାଦୀୟ ବାବା ନିତ୍ୟାନନ୍ଦଙ୍କ ସହ । ମଞ୍ଜୁଳା ନିତ୍ୟାନନ୍ଦଙ୍କର ଜଣେ ଘନିଷ୍ଠ ସହଯୋଗୀ । ନିତ୍ୟାନନ୍ଦଙ୍କ ସ୍ୱତନ୍ତ୍ର ଦେଶ କୈଳାସ ପାଇଁ ମଞ୍ଜୁଳା ସହଯୋଗ କରିଥିବା ଅଭିଯୋଗ ରହିଛି ।

Education dept to raise Nithyananda case with CBSE

କେବଳ ସେତିକି ନୁହେଁ, ଗୁଜରାଟ ଅହମ୍ମଦନଗରରେ ଥିବା ଡିପିଏସ୍ ଓ୍ୱେଷ୍ଟ ପାଇଁ ସିବିଏସ୍‌ଇ ଆଫିଲିଏସନ୍‌ ଲାଗି ମଞ୍ଜୁଳା ଗୁଜରାଟ ସରକାରଙ୍କ ଶିକ୍ଷା ବିଭାଗରେ ଜାଲ କାଗଜପତ୍ର ଦାଖଲ କରିଥିଲେ । ଫଳରେ ଶିକ୍ଷା ବିଭାଗ ମଞ୍ଜୁଳାଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିଥିଲା । ସେଠାରେ ନିତ୍ୟାନନ୍ଦଙ୍କ ଗୁରୁକୁଳ ପାଇଁ ମଧ୍ୟ ମଞ୍ଜୁଳା ଜମି ପ୍ରଦାନ କରିଥିବା ନେଇ ଚର୍ଚ୍ଚାକୁ ଆସିଥିଲେ । ମଞ୍ଜୁଳା ଡିପିଏସ୍‌ ୱେଷ୍ଟର ଟ୍ରଷ୍ଟି ଥିଲେ । ଏହି ବିବାଦୀୟ ମହିଳା ମଞ୍ଜୁଳା ବୈଜୟନ୍ତଙ୍କ ବେଆଇନ୍ ଅର୍ଥ କାରବାରର ଘନିଷ୍ଠ ସହଯୋଗୀ ହୋଇଥିବାରୁ ଘଟଣାର ଗୁରୁତ୍ୱ ଆହୁରି ବଢିଯାଇଛି । ବୈଜୟନ୍ତ ଓ ଜଗିଙ୍କ ସହ ମିଶି ବାହାମସ୍‌ରେ ୩ଟି ଭୂତ କମ୍ପାନୀ ମାଧ୍ୟମରେ ଦେଶକୁ କଳାଟଙ୍କା ଆଣୁଥିଲେ ମଞ୍ଜୁଳା ।

Dr Manjula Pooja Shroff – digitalLEARNING Magazine

ବାହାମାସ୍ ରେଜିଷ୍ଟ୍ରାର ଅଫ୍ କମ୍ପାନିଜ୍‌ରେ ପଞ୍ଜିକୃତ ଏହି ୩ଟି କମ୍ପାନୀ ହେଲା, ଫିନ୍‌ଲେ କର୍ପୋରେସନ୍ ଲିମିଟେଡ୍, ମେସିନା ଲିମିଟେଡ୍ ଓ ପିକାକା କର୍ପୋରେସନ୍ ଲିମିଟେଡ୍ । ତିନିଟି ସଂସ୍ଥା ସମାନ ଠିକଣାରେ ରହିଛି । କୌଣସି ଜଣାଶୁଣା ବ୍ୟବସାୟିକ କାର୍ଯ୍ୟକଳାପରେ ସଂପୃକ୍ତ ନଥିବା ସହ ୩ କମ୍ପାନୀର ନିର୍ଦ୍ଦେଶକ କିଏ, ସେନେଇ ସ୍ପଷ୍ଟ ହୋଇନି । ବାହାମାସରେ ପଞ୍ଜିକୃତ ଏହି ତିନି କମ୍ପାନୀ ସିଧାସଳଖ ତଥା ସେମାନଙ୍କ ଭାରତୀୟ ସହଯୋଗୀ ଏମଏସ୍ ଟେଲିକମ୍ ଲିମିଟେଡ୍ ଏବଂ କାଲାରେକ୍ସ ହୋଲ୍‌ଡିଂ ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ କୋଟି କୋଟି ଟଙ୍କା ପୁଞ୍ଜି ଖଟାଇଥିଲେ ।

MP Baijayant Jay Panda, suspended from BJD earlier this year, quits party - India News

ଇକ୍ୱିଟି ଓ ପ୍ରିଫରେନ୍‌ସ ସେୟାର ଓ ଋଣ ପ୍ରଦାନ ଆକାରରେ ପୁଞ୍ଜି ବିନିଯୋଗ ହୋଇଥିଲା । ଉଭୟ ଏମ୍‌ଏସ୍ ଟେଲିକମ୍ ଓ କାଲୋରେକ୍ସ ହୋଲ୍‌ଡିଂସର ଜଣେ ନିର୍ଦ୍ଦେଶିକା ଥିଲେ ମଞ୍ଜୁଳା ଦେବୀ ଶ୍ରଫ୍ । ପଣ୍ଡା ପରିବାର ଦ୍ୱାରା ପରିଚାଳିତ ଓଟିଭି, ଓରଟେଲ୍ ଓ କିଶନଗଡ଼ ଏନଭିରନମେଣ୍ଟାଲ ଡେଭଲପମେଣ୍ଟାଲ ଆକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍‌ ସହ ସିଧାସଳଖ ସଂପୃକ୍ତ ଥିଲେ ବା ଅଛନ୍ତି ମଂଜୁଳା । ଓରଟେଲ୍ କମ୍ୟୁନିକେସନ୍ ବୈଜୟନ୍ତ ପଣ୍ଡା ଓ ଜାଗିମଙ୍ଗତ ପଣ୍ଡାଙ୍କ ମାଲିକାନାରେ ରହିଥିଲା ।

ବୈଜୟନ୍ତଙ୍କ କଳାକାରନାମାକୁ ପ୍ରଣବ ପ୍ରକାଶଙ୍କ ସମାଲୋଚନା, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଶିଥିଳତା ନେଇ ଉଠାଇଲେ ପ୍ରଶ୍ନ

ଏହି କମ୍ପାନୀର ସେୟାରକୁ ପଣ୍ଡା ପରିବାର ମାଲିକାନାରେ ଥିବା ପଣ୍ଡା ଇନଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଓ ମେଟ୍ରୋ ସ୍କାଏନେଟ୍ ଲିମିଟେଡ୍ ଶାଗମାଛ ଦରରେ କିଣି ନେଇଥିଲା । ଏହି ବେଆଇନ୍ କାର୍ଯ୍ୟରେ ପଣ୍ଡା ପରିବାରକୁ ସହଯୋଗ କରିଥିଲା ମଞ୍ଜୁଳା ଏମ୍‌ଡି ଥିବା କାଲୋରେକ୍ସ ହୋଲ୍‌ଡିଂ ପ୍ରାଇଭେଟ୍ ଲିମିଟେଡ୍ । କମ୍ପାନୀର ବଜାର ସେୟାର ମୂଲ୍ୟ ୭୯ ଟଙ୍କା ଥିବା ବେଳେ କାଲୋରେକ୍ସ ମାତ୍ର ୨ଟଙ୍କା ୫୫ପଇସାରେ କିଣି ନେଇଥିଲା । ସେହିଭଳି ଓରଟେଲ୍‌ର ୪୮ଲକ୍ଷରୁ ଅଧିକ ସେୟାରକୁ ପଣ୍ଡା ପରିବାର ମାଲିକାନାରେ ଥିବା ମେଟ୍ରୋ ସ୍କାଏନେଟ୍ ମାତ୍ର ଏକ ଟଙ୍କା ୯୫ ପଇସାରେ କିଣି ନେଇଥିଲା ।  ଠିକ୍ ଏହି ସମୟରେ ବୈଜୟନ୍ତଙ୍କ ମାଲିକାନାରେ ଥିବା ଓଟିଭି, ଉତ୍କଳ ମାନ୍ୟୁଫାକ୍‌ଚରିଂ ଆଣ୍ଡ ସର୍ଭିସ୍ ଲିମିଟେଡ୍, ଅରଟେଲ୍‌ର ସେୟାରକୁ ୭୯ଟଙ୍କାରେ କିଣିଥିଲା । ଏଭଳି ବହୁ ଆର୍ଥିକ କେଳେଙ୍କାରୀ କ୍ଷେତ୍ରରେ ବୈଜୟନ୍ତ ଓ ଜଗିଙ୍କ ସହ ମଞ୍ଜୁଳାଙ୍କର ସଂପୃକ୍ତି ରହିଛି  । ତେବେ ବଡ କଥା ହେଲା  ତିନି ଭୂତ କମ୍ପାନୀଙ୍କ ମଧ୍ୟରୁ ଦୁଇଟି ଢେର ଦିନ ହେଲା ବନ୍ଦ ହୋଇଥିବା ବାହାମସ ସରକାର କହୁଛନ୍ତି । କିନ୍ତୁ ଭାରତରେ ଏହି ଦୁଇ କଂପାନୀଙ୍କ ଟଙ୍କା ଲାଗିଛି । ଏହା କିପରି ସମ୍ଭବ ?

କୁନି ପିଲାଟିର ହୃତପିଣ୍ଡରେ ଥିଲା ଛିଦ୍ର, ଗୋଟିଏ ଟ୍ୱିଟରେ ସହାୟତାର ହାତ ବଢାଇଲେ ସୋନୁ

ମୁମ୍ବାଇ: ଲକଡାଉନ ସମୟରେ ଏକାଧିକ ଅସହାୟଙ୍କୁ ସହାୟତାର ହାତ ବଢାଇ ବେଶ୍‌ପ୍ରଶଂସା ସାଉଁଟିଛନ୍ତି ଲୋପ୍ରିୟ କଳାକାର ସୋନୁ ସୁଦ । ଏକାଧିକ ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚିବାରେ ସାହାଯ୍ୟ କରିଥିବା ବେଳେ ଆଉ କେତେକଙ୍କ ଭାଙ୍ଗି ଯାଇଥିବା ଘରକୁ ପୁଣିଥରେ ସଜାଡ଼ି ଦେଇଛନ୍ତି । ଅନ୍ୟର ଖରାପ ସମୟରେ ସେମାନଙ୍କ ନିକଟରେ ଛିଡ଼ା ହୋଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି । ତେବେ ନିକଟରେ ସେହିଭଳି ଏକ ମହାନ୍‌କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ସୋନୁ । ସାମ୍ନାକୁ ଆସିଥିବା ଟ୍ୱିଟ ଅନୁସାରେ ଏକ ଛୋଟ ପିଲାର ହୃତପିଣ୍ଡରେ ଥିବା ଛିଦ୍ରର ଚିକିତ୍ସା କରିବା ପାଇଁ ସେ ଟ୍ୱିଟରେ କହିଛନ୍ତି ।

ଧୀରଜ କୁମାର ନାମକ ଜଣେ ଟ୍ୱିଟର ୟୁଜର ଟ୍ୱିଟ କରି ଏହି ପିଲାଟିର ସମସ୍ୟା ବିଷୟରେ ସୂଚନା ଦେଇଛନ୍ତି । ଏହା ସହିତ ସେ ଓ ଅନ୍ୟ କିଛି ଯୁବକ ମିଶି ୨୫ ହଜାର ଟଙ୍କା ସଂଗ୍ରହ କରିବା ପରେ ବାକି ଟଙ୍କାର ଆୟୋଜନ ହୋଇନପାରିବାରୁ ସେମାନେ ସୋନୁଙ୍କ ସାହାଯ୍ୟ ଲୋଡ଼ିଛନ୍ତି ବୋଲି ଟ୍ୱିଟ କରି ଊେଖିଛନ୍ତି । ସବୁଠାରୁ ଖାସ କଥା ହେଉଛି ସୋନୁ ସାମାନ୍ୟ କିଛି ଶବ୍ଦରେ ଉକ୍ତ ଯୁବକଙ୍କ ଅନୁରୋଧର ଉତ୍ତର ଦେଇଛନ୍ତି । ସେ ଲେଖିଛନ୍ତି କି, ବୁଝିନିଅଯେ ହୋଇଗଲା ବୋଲି । ତେବେ ସୋନୁଙ୍କ ଏଭଳି ଉତ୍ତର ତାଙ୍କ ପ୍ରଶଂସକଙ୍କୁ ବେଶ୍‌ପସନ୍ଦ ଆସିଛି ଏବଂ ସୋସିଆଲ ମିଡିଆରେ ସୋନୁଙ୍କ ଗୁଣଗାନ କରାଯାଉଛି ।

ମହିଳାଙ୍କ ପାଦରେ ଗୁଡ଼େଇ ହେଲା ୧୦ ଫୁଟର ଅଜଗର, ଆଉ ତା’ ପରେ…

ସରୀସୃପ ପ୍ରଜାତିର ଜୀବଜନ୍ତୁଙ୍କୁ ଦେଖିବା ମାତ୍ରେ ହଠାତ୍‌ ମନ ଭିତରେ ଏକ ଭୟ ସୃଷ୍ଟି ହୁଏ । ସମସ୍ତେ ଚାହାଁନ୍ତି ଏମାନଙ୍କ ସହିତ କେବେ ମଧ୍ୟ ସାମ୍ନାସାମ୍ନି ହେବାଭଳି ପରିସ୍ଥିତି ନ ଆସୁ । କିନ୍ତୁ ନିକଟରେ ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ସାହସୀ ମହିଳାଙ୍କୁ ଦେଖିବାକୁ ମିଳିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ମହିଳାଙ୍କ ପାଦରେ ଏକ ବିରାଟ ସାପ ଗୁଡ଼େଇ ହୋଇ ଯାଇଥିଲେ ମଧ୍ୟ ସେ ତାକୁ ନ ଡରି ହସିହସି ସାମ୍ନା କରିଛନ୍ତି ।

ଅଷ୍ଟ୍ରେଲିୟାର କ୍ୱିନ୍ସଲ୍ୟାଣ୍ଡରେ ଜଣେ ମହିଳାଙ୍କ ପାଦରେ ଗୁଡ଼େଇ ହୋଇ ଯାଇଥିବା ଏକ ଅଜଗରର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡ଼ିଓ ଦେଖିବା ପରେ ହୁଏତ ଆପଣ ଡରିଯିବେ, କିନ୍ତୁ ମହିଳା ଜଣକ ପରିସ୍ଥିତି ସ୍ୱାଭାବିକ ଥିବାଭଳି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ମହିଳା ଜଣକ ତାଙ୍କ ପୋଷା ବିରାଡ଼ିକୁ ଉକ୍ତ ଅଜଗରଠାରୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ । ଏହି ମଧ୍ୟରେ ଅଜଗର ବିରାଡ଼ି ଉପରୁ ନଜର ହଟାଇ ମହିଳାଙ୍କୁ ଟାର୍ଗେଟ କଲା । ସେ ହଠାତ୍‌ ମହିଳାଙ୍କ ପାଦରେ ଗୁଡ଼େଇ ହୋଇଗଲା । ଅଜଗର ଏତେ ଜୋରରେ ମହିଳାଙ୍କ ପାଦରେ ଗୁଡ଼େଇ ହୋଇ ରହିଥିଲାଯେ, ମହିଳା ବାଧ୍ୟ ହୋଇ ପୋଲିସକୁ ଡାକିଲେ । ଯାହାପରେ ସେମାନେ ମହିଳାଙ୍କୁ ଅଜଗରଠାରୁ ରକ୍ଷା କଲେ ।

ଏହି ଭିଡ଼ିଓକୁ କ୍ୱିନ୍ସଲ୍ୟାଣ୍ଡ ପୋଲିସ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ଯାହା ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛି ତାହା ହେଉଛି ମହିଳାଙ୍କ ସାହସିକତା ।

ରାଜ୍ୟରେ କମୁଛି ସଂକ୍ରମଣ: ୧୨୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨୯ ଜିଲ୍ଲା ଓ ଷ୍ଟେଟପୁଲରୁ ୧୨୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୭୨୯, ଲୋକାଲ କେସ୍ ୫୧୮ । ଖୋର୍ଦ୍ଧାରୁ ସର୍ବାଧିକ ୨୦୬, କଟକରୁ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସୁନ୍ଦରଗଡ଼ରୁ ୯୬,ମୟୂରଭଞ୍ଜରୁ ୭୧, ଅନୁଗୁଳରୁ ୬୯, ବଲାଙ୍ଗୀରରୁ ୬୮ ଜଗତସିଂହପୁରରୁ ୫୪, କନ୍ଦ୍ରାପଡାରୁ ୪୯, କଳାହାଣ୍ଡିରୁ ୪୦, ନୂାପଡାରୁ ୩୮, ବୌଦ୍ଧରୁ ୩୭, ଝାରସୁଗୁଡାରୁ ୩୫, ବରଗଡ଼ ଓ ଯାଜପୁରରୁ ୩୨, କୋରାପୁଟରୁ ୨୬, ବାଲେଶ୍ବରରୁ ୨୩, ପୁରୀରୁ ୨୨, ସୋନରପୁରରୁ ୧୮, ଗଞ୍ଜାମରୁ ୧୭, ଦେଓଗଡ଼ରୁ ୧୬, ନୟାଗଡ଼ରୁ ୧୪, କନ୍ଧମାଳ ଓ ମାଲାକନଗିରିରୁ ୧୧ଜଣ ଲେକାଏଁ, ଭଦ୍ରକରୁ ୭, ରାୟଗଡ଼ାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ମୋଟ୍ ୧୨୭୨ଜଣଙ୍କ ମୃତ୍ୟୁ ହେଲାଣି  । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୩ହଜାର ୯୪୨ରେ ପହଞ୍ଚିଛି । ସୁସ୍ଥ ହେଲେଣି ୨ଲକ୍ଷ ୬୬ହଜାର ୧୦୫, ଆକ୍ଟିଭ କେସ୍ ରହିଛି ୧୬ହଜାର ୫୧୨ ।

ଦେଶରେ ଖସୁଛି କରୋନା ଗ୍ରାଫ୍: ୪୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ । ଦେଶରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି । ଦିନକରେ ୩୬ହଜାର ୪୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୮ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୯ଲକ୍ଷ ୪୬ହଜାର ୪୨୯ରେ ପହଞ୍ଚିଛି । ସକ୍ରିୟ ମାମଲା ୬ଲକ୍ଷ ୨୫ହଜାର ୮୫୭ଥିବା ବେଳେ କରୋନା କମଳରୁ ସୁସ୍ଥ ହେଲେଣି ୭୨ଲକ୍ଷ ହଜାରେ ୭୦ଜଣ ଆକ୍ରାନ୍ତ । ଦେଶରେ ମୋ୍ଟ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୧୯ହଜାର ୫୦୨ରେ ପହଞ୍ଚିଛି ।

Has Coronavirus Killed Flu Influenza Cases Nosedive By 98 Percent

ସବୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ କିଛି ରାଜ୍ୟ ଏମିତି ଅଛି ଯେଉଁଠି କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୬ଲକ୍ଷ ୪୮ହଜାର ୬୬୫ ଆକ୍ରାନ୍ତ ଥିବା ବେଲେ ୪୩ହଜାର ୩୪୮ଜଣଙ୍କ ମୃତ୍ୟୁ ହେଇଛି ।

ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ୮ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୬ହଜାର ୬ଶହ ୬ ଓ ୧୦ହଜାର ୯୪୭ରେ ପହଞ୍ଚିଛି । ତେବେ, ମିଜୋରାମ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କ କରୋନା ଜନିତ ମୃତ୍ୟୁ ହୋଇନାହିଁ ।

ସାରୁଅ ଜମି କେଳେଙ୍କାରୀ ମାମଲା: ବିବାଦୀୟ ସ୍ଥାନରେ ଥିବା ମହିଳା ସମିତିର ସଭାନେତ୍ରୀଙ୍କ ଇସ୍ତଫା

ଖୋର୍ଦ୍ଧା: ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲା । ବିବାଦୀୟ ଜାଗାରେ ଥିବା ମହିଳା ସମିତିର କର୍ମକର୍ତ୍ତା ଦେଲେ ଇସ୍ତଫା । ଦଳିତଙ୍କ ଜମି ଚଞ୍ଚକତା କରି ହଡ଼ପ କରାଯାଇଥିବା ଜାଣିବା ପରେ ସେମାନେ ଇସ୍ତଫା ଦେଇଥିବା କହିଛନ୍ତି । ସାରୁଅଠାରେ ଓଟିଭି ଏମ୍‌ଡି ଜଗି ପଣ୍ଡା ଦଳିତଙ୍କ ଜମି ହଡ଼ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଜମିରେ ସାରୁଅ ମହିଳା ସମିତି ନାଁରେ ଏକ ଘର ନିର୍ମାଣ ହୋଇଥିଲା । ସରକାରଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି କରାଯାଇଥିଲା । ମହିଳା ସମିତି ଘର ଚାରିପାଖରେ ବିରାଟ ପାଚେରି ନିର୍ମାଣ କରାଯାଇଥିଲା ।

ଫଳରେ ଲୋକ ନିଜ ଚାଷଜମି ଓ ପୋଖରୀକୁ ଯିବା ପାଇଁ ସମସ୍ୟା ସୃଷ୍ଟି ହେଉଥିଲା । ପ୍ରଶାସନ ନିକଟରେ ଅଭିଯୋଗ ପରେ ପ୍ରଶାସନ ସମ୍ପୃକ୍ତ ପାଚେରିକୁ ଭାଙ୍ଗିଥିଲା । ଏହି ଘଟଣା ପରେ ସଂପୃକ୍ତ ମହିଳା ସମିତିରେ ଥିବା ବିଭିନ୍ନ କର୍ମକର୍ତ୍ତା ଓ ସଭ୍ୟା ସଭାନେତ୍ରୀଙ୍କୁ ଇସ୍ତଫା ଦେଇଥିଲେ । ଏହାପରେ ସଭାନେତ୍ରୀ ଜୟନ୍ତୀ ସାହୁ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇଥିବା ଅନ୍ୟମାନେ ହେଲେ, ରଶ୍ମିତା ମହାଭୋଇ, ରଞ୍ଜିତା ମହାଭୋଇ, ସୌଦାମିନୀ ବେହେରା, ବିଷ୍ଣୁପ୍ରିୟା ସେନାପତି ଓ ସୁଜ୍ଞାନୀ ମହାଭୋଇ ।

ବାହାମାସ କଂପାନୀ ୨୦୧୩ରୁ ବନ୍ଦ,କିନ୍ତୁ ଅରଟେଲରେ ଜାରି ରହିଛି ନିବେଶ !

୧୫ ବର୍ଷ ହେବ ସ୍ତ୍ରୀର ସେଇ ସମାନ ମୁହଁ ଦେଖୁଛି ଟଙ୍କା ଜିତିଲେ ଏମିତି କରିବି…

ମୁମ୍ବାଇ: କୌନ ବନେଗା କରୋଡ଼ପତି ସେଟରେ କୋଟିପତି ହେବା ଆସାରେ ବିଭିନ୍ନ ପ୍ରକାରର ପ୍ରତିଯୋଗୀ ଆସନ୍ତି । ଏବଂ ଏମାନେ କେବିସି ଖେଳିବା ସହିତ ଅମିତାଭ ବଚ୍ଚନଙ୍କ ସହ ନିଜର ଜୀବନର କିଛି ବିଶେଷ ମୁହୂର୍ତ୍ତ ବିଷୟରେ ସେମାନଙ୍କ ଅନୁଭୁତି ବାଣ୍ଟିଥାନ୍ତି ।  ନିକଟରେ ମଧ୍ୟପ୍ରଦେଶର ଖଣ୍ଡୱା ସହରର କୌଶଲେନ୍ଦ୍ର ସିଂ ତୋମାର ଏହି ଶୋ’ରେ ଭାଗ ନେଇଥିଲେ। ଖେଳ ସମୟରେ, ବିଗ୍ ବି ର ସବୁ ବେଳେ ପ୍ରତିଯୋଗୀମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରି ଥାନ୍ତି । ଆପଣ ଏହି ଜିତିଥିବା ଟଙ୍କାରେ କଣ କରିବେ ? ଏହି ଧାରାର ଯେତେବେଳେ ଅମିତାଭ ବଚ୍ଚନ କୌଶଲେନ୍ଦ୍ରଙ୍କୁ ଏହି ପ୍ରଶ୍ନ ପଚାରିଥିଲେ, ସେତେବେଳେ ଅମିତାଭ ବଚ୍ଚନ ତାଙ୍କ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତରରେ କୌଶଲେନ୍ଦ୍ର କହିଥିଲେ ଯେ, ଏହି ଟଙ୍କାରେ ପ୍ରଥମେ ସେ ତାଙ୍କ ପତ୍ନୀଙ୍କ ପ୍ଲାଷ୍ଟିକ୍ ସର୍ଜରୀ କରିବେ। ଏହି ଉତ୍ତର ଶୁଣି ଅମିତାଭ ବଚ୍ଚନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯେତେବେଳେ ସେ ଏହାର କାରଣ ପଚାରିଥିଲେ, କୌଶଲେନ୍ଦ୍ର କହିଥିଲେ ଯେ ୧୫ବର୍ଷରୁ ସେ ଗୋଟିଏ ଚେହେରା ଦେଖୁଛି , ତେଣୁ ସେ ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ ନିଜ ପତ୍ନୀଙ୍କ ଚେହେରା ବଦଳାଇବାକୁ ଚାହୁଁଛନ୍ତି ଯାହାଦ୍ୱାରା କିଛି ନୂଆ ଲାଗିବ । । ଏହା ଉପରେ ଅମିତାଭ ତୁରନ୍ତ ପ୍ରତିଯୋଗୀଙ୍କ ପତ୍ନୀଙ୍କୁ କହିଥିଲେ, ଆପଣ ବହୁତ ସୁନ୍ଦର କେବେ ବି ଆପଣ ଏମିତି କରିବେ ନାହିଁ । କାରଣ ପ୍ଲାଷ୍ଟିକ୍ ସର୍ଜରୀ ପରେ ଚେହେରା ବହୁତ ଖରାପ ହୋଇଯାଏ ।

ଜିତିଲେ ମାତ୍ର ୪୦ ହଜାର

ଅମିତାଭଙ୍କ କଥା ଶୁଣି କୌଶଲେନ୍ଦ୍ରଙ୍କ ପତ୍ନୀ ହଁ କହିଥିଲେ ଏବଂ କୌଶଲେନ୍ଦ୍ର ମଧ୍ୟ କହିଥିଲେ ଯେ, ସେ ଏମିତି କେବେ ବି କରିବେନି ସେ ଥଟ୍ଟା କରୁଥିଲେ । ତେବେ କୌଶଲେନ୍ଦ୍ର ସିଂ ତୋମାର ତାଙ୍କ ଖେଳକୁ ଅଧିକ ଆଗକୁ ନେଇପାରି ନଥିଲେ । ସେ ମାତ୍ର ୪୦ ହଜାର ଟଙ୍କା ଜିତିପାରିଥିଲେ । ସେ ଏକ କ୍ରୀଡା ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହୋଇଥିଲେ । ଏବଂ ସେ ୩ଟି ଲାଇଫ୍ ଲାଇନ୍ ନେଇଥିଲେ କିନ୍ତୁ ସେଗୁଡ଼ିକ ବ୍ୟର୍ଥରେ ଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, କରୋନା ସମୟରେ କୌନ ବନେଗା କରୋଡ଼ ପତି ଶୋ ଟି ଅନେକ ନିୟମାବଳୀକୁ ଅନୁସରଣ କରାଯାଇ ସୁଟିଂ କରାଯାଉଛି ।

ଜଳାପୁଟ ଜଳ ଭଣ୍ଡାରରେ ଓଲଟିଲା ଡଙ୍ଗା: ୩ ନିଖୋଜ

0

ଲମତାପୁଟ: ଦଶହରାରେ ଅଘଟଣ । କୋରାପୁଟର ଜଳାପୁଟ ଜଳ ଭଣ୍ଡାରର ପାଡୁଆ ଘାଟରେ ଡଙ୍ଗା ବୁଡ଼ି 3 ଜଣ ଯୁବକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ପାଡୁଆ ଗାଁର ୫ଜଣ ଯୁବକ ଜଳାପୁଟ ଜଳ ଭଣ୍ଡାର ପାଡ଼ୁଆ ଘାଟରେ ଏକ କାଠ ଡଙ୍ଗାରେ ବୁଲୁଥିଲେ । ହଠାତ କାଠ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା  ।  ଘଟଣାସ୍ଥଳରେ 3 ଜଣ ଯୁବକ ପାଣିରେ ବୁଡ଼ି ଯାଇଥିବା ବେଳେ 2 ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଅନ୍ୟ ତିନି ଜଣ ଯୁବକ ଏବେବି ନିଖୋଜ ଅଛନ୍ତି ।

କାଶ୍ମୀରର ସେହି ପତାକା, ଯାହାକୁ ଉଡ଼ାଇବା କଥା କହୁଛନ୍ତି ମେହବୁବା ମୁଫତି